ପ୍ରାଥମିକ ସଦସ୍ୟ ପଦରୁ ଇତିଶଙ୍କୁ ନିଲମ୍ବନ କଲା ଏନ୍‌ଏସୟୁଆଇ

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମନ୍ତବ୍ୟ ଦେବାପରେ ରାଜ୍ୟ ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟାଶନାଲ ଷ୍ଟୁଡେଣ୍ଟସ୍‌ ୟୁନିୟନ ଅଫ ଇଣ୍ଡିଆ(ଏନ୍‌ଏସ୍‌ୟୁଆଇ) ପକ୍ଷରୁ ଇତିଶଙ୍କୁ ରବିବାର ଦଳରୁ ନିଲମ୍ବିତ କରିଦିଆଯାଇଛି। ସଙ୍ଗଠନରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ଏନ୍‌ଏସୟୁଆଇ ଜାତୀୟ ସମ୍ପାଦକ ମୋତହା ରୋହିତ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି। ଗତ ୧୨ ତାରିଖରେ ଏକ ଖବରଦାତା ସମ୍ମିଳନୀ ଜରିଆରେ ଇତିଶ ସିଧାସଳଖ ନିରଞ୍ଜନଙ୍କୁ ଟାର୍ଗେଟ କରିଥିଲେ। ବହିଷ୍କୃତ ହେବାପରେ ଇତିଶ କହିଛନ୍ତି, ସତ କହିବାପରେ ଏଭଳି ପୁରସ୍କାର ମିଳିଛି। ସାଢ଼େ ୪ ବର୍ଷ ଛାତ୍ର କଂଗ୍ରେସ ସଭାପତି ରହିଛି। କଂଗ୍ରେସକୁ ଯିଏ କ୍ଷତି ପହଞ୍ଚାଇବ ତା ବିରୋଧରେ ଲଢିବି। ଏନ୍‌ଏସୟୁଆଇର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି, କଂଗ୍ରେସରୁ ନୁହେଁ। ନିରଞ୍ଜନ ବାବୁଙ୍କୁ ୨୦୧୨ରେ ହଠାତ୍‌ ପିସିସି ସଭାପତି ପଦରୁ କାଢି ଦିଆଯାଇଥିଲା। ସେଥିଲାଗି ସେ ରାଗ ଶୁଝାଇବା ପାଇଁ ଦଳକୁ କ୍ଷତି ପହଞ୍ଚାଉଛନ୍ତି ବୋଲି ଇତିଶ କହିଛନ୍ତି। ସୂଚନାଯୋଗ୍ୟ ଯେ, ନିରଞ୍ଜନଙ୍କ ନିଦ ହଜାଇ ଦିଆଯିବ ବୋଲି ଇତିଶ ଗତ ୧୨ତାରିଖରେ ଏକ ଖବରଦାତା ସମ୍ମିଳନୀ କରି କହିଥିଲେ। ଏହାର ଦିନକ ପରେ ଇତିଶ ହତୋତ୍ସାହିତ ହୋଇ ପିଲାଳିଆମି କଥା କହୁଛନ୍ତି ବୋଲି ନିରଞ୍ଜନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଜିଆର୍‌ଏସ୍‌

ପାଟଣା,୩୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ିକାପୁଡ଼ି ପଞ୍ଚାୟତର ଜିଆର୍‌ଏସ୍‌(ଗ୍ରାମ ରୋଜଗାର ସେବକ) ନିରାକର ମହାନ୍ତ ଗୁରୁବାର ରାତିରେ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା...

ବିଜେଡି ପର୍ଯ୍ୟବେକ୍ଷକ ତାଲିକାରେ ପରିବର୍ତ୍ତନ

ଭୁବନେଶ୍ୱର, ୧୯ା୮(ବ୍ୟୁରୋ):ଦୀର୍ଘଦିନ ଧରି ବିଜେଡି ସାଙ୍ଗଠନିକ ସ୍ତରରେ ଅଦଳବଦଳ ହେବ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଏହି ଆଲୋଚନାର ଏକ ଝଲକ ଗୁରୁବାର ଦେଖିବାକୁ...

ରାଶନ ପାଇଁ ଯିବାକୁ ପଡୁଛି ୮ କି.ମି.

ଭଦ୍ରକ ଅଫିସ,୧୬।୭ ଭଦ୍ରକ ଜିଲା ବନ୍ତ ବ୍ଲକର ଆଡ଼ିଆ ପଞ୍ଚାୟତ ଅଧୀନ ଜିରିଣା-ଆଡ଼ିଆ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଖରାଦିନେ ଅଣଓସାରିଆ ମାଟି ରାସ୍ତା ଆଉ...

ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଛି ବାଧକ

ଜଗତ୍‌ସିଂହପୁର ଅଫିସ, ୨୭ା୮: ଜଗତ୍‌ସିଂହପୁର ଚାଟରା ବିଶୋଇ ସାହିର ଟୁନି ଦେଈ(୮୩) ୨ ପୁଅ ଓ ଗୋଟିଏ ଝିଅ ଜନ୍ମ କରି ମଧ୍ୟ ଅସହାୟ। କାରଣ...

ଭୁବନେଶ୍ୱରରୁ ଆଜି ୩୧୯ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୫୭

ଭୁବନେଶ୍ୱର,୨୬।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୬୨ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୫୭...

ଆଜି ଭଙ୍ଗାଯିବ ବଡ଼ ଆଖଡ଼ା ମଠ

ପୁରୀ ଅଫିସ,୩।୯: ଶ୍ରୀମନ୍ଦିର ସୁରକ୍ଷା ଆଉ ପୁରୀ ସହରର ବିକାଶ ପାଇଁ ମାଟିରେ ମିଶିବ ଆଉ ଏକ ଐତିହ୍ୟ। ତୃତୀୟ ମଠ ଭାବେ ସତ୍ତା ହରାଇବ...

ମଦ୍ୟପ ଗାଡ଼ିି ଚାଳକଙ୍କୁ କଡ଼ା ଛାଟ

ଭୁବନେଶ୍ୱର, ୭ା୯(ବ୍ୟୁରୋ): ଏଣିକି ମଦ ପିଇ ଗାଡ଼ିି ଚଳାଇଲେ ଆଉ ନିସ୍ତାର ନାହିଁ। ମଦ୍ୟପ ଗାଡ଼ି ଚାଳକ ଧରାପଡ଼ିିଲେ ତୁରନ୍ତ ତାଙ୍କୁ ଗିରଫ କରାଯିବ। ଏ...

ପାଦ ମିଳିଥିଲା, ମିଳିଲା ଖପୁରି: ହତ୍ୟାକାଣ୍ଡର ଖିଅ ଖୋଜୁଛି ପୋଲିସ

ଯୋଡ଼ା,୨।୩(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ସହର ଉପକଣ୍ଠ ବାଂଶପାଣି ଟୋଲ ଗେଟ୍‌ ନିକଟବସ୍ତିରୁ ରବିବାର ସନ୍ଧ୍ୟାରେ ଯୋଡା ପୋଲିସ ଏକ ଶିଶୁର ଖପୁରୀ ଜବତ କରିଛି।...

Advertisement
Archives

Model This Week