ପ୍ରସଙ୍ଗ ଆଧାରରେ ହୋଇପାରେ ଭୋଟ

କଟକ ଅଫିସ୍‌, ୨୧ା୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାରରେ ପୂର୍ଣ୍ଣଚ୍ଛେଦ ପଡିବ। ପ୍ରଚାର ପାଇଁ ହାତରେ ମାତ୍ର ୨୪ଘଣ୍ଟା ସମୟ ଥିବାରୁ ପ୍ରାର୍ଥୀମାନେ ଶେଷ ଦମ ଲଗାଇ ଦେଇଛନ୍ତି। କଟକ ଲୋକ ସଭା ଆସନରେ ମୋଟ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଲଢେଇ ମୁଖ୍ୟତଃ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ଭାଜପା ପ୍ରାର୍ଥୀ ପ୍ରକାଶ ମିଶ୍ର ଓ କଂଗ୍ରେସ ପ୍ରାର୍ଥୀ ପଞ୍ଚାନନ କାନୁନ୍‌ଗୋଙ୍କ ମଧ୍ୟରେ ହେଉଛି। ବିଜୟ ପାଇଁ ସମସ୍ତ ପ୍ରାର୍ଥୀ ଦମ୍ଭୋକ୍ତି ଦେଖାଉଛନ୍ତି। କିନ୍ତୁ ଭୋଟରଙ୍କ ମୁଡକୁ ଦେଖି କେହି ବିଜୟ ପାଇଁ ସ୍ଥିରନିଶ୍ଚିତ ହୋଇପାରୁନାହାନ୍ତି। କାରଣ ଲୋକ ସଭା ଆସନ ଅଧୀନ ବିଧାନସଭା କ୍ଷେତ୍ରଗୁଡିକରେ ଗୋଳମାଳିଆ ସମୀକରଣ ଏମପି ପ୍ରାର୍ଥୀଙ୍କୁ ସନ୍ଦିହାନରେ ରଖିଛି।
କଟକ ଲୋକ ସଭା କ୍ଷେତ୍ର ଅଧୀନରେ ବାରବାଟୀ-କଟକ, ଚୌଦ୍ୱାର-କଟକ, ଆଠଗଡ଼, ବଡମ୍ବା, ବାଙ୍କୀ, କଟକ ସଦର ଓ ନୟାଗଡ଼ ଜିଲାର ଖଣ୍ଡପଡ଼ା ବିଧାନସଭା ଆସନ ରହିଛି। ଏଥିମଧ୍ୟରୁ କେଉଁଠି ବିଜେଡି ସହିତ କଂଗ୍ରେସର ପ୍ରତିଦ୍ୱନ୍ଦ୍ୱିିତା ହେଉଛି ତ କେଉଁଠି ବିଜେଡି ସହିତ ଭାଜପା ଓ କେଉଁଠି ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଲୋକଙ୍କ ଆଲୋଚନାରୁ ଜଣାପଡ଼ୁଛି ଯେ, କଟକ-ବାରବାଟୀରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିକୋଣୀୟ ପ୍ରତିଦ୍ୱିନ୍ଦ୍ୱିତା ହେଉଥିବାବେଳେ ଚୌଦ୍ୱାର-କଟକରେ ବିଜେଡି, ଭାଜପା ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେଉଛି। ସେହିପରି ଆଠଗଡ଼ରେ ବିଜେଡି ସହିତ କଂଗ୍ରେସ, କଟକ ସଦରରେ ବିଜେଡି ସହିତ ଭାଜପା, ବାଙ୍କୀରେ ବିଜେଡି ସହିତ କଂଗ୍ରେସ, ବଡ଼ମ୍ବାରେ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢେଇ ହେଉଥିବା ବେଳେ ଖଣ୍ଡପଡାରେ ବିଜେଡି, ଭାଜପା ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେଉଛି।
୨୦୧୯ ନିର୍ବାଚନରେ ଭୋଟରଙ୍କ ମଧ୍ୟରେ ଆଉ ଏକ ନୂଆ କଥା ଓ ଆଗ୍ରହ ଦେଖିବାକୁ ମିଳୁଛି। ତାହା ହେଉଛି ଗୋଟିଏ ଭୋଟ ଶଙ୍ଖକୁ ଅନ୍ୟ ଭୋଟଟି ପଦ୍ମକୁ। ଅର୍ଥାତ୍‌ ବିଧାୟକଙ୍କ ଭୋଟ ବିଜେଡିକୁ ଓ ଏମପି ଭୋଟ ଭାଜପାକୁ ଦେବାକୁ ଭୋଟରଙ୍କ ମଧ୍ୟରେ ଏକପ୍ରକାର ଆଗ୍ରହ ଥିବା ଦେଖିବାକୁ ମିଳୁଛି। ବିଶେଷକରି ସହରାଞ୍ଚଳ ଓ ଯୁବ ଭୋଟରଙ୍କ ମଧ୍ୟରେ ଏହି ଟ୍ରେଣ୍ଡ ଏବେ ରାଜନୀତିକୁ ଅଧିକ ଗୋଳମାଳିଆ କରିଛି। ଏହି ଭୋଟରଙ୍କ ହାର ଓ ଏମାନଙ୍କ ଭୋଟ କେତେମାତ୍ରାରେ ନିର୍ଣ୍ଣାୟକ ହେବ ସେ ନେଇ ରାଜନୀତି ସମୀକ୍ଷକମାନେ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରୁନାହାନ୍ତି। ରାଜନୈତିକ ସମୀକ୍ଷକ ପ୍ରଦୀପ ସାହୁଙ୍କ ମତରେ ଯଦି ୧୦ ପ୍ରତିଶତ ଭୋଟର ଏଭଳି କରନ୍ତି, ତେବେ ଏମପି ଭୋଟ ଫଳାଫଳ ସମସ୍ତ ପୂର୍ବାନୁମାନକୁ ଓଲଟପାଲଟ କରିଦେବ। ଏହାବ୍ୟତୀତ ଗ୍ରାମାଞ୍ଚଳ ଲୋକେ ଯଦି ଗୋଟିଏ ଧାରାରେ ସେମାନଙ୍କ ମତ ଦିଅନ୍ତି ତେବେ ମଧ୍ୟ ହାୱା ଓ ବାସ୍ତବତା ମଧ୍ୟରେ ଫରକ ରହିବ।
ଏ ସବୁ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ସାଧାରଣ ଭୋଟରଙ୍କ ମତ ଭିନ୍ନ ରହିଛି। ଭୋଟରମାନେ ଚଳିତଥର ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ଭୋଟ ଦେବେ ବୋଲି ମତ ଦେଇଛନ୍ତି। କଟକ ସଦର ନିର୍ବାଚନମଣ୍ଡଳୀ ଅଧୀନ ରଘୁନାଥପୁର ଗ୍ରାମର ଭୋଟର ରବିନାରାୟଣ ଦାସ କୁହନ୍ତି, ବେକାରି ସବୁଠୁ ବଡ଼ ସମସ୍ୟା। ୧୮ବର୍ଷ ମଧ୍ୟରେ ରାଜ୍ୟ ସରକାର ବିଭିନ୍ନ ବର୍ଗଙ୍କ ପାଇଁ ଅନେକ ଯୋଜନା କରିଥିବାବେଳେ ଶିକ୍ଷିତ ବେକାରମାନଙ୍କ ପାଇଁ ଆଖିବୁଜି ଦେଇଛନ୍ତି। ରାମକୁମାରପୁର ଗ୍ରାମର ଭୋଟର ଚାଷୀ ପ୍ରସଙ୍ଗ ଉଠାଇଥିବା ବେଳେ ବାଙ୍କୀ ରତାଗଡ ଅଞ୍ଚଳର ଭୋଟର ପ୍ରଦୀପ ସାହୁ, ରମେଶ ଭଞ୍ଜ, ସଞ୍ଜୀବ ପରିଡା ପ୍ରମୁଖ ଜଳସେଚନ ସମସ୍ୟା ଉକ୍ତ ଅଞ୍ଚଳର ମୁଖ୍ୟ ପ୍ରସଙ୍ଗ ହେବ ବୋଲି କହିଛନ୍ତି। ବାଙ୍କୀକୁ ନଦୀ, ନାଳ ଘେରି ରହିଥିବା ବେଳେ ବନ୍ୟା ନିୟନ୍ତ୍ରଣ ଓ ଜଳସେଚନ ସୁବିଧା କରାଯାଇନାହିଁ। ସେହିପରି ମାର୍ଥାପୁର ଷ୍ଟେଶନକୁ ଯିବା ପାଇଁ ଭଲ ରାସ୍ତା ନ ଥିବା ଏହି ଭୋଟରମାନେ କହିଛନ୍ତି। ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀର ଭୋଟର ଲଳିତ ରାୟ କୁହନ୍ତି, ବଡ଼ ସହରରେ ରହୁଛୁ। କିନ୍ତୁ ଏଠାକାର ଦୁରବସ୍ଥା କହିଲେ ନ ସରେ। ଅସରାଏ ବର୍ଷାରେ ଘରେ ପାଣି ପଶୁଥିବା ବେଳେ ବିଶୁଦ୍ଧ ପାନୀୟଜଳ ପାଇବା କଷ୍ଟକର। ଏହାବାଦ୍‌ ନିଯୁକ୍ତି କ୍ଷେତ୍ରରେ କେହି ବି ତତ୍ପର ନୁହନ୍ତି। ବାରବାଟୀ-କଟକ ଅଞ୍ଚଳର ଭୋଟର ଶୁଭେନ୍ଦୁ ସ୍ବାଇଁ କୁହନ୍ତି, କେହି ଭଲ ନୁହନ୍ତି। ମୋଦି ୨୦୧୪ ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କାର୍ଯ୍ୟକାରୀ ହେଲା ନାହିଁ। ପୁଣି ଭୋଟ ପାଇଁ ଏବେ ଭାଜପା ନାନାଦି ଭେଳିକି କରୁଛି। ରାଜ୍ୟରେ ଗୋଟିଏ ସରକାର ୧୯ବର୍ଷ ହେବ ରହିଥିଲେ ମଧ୍ୟ ବେକାରମାନଙ୍କ ପାଇଁ କିଛି ବି କରିନି। ତେଣୁ ଦଳ ନୁହେଁ ପ୍ରାର୍ଥୀ ଦେଖି ଭୋଟ ଦେବା ଉଚିତ।
ଭୋଟରମାନେ ଏଭଳି ମତ ଦେଇଥିବା ବେଳେ ପ୍ରାର୍ଥୀମାନେ ମଧ୍ୟ ପରସ୍ପର ବିରୋଧରେ ଥିବା ଇସ୍ୟୁ ଓ ଇସ୍ତାହାରକୁ ନେଇ ମତଦାତାଙ୍କୁ ଭେଟୁଛନ୍ତି। ଏହି ଆସନରୁ ଲଗାତର ୫ଥର ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀ ମହତାବ କୁହନ୍ତି, ଓଡ଼ିଶାର ସ୍ବାର୍ଥ ସ୍ବାଭିମାନକୁ ଦିଲ୍ଲୀ ଦରବାରରେ ଉପସ୍ଥାପିତ କରିବା ମୋର ମୂଳ ଲକ୍ଷ୍ୟ ରହି ଆସିଛି। ବିଗତ ଦିନମାନଙ୍କରେ ରାଜ୍ୟ ସହିତ କଟକବାସୀଙ୍କ ପାଇଁ ମଁୁ ପାର୍ଲାମେଣ୍ଟରେ ଲଢେଇ କରି ଆସିଛି। ନବୀନଙ୍କ ଲୋକପ୍ରିୟତା ଓ ବିକାଶ ପୁଣି ଥରେ ବିଜେଡିକୁ ବିପୁଳ ଭୋଟରେ ବିଜୟୀ କରିବ। କଂଗ୍ରେସ ପ୍ରାର୍ଥୀ କାନୁନ୍‌ଗୋ କୁହନ୍ତି, ଦେଶରେ ଗତ ୫ବର୍ଷ ଧରି ରହିଥିବା ସରକାର ଅସ୍ଥିରତା ସୃଷ୍ଟି କରିଛନ୍ତି। ଆର୍ଥିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇଛି। ଦେଶ ଏବେ ଏ ସରକାର ଅମଳରେ ଅସୁରକ୍ଷିତ। ସେହିପରି ରାଜ୍ୟରେ ସରକାର ୧୯ବର୍ଷ ଧର ୧୯ ମହାଦୁର୍ନୀତିରେ ସମ୍ପୃକ୍ତ ରହିଛି। ରାଜ୍ୟବାସୀଙ୍କୁ କେବଳ ଏ ସରକାର ଠକି ଚାଲିଥିବା କାନୁନ୍‌ଗୋ କହିଛନ୍ତି। ଭାଜପା ପ୍ରାର୍ଥୀ ମିଶ୍ରଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ସଭା ଓ ଶୋଭାଯାତ୍ରାରେ ଥିବା କହି କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।

ନିର୍ମଳ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ଭାଜପା, ପଞ୍ଜାବରେ ଏଏପିର ରେକର୍ଡ

ନୂଆଦିଲ୍ଲୀ,୧୨ା୩: ଉତ୍ତରପ୍ରଦେଶରେ ଭାଜପା ଏବଂ ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବିଧାନସଭା ନିର୍ବାଚନରେ କେବଳ ଜବରଦସ୍ତ ବିଜୟ ହାସଲ କରିନାହାନ୍ତି, ବରଂ କିଛି ଦଶନ୍ଧିର...

ନୟାଗଡ଼ରେ ବିଜେଡି, ରଣପୁରରେ ଭାଜପା ଆଗୁଆ

ନୟାଗଡ ଅଫିସ,୨୩ା୫- ୬ଷ୍ଠ ରାଉଣ୍ଡ ଗଣତି ପରେ ନୟାଗଡ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅରୁଣ ସାହୁ ୩୮୧୭ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ସେହିପରି ଚତୁର୍ଥ ରାଉଣ୍ଡ...

ଅନୁଗୋଳରେ ରଜନୀକାନ୍ତ ୩୯୦୮ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୭ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ରଜନୀକାନ୍ତ ସିଂ ୩୯୦୮ ଭୋଟରେ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ...

କେଜ୍‌ରିଓ୍ବାଲଙ୍କ କ୍ଲିନ୍‌ ସୁଇପ୍‌

ନୂଆଦିଲ୍ଲୀ,୧୨ା୨(ପି.ଟି.): ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଜବରଦସ୍ତ ବିଜୟ ସହ ପୁଣିଥରେ ସରକାର ଗଢ଼ିବାକୁ ଯାଉଛି। ୭୦...

ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପ୍ରଚାର ଶେଷ

ନୂଆଦିଲ୍ଲୀ,୧୨ା୨: ଉତ୍ତରପ୍ରଦେଶର ଦ୍ୱିତୀୟ ପର୍ଯ୍ୟାୟ, ଉତ୍ତରାଖଣ୍ଡ ଏବଂ ଗୋଆ ବିଧାନସଭା ନିର୍ବାଚନ ପାଇଁ ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୯ଟି...

ଜନତାଙ୍କୁ ଧନ୍ୟବାଦ ଜଣାଇଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀରେ ଆମ ଆଦମୀ ପାର୍ଟି (ଏଏପି) ଏବେ ପର୍ଯ୍ୟନ୍ତ ହୋଇଥିବା ମତଗଣନାରେ ବହୁମତରେ ଆଗରେ ରହିଛି। ଏନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ...

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ଉପନିର୍ବାଚନ ଲାଗି ସକାଳ ୭ଟାରୁ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି। ତେବେ ପୂର୍ବାହ୍ନ ୧୧ଟା ସୁଦ୍ଧା ଝରସୁଗୁଡାରେ ୨୦.୩୮ ପ୍ରତିଶତ ମତଦାନ...

ପାଟକୁରା ନିର୍ବାଚନ: ସକାଳ ୯ଟା ସୁଦ୍ଧା ୧୨% ମତଦାନ

ଡେରାବିଶ, ୨୦।୭(ସ୍ବ.ପ୍ର.): ପାଟକୁରା ବିଧାନସଭା ଆସନ ଲାଗି ଶନିବାର ମତଦାନ ଚାଲିଛି। ପ୍ରଥମେ ସମସ୍ତ ୩୦୯ଟି ବୁଥ୍‌ରେ ମକ୍‌ପୋଲ ହେବା ପରେ ସକାଳ ୭ଟାରୁ ଭୋଟ...

Advertisement
Archives

Model This Week