ପ୍ରଶାସନର ନଜର ଆଢୁଆଳରେ :ଐତିହ୍ୟ ସମ୍ପନ୍ନ ନୀଳମାଧବ ଜୀଉଙ୍କ ଦଶହରା ପଡ଼ିଆ

ଖଣ୍ଡପଡ଼ା,୨ା୯(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବରେ କଣ୍ଟିଲୋର ଶ୍ରୀ ନୀଳମାଧବ ପୀଠ ସର୍ବଜନ ବିଦିତ। ପୁରୀ ଶ୍ରୀମନ୍ଦିର ପୂଜାନୀତି ସହ ଏହି ମନ୍ଦିର ପୂଜା ନୀତି ମଧ୍ୟରେ ସାମଞ୍ଜସ୍ୟ ରହିଛି ା ଶ୍ରୀ ମନ୍ଦିରରେ ପାଳିତ ହେଉଥିବା ବିଭିନ୍ନ ଯାନିଯାତ୍ରା ମଧ୍ୟ ଏଠାରେ ପାଳିତ ହୋଇଥାଏ ା ପରମ୍ପରା କ୍ରମେ ଦଶହରା ଅନୁକୂଳ ପାଇଁ ଠାକୁର ସୁସଜ୍ଜିତ ବିମାନରେ ଦଶହରା ପଡିଆକୁ ବିଜେ ହୋଇଥାନ୍ତି ା ମାତ୍ର ଐତିହ୍ୟ ସମ୍ପନ୍ନ ଏହି ପଡ଼ିଆ ଏବେ ପ୍ରଶାସନର ନଜର ଆଢୁଆଳରେ ରହିଯାଇଛି।
ନୀଳମାଧବ ଜୀଉ ମନ୍ଦିର ପୂର୍ବପାର୍ଶ୍ୱ ମହାନଦୀ ଓ କମେଇ ନଦୀର ସଂଯୋଗ ସ୍ଥଳରେ ରାଜାରାଜୁଡ଼ା ଅମଳରୁ ଯୁଦ୍ଧକୌଶଳ ଅଭ୍ୟାସ ପାଇଁ ଏକ ପଡିଆ ରହିଥିଲା। ରାଜାମାନେ ସେମାନଙ୍କ ରାଜ୍ୟ ତଥା ଗଡ଼ଜାତକୁ ସୁରକ୍ଷିତ ରଖିବା ପାଇଁ ସୀମାରେ ସୈନ୍ୟମାନଙ୍କ ରହିବା ବ୍ୟବସ୍ଥା କରିଥାନ୍ତି। ଏଥିପାଇଁ ଖଣ୍ଡାୟତ ଓ ପାଇକମାନଙ୍କୁ କମେଇ ନଦୀପାର୍ଶ୍ୱ ଏକ ପଡାରେ ରହିବା ବ୍ୟବସ୍ଥା କରିଥିଲେ। ଏହି ସମ୍ପ୍ରଦାୟର ଲୋକେ ମହାନଦୀ ଓ କମେଇ ନଦୀ ସଂଗମ ସ୍ଥଳରେ ଦଶହରାରେ ନୀଳମାଧବ ଜୀଉଙ୍କ ଚଳନ୍ତି ପ୍ରତିମାଙ୍କୁ ବିଜେ କରାଇ ରଣ କୌଶଳ ଶିକ୍ଷାର ଶୁଭାରମ୍ଭ କରୁଥିଲେ। ମାତ୍ର କାଳକ୍ରମେ ଉକ୍ତ ସମ୍ପ୍ରଦାୟ ଲୋପ ପାଇଯାଇଥିବା ବେଳେ ପରମ୍ପରା କ୍ରମେ ଦଶହରାରେ ଠାକୁର ଏହି ପଡ଼ିଆକୁ ସନ୍ଧ୍ୟାଧୂପ ପରେ ଘଣ୍ଟ, ଘଣ୍ଟା, କାହାଳି, ମୃଦଙ୍ଗ, ଛତ୍ରୀ, ମଶାଲ, ସଂକୀର୍ତ୍ତନ ଓ ପାଟପଟୁଆର ସହିତ ବିଜେ କରିଥାନ୍ତି ା ନୀଳମାଧବ ଜୀଉଙ୍କ ଚଳନ୍ତି ପ୍ରତିମା ମଦନମୋହନ ଜୀଉ ସନ୍ଧ୍ୟାରେ ମନ୍ଦିର ବେଢା ପରିକ୍ରମା କରି ସିଂହଦ୍ୱାର, କଣ୍ଟିଲୋ ଫକୀର ଅତବୁଦ୍ଧି ପାଟଣା ପରେ ମାଳବନ୍ଧ ଦେଇ ଦଶହରା ପଡିଆକୁ ବିଜେ ହୋଇଥାନ୍ତି ା ହେଲେ ଆଲୋକ ବ୍ୟବସ୍ଥା ନ ଥିବାରୁ ରାତିରେ ଏହି ମାଳବନ୍ଧ ଉପରେ ଯାତାୟାତ କରିବା ନିରାପଦ ନୁହେଁ। ଗୋଟିଏ ଦିନ ହେଲେ ମଧ୍ୟ ଠାକୁର ଦଶହରାରେ ଏହି ମାଳବନ୍ଧ ଦେଇ ଦଶହରା ପଡିଆକୁ ବିଜେ ହେବା ସମୟରେ ବିଦ୍ୟୁତ୍‌ ଆଲୋକ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ବିଶେଷ କରି ଠାକୁର ଏହି ପଡିଆକୁ ବିଜେ ହେଉଥିବାରୁ ସେଠାରେ ଏକ ସ୍ଥାୟୀ ବେଦୀ ନିର୍ମାଣ କରାଯିବା ଆବଶ୍ୟକ। ଦେବୋତ୍ତର ବିଭାଗର ଅଣଦେଖା ଯୋଗୁ ଠାକୁର ଗୋଟିଏ ଦିନ ଏହି ପଡିଆକୁ ଆସୁଥିବାରୁ ବର୍ଷର ଅନ୍ୟ ଦିନଗୁଡିକରେ ପଡିଆଟି ଅପାନ୍ତେୟ ହୋଇ ପଡିରହିଛି ା ଆସନ୍ତା ଅକ୍ଟୋବର ୭ ତାରିଖରେ ଠାକୁର ଏହି ସ୍ଥାନକୁ ବିଜେ ହେବେ ା ଏଥିପାଇଁ ଉକ୍ତ ସ୍ଥାନର ସଫାସୁତୁରା ସହ ମାଳବନ୍ଧର ରକ୍ଷଣାବେକ୍ଷଣର ଆବଶ୍ୟକତା ରହିଛି ା ତେବେ ମାଳବନ୍ଧର ଆବଶ୍ୟକ ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କଣ୍ଟିଲୋ ଜଳ ସମ୍ପଦ ବିଭାଗୀୟ ଅଧିକାରୀ ଶଙ୍କର ଦଳେଇ ସୂଚନା ଦେଇଛନ୍ତି ା ଏ ସମ୍ପର୍କରେ ଖଣ୍ଡପଡା ଅତିରିକ୍ତ ତହସିଲଦାର ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଥିଲେ, ଦେବୋତ୍ତର ମ୍ୟାନେଜର ଲିଖିତ ଭାବେ ଜଣାଇଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ ନକ୍ସା ପରିବର୍ତ୍ତନ ପାଇଁ ମସୁଧା : ଗଣ ଆନ୍ଦୋଳନ ନିଷ୍ପତ୍ତି 

ଦିଗପହଣ୍ଡି,୧୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ କଳିଙ୍ଗ ବୈଶ୍ୟ ସମାଜ ସଭାଗୃହରେ  ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ…

ନିସ୍ତୁକ ମାଡ଼ ମାରି ମୃତ ଭାବି କୂଅକୁ ଫିଙ୍ଗି ଦେଇଥିଲେ : ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):  ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ସମଲେଇପଦର ନିକଟ ଜଙ୍ଗଲରେ ରହିଥିବା ଏକ ପରିତ୍ୟକ୍ତ କୂଅରୁ ୪ଦିନ ପରେ ଯୁବକ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ…

ଗ୍ରାମବାସୀଙ୍କ ଦୁଃଖ ଶୁଣିଲେ ବିଧାୟକ, ଭତ୍ତା ସହ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ…

ଗଜପତି,୧୨ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଯୋଗଦେଇ ଗ୍ରାମବାସୀଙ୍କ…

ବନ ବିଭାଗରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ମହଙ୍ଗା ପଡ଼ିଲା ସରକାରୀ ଗାଡ଼ିରେ ବେସରକାରୀ କାମ

ବଣାଇଁ,୧୨ା୬(ପ୍ରଦୀପ ତ୍ରିପାଠୀ): ରାଜାମୁଣ୍ଡା କୋଇଡା ୫୨୦ ନମ୍ବର ଜାତୀୟ ରାଜପଥର କେ. ବଲାଙ୍ଗ ଥାନା ନିକଟରେ ଗୁରୁବାର ରାତିରେ ହାଇଓ୍ବା ପଛରେ ଏକ ବୋଲେରୋ ପିଟି ହୋଇ…

‘ହିତାଧିକାରୀଙ୍କୁ ଏକାସାଙ୍ଗରେ ମିଳିବ ୩ ମାସର ଭତ୍ତା’

ଭୁବନେଶ୍ୱର,୧୨ା୬: ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସମସ୍ୟା ରାଜ୍ୟର ନୁହେଁ,…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ଏଣିକି ୫ କେଜି ବଦଳରେ ମିଳିବ ଏତେ କେଜି ମାଗଣା ଚାଉଳ

ଭୁବନେଶ୍ୱର,୧୨।୬: ମୋହନ ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଆଜିଠୁ ରାଜ୍ୟରେ ଲାଗୁ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ, ଭଉଣୀ-ଭିଣୋଇଙ୍କୁ ଅଟକ ରଖି…

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ରାଇପୁର ଗାଁର କାହ୍ନୁ ସେଠୀ ନାମକ ଜଣେ ଯୁବକଙ୍କ ମୃତଦେହ ତୋଟା ସାହି ପାଳୁଅ ବାରି କେନାଲରୁ ଶୁକ୍ରବାର ଉଦ୍ଧାର…

ବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri