ପ୍ରାର୍ଥୀଙ୍କ ଦକ୍ଷତା ମାପୁଛନ୍ତି ଭୋଟର

ଯାଜପୁର ଅଫିସ,୨୧ା୪: ଯାଜପୁର ଜିଲାରେ ୪ ପର୍ଯ୍ୟାୟରେ ନିର୍ବାଚନ ହେବ। ନିର୍ବାଚନ ପ୍ରଚାରକୁ ଆଉ ମାତ୍ର ଏକ ସପ୍ତାହ ରହିଲା। ସେଥିପାଇଁ ନେତାମାନେ ଏବେଠାରୁ ପୂରା ଦମରେ ପ୍ରଚାରରେ ଲାଗି ପଡିଛନ୍ତି। ମର୍ଯ୍ୟାଦାଜନକ ଯାଜପୁର ଲୋକ ସଭା ଆସନରେ ଏବେ ନିର୍ବାଚନୀ ପରିବେଶ ବେଶ୍‌ ସରଗରମ ହୋଇଛି। ପ୍ରତି ମୁହୂର୍ତ୍ତରେ ନିର୍ବାଚନକୁ ନେଇ ଅଙ୍କକଷା ଓ ଗୋଟିଚାଳନା ହେଉଛି। କେମିତି ନିର୍ବାଚନୀ ବୈତରଣୀ ପାର ହେବେ ସେଥିପାଇଁ ପ୍ରାର୍ଥୀଙ୍କ ଆଖିକୁ ନିଦ ନାହିଁ କି ଖରାକୁ ଖାତିର ନାହିଁ। ବିଶେଷକରି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ସବୁ ଦଳର ଷ୍ଟାର କ୍ୟାମ୍ପେନରମାନେ ଯାଜପୁର ମୁହାହେବେ ବୋଲି ସୂଚନା ଆସୁଛି। ଚଳିତ ନିର୍ବାଚନରେ ଜିଲାର ଗୋଟିଏ ଲୋକ ସଭା ଓ ୭ଟି ବିଧାନସଭା ଆସନରେ ରାଜନୈତିକ ପାଣିପାଗ ସମ୍ପୂର୍ଣ୍ଣ ବଦଳି ଯାଇଥିବାରୁ ପ୍ରାର୍ଥୀ ଏବେ ଷ୍ଟାର କ୍ୟାମ୍ପେନରଙ୍କ ଉପରେ ଭରସା ରଖିଛନ୍ତି। ଅପରପକ୍ଷରେ ଭୋଟରମାନେ ଏବେଠାରୁ ସେମାନଙ୍କ ମନପସନ୍ଦ ପ୍ରାର୍ଥୀଙ୍କ ଦକ୍ଷତା ମାପୁଥିବା ଚର୍ଚ୍ଚା ହେଉଛି।
ଚଳିତ ନିର୍ବାଚନରେ ଯାଜପୁର ଲୋକ ସଭା ଆସନରେ ମୋଟ ୮ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ଲଢେଇ ମୁଖ୍ୟତଃ ଭାଜପା, କଂଗ୍ରେସ ଓ ବିଜେଡି ମଧ୍ୟରେ ହେଉଥିବା ଚର୍ଚ୍ଚା ହେଉଛି। ଗତ ୪ଟି ସାଧାରଣ ନିର୍ବାଚନରେ ଯାଜପୁର ଲୋକ ସଭା ଆସନ ବିଜେଡି ଅକ୍ତିଆରରେ ରହି ଆସିଛି। ଚଳିତ ଥର ପୂର୍ବତନ ପ୍ରଶାସନିକ ଅଧିକାରିଣୀ ଶର୍ମିଷ୍ଠା ସେଠୀ ବିଜେଡିରୁ, ଅବସରପ୍ରାପ୍ତ ସୈନିକ ଅମିୟକାନ୍ତ ମଲିକ ଭାଜପାରୁ ଓ ସାମାଜିକକର୍ମୀ ମାନସ ଜେନା କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି। ଜିଲାର ୭ରୁ ୪ଟି ବିଧାନସଭା ଆସନର ଫଳାଫଳ ଉପରେ ଲୋକ ସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି କେତେକ ମତପ୍ରକାଶ କରୁଥିବାବେଳେ ଆଉକେତେକ ଚଳିତ ନିର୍ବାଚନରେ ଫଳାଫଳ ଓଲଟା ହୋଇପାରେ ବୋଲି ଅନୁମାନ କରୁଛନ୍ତି। ସବୁଠି ହାରଜିତ ବ୍ୟବଧାନ କମ୍‌ ହେବାର ସମ୍ଭାବନା ରହିଥିବାରୁ ଲୋକ ସଭା ପ୍ରାର୍ଥୀ ନିଜର ଦକ୍ଷତା, ବୁଦ୍ଧିମତ୍ତା, ଦୂରଦୃଷ୍ଟି ବଳରେ ନିର୍ବାଚନ ଜିତି ପାରିବେ ବୋଲି କୁହାଯାଉଛି। ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଦେଖିଲେ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସର୍ବାଗ୍ରେ ରହିଛନ୍ତି। ସେ ରାଜନୈତିକ ବିଜ୍ଞାନରେ ସ୍ନାତକୋତ୍ତର ସହ ଏମ୍‌ଫିଲ୍‌ ଡିଗ୍ରୀଧାରୀ। ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସେ ଅଧିଷ୍ଠିତ ହୋଇଛନ୍ତି। ସେହିପରି କଂଗ୍ରେସର ମାନସ ଜେନା ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ସହିତ ଆଇନ ପାଠ ପଢିଛନ୍ତି। ତାପରକୁ ଭାଜପା ପ୍ରାର୍ଥୀ ଅମିୟ ଉଚ୍ଚଶିକ୍ଷିତ ହୋଇ ନ ଥିଲେ ହେଁ ଜଣେ ଅବସରପ୍ରାପ୍ତ ସୈନିକ ଭାବେ ପରିଚିତ ଲାଭ କରିଛନ୍ତି। ଏଭଳିସ୍ଥିତିରେ ଭୋଟର କାହାକୁ ଭୋଟ ଦେବେ ସେନେଇ ଦକ୍ଷତା ମାପୁଥିବା ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଜିଲାର ଧର୍ମଶାଳା ବିଧାନସଭା ଆସନକୁ ବାଦ ଦେଲେ ଅନ୍ୟସବୁ ଆସନରେ ତିନି ପ୍ରମୁଖ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି। ଜନମତ ଅନୁସାରେ ଧର୍ମଶାଳାରେ ବିଜେଡି ବହୁ ଆଗରେ ରହିଥିବାବେଳେ ଭାଜପା ଓ କଂଗ୍ରେସ ବ୍ୟାକଲାଇନ ମଧ୍ୟ ଦେଖି ପାରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଯାଜପୁର, ବରୀ ଓ କୋରେଇ ବିଧାନସଭା ଆସନର ଫଳାଫଳ ଉପରେ ବିଧାୟକ ପ୍ରଣବପ୍ରକାଶ ଦାସ(ବବି)ଙ୍କ ସମ୍ମାନର ପ୍ରଶ୍ନ ରହିଛି। ନିଜ ଜିଦ୍‌ଖୋର ମନୋଭାବକୁ କାର୍ଯ୍ୟକାରୀ କରିବାକୁ ବବି କୋରେଇ ଓ ବରୀ ଆସନ ପାଇଁ ବିଜେଡିର ଟିକେଟ ଖେଳ ଖେଳିଛନ୍ତି। ସେପଟେ ବିଧାୟକ ଆକାଶ ଦାସନାୟକଙ୍କୁ ବାଦ ଦେଇ କୋରେଇରେ ଗତ ଥରର ଦାବିଦାର ଅଶୋକ ବଳଙ୍କୁ ବିଜେଡି ସୁଯୋଗ ଦେଇଛି। ଯାହାକି ବିଜେଡି ପାଇଁ କ୍ଷତିକାରକ ହୋଇପାରେ ବୋଲି ସବୁଠି ଚର୍ଚ୍ଚା ହେଉଛି। ଫାଳଫାଳ ହୋଇଥିବା କୋରେଇ ବିଜେଡି କର୍ମୀଙ୍କ ପ୍ରଚାରକୁ ସାଧାରଣ ଲୋକ ସେତେଟା ଗ୍ରହଣ କରୁ ନ ଥିବା ଆଲୋଚନା ହେଉଛି। ସେହିପରି ବରୀରେ ବିଜେଡି ମହିଳା କାର୍ଡ ଖେଳିଛି। ଯାହାକି ବିଜେଡି ପାଇଁ ଲାଭଦାୟକ ହେବାର ସମ୍ଭାବନା ରହିଛି। କିନ୍ତୁ ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ କଡା ଟକ୍କର ଦେଇଥିବା ଏବେକାର ଭାଜପା ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ମଧ୍ୟ କମ୍‌ ନୁହନ୍ତି। ତେଣୁ ତାଙ୍କୁ ଚେକ୍‌ ଦେବା ପାଇଁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ) ଓ ଯାଜପୁର ବିଧାୟକ ବବି ବରୀରେ ସୁନନ୍ଦାଙ୍କୁ ପ୍ରଚାରରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ସେହିପରି ଯାଜପୁର ଆସନରେ ଭାଜପା ପ୍ରାର୍ଥୀ ଗୌତମ ରାୟଙ୍କୁ ଅକୁଣ୍ଠ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି। ଯାହାକି ବବିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ବିଞ୍ଝାରପୁର, ବଡଚଣା ଓ ସୁକିନ୍ଦାରେ ଦୁଇ ପ୍ରମୁଖ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ମୁକାବିଲା ହେଉଛି। ଏହି ଜଟିଳ ପରିସ୍ଥିତିକୁ ସାମ୍ନା କରିବାକୁ ଏବେ ଷ୍ଟାର କ୍ୟାମ୍ପେନରଙ୍କ ଯାଜପୁର ଗସ୍ତ କାର୍ଯ୍ୟକ୍ରମ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ତାରିଖରେ ବରୀ ଗସ୍ତ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଏହାସହ କଂଗ୍ରେସରୁ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପ୍ରଚାରରେ ଆସିବେ ବୋଲି କଂଗ୍ରେସ କର୍ମୀ ମହଲରୁ ସୂଚନା ମିଳିଛି। ତେବେ ଷ୍ଟାର କ୍ୟାମ୍ପେନରମାନଙ୍କ ପ୍ରଚାର କେତେଦୂର ଜନମତକୁ ପ୍ରଭାବିତ କରିବ ତାହା ନିର୍ବାଚନ ଫଳାଫଳ ହିଁ କହିବ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri