ପ୍ରମାଣନ ଦିଗରେ ଜୈବିକ ଚାଷ

ଡି ଶୁଭମ୍‌

ଚା ଖାଉଥିବା ଖାଦ୍ୟ ଆମ ପାଇଁ କେତେ ସୁରକ୍ଷିତ ସେ ସମ୍ପର୍କରେ ଧାରଣା ରହିବା ଦରକାର। କାରଣ ଯଦି ଅଜାଣତରେ ବା ପରୋକ୍ଷରେ ଖାଦ୍ୟରେ ବିଷ ଖାଉଥିବା, ତା’ହେଲେ ଏହା ଏକ ସତର୍କଘଣ୍ଟି। ଖାଦ୍ୟର ସୁରକ୍ଷା ଓ ମାନ ଉପରେ ଯଥୋଚିତ ଭାବରେ ତର୍ଜମା କରିବା ଆମର କର୍ତ୍ତବ୍ୟ। ଏହା ସହ ଚାଷୀ ଏ ବିଷୟରେ ଅବଗତ ହୋଇ କିପରି ସବୁଜ ପରିବେଶ ଭିତରେ ସବୁଜିମା ସୃଷ୍ଟି କରିବ, ସେ ଦିଗରେ ଚେଷ୍ଟା କରିବା ଆବଶ୍ୟକ। କାରଣ ଏ ବିଷର ସୃଷ୍ଟି ରାସାୟନିକ ଚାଷରୁ। ଯାହା ଆମ ଜୈବ ବିବିଧତାର ସନ୍ତୁଳନକୁ ନଷ୍ଟ କରିବା ସହ ପରିବେଶକୁ ନାଶ କରିଥାଏ। ତେଣୁ ଏକ ନିରାମୟ ଜୀବନ ଯାପନ କରିବାରେ ଜୈବିକ ଚାଷର ଭୂମିକା କଥା ଏବେ କାହାକୁ ଅଛପା ନାହିଁ। ଜୈବିକ ଚାଷ ଆଗାମୀ ଭବିଷ୍ୟତକୁ ସୁରକ୍ଷିତ କରିବାର ଏକ ପ୍ରକୃଷ୍ଟ ମାଧ୍ୟମ।
ସମୟ ଥିଲା ଯେବେ ରାସାୟନିକ ସାର ଓ କୀଟନାଶକର ବ୍ୟବହାର ଲୋକେ ଚାଷଜମିରେ ଏତେଟା କରୁ ନ ଥିଲେ, ସେବେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ଚାଷଜମିରେ ଫସଲର ଗୁଣାତ୍ମକ ବୃଦ୍ଧି ହେଉଥିଲା ମାଟିର ଉର୍ବରତା ବଢୁଥିଲା। ଜମି ଚାଷ ଉପଯୋଗୀ ହେବା ସହ ଚାଷୀ ବେଶ୍‌ କିଛି ଅମଳ କରିପାରୁଥିଲା। ଏମିତି କରିବା ଦ୍ୱାରା ସୁସ୍ଥ ଓ ସବୁଜ ପନିପରିବା ମିଳିବା ସହ ପରିବେଶ ସବୁଜିମାରେ ହସିଉଠୁଥିଲା। କିନ୍ତୁ ଏବେ ସମୟ ବଦଳିଛି। ଚାଷ ଜମିରେ ଆଉ ଆଗ ଭଳି ସେମିତି କିଛି ଦେଖିବାକୁ ମିଳୁନି। ରାସାୟନିକ ସାର ଓ କୀଟନାଶକ ଯୋଗୁ ପରିବେଶ ଏକ ପ୍ରକାର ନଷ୍ଟ ହେବାକୁ ବସୁଥିବା ବେଳେ ଆଗାମୀ ପିଢ଼ି ପାଇଁ ଏହା ଚିନ୍ତାଜନକ ବିଷୟ। ଏ ସବୁ ଦିଗରେ ଯଦି ଆମେ ଲକ୍ଷ୍ୟ କରିବା ତେବେ ଜୈବିକ କୃଷି ହିଁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକ ବିକଳ୍ପ। ଏଠାରେ ଜୈବିକ କୃଷିର ସଂଜ୍ଞା ଊଣାଧିକେ ସମସ୍ତେ ଜାଣିଥିବେ। କାରଣ ଜୈବିକ କୃଷି ରାସାୟନିକ ଚାଷର ପ୍ରଭାବକୁ କମ୍‌ କରି ଚାଷଜମିରେ ରୋଗପୋକ ନିୟନ୍ତ୍ରଣ କରିଥାଏ। ଏଥିସହ ଏକ ସୁଦୂର ଭବିଷ୍ୟତ ଦିଗରେ ଆମକୁ ସଚେତନ କରିଥାଏ। ସମ୍ପ୍ରତି ରାଜ୍ୟର ଅନେକ ଚାଷୀ ଜୈବିକ କୃଷି ମଡେଲକୁ ଗ୍ରହଣ କରିଛନ୍ତି। ମାଣ୍ଡିଆ ପାଇଁ ଲୋକଙ୍କର ଆଗ୍ରହ ବଢ଼ିଛି। ଖାଦ୍ୟ ଥାଳିରେ ମାଣ୍ଡିଆ ଏବେ ସ୍ଥାନ ପାଇଛି। କେବଳ ସେତିକି ନୁହେଁ ସାଧାରଣ ଲୋକମାନେ ଏବେ ନିଜ ପାକଶାଳା ବଗିଚା ଅବା ଛାତ ଉପରେ ସମ୍ପୂର୍ଣ୍ଣ ଭାବରେ ଜୈବିକ ପ୍ରଣାଳୀରେ ପନିପରିବା ଲଗାଇବାର ଚିତ୍ର ଦେଖିବାକୁ ମିଳୁଛି।
ସବୁଜ ବିପ୍ଳବ ସମୟରେ ଖାଦ୍ୟଶସ୍ୟ ଉପତ୍ାଦନରେ ଭାରତ ଏକ ବଡ଼ ଭୂମିକା ନେଇଥିବା ବେଳେ ସ୍ବାଧୀନତା ସମୟରେ ଏହି ଉପତ୍ାଦନ ୫୫ ମିଲିୟନ ଟନ୍‌ ଥିବା ବେଳେ ବର୍ତ୍ତମାନ ଏହା ପାଖାପାଖି ୫ ଗୁଣା ବୃଦ୍ଧି ପାଇଛି। ତେବେ ପ୍ରକାଶିତ ରିପୋର୍ଟ ଅନୁସାରେ ରାସାୟନିକ ସାରର ବ୍ୟବହାର ୨୦୧୫-୧୬ରୁ ୨୦୨୦-୨୧ ମଧ୍ୟରେ ପାଖାପାଖି ୧୬% ବଢ଼ିଛି। ଜମିରେ ବ୍ୟବହାର କରାଯାଉଥିବା ବିଭିନ୍ନ ରାସାୟନିକ ସାର ମଧ୍ୟରୁ ୫୫-୬୦% କେବଳ ୟୁରିଆ ବ୍ୟବହୃତ ହେଉଛି। ତେବେ ଦାନାଦାର ୟୁରିଆର ବ୍ୟବହାର ଜମିରେ ଗୁଣାତ୍ମକ ମାନ କମାଇବା ସହ ମାଟିର ପୋଷକ ତତ୍ତ୍ୱ ନଷ୍ଟ କରାଉଛି। ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ରାସାୟନିକ ସାରର ବ୍ୟବହାର ବହୁଳ ଭାବରେ ବୃଦ୍ଧି ପାଇଛି। ଏହା ବର୍ତ୍ତମାନ ସମୟ ପାଇଁ ଏକ ଆହ୍ବାନ।
ଜୈବିକ କୃଷି ଭାରତରେ ବହୁ ପୁରାତନ ଯୁଗରୁ ଚାଲି ଆସିଛି। ରାମାୟଣ,ମହାଭାରତ, କୌଟିଲ୍ୟ ଅର୍ଥଶାସ୍ତ୍ର ପ୍ରଭୃତିରେ ଏହାର ବିଶେଷତା ଦେଖିପାରିବେ। ଆଗକାଳରେ ପ୍ରକୃତିକୁ ମା’ ବୋଲି ବିବେଚନା କରାଯାଉଥିଲା। ପୃଥିବୀମାତାର ସୁରକ୍ଷା ପାଇଁ ଜୈବିକ କୃଷିକୁ ଲୋକେ ଆପଣାଇଥିଲେ। ପାରମ୍ପରିକ କୃଷି ପଦ୍ଧତିରେ ଏହି ଚାଷ କରାଯାଏ। ଯାହା ଆମ ପ୍ରକୃତି ଆଉ ପରିବେଶକୁ ବଞ୍ଚାଇବା ସହ ଜୀବଜଗତର କଲ୍ୟାଣ ଦିଗରେ କାର୍ଯ୍ୟକରିଥାଏ। କୃଷିକୁ ନିରନ୍ତର ଧାରାରେ ପହଞ୍ଚାଇବା ପାଇଁ ଜୈବିକ କୃଷି ହିଁ ଏକମାତ୍ର ପନ୍ଥା। କୃଷି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ଚାଷୀଙ୍କ ଭିତରେ ନୂଆ ଜାଗରଣ ଭରି ଏକ ସୁସ୍ଥ ଓ ସବୁଜ ସମାଜ ଗଢ଼ିବାରେ ଜୈବିକ କୃଷିର ଭୂମକା ଅତୁଳନୀୟ।
ଏବେ ଅନେକ ଯୁବ ଉଦ୍ୟୋଗୀ ଜୈବିକ କୃଷିକୁ ଆପଣାଇଲେଣି। ତେବେ ଏହାରି ଭିତରେ ଜୈବ ପ୍ରମାଣନ ଜୈବିକ କୃଷିର ଏକ ବଡ଼ ଉପାଦାନ। ଚାଷୀଟିଏ ପରିଶ୍ରମ କରି ଜୈବିକ ଚାଷରୁ ଉପତ୍ାଦିତ ଫସଲ ଅଲଗା ଭାବରେ ବିକ୍ରି କରିପାରୁନି। ଯଦି ବି ବିକ୍ରି କରୁଛି, ତେବେ ଏହାର ଉପଯୁକ୍ତ ମୂଲ୍ୟ ପାଇବାରୁ ବଞ୍ଚତ୍ତ୍ତ ହେଉଛି। ଚାଷୀଟିଏ ଉପତ୍ାଦ ବିକ୍ରି ନ କରିପାରି ଫସଲ ଫୋପାଡ଼ିବାର ନଜିର ଏଇ କିଛିଦିନ ତଳେ ସମସ୍ତେ ଊଣାଧିକେ ଜାଣିଥିବେ। ସରକାରଙ୍କ ଦ୍ୱାରା ଜୈବିକ ଚାଷକୁ ପ୍ରାମାଣୀକରଣ ପାଇଁ ଅନେକ ଯୋଜନା କରାଯାଉଛି। ଜୈବ ପ୍ରମାଣନ ଜୈବିକ କୃଷିକୁ ପ୍ରାମାଣୀକରଣ କରିବା ସହ ଚାଷୀମାନଙ୍କୁ ଜୈବ ପ୍ରମାଣପତ୍ର ଦେଇଥାଏ।
ଏହା ଦ୍ୱାରା ପ୍ରମାଣିତ ଜୈବିକ ଉପତ୍ାଦକୁ ବ୍ୟବସାୟିକ ଦିଗରେ ଚାଷୀମାନେ ଉପଯୋଗ କରିପାରିଥାନ୍ତି। ଉପତ୍ାଦ ରାସାୟନିକ ଅବଶେଷମୁକ୍ତ ଏବଂ ଖାଉଟିଙ୍କ ସ୍ବାସ୍ଥ୍ୟ ରକ୍ଷା ପ୍ରତି ଅଭିପ୍ରେତ ହେବା ସହ ଏହାଦ୍ୱାରା କୃଷକଙ୍କ ଆୟ ବଢ଼ିବା ସହିତ ବ୍ୟବସାୟୀଙ୍କ ପାଇଁ ଜୈବ ଉପତ୍ାଦର ବଜାର ସୃଷ୍ଟି ହୋଇଥାଏ। ସାଧାରଣତଃ ପିଜିଏସ୍‌ ଓ ଏନ୍‌ପିଓପି ମାଧ୍ୟମରେ ଜୈବିକ କୃଷିକୁ ପ୍ରମାଣୀକରଣ କାର୍ଯ୍ୟକ୍ରମ କରାଯାଉଛି। ପିଜିଏସ୍‌ ପ୍ରଣାଳୀରେ ଚାଷ କ୍ଷେତ୍ରର ଜୈବିକ ସ୍ଥିତି ପରିବର୍ତ୍ତନ ସମୟରେ ଯାହାକି ଋତୁକାଳୀନ ଫସଲ ପାଇଁ ୨୪ମାସ ଓ ୧ବର୍ଷରୁ ଅଧିକ ଅବଧିଯୁକ୍ତ ଫସଲ, ଫଳଗଛ ପାଇଁ ୩୬ମାସ ପିଜିଏସ୍‌ ଗ୍ରୀନ ଓ ପରିବର୍ତ୍ତନ ଅବଧି ପରେ ସମସ୍ତ ସର୍ତ୍ତ ପୂରଣ କରୁଥିଲେ। ପିଜିଏସ୍‌ ଅର୍ଗାନିକ ଜୈବିକ ପ୍ରମାଣପତ୍ର ମିଳିଥାଏ, ଯାହାର ଅବଧି ୧ ବର୍ଷ। ସେହିପରି ଏନ୍‌ପିଓପି – ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଜୈବିକ ପ୍ରମାଣୀକରଣର ଏକ ନୂଆ ଦିଶା। ସେହିପରି ଏନ୍‌ପିଓପି ମାଧ୍ୟମରେ ଓସୋକା ସହାୟତାରେ ଚାଷୀମାନେ ନିଜ ଜାଷଜମିକୁ ଜୈବ ପ୍ରମାଣୀକରଣ କରିପାରିବେ। ତେବେ ପଞ୍ଜୀକରଣ ହେବା ଦିନଠାରୁ ୩ବର୍ଷ ପରେ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ଜୈବିକ ପ୍ରମାଣୀକରଣର ପ୍ରମାଣପତ୍ର ମିଳେ।
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର
ମୋ:୯୪୩୮୪୬୭୦୭୯


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?