ପ୍ରସିଦ୍ଧ ଭଦ୍ରକ କାଳୀପୂଜା: ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର

ଭଦ୍ରକ ଅଫିସ,୨୯।୧୦- ଦୀପାବଳିଠାରୁ ଆରମ୍ଭ ହୋଇଛି ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା।୧୧ଟି ଅସ୍ଥାୟୀ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇ ଆବାହନ କରାଯାଇଛି। ସୋମବାର ଦ୍ୱିତୀୟ ଦିନରେ ପାଗ ଅନୁକୂଳ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରାତି ବଢ଼ିବା ସହିତ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଚରମ୍ପା ଷ୍ଟେଶନ ଓ ଏହା ଆଖପାଖ ଅଞ୍ଚଳ ବେଶ୍‌ ଉତ୍ସବମୁଖର ହୋଇଉଠିଛି। ସବୁ ପୂଜା ମଣ୍ଡପର ସଚେତନାତ୍ମକ ବାରୁଆଳି ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ଷ୍ଟେଶନ ଆରପାଖ ମା’ପଥରକାଳୀଙ୍କ ସ୍ଥାୟୀ ପୂଜା ମଣ୍ଡପ ସମ୍ମୁଖରେ ସୁଉଚ୍ଚ ତୋରଣ ନିଆରା ଆକର୍ଷଣ ହୋଇଛି। ସେଠାରେ ନିକଟରେ ଖ୍ୟାତିସମ୍ପନ୍ନ ଲାଭ କରିଥିବା ରାନୁ ମଣ୍ଡଳଙ୍କ ଭିକାରୀରୁ କୋଟିପତି ଭାଗ୍ୟ ପରିବର୍ତ୍ତନ ନେଇ ହୋଇଥିବା ବାରୁଆଳି ବେଶ୍‌ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ମହାପ୍ରଭୁ ଓ ଗୋସ୍ବାଇଁଙ୍କୁ ନେଇ ହୋଇଥିବା ପୌରାଣିକ ଲୋକକଥାଭିତ୍ତିକ ବାରୁଆଳି ମନଲୋଭା ହୋଇଛି। ଷ୍ଟେଶନ ପାଖ ମଣ୍ଡପରେ ମା’ କାଳୀଙ୍କ ମୂର୍ତ୍ତିଠାରୁ ତୋରଣ ନିକଟରେ ଦର୍ଶକଙ୍କ ଭିଡ଼ ଜମୁଛି। ମୋଦି ଓ ଜିନ୍‌ପିଙ୍ଗ ଭେଟ ଓ ଇମ୍ରାନ ମୁଣ୍ଡରେ ହାତପାର୍ଶ୍ୱ, ପ୍ରଭୁ ନୃସିଂହଙ୍କ ଉଗ୍ରରୂପ ବାରୁଆଳି ଲୋକଙ୍କୁ ଆକୃଷ୍ଟ କରୁଛି। ପିଡବ୍ଲ୍ୟୁଆଇ କାଳୀପୂଜା ମଣ୍ଡପରେ ରାଜପ୍ରାସାଦ ତୋରଣ ଚିତ୍ତାକର୍ଷକ ହୋଇଛି। ସେଠାରେ କାଳିଆଦଳନ, କାଳନେମି ବଦ୍ଧ ଓ ଲକ୍ଷ୍ମୀଙ୍କ ଉଆସରେ ଶ୍ରୀଜଗନ୍ନାଥ, ବଳଭଦ୍ରଙ୍କ ଅନ୍ନଭୋଜନ ଦୃଶ୍ୟର ବାରୁଆଳି ମନ କିଣୁଛି। ସହର ରାସ୍ତାଘାଟ ରଙ୍ଗିନ ଆଲୋକମାଳା ଓ ଏଲ୍‌ଇଡି ବୋର୍ଡରେ ଝଲସୁଛି। ସମସ୍ତ ମଣ୍ଡପରେ ସିସିଟିଭି ଓ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିବା ଦେଖିବାକୁ ମିଳିଛି। ଯାତ୍ରାପାର୍ଟିଙ୍କ ପକ୍ଷରୁ ରାସ୍ତାକଡ଼ରେ ଲମ୍ବା ହୋର୍ଡ଼ିଂ ଶୋଭା ବଢ଼ାଉଛି।
ଭଦ୍ରକ ଷ୍ଟେଶନ ନିକଟରେ ସ୍ବେଚ୍ଛାସେବୀ ସଙ୍ଗଠନ ଶହୀଦ ଭଗତସେନା ପକ୍ଷରୁ ଏକ ସୂଚନା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ସୋମବାର ମଧ୍ୟାହ୍ନରେ ସଙ୍ଗଠନର ଆବାହକ ସିତାଂଶୁ ମହାପାତ୍ର ଏହାକୁ ଉଦ୍‌ଘାଟନ କରି କାଳୀପୂଜା ଶେଷ ପର୍ଯ୍ୟନ୍ତ ଲୋକଙ୍କ ସହାୟତା ପାଇଁ ଏହା କାର୍ଯ୍ୟ କରିବ ବୋଲି କହିଥିଲେ। ପ୍ରାଥମିକ ସ୍ବାସ୍ଥ୍ୟସେବା ସାଙ୍ଗକୁ ନିଖୋଜ ହୋଇଯାଉଥିବା ଲୋକଙ୍କ ଉଦ୍ଦେଶ୍ୟରେ ଏହି କେନ୍ଦ୍ର କାର୍ଯ୍ୟ କରିବ। ଉଦ୍‌ଘାଟନୀ ଅବସରରେ ଭଗତସେନାର ପଦ୍ମନାଭ ପଣ୍ଡାଙ୍କ ସମେତ ଶତାଧିକ ଯୁବକ ଉପସ୍ଥିତ ଥିଲେ। କାଳୀପୂଜା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସ୍‌ପି ରାଜେଶ ପଣ୍ଡିତଙ୍କ ନେତୃତ୍ୱରେ ଚୋର ଓ ଅସାମାଜିକ ଯୁବକଙ୍କୁ କାବୁ କରିବାକୁ ସ୍ବତନ୍ତ୍ର ପୋଲିସ ନିୟୋଜିତ ହୋଇଛନ୍ତି। ପୂଜା ମଣ୍ଡପ ସମେତ ବିଭିନ୍ନ ସ୍ଥାନରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ୨ ଅତିରିକ୍ତ ଏସ୍‌ପି, ୬ ଡିଏସ୍‌ପି, ୯ ଇନ୍ସପେକ୍ଟର, ୬୨ ଏସ୍‌ଆଇ ଓ ଏଏସ୍‌ଆଇ, ୨ଟି ମୋବାଇଲ ପାଟ୍ରୋଲିଂ ଭ୍ୟାନ୍‌, ହୋମଗାର୍ଡ, ଗ୍ରାମରକ୍ଷୀ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧୦୦ ଜଣ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି। ସାଦା ପୋଷାକରେ ସ୍ବତନ୍ତ୍ର ପୋଲିସ ନିୟୋଜିତ ହୋଇ ରୋଡ୍‌ ରୋମିଓ ଏବଂ ଅସାମାଜିକ ଯୁବକଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?