ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ୨ବର୍ଷ:‘ଜୀବନରେ ଲୁହ ଛଡ଼ା କିଛି ନାହିଁ’

ବଲାଙ୍ଗୀର ଅଫିସ/ପାଟଣାଗଡ଼ (ଡି.ଏନ.ଏ.), ୨୩ା୨: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ରବିବାର ୨ ବର୍ଷ ପୂରିବ। ଏହି ୨ ବର୍ଷ ଭିତରେ ନ୍ୟାୟ ତ ମିଳି ପାରିନାହିଁ କେବଳ ଲୁହ, କୋହ ଓ ଲାଞ୍ଛନା ମିଳିଛି ବୋଲି ପାର୍ସଲ ବୋମା ବିସ୍ପୋରଣରେ ମୃତ ସୌମ୍ୟଶେଖର ସାହୁଙ୍କ ବାପା ଅଧ୍ୟାପକ ରବୀନ୍ଦ୍ର ସାହୁ କହିଛନ୍ତି। ଏତେ ବଡ ନାରକୀୟ କାଣ୍ଡ ଭିଆଇବା ପରେ ଦୋଷୀଙ୍କୁ ଜାମିନ ମିଳୁଛି, ମାତ୍ର ପୀଡ଼ିତଙ୍କୁ ନ୍ୟାୟ ମିଳୁନାହିଁ ବୋଲି ସେ କୋହଭରା କଣ୍ଠରେ କହିଛନ୍ତି । ସବୁ ଆଶା, ସବୁ ସ୍ବପ୍ନ ଛାରଖାର ହୋଇଯିବା ପରେ ଅସ୍ତିତ୍ୱହୀନ ଜୀବନକୁ ନେଇ କେବଳ ଆୟୁଷ କାଟିବା ଛଡା ଏଇ ଜୀବନରେ ଆଉ କିଛି ନାହିଁ ବୋଲି ସେ କହିଛନ୍ତି ।

୨୩ ଫେବୃୟାରୀ ୨୦୧୮। ସେଦିନ ପାଟଣାଗଡ଼ ସହର ବ୍ରହ୍ମପୁରା ଛକ ନିକଟ ଅଧ୍ୟାପକ ସାହୁଙ୍କ ଘରେ ଭୟଙ୍କର ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ଅଧ୍ୟାପକ ସାହୁଙ୍କ ଏକମାତ୍ର ନବବିବାହିତ ପୁଅ ସୌମ୍ୟଶେଖର ଓ ପିଉସୀ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ନବବିବାହିତା ବୋହୂ ରିମା ସାହୁ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପରେ ଭଇଁଷା କଲେଜର ଇଂଲିଶ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ପୁଞ୍ଜିଲାଲ ଏବେ ବଲାଙ୍ଗୀର ଜିଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି । ରବିବାର ଏହି ଘଟଣାକୁ ଦୁଇବର୍ଷ ପୂରିବା ଅବସରରେ ଅଧ୍ୟାପକ ସାହୁଙ୍କୁ ପଚରାଯିବାରୁ ପାର୍ସଲ ବୋମା ବିସ୍ଫୋରଣ ଘଟଣା ତାଙ୍କ ସୁନାର ସଂସାରକୁ ଛାରଖାର କରିଦେଲା । ସେହିଦିନରୁ ମୃତ ସୌମ୍ୟଙ୍କ ସ୍ତ୍ରୀ ରିମା, ମା’ ସଂଯୁକ୍ତା ସାହୁ ଓ ସେ ଜିଅନ୍ତା ଶବ ପାଲଟି ଯାଇଥିବା କହିଛନ୍ତି। ରିମାକୁ ଦେଖିଲେ ସହି ହେଉନାହିଁ । ଘର ସଂସାରର ବୁଝି ନ ଥିବା ଝିଅ ରିମା ଉପରେ ପାହାଡ ପଡିଛି । ପାର୍ସଲ ବୋମା ବିସ୍ଫୋରଣ ଘଟଣା ପରଠାରୁ ଏଯାବତ୍‌ ସେ ଔଷଧ ଖାଇ ବଞ୍ଚତ୍ଛି। ତା’ର କାନକୁ ଭଲ ଭାବେ ଶୁଭୁନାହିଁ । ମାନସିକ ଚାପ ଯୋଗୁ ସେ ଏବେ ବି କେବଳ ନୀରବ ରହୁଛି । ପାଠ ପଢ଼ିଲେ କାଳେ ମନ ଭଲ ରହିବ ବୋଲି ତାକୁ ୬ ମାସ ପୂର୍ବରୁ ଓଡିଆ ପିଜି କରିବାକୁ ନାମ ଲେଖାଇଥିଲ। ଏବେ ପ୍ରଥମ ସେମିଷ୍ଟର ପରୀକ୍ଷା ସରିଛି। ଯେତେ ବୁଝାଇଲେ ମଧ୍ୟ କାହାରି ମନ ମାନୁନାହିଁ । ଏକମାତ୍ର ପୁଅକୁ ହରାଇ ଆମେ ସ୍ବାମୀ-ସ୍ତ୍ରୀ ସର୍ବହରା ହୋଇଯାଇଛୁଁ । ଯିଏ ଦୋଷ କରିଛି ତାକୁ ମା’ଙ୍କ ଶୁଦ୍ଧିକ୍ରିୟା ପରେ ବି ଜାମିନ୍‌ ମିଳୁଛି। ମାତ୍ର ଆମ ପୀଡିତ ପରିବାରକୁ ସାନ୍ତ୍ୱନା ଟିକେ ମିଳିନାହିଁ। ଏହି ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଏହା କେବେ ସରିବ ଓ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବ ତାହା କହିହେବ ନାହିଁ। ବିଧିର ବିଡମ୍ବନା ବିଚିତ୍ର ବୋଲି ସେ କହିଛନ୍ତି। ଭଇଁଷା କଲେଜରେ ପ୍ରଥମେ ପୁଞ୍ଜିଲାଲ ମେହେର ଅଧ୍ୟକ୍ଷ ଥିଲେ। ସେହି କଲେଜକୁ ସୌମ୍ୟ ଶେଖରଙ୍କ ମା’ ସଂଯୁକ୍ତା ବଦଳି ହୋଇ ଆସିବା ପରେ ସେ ଅଧ୍ୟକ୍ଷା ହେଲେ । ଏହି ଘଟଣାକୁ ନେଇ ସେ ପ୍ରତିଶୋଧପରାୟଣ ହୋଇ ପାର୍ସଲ ବୋମା ବିସ୍ଫୋରଣ କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ତେବେ ଏହି ମାମଲାର ବିଚାର ଆରମ୍ଭ ହୋଇ ନ ଥିବାରୁ ଘଟଣା କେଉଁ ମୋଡ ନେବ ଜଣାପଡିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?