ପ୍ରାକୃତିକ ବିପତ୍ତିକୁ ବଳିଯାଉଛି ସଡ଼କ ଦୁର୍ଘଟଣା: ୧୦ବର୍ଷରେ ଗଲାଣି ୪୩ ହଜାର ଜୀବନ

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ବିଭିନ୍ନ ସମୟରେ ରାଜ୍ୟରେ ହେଉଥିବା ପ୍ରାକୃତିକ ବିପତ୍ତି ଯୋଗୁ ବହୁମୂଲ୍ୟ ଜୀବନ ଚାଲିଯାଉଛି। ଗତ ୧୦ ବର୍ଷ ମଧ୍ୟରେ ବଜ୍ରପାତ, ଅଂଶୁଘାତ, ଅଗ୍ନିକାଣ୍ଡ, ବାତ୍ୟା, ଘୂର୍ଣ୍ଣିଝଡ଼, ବନ୍ୟା, ଡଙ୍ଗାବୁଡ଼ି, ସାପ କାମୁଡ଼ା, ଭୂସ୍ଖଳନ ଓ ପାଣିରେ ବୁଡ଼ି ୧୧,୪୪୦ ଜଣଙ୍କ ଜୀବନ ଯାଇଛି। ଏଥିଯୋଗୁ କେବଳ ୨୦୧୯-୨୦ରେ ୧୫୫୦ ଜଣଙ୍କର ପ୍ରାଣହାନି ଘଟିଛିି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୧-୧୨ରେ ୫୦୧ ଜଣଙ୍କର ଜୀବନ ଯାଇଥିବା ବେଳେ ୨୦୧୨-୧୩ରେ ୪୪୪, ୨୦୧୩-୧୪ରେ ୫୩୮, ୨୦୧୪-୧୫ରେ ୪୮୨, ୨୦୧୫-୧୬ରେ ୧୩୩୬, ୨୦୧୬-୧୭ରେ ୧୭୧୦, ୨୦୧୭-୧୮ରେ ୨୩୨୫, ୨୦୧୮-୧୯ରେ ୨୫୫୦, ୨୦୧୯-୨୦ରେ ୧୫୫୦ ଜଣଙ୍କର ଦୈବୀ ବିପତ୍ତି ଯୋଗୁ ମୃତ୍ୟୁ ଘଟିଛି।

ମାତ୍ର ସବୁଠାରୁ ବଳିଯାଉଛି ସଡ଼କ ଦୁର୍ଘଟଣା। ଯାନବାହନ ବୃଦ୍ଧି ସାଙ୍ଗକୁ ବେପରୁଆ ଗାଡ଼ି ଚାଳନା ବହୁ ଧନଜୀବନକୁ ଅକାରଣରେ ଧ୍ୱଂସ ମୁହଁକୁ ଠେଲି ଦେଉଛି। ଉଜୁଡି ଯାଉଛି ଘର, ପରିବାର। କେବଳ ଯେ ଜୀବନ ଯାଉଛି ତାହା ନୁହେଁ,ଅନେକଙ୍କୁ ସାରାଜୀବନ ଅକର୍ମଣ୍ୟ ମଧ୍ୟ କରି ଦେଉଛି। ଓଡ଼ିଶାରେ ଦେଶର ସର୍ବାଧିକ ସଡ଼କ ଦୁର୍ଘଟଣା ହେଉଛି। ଏହାକୁ ନେଇ ସୁପ୍ରିମକୋର୍ଟ କମିଟି ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପ୍ରତିବର୍ଷ ୧୦ପ୍ରତିଶତ ଦୁର୍ଘଟଣା ହ୍ରାସ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ନିର୍ଦ୍ଦେଶର ପ୍ରଭାବ ଦେଖିବାକୁ ମିଳୁ ନାହିଁ। ବର୍ଷକୁ ବର୍ଷ ଦୁର୍ଘଟଣା ହାର ବଢ଼ି ଚାଲିଥିବା ବେଳେ ସରକାର ଏବଂ ଜନସାଧାରଣଙ୍କ ପାଇଁ ଚିନ୍ତାଜନକ ହୋଇଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୦ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୧ ଲକ୍ଷ ୧ ହଜାର ୩୦୫ ସଡ଼କ ଦୁର୍ଘଟଣାରେ ୪୩,୩୭୧ ଜଣ ଲୋକଙ୍କର ଜୀବନ ଯାଇଛି। ଏହି ସମୟରେ ୧ ଲକ୍ଷ ୧୨ ହଜାର ୫୩୮ ଜଣ ଆହତ ହୋଇଛନ୍ତି। ୨୦୧୦ରେ ସଡ଼କ ଦୁର୍ଘଟଣା ଯୋଗୁ ରାଜ୍ୟରେ ୩,୮୩୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୧ରେ ୩୮୦୨, ୨୦୧୨ରେ ୩୭୦୧, ୨୦୧୩ରେ ୪୦୬୨, ୨୦୧୪ରେ ୩୭୬୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୨୦୧୫ରେ ୪୩୦୩ ଜଣଙ୍କର ରାସ୍ତା ଦୁର୍ଘଟଣା ଯୋଗୁ ମୃତ୍ୟୁ ହୋଇଥିବା ବେଳେ ୨୦୧୬ରେ ୪୪୬୩, ୨୦୧୭ରେ ୪୭୯୦, ୨୦୧୮ରେ ୫୩୧୫ ଏବଂ ୨୦୧୯ରେ ୫୩୩୩ ଜଣଙ୍କର ମୃତ୍ୟୁ ହୋଇଛି। ସଡକ ଦୁର୍ଘଟଣାକୁ ରୋକିବାକୁ ସଡକ ସୁରକ୍ଷା ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ ଜବତ କରାଯିବା ସହ ଜରିମାନା କରାଯାଉଛି। ଜନ ସଚେତନତା ସୃଷ୍ଟି କରାଯିବା ସହ ବ୍ଲାକ ସ୍ପଟ ଠାବ କରାଯାଇ ପ୍ରତିକାର ବ୍ୟବସ୍ଥା କରାଯାଉଛି। ସୁପ୍ରିମକୋର୍ଟ କମିଟିଙ୍କ ନିର୍ଦ୍ଦେଶ ମୁତାବକ ପଦକ୍ଷେପ ନିଆଯାଉଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri