ଫନୀକୁ ବିତିଲା ୨ ମାସ, ଭଙ୍ଗାରୁଜା ଅବସ୍ଥାରେ ସ୍କୁଲ୍‌ଗୃହ : ଗ୍ରୀଷ୍ମଛୁଟି ପରେ ବି ହେଉନି ମରାମତି

ରଣପୁର,୧୧ା୭(ସ୍ବ.ପ୍ର.)-ଫନୀ ବାତ୍ୟା ଘଟିବାର ଇତି ମଧ୍ୟରେ ୨ ମାସ ବିତିଯାଇଛି। ହେଲେ ଏ ପର୍ଯ୍ୟନ୍ତ ସ୍କୁଲ ଗୃହଗୁଡ଼ିକ ଭଙ୍ଗାରୁଜା ଅବସ୍ଥାରେ ପଡ଼ି ରହିଥିବାରୁ ଛାତ୍ରୀଛାତ୍ର, ଶିକ୍ଷକ ଓ ଅଭିଭାବକ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ନିୟମାନୁସାରେ ଗ୍ରୀଷ୍ମଛୁଟି ପୂର୍ବରୁ ଭାଙ୍ଗି ଯାଇଥିବା ଶ୍ରେଣୀ ଗୃହଗୁଡ଼ିକୁ ମରାମତି କରାଯିବା ଉଚିତ। କିନ୍ତୁ ଏବେ ପାଠପଢ଼ା ଆରମ୍ଭ ହୋଇଯାଇଥିଲେ ସୁଦ୍ଧା ଅନେକ ବିଦ୍ୟାଳୟରେ ଯଥା ପୂର୍ବଂ ତଥା ପର ଅବସ୍ଥା ଦେଖିବାକୁ ମିଳୁଛି। ନୟାଗଡ଼ ଜିଲା ରଣପୁର ବ୍ଲକ ଅନ୍ତର୍ଗତ ଚମ୍ପାପେଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହେଉଛି ଏହାର ଏକ ପ୍ରକୃଷ୍ଟ ଉଦାହରଣ। ଫନୀ ବାତ୍ୟାରେ ଏହାର ତିନୋଟି ଶ୍ରେଣୀ ଭାଙ୍ଗିଯାଇଛି । କିନ୍ତୁ ମରାମତି ନିମନ୍ତେ ଯେଉଁସବୁ ସରକାରୀ ନିୟମ ରହିଛି ତାହା ଏଠି ପ୍ରହସନ ପାଲଟିଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ପ୍ରାୟ ୧୦୦ ଛାତ୍ରୀଛାତ୍ର ପାଠପଢ଼ନ୍ତିି । ବିଦ୍ୟାଳୟରେ ମୋଟ ୬ଟି ଶ୍ରେଣୀ କୋଠରି ରହିଛି । କିନ୍ତୁୁ ଗତ ଫନୀ ବାତ୍ୟା ପ୍ରଭାବରେ ୩ କୋଠରି ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଅନ୍ୟ ୩ କୋଠରିରେ ବହୁ ଅସୁବିଧା ମଧ୍ୟରେ ପିଲାମାନେ ପାଠ ପଢ଼ୁଛନ୍ତି। ଏ ସମସ୍ୟା ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ କହିଛନ୍ତି, ଭାଙ୍ଗି ଯାଇଥିବା ଶ୍ରେଣୀଗୃହଗୁଡିକ ବିଷୟରେ ଲିଖିତ ଭାବେ ସେ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ। ତଥାପି ଏହାର କୌଣସି ସୁଫଳ ମିିଳି ପାରିନାହିଁ କି ଏ ପର୍ଯ୍ୟନ୍ତ ଭଙ୍ଗାରୁଜା ଅବସ୍ଥାରେ ଥିବା ଶ୍ରେଣୀଗୃହଗୁଡିକୁ ଦେଖିବା ପାଇଁ କେହି ଆସିନାହାନ୍ତି । ଚମ୍ପାପେଡ଼ି ସରପଞ୍ଚ ନିର୍ମଳ କୁମାର ମତଗଜସିଂ ଏ ବିଷୟରେ କହିଛନ୍ତି, ବାତ୍ୟା ପରେ ଏହି ପଞ୍ଚାୟତସ୍ଥିତ ବାରଙ୍ଗାଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଚମ୍ପାପେଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ଷୟକ୍ଷତି ସମ୍ପର୍କରେ ସେ ଲିଖିତ ଭାବେ ରଣପୁର ବିଡିଓଙ୍କୁ ଜଣାଇଥିଲେ। ବିଦ୍ୟାଳୟଗୁଡିକୁ ଏ ପର୍ଯ୍ୟନ୍ତ କାହିଁକି ମରାମତି କରାଯାଉ ନାହିଁ ବୋଲି ପଚାରିବାରୁ ସରକାରୀ ଆଦେଶ ଆସିନାହିଁ ବୋଲି ବିଡିଓ କହିଥିବା ମତଗଜସିଂ କହିଛନ୍ତି । ତେବେ ଆବଶ୍ୟକତା ଅନୁସାରେ ଶ୍ରେଣୀଗୃହ ନ ଥିବାରୁ ପିଲାମାନଙ୍କର ପାଠପଢ଼ାରେ ବ୍ୟାଘାତ ଘଟୁଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଉକ୍ତ ସମସ୍ୟାର ସମାଧାନ ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଅଞ୍ଚଳବାସୀ ଧାରଣାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତିି ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କାର ସାଇଜ୍‌ ଶାଳକାଠ ଜବତ, ଅଭିଯୁକ୍ତ ଫେରାର

ଓଡ଼ଗାଁ,୧ା୨(ସ୍ବ.ପ୍ର.)- ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଶରଧାପୁର ପଞ୍ଚାୟତ ଜିରିପଡା ଗ୍ରାମରୁ ବନ ବିଭାଗ ଶନିବାର ମଧ୍ୟାହ୍ନରେ ବିପୁଳ ପରିମାଣର ମୂଲ୍ୟବାନ ସାଇଜ୍‌...

‘ଜଳ ଉତ୍ସ ଅଛି, ସଂରକ୍ଷଣ ପାଇଁ ଚିନ୍ତା ନାହିଁ’

ଜଳ ସଂରକ୍ଷଣ ବ୍ୟବସ୍ଥା ହେଉ କଣ୍ଟିଲୋ-ଭୁବନେଶ୍ୱର ରାଜପଥର କାଳିଗିରି ପୋଲଠାରୁ ମାତ୍ର ୨ କି.ମି. ଦୂର ଭାପୁର ବ୍ଲକ୍‌ ଅଧୀନ ମହାନଦୀ କୂଳରେ ରହିଛି ମଣିପୁର...

ସାଇକେଲରେ ପରିବେଶ ସୁରକ୍ଷା ବାଣ୍ଟୁଥିବା ଅମରେଶଙ୍କୁ ସ୍ବାଗତ

ନୟାଗଡ଼ ଅଫିସ,୨୮।୧୨: ବୃକ୍ଷ ଓ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ପାରାଦୀପରୁ ସାଇକେଲରେ ବ୍ରହ୍ମପୁର ଅଭିୁମୁଖେ ବାହାରିଥିବା ପରିବେଶବିତ ଅମରେଶ ନରେଶ ସାମନ୍ତଙ୍କୁ ଶୁକ୍ରବାର ନୟାଗଡ଼...

ରଣପୁର ରାଜନଅରରେ ମା’ ଖିଲାମୁଣ୍ଡା : କାଠିରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି

ରଣପୁର, ୭ା୧୦(ସ୍ବ.ପ୍ର.): ରଣପୁର ଅଞ୍ଚଳର ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ରାଆଁଳାର ଘଞ୍ଚ ଜଙ୍ଗଲରେ ଥିବା ଆସ୍ଥାନ ଛାଡି ୧୬ଦିନ ହେଲା ରଣପୁର ରାଜନଅରକୁ ଆସି...

୪ ଦିନ ହେବ ନାବାଳିକା ନିଖୋଜ: ୩ଜଣଙ୍କୁ ଅଟକ ରଖି ବସି ରହିଛି ପୋଲିସ, ଚିନ୍ତାରେ ପରିବାର

ରଣପୁର,୬।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଲୋଧାଚୁଆ ଅଞ୍ଚଳର ଜଣେ ୧୬ବର୍ଷୀୟା ନାବାଳିକା ୪ ଦିନ ହେବ ନିଖୋଜ ଅଛନ୍ତି। ସମ୍ପୃକ୍ତ ନାବାଳିକାଙ୍କୁ ବଜ୍ରକୋଟ ଅଞ୍ଚଳର...

ବର୍ଷା ଆସିଲେ ଡରୁଛନ୍ତି ୧ ନମ୍ବର ୱାର୍ଡ଼ବାସୀ

ନୟାଗଡ଼ ଅଫିସ,୧୬।୭- ବର୍ଷା ଆସିଲେ ଡରୁଛନ୍ତି ନୟାଗଡ଼ ୧ ନମ୍ବର ଓ୍ବାର୍ଡବାସୀ। ସୋମବାର ଅପରାହ୍ନରେ ଦୁଇଘଣ୍ଟା ବର୍ଷାରେ ପୁଣି କଲବଲ ହୋଇଛନ୍ତି ସେମାନେ। ପାଣି ନିଷ୍କାସନର...

ବେବିନା ହତ୍ୟା ଅଭିଯୁକ୍ତ ନାବାଳକ

ନୟାଗଡ଼ ଅଫିସ,୨୦।୭: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ନୂଆଗଁା ପଞ୍ଚାୟତ ଧୁନ୍ଦୁଗାଡିଆ ଅଞ୍ଚଳରେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାକତ୍ାର ପରେ ହତ୍ୟା ମାମଲାରେ...

ବଡ ବୋଦସା ଗ୍ରାମରେ ଗୋଷ୍ଠୀ ସଂଘର୍ଷ: ୧୧ଜଣଙ୍କ ନାମରେ ମାମଲା ରୁଜୁ

ନୟାଗଡ ଅଫିସ/ଖଣ୍ଡପଡା,୪ା୪(ସ୍ୱ.ପ୍ର):ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନୟାଗଡ ଜିଲା ଖଣ୍ଡପଡା ଥାନାର ବଡବୋଦସା ଗ୍ରାମରେ ଗୁରୁବାର ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ଉଭୟ...

Advertisement
Archives

Model This Week