ପ୍ରେମିକାକୁ ହତ୍ୟା କରିବା ପୂର୍ବରୁ ଇଣ୍ଟରନେଟ୍‌ରୁ ବନ୍ଧୁକ ତିଆରି କଳା ଶିଖିଥିଲେ ପ୍ରେମିକ

କୋଲକାତା, ୨୧।୬- ପ୍ରଥମେ ଇଣ୍ଟରନେଟ୍‌ରୁ ବନ୍ଧୁକ ତିଆରି କରିବା କଳା ଶିଖିଲେ। ଏହାପରେ ନିଜେ ପ୍ରସ୍ତୁତ କରିଥିବା ସେହି ହାତ ତିଆରି ବନ୍ଧୁକରେ ପୂର୍ବତନ ପ୍ରେମିକାଙ୍କୁ ଗୁଳି କରି ହତ୍ୟା କଲେ। କୋଲକାତାରେ ଘଟିଥିବା ଏଭଳି ଏକ ବିରଳ ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଦକ୍ଷିଣ କୋଲକାତାର ୨୬ ବର୍ଷୀୟ ଜଣେ ଟ୍ୟାକ୍ସି ଚାଳକ ଶନିବାର ନିଜ ପୂର୍ବତନ ପ୍ରେମିକାକୁ ଗୁଳି କରି ହତ୍ୟା କରିଥିଲେ। ରାକେଶ ହାଲ୍‌ଦାର ନାମକ ଏହି ବ୍ୟକ୍ତି ଜଣଙ୍କ ବିବାହିତ ଥିଲେ ମଧ୍ୟ ଆନନ୍ଦପଲ୍ଲୀ ଅଞ୍ଚଳର ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଭଲ ପାଉଥିଲେ। କିନ୍ତୁ କୌଣସି କାରଣରୁ ପ୍ରେମିକା ଜଣଙ୍କ ତାଙ୍କଠାରୁ ଦୂରେଇ ଯାଇଥିଲେ। ଏଥିରେ ରାଗିଯାଇ ରାକେଶ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଥିଲେ। ପ୍ରେମିକାକୁ ଗୁଳି କରି ହତ୍ୟା କରିବାକୁ ରାକେଶ ଯୋଜନା କରିଥିଲେ। ଏଥିପାଇଁ ସେ ପ୍ରଥମେ ବନ୍ଧୁକ କିପରି ତିଆରି ହୁଏ ସେସବୁ ଭିଡିଓକୁ ଇଣ୍ଟରନେଟ୍‌ ଦେଖିଥିଲେ। ଏହାପରେ ନିଜେ ଘରେ ସିଙ୍ଗଲ-ଶଟ୍‌ ପିସ୍ତଲ ତିଆରି କରିଥିଲେ ବୋଲି କୋଲକାତା ପୋଲିସର ଯୁଗ୍ମ କମିଶନର (କ୍ରାଇମ) ମୁରଲୀଧର ଶର୍ମା କହିଛନ୍ତି। ଏହି ବନ୍ଧୁକ ନେଇ ସେ ଶୋଇଥିବା ଅବସ୍ଥାରେ ନିଜ ପ୍ରେମିକାଙ୍କୁ ଗୁଳି କରି ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଟ୍ଟର ସରକାର ଟଳମଳ: ଅବିଶ୍ୱାସ ପ୍ରସ୍ତାବ ଆଣିବ କଂଗ୍ରେସ

ଚଣ୍ଡିଗଡ,୫।୩: ଶୁକ୍ରବାର ଅପରାହ୍ନରେ ହରିୟାଣା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ବଜେଟ ଅଧିବେଶନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା ଖଟ୍ଟର ସରକାରଙ୍କୁ...

ଆତ୍ମନିର୍ଭରଶୀଳତା ବନାମ ରକ୍ଷଣଶୀଳତା: ବଢୁଛି ‘ସେକ୍ସ ଟୟ’ ଉଦ୍ୟୋଗ

ନୂଆଦିଲ୍ଲୀ, ୨୬ା୬: କରୋନା ପ୍ରଭାବିତ ଦେଶର ଅର୍ଥବ୍ୟବସ୍ଥା ସୁଧାରିବା ଏବଂ ଗ୍ରାମୀଣ ହସ୍ତଶିଳ୍ପ ସହ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର...

ଭାରତକୁ ବଡ ସଫଳତା: ଚାଇନା ସୀମାରେ ୬ ପାହାଡକୁ କଲା ଦଖଲ

ନୂଆଦିଲ୍ଲୀ, ୨୦।୯: ପୂର୍ବ ଲଦାଖର ଚାଇନା ସୀମାରେ ଭାରତୀୟ ସେନା ବଡ ସଫଳତା ହାସଲ କରିଛି। ଗତ ୨୦ ଦିନ ମଧ୍ୟରେ ଭାରତୀୟ ସେନା ଚାଇନା...

ରାହୁଲଙ୍କୁ ମିଳିଲା ଜାମିନ

ପାଟନା,୬।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଶନିବାର ଏକ ମାନହାନି ମାମଲାରେ ଜାମିନ ମିଳିଛି। ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ରାହୁଲଙ୍କ ନାଁରେ...

ଗତ୨୪ ଘଣ୍ଟାରେ ୩୩୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଦେଶରେ ୫୬୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୮।୫: ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ତୀବ୍ରଗତିରେ ବଢ଼ିବାରେ ଲାଗିଛି। ଯାହା ଏବେ ସରକାରଙ୍କ ପାଇଁ...

ଫେରିଲେ ନିଖୋଜ କଂଗ୍ରେସ ବିଧାୟକ

ଭୋପାଳ,୯ା୩(ପି.ଟି.): ମଧ୍ୟପ୍ରଦେଶ ଶାସକ ଦଳର ନିଖୋଜ ଥିବା ୧୦ ବିଧାୟକଙ୍କ ମଧ୍ୟରୁ ୮ ଜଣ ଫେରିଆସିଲେଣି। ବାକି ୨ ଜଣ ଫେରୁଥିବା ଦଳ ପକ୍ଷରୁ ସୂଚନା...

ନିର୍ଭୟା ମାମଲା: ନୂଆ ଓକିଲଙ୍କୁ ଭେଟିବାକୁ ମନାକଲେ ପବନ

ନୂଆଦିଲ୍ଲୀ,୨୨।୨: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତା ନିଜ ଆଇନ ପରାମର୍ଶଦାତା ରବି କାଜିଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ପୁର୍ବରୁ ଏହି ମାମଲାରେ...

ରାବଣରେ ଅଗ୍ନି ସଂଯୋଗ କରିବେ ମୋଦି

ନୂଆଦିଲ୍ଲୀ,୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଲାଲକିଲ୍ଲା ବାହାରେ ଦ୍ୱାରକା ଶ୍ରୀରାମଲିଳା କମିଟିର ମଞ୍ଚରେ ରାବଣ ଦେହରେ ଅଗ୍ନି ସଂଯୋଗ କରିବାର କାର୍ଯ୍ୟକ୍ରମ...

Advertisement
Archives

Model This Week