କୁନ୍ଦୁରା,୨୨ା୨(ଡି.ଏନ୍.ଏ.)
କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଗରିବ ହିତାଧିକାରୀଙ୍କ ପାଇଁ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଯୋଜନାରେ ପ୍ରଶାସନିକ ଅବହେଳା ଯୋଗୁ ୨୦୧୮-୧୯ରେ ଶତାଧିକ ଗୃହ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ବ୍ଲକର ୧୬ଟି ପଞ୍ଚାୟତରେ ଗ୍ରାମସଭା ଓ ପଲ୍ଲୀସଭା ଦ୍ୱାରା ଚୟନ ଏବଂ ଏସ୍ଇସିସି ତାଲିକାରେ ଥିବା ହିତାଧିକାରୀଙ୍କୁ ଆବାସ ଦିଆଯାଉଥିଲେ ମଧ୍ୟ ସେମାନଙ୍କୁ ପ୍ରଶାସନ ଠିକ୍ ସମୟରେ ଟଙ୍କା ଦେଉ ନ ଥିବାରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁ ନ ଥିବା ଜଣାପଡ଼ିଛି। କୁନ୍ଦୁରା ବ୍ଲକ ପଖନାଗୁଡ଼ା ଗ୍ରାମର କେତେକ ହିତାଧିକାରୀ ବାରମ୍ବାର ଆବେଦନ କରିବା ସତ୍ତ୍ୱେ ସେମାନଙ୍କୁ ଏଯାବତ୍ ଆବାସ ମିଳୁ ନ ଥିବା ବିଡିଓ ସ୍ନେହପ୍ରଭା ମାଝିଙ୍କୁ ଅଭିଯୋଗ କରାଯାଇଛି। ଲିମା ପଞ୍ଚାୟତ ଗୁଣ୍ଠାଗୁଡା ଗ୍ରାମର ସନସାଇ ପରଜା ୫୦୦ ଟଙ୍କା ଲାଞ୍ଚ ନ ଦେବାରୁ ୨୦୧୭ ଜୁନ୍ର ଆବାସ ଗୃହ ଏ ଯାଏଁ ସମ୍ପୂର୍ଣ୍ଣ ହୋଇନାହିଁ। ତାଙ୍କୁ ଆବାସ କାର୍ଯ୍ୟାଦେଶ ମିଳିବାର କିଛି ଦିନ ପରେ ଜଣେ ସରକାରୀ କର୍ମଚାରୀ ୫ହଜାର ଟଙ୍କା ମାଗିଥିଲେ। ସନସାଇ ଦେଇ ନ ପାରିବା ଯୋଗୁ କୁନ୍ଦୁରା ବ୍ୟାଙ୍କ ସନ୍ସାଇଙ୍କ ଜମାଖାତାରେ ଥିବା ଆବାସ ବାବଦୀୟ ପ୍ରଥମ କିସ୍ତିକୁ ଅଟକାଇ ଦିଆଯାଇଥିଲା। ଏ ବିଷୟରେ ତତ୍କାଳୀନ ବିଡିଓ ବିଜୟାନନ୍ଦ ସେଠୀଙ୍କୁ ଭଲ ଭାବେ ଜଣାଥିବା ସତ୍ତ୍ୱେ ମଧ୍ୟ ଉକ୍ତ ଟଙ୍କାକୁ ସନସାଇଙ୍କୁ ଦିଆଯାଇ ନ ଥିଲା। ସେହିଭଳି ଅଗଷ୍ଟ ୨୦୧୯ରେ କୁନ୍ଦୁରା ବ୍ଲକକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯୪୩ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ୨୦୨୦ ଫେବୃୟାରୀ ସୁଦ୍ଧା ୬୧୫ଟି ସରିଛି। ବିଜୁ ପକ୍କାଘର ଯୋଜନାରେ ୧୦ଟି ପଞ୍ଚାୟତର ୩୪ ଜଣ ହିତାଧିକାରୀଙ୍କୁ ୨୦ ଅଗଷ୍ଟ ୨୦୧୯ରେ କାର୍ଯ୍ୟାଦେଶ ଦିଆଯାଇଥିଲା। ସେଥିମଧ୍ୟରୁ ୨୦୨୦ ଫେବୃୟାରୀ ସୁଦ୍ଧା ମାତ୍ର ୨୨ଟି ସରିଛି ା ଅନେକ ହିତାଧିକାରୀଙ୍କ ୯୫ ଦିନର ଟଙ୍କା ମଧ୍ୟ ଏମ୍ଜିଏନ୍ଆରଇଜିଏସ୍ରେ ଦିଆଯାଇ ନ ଥିବା ମିଳିତ ଜନଶୁଣାଣି ଶିବିରରେ ଅଭିଯୋଗ ହୋଇଥିଲା ା ଏହି ସବୁ କାର୍ଯ୍ୟଗୁଡ଼ିକୁ କୋରାପୁଟ ପ୍ରକଳ୍ପ ନିର୍ଦ୍ଦେଶକ ବ୍ଲକସ୍ତରୀୟ ଅଧିକାରୀଙ୍କୁ ବାରମ୍ବାର ତାଗିଦ କରୁଥିବା ସତ୍ତ୍ୱେ ମଧ୍ୟ ଗରିବ ହିତାଧିକାରୀଙ୍କ କଥା ଶୁଣିବାକୁ ପ୍ରଶାସନ ନାରାଜ ା ଏହାକୁ ନେଇ ବ୍ଲକ କାର୍ଯ୍ୟରେ ଆସିଥିବା ରାଣୀଗୁଡ଼ା ସରପଞ୍ଚ ସୁଭଦ୍ରା ଭୂମିଆ ଓ ପଖନାଗୁଡ଼ା ସରପଞ୍ଚ କହିଛନ୍ତି ଯେ, ଗ୍ରାମପଞ୍ଚାୟତସ୍ତରରୁ ଗରିବ ହିତାଧିକାରୀଙ୍କ ଆବାସ ଆବେଦନ ପାଖପାଖି ୫ଶହଟି ଦିଆଯାଇଥିବା ବେଳେ ସେଥିମଧ୍ୟରୁ ଅର୍ଦ୍ଧାଧିକ କୁଆଡ଼େ ଗାଏବ ହୋଇଯାଇଥିବା ଜଣାପଡ଼ିଛି।
କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ
ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…
ଶିକ୍ଷକଙ୍କ ଦୁଇମାସର ଦରମା ଅଟକିଥିଲା, ଦାବି ଜଣାଇବାକୁ ପହଞ୍ଚିବା ବେଳେ ଆକାଉଣ୍ଟରେ ଚଢ଼ିଲା ଟଙ୍କା! ଉଠିଲା ପ୍ରଶ୍ନ
ପଟ୍ଟାଙ୍ଗି,୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କାର୍ଯ୍ୟାଳୟ ସମୁଖରେ ରହିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଏକ୍ସ୍ କ୍ୟାଡର ଶିକ୍ଷୟିତ୍ରୀ ଶିକ୍ଷକ ପହଞ୍ଚି…
ହାଲ୍ରେ ଶକ୍ତି ମିଗ୍ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍ ଇଞ୍ଜିନ ପ୍ରକଳ୍ପର…
ବସ୍ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼
କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

