ପ୍ରମାଣନ ଦିଗରେ ଜୈବିକ ଚାଷ

ଡି ଶୁଭମ୍‌

ଚା ଖାଉଥିବା ଖାଦ୍ୟ ଆମ ପାଇଁ କେତେ ସୁରକ୍ଷିତ ସେ ସମ୍ପର୍କରେ ଧାରଣା ରହିବା ଦରକାର। କାରଣ ଯଦି ଅଜାଣତରେ ବା ପରୋକ୍ଷରେ ଖାଦ୍ୟରେ ବିଷ ଖାଉଥିବା, ତା’ହେଲେ ଏହା ଏକ ସତର୍କଘଣ୍ଟି। ଖାଦ୍ୟର ସୁରକ୍ଷା ଓ ମାନ ଉପରେ ଯଥୋଚିତ ଭାବରେ ତର୍ଜମା କରିବା ଆମର କର୍ତ୍ତବ୍ୟ। ଏହା ସହ ଚାଷୀ ଏ ବିଷୟରେ ଅବଗତ ହୋଇ କିପରି ସବୁଜ ପରିବେଶ ଭିତରେ ସବୁଜିମା ସୃଷ୍ଟି କରିବ, ସେ ଦିଗରେ ଚେଷ୍ଟା କରିବା ଆବଶ୍ୟକ। କାରଣ ଏ ବିଷର ସୃଷ୍ଟି ରାସାୟନିକ ଚାଷରୁ। ଯାହା ଆମ ଜୈବ ବିବିଧତାର ସନ୍ତୁଳନକୁ ନଷ୍ଟ କରିବା ସହ ପରିବେଶକୁ ନାଶ କରିଥାଏ। ତେଣୁ ଏକ ନିରାମୟ ଜୀବନ ଯାପନ କରିବାରେ ଜୈବିକ ଚାଷର ଭୂମିକା କଥା ଏବେ କାହାକୁ ଅଛପା ନାହିଁ। ଜୈବିକ ଚାଷ ଆଗାମୀ ଭବିଷ୍ୟତକୁ ସୁରକ୍ଷିତ କରିବାର ଏକ ପ୍ରକୃଷ୍ଟ ମାଧ୍ୟମ।
ସମୟ ଥିଲା ଯେବେ ରାସାୟନିକ ସାର ଓ କୀଟନାଶକର ବ୍ୟବହାର ଲୋକେ ଚାଷଜମିରେ ଏତେଟା କରୁ ନ ଥିଲେ, ସେବେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ଚାଷଜମିରେ ଫସଲର ଗୁଣାତ୍ମକ ବୃଦ୍ଧି ହେଉଥିଲା ମାଟିର ଉର୍ବରତା ବଢୁଥିଲା। ଜମି ଚାଷ ଉପଯୋଗୀ ହେବା ସହ ଚାଷୀ ବେଶ୍‌ କିଛି ଅମଳ କରିପାରୁଥିଲା। ଏମିତି କରିବା ଦ୍ୱାରା ସୁସ୍ଥ ଓ ସବୁଜ ପନିପରିବା ମିଳିବା ସହ ପରିବେଶ ସବୁଜିମାରେ ହସିଉଠୁଥିଲା। କିନ୍ତୁ ଏବେ ସମୟ ବଦଳିଛି। ଚାଷ ଜମିରେ ଆଉ ଆଗ ଭଳି ସେମିତି କିଛି ଦେଖିବାକୁ ମିଳୁନି। ରାସାୟନିକ ସାର ଓ କୀଟନାଶକ ଯୋଗୁ ପରିବେଶ ଏକ ପ୍ରକାର ନଷ୍ଟ ହେବାକୁ ବସୁଥିବା ବେଳେ ଆଗାମୀ ପିଢ଼ି ପାଇଁ ଏହା ଚିନ୍ତାଜନକ ବିଷୟ। ଏ ସବୁ ଦିଗରେ ଯଦି ଆମେ ଲକ୍ଷ୍ୟ କରିବା ତେବେ ଜୈବିକ କୃଷି ହିଁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକ ବିକଳ୍ପ। ଏଠାରେ ଜୈବିକ କୃଷିର ସଂଜ୍ଞା ଊଣାଧିକେ ସମସ୍ତେ ଜାଣିଥିବେ। କାରଣ ଜୈବିକ କୃଷି ରାସାୟନିକ ଚାଷର ପ୍ରଭାବକୁ କମ୍‌ କରି ଚାଷଜମିରେ ରୋଗପୋକ ନିୟନ୍ତ୍ରଣ କରିଥାଏ। ଏଥିସହ ଏକ ସୁଦୂର ଭବିଷ୍ୟତ ଦିଗରେ ଆମକୁ ସଚେତନ କରିଥାଏ। ସମ୍ପ୍ରତି ରାଜ୍ୟର ଅନେକ ଚାଷୀ ଜୈବିକ କୃଷି ମଡେଲକୁ ଗ୍ରହଣ କରିଛନ୍ତି। ମାଣ୍ଡିଆ ପାଇଁ ଲୋକଙ୍କର ଆଗ୍ରହ ବଢ଼ିଛି। ଖାଦ୍ୟ ଥାଳିରେ ମାଣ୍ଡିଆ ଏବେ ସ୍ଥାନ ପାଇଛି। କେବଳ ସେତିକି ନୁହେଁ ସାଧାରଣ ଲୋକମାନେ ଏବେ ନିଜ ପାକଶାଳା ବଗିଚା ଅବା ଛାତ ଉପରେ ସମ୍ପୂର୍ଣ୍ଣ ଭାବରେ ଜୈବିକ ପ୍ରଣାଳୀରେ ପନିପରିବା ଲଗାଇବାର ଚିତ୍ର ଦେଖିବାକୁ ମିଳୁଛି।
ସବୁଜ ବିପ୍ଳବ ସମୟରେ ଖାଦ୍ୟଶସ୍ୟ ଉପତ୍ାଦନରେ ଭାରତ ଏକ ବଡ଼ ଭୂମିକା ନେଇଥିବା ବେଳେ ସ୍ବାଧୀନତା ସମୟରେ ଏହି ଉପତ୍ାଦନ ୫୫ ମିଲିୟନ ଟନ୍‌ ଥିବା ବେଳେ ବର୍ତ୍ତମାନ ଏହା ପାଖାପାଖି ୫ ଗୁଣା ବୃଦ୍ଧି ପାଇଛି। ତେବେ ପ୍ରକାଶିତ ରିପୋର୍ଟ ଅନୁସାରେ ରାସାୟନିକ ସାରର ବ୍ୟବହାର ୨୦୧୫-୧୬ରୁ ୨୦୨୦-୨୧ ମଧ୍ୟରେ ପାଖାପାଖି ୧୬% ବଢ଼ିଛି। ଜମିରେ ବ୍ୟବହାର କରାଯାଉଥିବା ବିଭିନ୍ନ ରାସାୟନିକ ସାର ମଧ୍ୟରୁ ୫୫-୬୦% କେବଳ ୟୁରିଆ ବ୍ୟବହୃତ ହେଉଛି। ତେବେ ଦାନାଦାର ୟୁରିଆର ବ୍ୟବହାର ଜମିରେ ଗୁଣାତ୍ମକ ମାନ କମାଇବା ସହ ମାଟିର ପୋଷକ ତତ୍ତ୍ୱ ନଷ୍ଟ କରାଉଛି। ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ରାସାୟନିକ ସାରର ବ୍ୟବହାର ବହୁଳ ଭାବରେ ବୃଦ୍ଧି ପାଇଛି। ଏହା ବର୍ତ୍ତମାନ ସମୟ ପାଇଁ ଏକ ଆହ୍ବାନ।
ଜୈବିକ କୃଷି ଭାରତରେ ବହୁ ପୁରାତନ ଯୁଗରୁ ଚାଲି ଆସିଛି। ରାମାୟଣ,ମହାଭାରତ, କୌଟିଲ୍ୟ ଅର୍ଥଶାସ୍ତ୍ର ପ୍ରଭୃତିରେ ଏହାର ବିଶେଷତା ଦେଖିପାରିବେ। ଆଗକାଳରେ ପ୍ରକୃତିକୁ ମା’ ବୋଲି ବିବେଚନା କରାଯାଉଥିଲା। ପୃଥିବୀମାତାର ସୁରକ୍ଷା ପାଇଁ ଜୈବିକ କୃଷିକୁ ଲୋକେ ଆପଣାଇଥିଲେ। ପାରମ୍ପରିକ କୃଷି ପଦ୍ଧତିରେ ଏହି ଚାଷ କରାଯାଏ। ଯାହା ଆମ ପ୍ରକୃତି ଆଉ ପରିବେଶକୁ ବଞ୍ଚାଇବା ସହ ଜୀବଜଗତର କଲ୍ୟାଣ ଦିଗରେ କାର୍ଯ୍ୟକରିଥାଏ। କୃଷିକୁ ନିରନ୍ତର ଧାରାରେ ପହଞ୍ଚାଇବା ପାଇଁ ଜୈବିକ କୃଷି ହିଁ ଏକମାତ୍ର ପନ୍ଥା। କୃଷି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ଚାଷୀଙ୍କ ଭିତରେ ନୂଆ ଜାଗରଣ ଭରି ଏକ ସୁସ୍ଥ ଓ ସବୁଜ ସମାଜ ଗଢ଼ିବାରେ ଜୈବିକ କୃଷିର ଭୂମକା ଅତୁଳନୀୟ।
ଏବେ ଅନେକ ଯୁବ ଉଦ୍ୟୋଗୀ ଜୈବିକ କୃଷିକୁ ଆପଣାଇଲେଣି। ତେବେ ଏହାରି ଭିତରେ ଜୈବ ପ୍ରମାଣନ ଜୈବିକ କୃଷିର ଏକ ବଡ଼ ଉପାଦାନ। ଚାଷୀଟିଏ ପରିଶ୍ରମ କରି ଜୈବିକ ଚାଷରୁ ଉପତ୍ାଦିତ ଫସଲ ଅଲଗା ଭାବରେ ବିକ୍ରି କରିପାରୁନି। ଯଦି ବି ବିକ୍ରି କରୁଛି, ତେବେ ଏହାର ଉପଯୁକ୍ତ ମୂଲ୍ୟ ପାଇବାରୁ ବଞ୍ଚତ୍ତ୍ତ ହେଉଛି। ଚାଷୀଟିଏ ଉପତ୍ାଦ ବିକ୍ରି ନ କରିପାରି ଫସଲ ଫୋପାଡ଼ିବାର ନଜିର ଏଇ କିଛିଦିନ ତଳେ ସମସ୍ତେ ଊଣାଧିକେ ଜାଣିଥିବେ। ସରକାରଙ୍କ ଦ୍ୱାରା ଜୈବିକ ଚାଷକୁ ପ୍ରାମାଣୀକରଣ ପାଇଁ ଅନେକ ଯୋଜନା କରାଯାଉଛି। ଜୈବ ପ୍ରମାଣନ ଜୈବିକ କୃଷିକୁ ପ୍ରାମାଣୀକରଣ କରିବା ସହ ଚାଷୀମାନଙ୍କୁ ଜୈବ ପ୍ରମାଣପତ୍ର ଦେଇଥାଏ।
ଏହା ଦ୍ୱାରା ପ୍ରମାଣିତ ଜୈବିକ ଉପତ୍ାଦକୁ ବ୍ୟବସାୟିକ ଦିଗରେ ଚାଷୀମାନେ ଉପଯୋଗ କରିପାରିଥାନ୍ତି। ଉପତ୍ାଦ ରାସାୟନିକ ଅବଶେଷମୁକ୍ତ ଏବଂ ଖାଉଟିଙ୍କ ସ୍ବାସ୍ଥ୍ୟ ରକ୍ଷା ପ୍ରତି ଅଭିପ୍ରେତ ହେବା ସହ ଏହାଦ୍ୱାରା କୃଷକଙ୍କ ଆୟ ବଢ଼ିବା ସହିତ ବ୍ୟବସାୟୀଙ୍କ ପାଇଁ ଜୈବ ଉପତ୍ାଦର ବଜାର ସୃଷ୍ଟି ହୋଇଥାଏ। ସାଧାରଣତଃ ପିଜିଏସ୍‌ ଓ ଏନ୍‌ପିଓପି ମାଧ୍ୟମରେ ଜୈବିକ କୃଷିକୁ ପ୍ରମାଣୀକରଣ କାର୍ଯ୍ୟକ୍ରମ କରାଯାଉଛି। ପିଜିଏସ୍‌ ପ୍ରଣାଳୀରେ ଚାଷ କ୍ଷେତ୍ରର ଜୈବିକ ସ୍ଥିତି ପରିବର୍ତ୍ତନ ସମୟରେ ଯାହାକି ଋତୁକାଳୀନ ଫସଲ ପାଇଁ ୨୪ମାସ ଓ ୧ବର୍ଷରୁ ଅଧିକ ଅବଧିଯୁକ୍ତ ଫସଲ, ଫଳଗଛ ପାଇଁ ୩୬ମାସ ପିଜିଏସ୍‌ ଗ୍ରୀନ ଓ ପରିବର୍ତ୍ତନ ଅବଧି ପରେ ସମସ୍ତ ସର୍ତ୍ତ ପୂରଣ କରୁଥିଲେ। ପିଜିଏସ୍‌ ଅର୍ଗାନିକ ଜୈବିକ ପ୍ରମାଣପତ୍ର ମିଳିଥାଏ, ଯାହାର ଅବଧି ୧ ବର୍ଷ। ସେହିପରି ଏନ୍‌ପିଓପି – ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଜୈବିକ ପ୍ରମାଣୀକରଣର ଏକ ନୂଆ ଦିଶା। ସେହିପରି ଏନ୍‌ପିଓପି ମାଧ୍ୟମରେ ଓସୋକା ସହାୟତାରେ ଚାଷୀମାନେ ନିଜ ଜାଷଜମିକୁ ଜୈବ ପ୍ରମାଣୀକରଣ କରିପାରିବେ। ତେବେ ପଞ୍ଜୀକରଣ ହେବା ଦିନଠାରୁ ୩ବର୍ଷ ପରେ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ଜୈବିକ ପ୍ରମାଣୀକରଣର ପ୍ରମାଣପତ୍ର ମିଳେ।
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର
ମୋ:୯୪୩୮୪୬୭୦୭୯


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri