ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ଲାଗି ଆପ୍ଟିପ୍ଲସ୍‌ର ସେମିନାର

ଭୁବନେଶ୍ୱର,୨୧।୬ : ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ଆପ୍ଟିପ୍ଲସ୍‌ ଏକାଡେମୀ ପକ୍ଷରୁ ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ଲାଗି ଏକ ନିଶୁଳ୍କ ସେମିନାର ୨୩ ଜୁନ(ରବିବାର) ଦିନ ଆୟୋଜନ କରାଯାଉଛି। ଏଥିରେ ଆପ୍ଟିପ୍ଲସର ୨୦୧୮ ଆଇଏଏସ୍‌ ପରୀକ୍ଷାରେ ସଫଳ ହୋଇଥିବା ରାହୁଲ ଜୈନ, ସାଓ୍ବନ କୁମାର, ନମିତା ଶର୍ମା, ଜୁବୀନ ମହାପାତ୍ର ଏବଂ ସୋମାଲିନ ଶୁଭଦର୍ଶିନୀ ଉପସ୍ଥିତ ରହିବେ। ଛାତ୍ରୀଛାତ୍ରଙ୍କୁ ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ସଚେତନ କରାଇବା ଲାଗି ଏଭଳି ଏକ ସେମିନାର ଆୟୋଜନ କରାଯାଉଥିବା ଆପ୍ଟିପ୍ଲସର ନିର୍ଦ୍ଦେଶକ ଡ.ସୁସିଜିତ ସାହୁ ସୂଚନା ଦେଇଛନ୍ତି। ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ଛାତ୍ରୀଛାତ୍ର ଆପ୍ଟିପ୍ଲସର ଓ୍ବେବସାଇଟ ଭିଜିଟ କରିପାରିବେ। ଆପ୍ଟିପ୍ଲସର ନିରବଚ୍ଛିନ୍ନ ପ୍ରଚେଷ୍ଠା ଯୋଗୁ ଚଳିତ ବର୍ଷ ୪୧ ଜଣ ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ପ୍ରତିଷ୍ଠାନର ଉତ୍ତମ ମାନର ଶିକ୍ଷା ଏବଂ ପ୍ରବର୍ତ୍ତନ ଯୋଗୁ ଛାତ୍ରୀଛାତ୍ର ଏଭଳି ସଫଳତା ପାଇବାକୁ ସକ୍ଷମ ହେଉଥିବା ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନ ପରିଷଦ ପାଇଁ ବାଟ ଫିଟୁଛି

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ଓଡ଼ିଶାରେ ବିଧାନ ପରିଷଦ ପ୍ରତିଷ୍ଠା ନେଇ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଯାଇଛି। ଏଥିପାଇଁ କେବଳ କେନ୍ଦ୍ରର ଅନୁମତି ଆବଶ୍ୟକ। ତେଣୁ ଆସନ୍ତା ବଜେଟ ଅଧିବେଶନରେ...

୬୦୯ କୋଟିର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ୬୦୯ କୋଟି ଟଙ୍କାର ୫ଟି ପ୍ରକଳ୍ପ ସ୍ଥାପନ ହେବ। ଏଥିରେ ପ୍ରାୟ ୧୫୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ସୋମବାର...

ରାଜ୍ୟରୁ ପୁଣି ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୫।୯(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୧୭୦କୁ ବୃଦ୍ଧି ପାଇଛି। ୭ ମୃତକଙ୍କ...

ରାଜଧାନୀରେ ଜମି ମାଫିଆଙ୍କ ଗୁଣ୍ଡାରାଜ: ବନ୍ଧୁକ ଦେଖାଇ ମାଡ଼ମାରି ନେଲେ ଦସ୍ତଖତ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ରାଜଧାନୀରେ ଜମି ମାଫିଆ ଓ ଦଲାଲଙ୍କ ଗୁଣ୍ଡାଗିରି ଦିନକୁ ଦିନ ବଢ଼ି ଚାଲିଛି। ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଲୋକଙ୍କ ଜମି କବ୍‌ଜା...

ଚେକିଂ: ପଲ୍‌ସର ଯାତ୍ରୀ ହଟହଟା

ଚୋରଗଲା ପରେ ବୁଦ୍ଧି ପଶେ। ଲୁଟ୍‌ ଘଟଣାକୁ ନେଇ ଲୋକେ ତାତିବା ପରେ ପୋଲିସ ବାଉଳା ହୋଇ ବୁଧବାର ଅପରାହ୍ନରୁ ବିଭିନ୍ନ ସ୍ଥାନରେ ଚେକିଂକୁ କଡାକଡି...

ବାତ୍ୟା ବିପନ୍ନଙ୍କୁ ଭେଟିଲେ ସୁଇଜରଲ୍ୟାଣ୍ଡ ପାର୍ଲାମେଣ୍ଟ ସଦସ୍ୟ

ପୁରୀ ଅଫିସ, ୨୩ା୭: ସୁଇଜରଲ୍ୟାଣ୍ଡ ପାର୍ଲାମେଣ୍ଟ ସଦସ୍ୟ ଓ ଦୂତାବାସ ଅଧିକାରୀ ଏବଂ ସିଡ୍‌ସ (ସଷ୍ଟେନେବଲ୍‌ ଏନ୍‌ଭାଇରନ୍‌ମେଣ୍ଟ ଆଣ୍ଡ ଇକୋଲୋଜିକାଲ ଡେଭଲପ୍‌ମେଣ୍ଟ ସୋସାଇଟି)ର ସଦସ୍ୟ ମଙ୍ଗଳବାର...

ମାଟ୍ରିକ ପରୀକ୍ଷାରେ ଟି.ଏସ୍‌.ଜି. ଗୁରୁକୁଳର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର,୨୩।୫(ବ୍ୟୁରୋ) : ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଟି.ଏସ୍‌.ଜି ଗୁରୁକୁଳର ଓଡ଼ିଆ ମାଧ୍ୟମ ଛାତ୍ରୀଛାତ୍ର ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଏହି ଧାରା ବିଗତ ୯ବର୍ଷ...

ଟ୍ରକ ଧକ୍କାରେ ଅଟୋ ଚାଳକ ମୃତ

ବାଲିଅନ୍ତା,୨ା୧(ଡି.ଏନ୍‌.ଏ): ନୂଆବର୍ଷ ଲାଗି ଚାରିଆଡ଼େ ଉତ୍ସବର ମାହୋଲ ଚାଲିଥିବାବେଳେ ବାଲିଅନ୍ତା ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲିଅନ୍ତା- ଭିଙ୍ଗାରପୁର ରାସ୍ତାର ବେଣୁପୁର...

Advertisement


Archives

Model This Week