ପ୍ରଯୁକ୍ତି କୌଶଳ ଶିଖାଇଲା ଆତ୍ମନିଯୁକ୍ତି ବାଟ

ଖଇରା, ୨୭।୧୧(ଡି.ଏନ.ଏ.)-ଆଧୁନିକ ପ୍ରଯୁକ୍ତି କୌଶଳ ଶିଖି ଏହାକୁ କାର୍ଯ୍ୟରେ ଲଗାଇଲେ, ଆତ୍ମନିଯୁକ୍ତି ସୁଯୋଗ ଆପଣାଛାଏଁ ହାତରେ ପହଞ୍ଚିଯିବ । ଏକଥା କହନ୍ତି, ବାଲେଶ୍ୱର ଜିଲା ଅଧୀନ ଖଇରା ଅଞ୍ଚଳର ୧୭ ବର୍ଷର କିଶୋର ଅଜୟ ସାହୁ। ତାଙ୍କ ଦେହ ଅସୁସ୍ଥ ରହିବାରୁ ଯୁକ୍ତ ୨ ବାଣିଜ୍ୟ ପଢୁଥିବା ବେଳେ ଆଉ ଅଧିକ ପାଠ ପଢିପାରି ନ ଥିଲେ। ଶିକ୍ଷା ଲାଭରୁ ବଞ୍ଚିତ ହେବା ପରେ ବେକାର ହୋଇ ଘରେ ବସି ମା’ ବାପା ଉପରେ ବୋଝ ହେବା ଚିନ୍ତା ତାଙ୍କୁ ଅଥୟ କରିଥିଲା। ନିଜେ କିଛି ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହେବା ସହ ପରିବାରକୁ ସହାୟତା କରିବା ଲକ୍ଷ୍ୟରେ ସେ ରହିଥିଲେ। ନିଜେ ବ୍ୟବହାର କରୁଥିବା ମୋବାଇଲ ସର୍ଚ୍ଚ କରି କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ କିଭଳି ପ୍ରଯୁକ୍ତି କୌଶଳ ବ୍ୟବହାର କରାଯାଉଛି, ତାହା ଶିଖିବାକୁ ମନ ବଳାଇଥିଲେ। ଏଭଳି ପ୍ରୟାସରୁ ଅଜୟ ଅଣ୍ଡାରୁ କୃତ୍ରିମ ଉପାୟରେ କୁକୁଡା ଛୁଆ ଫୁଟାଇବା କୌଶଳ ଶିଖି ତାହାକୁ କାମରେ ଲଗାଇବାକୁ ଉଦ୍ୟମ କରିଥିଲେ। ତାଙ୍କ ଚେଷ୍ଟା ସଫଳ ହେଲା। ଏବେ ସେ ନିଜ ଘରେ ଅଣ୍ଡାରୁ କୁକୁଡା ଛୁଆ ଫୁଟାଇ ଏହାକୁ ବ୍ୟବସାୟର ରୂପ ଦେଇ ଭଲ ଦୁଇପଇସା ରୋଜଗାର କରୁଛନ୍ତି ା କୁକୁଡା ବ୍ୟବସାୟୀମାନେ ନିଜ ଘରେ ବସି ଅଳ୍ପ ଖର୍ଚ୍ଚରେ ନିଜ ଫାର୍ମ ପାଇଁ କୁକୁଡାଛୁଆ ଆବଶ୍ୟକତା ମେଣ୍ଟାଇ ପାରିବେ ବୋଲି ସେ କହିଛନ୍ତି।
ଅଜୟ କହିଛନ୍ତି, ସେ ମୋବାଇଲରେ ୟୁଟ୍ୟୁବ ଦେଖି ଅଣ୍ଡାରୁ କିଭଳି କୃତ୍ରିମ ଉପାୟରେ କୁକୁଡା ଛୁଆ ପ୍ରଜନନ କରାଯାଇପାରୁଛି, ସେହି ଜ୍ଞାନ ଆହରଣ କରିଥିଲେ। ପରେ ସେ ନିଜେ ସେ ଏହାକୁ ପରୀକ୍ଷା କରି ସଫଳ ହୋଇଥିଲେ। ଏଥିପାଇଁ ମାତ୍ର ୩ଟି ମେଶିନ ଆବଶ୍ୟକ ପଡୁଛି। ତାହା ହେଲା ଆର୍ଦ୍ରତା, ତାପ ଓ ଲାଇଟ ନିୟନ୍ତ୍ରଣ ମେଶିନ। ଏଥିପାଇଁ ତାଙ୍କୁ ୨ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ଏଭଳି ଯନ୍ତ୍ର ପ୍ରସ୍ତୁତ କରି ସେ ତାହାକୁ ୩ହଜାର ଟଙ୍କାରେ ବିକ୍ରି କରୁଛନ୍ତି ା ଏକ ପେଟି ଭିତରେ ପ୍ରଥମେ ଏହି ସରଞ୍ଜାମ ସହ ଅଣ୍ଡା ରଖିବାକୁ ପଡିଥାଏ। ୨୧ଦିନ ମଧ୍ୟରେ ସେହି ଅଣ୍ଡାରୁ କୁକୁଡା ଛୁଆ ଜନ୍ମ ନେଇଥାଏ। ଉକ୍ତ ପେଟିରେ ୧୦୦ଅଣ୍ଡା ରଖିବା କ୍ଷମତା ରହୁଛି। ସେଥିରୁ ୮୦ରୁ ୧୦୦ଟି ପର୍ଯ୍ୟନ୍ତ ଛୁଆ ଜନ୍ମ ନେଉଥାନ୍ତି। ଘରେ ବସି କୁକୁଡା ଛୁଆ ଫୁଟାଇବା କୌଶଳ ବାହାର କରି ଅଜୟ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାକୁ ଆସିଛନ୍ତି। ଏହାମଧ୍ୟରେ ଔପଦା, ଭଦ୍ରକ, ଫତେପୁର, ଆନନ୍ଦପୁର ଏପରି କି ସୁଦୂର କଟକରୁ ଲୋକେ ଆସି ତାଙ୍କଠାରୁ ଏହି କୌଶଳ ଶିଖିସାରିଲେଣି ା ପୁଅର ଏଭଳି ବ୍ୟବସାୟିକ ସଫଳତା ଦେଖି ତାଙ୍କ ମା’ କୁନୁଲତା ଓ ବାପା ବଳରାମ ସାହୁ ଖୁସି ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମାମୁଁ ଘରକୁ ବୁଲିବାକୁ ଆସି ନାବାଳିକା ଅପହରଣ: ଜଣେ ଗିରଫ

ଫୁଲବାଣୀ ଅଫିସ/ଚକାପାଦ, ୧୮ା୧୧: କନ୍ଧମାଳ ଜିଲା ଚକାପାଦ ଥାନା ପୋଲିସ ଜଣେ ଯୁବତୀଙ୍କୁ ଅପହରଣ ଏବଂ ବଳାତ୍କାର କରିବା ଅଭିଯୋଗରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି।...

ବାହାନଗା ତହସିଲ ପକ୍ଷରୁ ଉଚ୍ଛେଦ ଆରମ୍ଭ

ବାହାନଗା, ୫ା୧୦(ଡି.ଏନ.ଏ.)-ଘରୁ ବାହାରିବା ଲାଗି ରାସ୍ତା ନ ଥିବାରୁ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଓଡଶାଳ ପଞ୍ଚାୟତର ଝଳଝଳିଆ ଗ୍ରାମର ୩ ପରିବାର ଗତ ୩୦...

ଅଙ୍ଗଦାନ ନେଇ ପ୍ରିୟଙ୍କାରାଣୀଙ୍କ ପରିବାରକୁ ମିଳିଲା ୫ ଲକ୍ଷ

ଛତ୍ରପୁର,୧୪ା୮(ଡି.ଏନ୍‌.ଏ.)- ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କୁ ମରଣୋତ୍ତର ସୁରଜ ସମ୍ମାନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ...

ଆମ୍ବତୋଟାରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ମୟୂରଭଞ୍ଜ,୧।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ପେଡ଼ାଗଡ଼ି ଗ୍ରାମ ଆମ୍ବ ତୋଟାରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ରବିବାର ଉଦ୍ଧାର କରାଯାଇଛି। ସେ...

ସ୍ତ୍ରୀଙ୍କ ବେକକୁ କଟୁରିରେ ହାଣିଲେ ସ୍ବାମୀ

ବାଲିଗୁଡ଼ା,୭ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ନିକଟସ୍ଥ ବୁହୁକିଆରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ବେକକୁ...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଚକ୍ଷୁ ସହାୟକଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ

ପଦ୍ମପୁର,୪।୮(ଡି.ଏନ.ଏ.)- ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଚକ୍ଷୁ ସହାୟକଭାବେ କାର୍ଯ୍ୟରତ କିଶୋର ପ୍ରଧାନଙ୍କ ବାସଭବନରେ ବୁଧବାର ସକାଳୁ ଭିଜିଲାନ୍ସ ଚଢାଉ ଚାଲିଛି। ଆୟ ବର୍ହିଭୂତ...

ଯୌତୁକ ନିର୍ଯାତନା ଅଭିଯୋଗ

ଭଦ୍ରକ ଅଫିସ,୨୪।୪: ଭଦ୍ରକ ଜିଲା ବାସୁଦେବପୁର ଥାନା ବଡ ଆନନ୍ଦପୁର ଗ୍ରାମରେ ବଧୂ ହତ୍ୟା ହୋଇଥିବା ନେଇ ଭଦ୍ରକ ଏସପିଙ୍କ ଠାରେ ମୃତାଙ୍କ ମା ସୋମବାର...

କରୋନା ସଚେତନତା: ରାଶନ ସାମଗ୍ରୀ, ମାସ୍କ ବଣ୍ଟନ

କଟକ ଅଫିସ,୨୧ା୪ : ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ ଏବଂ ଜୟ ଜଗନ୍ନାଥ ଚାରଣ ଗୋଷ୍ଠୀର ମିଳିତ ସହଯୋଗରେ ରଘୁନାଥଜୀଉ ମନ୍ଦିରଠାରେ କରୋନା ସଚେତନତା କାର୍ଯ୍ୟକ୍ରମ...

Advertisement
Archives

Model This Week