ପ୍ରାକ ରାଜ୍ୟ ପୁରସ୍କାର ପରୀକ୍ଷା ପ୍ରସ୍ତୁତି ଶିବିର ଉଦ୍‌ଯାପିତ

ଦିଗପହଣ୍ଡି,୧୫।୯(ଡି.ଏନ.ଏ.)-ଦିଗପହଣ୍ଡି ପଦ୍ମନାଭପୁର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଶ୍ରୀଧାମ ପରିସରରେ ଚାଲିଥିବା ଭାରତ ସ୍କାଉଟସ୍‌ ଏଣ୍ଡ ଗାଇଡସର ପ୍ରାକ ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଶିବିର ଶନିବାର ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଭବାନୀ ଶଙ୍କର ଡାକୁଆଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ଗଞ୍ଜାମ ଜିଲା ଶିକ୍ଷାଧିକାରୀ ଡ.ସନାତନ ପଣ୍ଡାଙ୍କ ନିର୍ଦ୍ଦେଶରେ ଏବଂ ଜିଲା ସମ୍ପାଦକ ଭାଗିରଥୀ ସ୍ବାଇଁଙ୍କ ତତ୍ତ୍ବାବଧାନରେ ଶିବିରରେ ଅନୁଷ୍ଠିତ ହୋଇଥିଲା। ଜିଲାର ପଦ୍ମନାଭପୁର ସରସ୍ବତୀ ଶିଶୁ ମନ୍ଦିର, ଚିକିଟି ଓ ଦିଗପହଣ୍ଡି ଶିଶୁ ମନ୍ଦିର, ବମକୋଇ ଶିବାନନ୍ଦ ହାଇସ୍କୁଲ, ଗୋକର୍ଣ୍ଣପୁର ହାଇସ୍କୁଲ ଏବଂ ମଣିପଡିଆ ହାଇସ୍କୁଲ ପ୍ରମୁଖ ୬ ବିଦ୍ୟାଳୟର ୬୮ ଜଣ ସ୍କାଉଟ ଓ ୩୦ ଜଣ ଗାଇଡ ମୋଟ ୯୮ ଜଣ ଛାତ୍ରୀଛାତ୍ର ଏହି ଶିବିରରେ ଯୋଗ ଦେଇଥିଲେ। ଏଥିରେ ଭାରତ ସ୍କାଉଟ ଓ ଗାଇଡର ଜିଲା କମିଶନର ରାମଚନ୍ଦ୍ର ବିଷୋୟୀ, ଜିଲା ପରିଚାଳନା ସମ୍ପାଦିକା ସଶ୍ମିତା ପ୍ରଧାନ, ଜିଲା ସ୍କାଉଟ ପ୍ରଶିକ୍ଷକ ଲକ୍ଷ୍ମୀ ନାରାୟଣ ପଣ୍ଡା ଓ ଲବ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ସ୍କାଉଟ ଏଣ୍ଡ ଗାଇଡର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବୁଝାଇବା ସହ ଏହା ଦେଶ ଗଠନରେ ସହାୟକ ହେବ ବୋଲି କହିଥିଲେ। ଶିବିରରେ ରାଜ୍ୟ ପୁରସ୍କାର ପରୀକ୍ଷା ପ୍ରସ୍ତୁତି ପାଇଁ କ୍ୟାମ୍ପସ ପରିଚାଳନା, ପ୍ରାଥମିକ ଚିକିତ୍ସା, ସିଗନାଲ, ଏଷ୍ଟିମେସିନ, ପତାକା ଉତ୍ତୋଳନ ସମ୍ବନ୍ଧୀୟ ଜ୍ଞାନ ଶିକ୍ଷା ଦିଆଯାଇଥିଲା। ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଆଚାରୀ, ସୁନୀତା ପଣ୍ଡା, ଲିପ୍‌ସା ଚୌଧୁରୀ, ଶିକ୍ଷକ ରବୀନ୍ଦ୍ର ସାହୁ, ହରିବନ୍ଧୁ ଦୋରା ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ। ଉଦଯାପନୀ ଅବସରରେ ବିଦ୍ୟାଳୟ ପରିସରରେ ଚାରାରୋପଣ ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ଅଭାବ: ଥୁଆମୂଳ ରାମପୁରରେ ଦଲାଲଙ୍କ କବ୍‌ଜାରେ ଆମ୍ବ ଚାଷୀ

ଥୁଆମୂଳ ରାମପୁର, ୧୨/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ବଜାର ବ୍ୟବସ୍ଥା ନଥିବାରୁ ଆମ୍ବ ଚାଷୀ ବ୍ୟାପକ ଶୋଷଣର ଶିକାର ହେଉଛନ୍ତି।…

ଧରିତ୍ରୀ ପ୍ରଭାବ: କାଳବୈଶାଖୀ ବିପନ୍ନ ଗଜେନ୍ଦ୍ରଙ୍କୁ ମିଳିଲା ସରକାରୀ ଗୃହ କାର୍ଯ୍ୟାଦେଶ

ଥୁଆମୂଳ ରାମପୁର, ୧୨/୦୬ (କୀର୍ତ୍ତି ଚନ୍ଦ୍ର ଦୁର୍ଗା): ଗରିବର ଅଶ୍ରୁ ପୋଛିଲା ପ୍ରଶାସନ, ସାର୍ଥକ ହେଲା ‘ଧରିତ୍ରୀ’ର ସମ୍ବାଦ। କାଳବୈଶାଖୀ ଝଡ଼ରେ ଭାଙ୍ଗି ଚୁରମାର୍ ହୋଇଯାଇଥିବା ଗୁଣୁପୁର…

ଦିଗପହଣ୍ଡି କୋର୍ଟରେ ଆଇନ ସଚେତନତା

ଦିଗପହଣ୍ଡି, ୧୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବୃଦ୍ଧ ମାତା ପିତା ଓ ବରିଷ୍ଠ ନାଗରିକଙ୍କ ପାଇଁ ରହିଥିବା…

ବୃନ୍ଦାବନ ଚନ୍ଦ୍ର କ୍ରିକେଟ ଟୁର୍ନାମେଣ୍ଟ : ଫାଇନାଲରେ ଗୋକର୍ଣ୍ଣପୁର, ଝଗଡା ପଲ୍ଲୀ ଟିମ୍

ଦିଗପହଣ୍ଡି,୧୨|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଖମାରିଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମ ଖେଳପଡିଆରେ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟିଙ୍ଗ କ୍ଳବ  ପକ୍ଷରୁ  ସ୍ବର୍ଗତ କୃଷ୍ଣଚନ୍ଦ୍ର ଏବଂ…

କୁଲାଡ ରଥଯାତ୍ରା ପ୍ରସ୍ତୁତି ବୈଠକ: ସମନ୍ବୟ ରକ୍ଷା କରି ଯାତ୍ରାକୁ ସଫଳ କରାଯିବ

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କୁଲାଡ ରଥଯାତ୍ରା ଓ ବାହୁଡ଼ା ଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହ ହୋଇପାରିବ ସେ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଶୁକ୍ରବାର ଭଞ୍ଜନଗର…

ଗଞ୍ଜାମ ସହରରେ ପ୍ରବଳ ବର୍ଷା: ଗୁଳୁଗୁଳିରୁ ଅସ୍ବସ୍ତି

ଗଞ୍ଜାମ,୧୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଶୁକ୍ରବାର ସନ୍ଧ୍ୟାରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଫଳରେ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ଅସ୍ବସ୍ତି ମିଳିଛି। ଅନ୍ୟପଟେ ଏହି ବର୍ଷା…

ରେଳ ଲାଇନ ନକ୍ସା ପରିବର୍ତ୍ତନ ପାଇଁ ମସୁଧା : ଗଣ ଆନ୍ଦୋଳନ ନିଷ୍ପତ୍ତି 

ଦିଗପହଣ୍ଡି,୧୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ କଳିଙ୍ଗ ବୈଶ୍ୟ ସମାଜ ସଭାଗୃହରେ  ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ…

ନିସ୍ତୁକ ମାଡ଼ ମାରି ମୃତ ଭାବି କୂଅକୁ ଫିଙ୍ଗି ଦେଇଥିଲେ : ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):  ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ସମଲେଇପଦର ନିକଟ ଜଙ୍ଗଲରେ ରହିଥିବା ଏକ ପରିତ୍ୟକ୍ତ କୂଅରୁ ୪ଦିନ ପରେ ଯୁବକ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri