ପ୍ରାଣୀଙ୍କ ଲିଙ୍ଗ ପରିବର୍ତ୍ତନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଆଣ୍ଠିଆ ହେଉଛନ୍ତି ପ୍ରବାଳପ୍ରାଚୀରକୁ ଆଶ୍ରୟ କରି ବଞ୍ଚୁଥିବା ଓ ବଢ଼ୁଥିବା ଆଳଙ୍କାରିକ ମାଛ ବିଶେଷ। କମଳା, ପାଟଳ, ନୀଳଲୋହିତ, ହଳଦିଆ ପ୍ରଭୃତି ବିଭିନ୍ନ ରଙ୍ଗରେ ଏମାନେ ଦଳ ଦଳ ହୋଇ ବାସ କରନ୍ତି। ପ୍ରତି ଦଳରେ ଅଧିକ ମାଈ ଓ କମ୍‌ ଅଣ୍ଡିରା ଥାନ୍ତି। ଏହି ମାଛମାନଙ୍କର ଏକ ସ୍ବତନ୍ତ୍ର ପ୍ରକାର ଅଭିଯୋଜନ ଶକ୍ତି ରହିଛି। ସେମାନେ ହେଉଛନ୍ତି ଅନୁକ୍ରମିକ ଲିଙ୍ଗପରିବର୍ତ୍ତନକାରୀ (ହର୍ମୋଫ୍ରୋଡାଇଟ୍‌)। ଏମାନେ ଗୋଟିଏ ଲିଙ୍ଗ ନେଇ ଜନ୍ମ ହୋଇଥାନ୍ତି ଏବଂ ପରେ ଅନ୍ୟ ଲିଙ୍ଗକୁ ବଦଳିଯାଇପାରନ୍ତି। ଆଣ୍ଠିଆମାନେ ସମସ୍ତେ ମାଈ ରୂପେ ଜନ୍ମ ହୋଇଥାନ୍ତି। ଯେତେବେଳେ ଗୋଟିଏ ପୁରୁଷର ମୃତ୍ୟୁ ଘଟେ, ସେତେବେଳେ ମାଈମାନଙ୍କ ଭିତରୁ ଯିଏ ଆକାରରେ ସବୁଠୁ ବଡ଼ ସେ ଅଣ୍ଡିରାକୁ ବଦଳିଯାଏ। ଏହି ପରିବର୍ତ୍ତନ ପାଇଁ ପ୍ରାୟ ଦୁଇସପ୍ତାହ ସମୟ ଲାଗେ। ଏହି ପରିବର୍ତ୍ତନ ଭିତରେ ରହିଛି ନୂତନ ପ୍ରଜନନ ବ୍ୟବସ୍ଥା ବା ଜନନାଙ୍ଗ, ଆକାର, ଆକୃତି ଓ ରଙ୍ଗରେ ପରିବର୍ତ୍ତନ। ତେବେ ଯଦି ଆଣ୍ଠିଆଙ୍କର ଗୋଟିଏ ବଡ଼ ଦଳ ଗଠିତ ହୁଏ, ଯେଉଁଥିରେ ଅଣ୍ଡିରାଙ୍କ ସଂଖ୍ୟା ବହୁତ ଅଧିକ ହୋଇଥାଏ, ତା’ହେଲେ ପୁରୁଷ ଆଣ୍ଠିଆମାନେ ପୁଣି ଲିଙ୍ଗ ବଦଳାଇ ମାଈ ହୋଇଯାନ୍ତି।
ଅନ୍ତଃପୁରରୁ ପ୍ରମୁଖ ଅଣ୍ଡିରା ହଟିବା ପରେ ପରବର୍ତ୍ତୀ ପ୍ରଭାବଶାଳୀ ମାଈ ନିଜର ଲିଙ୍ଗ ବଦଳାଇ ଅଣ୍ଡିରା ହୋଇଯାନ୍ତି। କିନ୍ତୁ ଏକ ଘରୋଇ ଆକ୍ୱାରିୟମ୍‌ରେ ଏହି ଲିଙ୍ଗ ପରିବର୍ତ୍ତନ ଅନେକ ସମୟରେ ପୂର୍ଣ୍ଣ ହୁଏ ନାହିଁ। ସମୁଦ୍ରରେ ପ୍ରମୁଖ ପୁରୁଷ ଆଣ୍ଠିଆର ଏକ ଅନ୍ତଃପୁର ଥାଏ ଯେଉଁଥିରେ ଅନେକ ମାଈ ତା’ ନିୟନ୍ତ୍ରଣରେ ଥାନ୍ତି। ଆକ୍ୱାରିୟମ୍‌ରେ ଏହିସବୁ ପ୍ରକ୍ରିୟା ସହଜ ହୋଇ ନ ଥାଏ। ଅନେକ ସମୟରେ ମାଈଟିଏ ପୁରୁଷ ହେଉ ହେଉ ଅଧାବାଟରେ ଲଟକି ରହିଯାଏ- ନା ହୁଏ ଏ କୁଳର ନା ସେ କୁଳର।
ଆପଣ କେବେ ଭିନ୍ନ ଲିଙ୍ଗର ସଦସ୍ୟ ହେବା ପାଇଁ ଇଚ୍ଛା କରି ନାହାନ୍ତି? ବର୍ତ୍ତମାନ ଆମ ସାମାଜିକ ଚିନ୍ତାଧାରା ଅଧିକ ସ୍ଥିତିସ୍ଥାପକ ବା ନମନୀୟ ହେଉଥିବା ବେଳେ ଅନେକ ଲୋକ ଭିନ୍ନ ଲିଙ୍ଗର ସଦସ୍ୟ ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ମଣିଷର ଲିଙ୍ଗ ପରିବର୍ତ୍ତନ କରିବାକୁ ବର୍ତ୍ତମାନ ହଜାର ହଜାର ପ୍ଲାଷ୍ଟିକ୍‌ ସର୍ଜନ ବ୍ୟବସାୟ ଭାବେ ଗ୍ରହଣ କରିନେଇଛନ୍ତି। ଏଥିପାଇଁ ଅନେକ ଡଜନ ଯନ୍ତ୍ରଣାଦାୟକ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼େ। କିନ୍ତୁ ପ୍ରାଣୀ ଓ ଉଦ୍ଭିଦ କ୍ଷେତ୍ରରେ ଏହା ଅତି ସହଜ। ତାଙ୍କ ସମାଜର ପ୍ରଭାବ କାରଣରୁ ବା ପ୍ରାଣୀଟି ନିର୍ଦ୍ଦିଷ୍ଟ ବୟସ ବା ଆକାରବିଶିଷ୍ଟ ହେବା ପରେ ଏହି ପରିବର୍ତ୍ତନ ଘଟେ। ଏହି ପରିବର୍ତ୍ତନ ବିଭିନ୍ନ ପ୍ରକାର ଯଥା ମାଈରୁ ଅଣ୍ଡିରା ହେବା (protogyny), ଅଣ୍ଡିରାରୁ ମାଈ ହେବା (protandry) କିମ୍ବା ମାଈ ବା ଅଣ୍ଡିରାରୁ ଉଭୟଲିଙ୍ଗୀ (hermaphrodite) ହେବା।
ଅନେକ ମାଛ, ଶାମୁକା ଓ ସନ୍ଧିପଦ ଅଣ୍ଡିରାରୁ ମାଈ ହୋଇଥାନ୍ତି। କ୍ଲାଉନ୍‌ଫିଶ୍‌ ଏପରି ସମାଜରେ ବାସ କରନ୍ତି ଯେଉଁଠି ପ୍ରଜନନ ଯୋଡ଼ି ସି ଆନିମୋନ (ସାଗର କୁସୁମ)ରେ ବାସ କରନ୍ତି। ମାଈ ହେଉଛି ସବୁଠାରୁ ବଡ଼ ଏବଂ ଅଣ୍ଡିରା ତା’ଠାରୁ ଟିକିଏ ଛୋଟ। ଅନ୍ୟମାନେ ଆକାରରେ ଆହୁରି ଛୋଟ ଯେଉଁମାନଙ୍କର କୌଣସି ଜନନାଙ୍ଗ ନ ଥାଏ। ଯଦି ଦଳର ମାଈଟି ମରିଯାଏ, ତେବେ ଅଣ୍ଡିରାଟି ନିଜର ଆକାର ବୃଦ୍ଧି କରି ମାଈ ହୋଇଯାଏ। ତା’ପରେ ସବୁଠାରୁ ବୃହଦାକାର ଅଲିଙ୍ଗୀ କ୍ଲାଉନ୍‌ଫିଶ୍‌ ସେହି ଦଳ ପାଇଁ ଅଣ୍ଡିରାରେ ପରିଣତ ହୁଏ। ପ୍ରୋଟାଣ୍ଡ୍ରସ୍‌ ହର୍ମାଫ୍ରୋଡାଇଟ୍‌ମାନେ ଅଣ୍ଡିରାରୁ ଜୀବନ ଆରମ୍ଭ କରନ୍ତି ଏବଂ ସାମାଜିକ ଚାପରେ ସେମାନେ ଲିଙ୍ଗ ପରିବର୍ତ୍ତନ କରି ମାଈ ହୋଇପାରନ୍ତି।
ଅନ୍ୟ ପ୍ରୋଟାଣ୍ଡ୍ରସ୍‌ ପ୍ରାଣୀମାନଙ୍କ ଭିତରେ ଅଛନ୍ତି କମ୍ବ ଜେଲି, ଚଟକା କୃମି, ମର୍ମନ ଫ୍ରିଟିଲାରୀ ବଟର୍‌ଫ୍ଲାଇ ପ୍ରଭୃତି। ଲେଭାପେକ୍ସ ଫସ୍କସ୍‌ ହେଉଛି ଏକ ଛୋଟ ମଧୁରଜଳ ବାୟୁସେବୀ ଲିମ୍ଫେଟ୍‌ (ଏକ ପ୍ରକାର ଶାମୁକାଜାତୀୟ ପ୍ରାଣୀ ଯିଏ ପଥର ଦେହରେ ଲାଖି ରହିଥାଏ)। ପ୍ରଥମେ ଅଣ୍ଡିରାମାନେ ଶୁକ୍ରାଣୁ ଉତ୍ପନ୍ନ କରନ୍ତି। ତା’ପରେ କେତେକ ମାଈରେ ପରିଣତ ହୋଇ ଅଣ୍ଡିରାଙ୍କ ସହ ସଙ୍ଗମ କରନ୍ତି। ତା’ପରେ ଡିମ୍ବଗୁଡ଼ିକ ପରିପକ୍ୱ ହୁଅନ୍ତି। ସେଥିରୁ ସେମାନଙ୍କ ଛୁଆ ଜନ୍ମ ହୁଅନ୍ତି। ମେରାଇନ୍‌ ସି ଷ୍ଟାର ପ୍ରଜାତିର ମାଛମାନେ ପ୍ରଥମ ତିନିବର୍ଷ ଅଣ୍ଡିରା ଓ ତା’ପର ତିନିବର୍ଷ ମାଈ ହୁଅନ୍ତି। ଶରୀରର ଆକାର ପରିବର୍ତ୍ତନ ଯୋଗୁ ଏହି ଲିଙ୍ଗପରିବର୍ତ୍ତନ ଘଟେ। ଡିମ୍ବଗୁଡ଼ିକ ଶୁକ୍ରାଣୁଠାରୁ ଆକାରରେ ବଡ଼। ତେଣୁ ବଡ଼ ଆକାରର ମାଛମାନେ ଅଧିକ ଡିମ୍ବ ସୃଷ୍ଟି କରିପାରନ୍ତି। ତେଣୁ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଆକାରରେ ବୃଦ୍ଧି ଘଟୁଥିବାରୁ ସେମାନେ ଅଣ୍ଡିରାରୁ ମାଈ ହୋଇଥାନ୍ତି। ପ୍ରୋଟୋଜିନସ୍‌ ପ୍ରାଣୀମାନେ ମାଈ ହୋଇ ଜନ୍ମିଥାନ୍ତି। ଜୀବନର ଏକ ନିର୍ଦ୍ଦିଷ୍ଟ ବୟସ ଓ ଅବସ୍ଥାରେ ସେମାନେ ଅଣ୍ଡିରା ହୋଇଯାନ୍ତି। ସମସ୍ତ ପ୍ରୋଟୋଜିନସ୍‌ ପ୍ରଜାତିର ଉଭୟ ଲିଙ୍ଗର ଜନନାଙ୍ଗ ପାଇଁ ଜର୍ମ ସେଲ୍‌ ଥାଏ। ଯେତେବେଳେ ସାମାଜିକ ଆହ୍ବାନର ସମ୍ମୁଖୀନ ହୁଅନ୍ତି, ସେମାନେ ଅଣ୍ଡିରା ଅଙ୍ଗପ୍ରତ୍ୟଙ୍ଗର ବିକାଶ କରିଥାନ୍ତି। ବୟସ ଓ ଶରୀର ବଢ଼ିଲେ ସେମାନେ ଅଣ୍ଡିରାକୁ ପରିବର୍ତ୍ତିତ ହୁଅନ୍ତି।
ପ୍ୟାରଟ୍‌ ଫିଶ୍‌ ମାଈ ରୂପରେ ଜନ୍ମ ହୋଇଥାଏ, କିନ୍ତୁ ଏହା ପରେ ଜୀବନର ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ ଲିଙ୍ଗ ପରିବର୍ତ୍ତନ କରିଥାଏ। ପରିବର୍ତ୍ତନ ପରେ କେତେକ ସୁପର-ମେଲ୍‌ରେ ପରିଣତ ହୁଅନ୍ତି, ଯେଉଁମାନେ ଅନ୍ୟ ଅଣ୍ଡିରାଙ୍କଠାରୁ ଆକାରରେ ବଡ଼। ରାସ୍‌ (ସାମୁଦ୍ରିକ ରଙ୍ଗିନ ମାଛ ବିଶେଷ) ହେଉଛି ପ୍ରବାଳପ୍ରାଚୀର ମାଛ ପରିବାରର। କାଲିଫର୍ନିଆ ଶିପ୍‌ହେଡ୍‌ ରାସ୍‌ ବୟସ ଅନୁସାରେ ଲିଙ୍ଗ ପରିବର୍ତ୍ତନ କରିଥାଏ। ସବୁ ଶିପ୍‌ହେଡ୍‌ ମାଈରୂପେ ଜନ୍ମ ହୋଇଥାନ୍ତି। ଚାରିରୁ ଛଅବର୍ଷ ପର୍ଯ୍ୟନ୍ତ ସେମାନେ ମାଈ ହୋଇ ରହିବା ପରେ ଲିଙ୍ଗ ପରିବର୍ତ୍ତନ କରନ୍ତି। ଅନ୍ୟ ଯେଉଁମାଛମାନଙ୍କ କ୍ଷେତ୍ରରେ ଏପରି ଘଟେ ସେମାନେ ହେଉଛନ୍ତି- ଗ୍ରୁପର, ପୋର୍ଜି, ଆଙ୍ଗଲ୍‌ଫିଶ୍‌, ଗୋବି, ଏମ୍ପରର୍‌ ଓ ସ୍ବାମ୍ପ ଇଲ୍‌। ରାସ୍‌ମାନେ ଅଣ୍ଡିରା ଓ ମାଈରୂପେ ଜନ୍ମ ହୋଇ ପରେ ଲିଙ୍ଗ ପରିବର୍ତ୍ତନ କରନ୍ତି। କିନ୍ତୁ ଆଙ୍ଗଲ୍‌ଫିଶ୍‌ ମାଛ ମାଈରୁ ଅଣ୍ଡିରା ହୋଇଥାନ୍ତି। ଅର୍ଥାତ୍‌ ଜନ୍ମରୁ କେହି ଅଣ୍ଡିରା ନ ଥାନ୍ତି।
ବେଳେବେଳେ ରାଣା ଟେମ୍ପୋରାରିଆ ବେଙ୍ଗଙ୍କ କ୍ଷେତ୍ରରେ ବୁଢ଼ୀ ମାଈମାନେ ଅଣ୍ଡିରାକୁ ରୂପାନ୍ତରିତ ହୁଅନ୍ତି। ଅଧିକ ବୟସରେ ଲିଙ୍ଗ ପରିବର୍ତ୍ତନର ଗୋଟିଏ କାରଣ ବୋଧହୁଏ ହେଉଛି, ଏପରି ନ ହେଲେ ଅନ୍ତଃପ୍ରଜନନର ଆଶଙ୍କା ରହିବ ଯାହା ପ୍ରକୃତିବିରୋଧୀ। କେତେକ ଦଳ ଏକା ସମୟରେ ଲିଙ୍ଗ ପରିବର୍ତ୍ତନ କରନ୍ତି। ଯଦି ଗୋଟିଏ ମାଆର ସନ୍ତାନମାନେ ଏକା ବୟସର ହୋଇଥାନ୍ତି ଏବଂ ସେମାନେ ସମସ୍ତେ ଗୋଟିଏ ଲିଙ୍ଗରୁ ଜୀବନ ଆରମ୍ଭ କରିଥାନ୍ତି ଏବଂ ପରେ ଏକା ବୟସରେ ସମସ୍ତେ ଲିଙ୍ଗ ପରିବର୍ତ୍ତନ କରନ୍ତି, ତେବେ ଯେକୌଣସି ସମୟ ଖଣ୍ଡରେ ସେମାନେ ଗୋଟିଏ ଲିଙ୍ଗର ହିଁ ହୋଇଥିବେ। ଫଳରେ ଅନ୍ତଃପ୍ରଜନନର ଭୟ ରହିବ ନାହିଁ। ତାଙ୍କୁ ପ୍ରଜନନ ପାଇଁ ଅନ୍ୟ ଦଳରୁ ସାଥୀ ଖୋଜିବାକୁ ପଡ଼ିବ। ପୁଣି ଭିନ୍ନ ଲିଙ୍ଗର ଯଦି କେହି ନ ମିଳନ୍ତି ତେବେ ଲିଙ୍ଗ ପରିବର୍ତ୍ତନ ଦ୍ୱାରା କେତେକ ପ୍ରାଣୀ ବଂଶବୃଦ୍ଧି କରିବାର ସୁଯୋଗ ପାଆନ୍ତି।
ବିୟରହେଡ୍‌ ଡ୍ରାଗନ୍‌ ହେଉଛି ଏକ ସରୀସୃପ ଯେଉଁମାନେ ଡିମ୍ବ ଅବସ୍ଥାରେ ଥିବା ବେଳେ ହିଁ ଲିଙ୍ଗ ପରିବର୍ତ୍ତନ କରିପାରନ୍ତି। ଅଣ୍ଡିରା କଟ୍‌ଲଫିଶ୍‌ ସାଥୀକୁ ନିଜର କରିବା ପାଇଁ ଲିଙ୍ଗ ପରିବର୍ତ୍ତନ କରିଦିଅନ୍ତି। ଅନ୍ୟ ଅଣ୍ଡିରାଙ୍କ ସହ ମୁହାଁମୁହିଁ ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ, ସେଥିପାଇଁ ସେମାନେ ନିଜର ଶରୀରର ଗୋଟିଏ ପଟକୁ ଏପରି ବଦଳାଇ ଦିଅନ୍ତି ଯାହା ମାଈ ପରି ଦେଖାଯାଏ। ପାଖରେ ଥିବା ତା’ର ସାଥୀ ଜାଣେ ଯେ ସେ ଅଣ୍ଡିରା ଏବଂ ଅଳ୍ପ ଦୂରରେ ଥିବା ଅନ୍ୟ ଅଣ୍ଡିରା ଜାଣେ ଯେ ସେ ମାଈ। ପ୍ରତିଦ୍ୱନ୍ଦ୍ୱୀ ଅଣ୍ଡିରାଟି ଦେଖେ ଯେ ତା’ ଆଗରେ ଦୁଇଟି ମାଈ କଟଲ୍‌ଫିଶ୍‌ ଅଛନ୍ତି ଏବଂ ତା’ ସମ୍ମୁଖରେ କ’ଣ ଘଟୁଛି ସେ ଜାଣିପାରେ ନାହିଁ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?