ଏଇ ଭାରତରେ

ସାଧାରଣରେ ଅନେକ ଶିକ୍ଷିତ ଯୁବକ କୁହନ୍ତି, ଚାଷରେ ଭଲ ଲାଭ ହେଉନାହିଁ। କିନ୍ତୁ ଏଭଳି ଯୁକ୍ତିକୁ ମିଥ୍ୟା ପ୍ରମାଣ କରିଛନ୍ତି କେରଳର ଜିତୁ ଥୋମାସ୍‌। ସେ ଓ ତାଙ୍କ ମା’ ଛତୁ ଚାଷକରି ଦିନକୁ ୪୦,୦୦୦ ଟଙ୍କା ରୋଜଗାର କରୁଛନ୍ତି। ଜିତୁ ୧୯ ବର୍ଷ ବୟସରେ ଛତୁଚାଷ କରିବାକୁ ଆଗ୍ରହୀ ହୋଇଥିଲେ। ଏଥିରେ ତାଙ୍କ ମା’ ଲିନା ଥୋମାସ୍‌ ସହଯୋଗ କରିଥିଲେ। ପରେ ଜିତୁ ଛତୁଚାଷ ସମ୍ପର୍କରେ ପ୍ରଶିକ୍ଷଣ ନେଇ ଆଧୁନିକ ଜ୍ଞାନକୌଶଳ ଉପଯୋଗରେ ଏହି ଚାଷ ଆଗକୁ ବଢ଼ାଇଥିଲେ। ୫୦୦୦ ବର୍ଗଫୁଟ ଜାଗାରେ ପାରମ୍ପରିକ ପଦ୍ଧତିରେ ୫,୦୦୦ ବେଡ୍‌ ରହୁଥିବାବେଳେ ଜିତୁ ସେତିକି ଜମିରେ ୨୦,୦୦୦ ବେଡ୍‌ ରଖିପାରିଛନ୍ତି। ପ୍ରତିଦିନ ସେ ୧ କୁଇଣ୍ଟାଲରୁ ଅଧିକ ଛତୁ ଅମଳ କରୁଛନ୍ତି। ସେ ବିନା ମଧ୍ୟସ୍ଥରେ ଖାଉଟିମାନଙ୍କୁ ବିକ୍ରି କରୁଛନ୍ତି। ଫଳରେ ମାକେର୍ଟରେ ତାହା ଶସ୍ତା ରହୁଛି ଓ ଅଧିକ ବିକ୍ରି ମଧ୍ୟ ହେଉଛି। କେବଳ କେବଳ ଏତିକି ନୁହେଁ, ସେ ଛତୁଚାଷ ସମ୍ପର୍କରେ ୧,୦୦୦ ଲୋକଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଇସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri