‘ଫନୀ’କୁ ବର୍ଷେ: ଉଜାଡ଼ି ଦେଇଥିଲା ୧୪ ଜିଲା

ଭୁବନେଶ୍ୱର,୩।୫(ବ୍ୟୁରୋ): ୨୦୧୯ ମେ ୩ ତାରିଖ ଶୁକ୍ରବାର। ଓଡ଼ିଶା ଉପକୂଳକୁ ମାଡ଼ିଆସିଥିଲା ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନୀ’। ସକାଳ ୮ଟାରେ ପୁରୀ ଉପକୂଳକୁ ଧକ୍କା ଦେଇ ଘଣ୍ଟାକୁ ୧୭୫ରୁ ୧୮୫ କି.ମି. ବେଗରେ ପବନ ସୁ ସୁ ଗର୍ଜନ କରି ତାଣ୍ଡବ ରଚାଇଲା। କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍‌ସିଂହପୁର, ନୟାଗଡ଼, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ ଆଦି ୧୪ଟି ଜିଲା ନିମିଷକେ ଛାରଖାର ହୋଇଗଲା। ମହାଦ୍ରୁମ ଉପୁଡ଼ିବା ସାଙ୍ଗକୁ ବିଦ୍ୟୁତ୍‌ ଟାୱାର ଚୁରମାର ହୋଇଗଲା। ଏହି ଅଦିନିଆ ଝଡ଼ରେ ଦୋହଲି ଯାଇଥିଲା ଉପକୂଳ ଓଡ଼ିଶା। ଉଜୁଡ଼ି ଗଲା ପର୍ଯ୍ୟଟନର ସହର ପୁରୀ। ଏହି ପ୍ରଳୟଙ୍କରୀ ଝଡ଼କୁ ବର୍ଷେ ବିତି ଯାଇଥିଲେ ମଧ୍ୟ ସେଦିନର ସେହି ଲୋମ ଟାଙ୍କୁରା ଦୃଶ୍ୟ ଆଜି ବି ତାଜା ହୋଇରହିଛି। ବାତ୍ୟା ନାଁ ଶୁଣିବା ମାତ୍ରେ ଉପକୂଳବାସୀଙ୍କ ମନରେ ଛନକା ପଶି ଯାଉଛି। ନିକଟରେ ଦକ୍ଷିଣ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ କାଳେ ବାତ୍ୟା ରୂପ ନେଇ ଓଡ଼ିଶା ଆଡ଼େ ମୁହାଁଇବ ସେହି ଭୟରେ ପୁଣି ଉପକୂଳବାସୀ ଆଶଙ୍କା ମଧ୍ୟରେ ରହିଥିଲେ। ତେବେ ଓଡ଼ିଶା ପ୍ରତି କାୈଣସି ବିପଦ ନ ଥିବା ପାଣିପାଗ ବିଭାଗ ସ୍ପଷ୍ଟ କରିବା ପରେ ଲୋକମାନେ ଆଶ୍ୱସ୍ତ ହୋଇଛନ୍ତି।

ବାତ୍ୟା ଫନୀ ଯେଉଁ ଅପୂରଣୀୟ କ୍ଷତି ଘଟାଇଯାଇଛି ତାହାକୁ ପୁଣି ଫେରି ପାଇବାକୁ ଆହୁରି କେତେବର୍ଷ ଯେ ଲାଗିବ ତାହା କହିବା ମୁସ୍କିଲ। ସରକାରୀ ହିସାବ ଅନୁଯାୟୀ ସାମୁଦ୍ରିକ ଝଡ଼ ଫନୀ ଯୋଗୁ ସମୁଦାୟ ୨୪,୧୭୬କୋଟି ଟଙ୍କାର କ୍ଷତି ହୋଇଥିଲା। ସେସବୁ ଭରଣା ପାଇଁ ପ୍ରାୟ ୨୯,୩୧୫ କୋଟି ଟଙ୍କା ଆବଶ୍ୟକ ପଡ଼ିବ ବୋଲି ସେତେବେଳେ ସରକାରଙ୍କ ପକ୍ଷରୁ ଆକଳନ କରାଯାଇଥିଲା। ଏହି ବାତ୍ୟା ଯୋଗୁ ୧୪ଜିଲାର ୧.୬୫କୋଟି ଲୋକ ପ୍ରଭାବିତ ହୋଇଥିଲେ। ୬୪ଜଣଙ୍କ ମୃତ୍ୟୁ ହୋଇଥିଲା। ୫ଲକ୍ଷ ୫୬ହଜାର ଘର ନଷ୍ଟ ହୋଇଥିବାବେଳେ ୬ହଜାର ୨୮୧ ଗୃହପାଳିତ ପ୍ରାଣୀଙ୍କ ଜୀବନ ଯାଇଥିଲା। ବାତ୍ୟା ଯୋଗୁ ଉକ୍ତ ଜିଲାଗୁଡ଼ିକରେ ୧ଲକ୍ଷ ୪୮ହଜାର ୬୬୩ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବାବେଳେ ୬,୪୧୬ ଡଙ୍ଗା କ୍ଷତିଗ୍ରସ୍ତ ହୋଇଥିଲା। ବିଦ୍ୟୁତ୍‌ କ୍ଷେତ୍ରରେ ୫୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତି ହୋଇଥିଲା। ମେ ମାସର ପ୍ରଚଣ୍ଡ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଥିବା ସମସ୍ତଙ୍କୁ ବିଜୁଳି ଯୋଗାଇବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା। ଲୋକଙ୍କୁ ବିଜୁଳି ଯୋଗାଇବା ପାଇଁ ୬ମାସରୁ ଊର୍ଦ୍ଧ୍ୱ ସମୟ ଲାଗିଯାଇଥିଲା। ସ୍କୁଲ, କଲେଜ କ୍ଷତିଗ୍ରସ୍ତ ହେବା ଯୋଗୁ ପୁରୀ ଜିଲାରେ ଦୀର୍ଘ ୬ମାସ ଯାଏ ପାଠପଢା ସ୍ବାଭାବିକ ହୋଇପାରି ନ ଥିଲା। ପାନବରଜ, କାଜୁ, ଗୁଆ, ନଡ଼ିଆ ଜଙ୍ଗଲ ଉଜୁଡ଼ି ଗଲା। ନିମାପଡ଼ାର ସପନି ସାହୁଙ୍କ କହିବା କଥା ହେଲା ଫନୀ ବାତ୍ୟା ଦେଇଯାଇଥିବା ଦୁଃଖ ଆଜି ବି ଭରି ନାହିଁ। ବାଡ଼ିରେ ଥିବା ୨୦୦ ନଡ଼ିଆ ଗଛ ଉଜୁଡ଼ି ଗଲା। ଧାନ, ବିରି, ମୁଗ, ପନିପରିବା, କଦଳୀ, ଗୁଆ ବଗିଚା ନଷ୍ଟ ହୋଇଗଲା। ସେହିଭଳି ବଗିଚା କରିବାକୁ ଆହୁରି ୧୦ବର୍ଷ ଲାଗିବ। ପ୍ରତିବର୍ଷ କିମ୍ବା ଦୁଇ ତିନିବର୍ଷରେ ଥରେ ଆମକୁ ଫନୀ ବାତ୍ୟା ଭଳି ଦୁର୍ଦ୍ଦଶା ଭୋଗିବାକୁ ପଡୁଛି। ଯାହାକିଛି ରୋଜଗାର କରି ଆଗକୁ ବଢ଼ିବାକୁ ଚେଷ୍ଟା କରିବା ବେଳକୁ ଝଡ଼ ଆମ ମେରୁଦଣ୍ଡକୁ ଭାଙ୍ଗି ଦେଉଛି ବୋଲି ସପନି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?