ପ୍ରବୀଣଙ୍କ ହାତରେ ରହିବ ପ୍ରଚାର ମଙ୍ଗ

ବାରିପଦା ଅଫିସ,୨୨।୪: ମୟୂରଭଞ୍ଜ ଜିଲାରେ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବା ଲାଗି ଭାଜପା ରଣନୀତି ପ୍ରସ୍ତୁତ କରିଛି। ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ମୋରଡା ବିଧାୟକ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ଜିଲାରେ ଦଳ ଲାଗି ପ୍ରଚାର ମଙ୍ଗ ଧରିବେ। ତାଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ଏନେଇ ରବିବାର ରାତିରେ ଦଳୀୟ କାର୍ଯ୍ୟାଳୟରେ ୨୦ ଜଣିଆ ପ୍ରଚାର କମିଟିର ସ୍ବତନ୍ତ୍ର ବୈଠକ ଡକାଯାଇଛି। କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଏଥିରେ ଯୋଗ ଦେବା ସାଙ୍ଗକୁ ମୟୂରଭଞ୍ଜରେ ଡେରା ପକାଇ ଦଳ ପାଇଁ କାର୍ଯ୍ୟ କରିବେ। ଆସନ୍ତା ୨୪ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ଲାଗି ଆସୁଛନ୍ତି। ଏହାବାଦ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ମଧ୍ୟ ପ୍ରଚାର ଲାଗି ଆସିବେ ବୋଲି ବାରିପଦା ବିଜୁ ପଟ୍ଟନାୟକ ଗୋଲେଇ ସ୍ଥିତ ଏକ ହୋଟେଲ ସମ୍ମିଳନୀ କକ୍ଷରେ ରବିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଭାଜପା ପକ୍ଷରୁ ସୂଚନା ଦିଆଯାଇଛି।
ଭାଜପାର ରାଜ୍ୟ ମୁଖପାତ୍ର ଜୀବନ କୁମାର ସାହୁ ଏହି ସୂଚନା ଦେଇ କହିଥିଲେ, ଏଥର ସାଧାରଣ ନିର୍ବାଚନରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳର ପୁନରାବୃତ୍ତି ହେବ। ଜିଲାରେ ବିଜେଡିର ୨ ଜଣ ଏମପି ଓ ୯ ଜଣ ବିଧାୟକ ଥିବା ସତ୍ତ୍ୱେ ପଞ୍ଚାୟତ ନିର୍ବାଚନରେ ଜନମତ ଭାଜପା ସପକ୍ଷରେ ଯାଇଥିଲା। ମୋଟ ୫୬ ଜିଲା ପରିଷଦ ଆସନ ମଧ୍ୟରୁ ୪୯ ଆସନକୁ ଭାଜପା କବ୍‌ଜା କରିଥିଲା।
ଏଥର ସାଧାରଣ ନିର୍ବାଚନରେ ନୂତନ ଓଡିଶା ଗଠନ ଲାଗି ଭାଜପା ୯ ଟି ସଙ୍କଳ୍ପ ଘୋଷଣା କରିଛି। ଏଥିରେ ସବୁ ସ୍ତରର ଲୋକଙ୍କୁ ବିଭିନ୍ନ ସବୁଧା ଓ ରୋଜଗାର ଆଦି ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଗତ ୧୮ ବର୍ଷ ମଧ୍ୟରେ ବିଜେଡି ୩୬ଟି ଦୁର୍ନୀତିରେ ବୁଡି ରହିଛି। ମୟୂରଭଞ୍ଜ ଲୋକ ସଭା ସଦସ୍ୟ ଚିଟ୍‌ଫଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ ଯାଇଥିଲେ। ଜଣେ ପ୍ରଶାସନିକ ଅଧିକାରୀ ଏଠାରେ ଲୁଟତରାଜ କରୁଥିବା ବେଳେ ବିଜେଡିର ବିଧାୟକ ଓ ଏମପିମାନେ ତାଙ୍କୁ ସୁରକ୍ଷା ଦେଇ ଆସୁଥିଲେ। ପୁରୁଣା ପ୍ରାର୍ଥୀଙ୍କ ପ୍ରତି ଜନ ସମର୍ଥନ ନ ଥିବା ସନ୍ଦେହ କରି ବିଜେଡି ଏଥର ସେମାନଙ୍କ ଟିକେଟ କାଟି ନୂତନ ପ୍ରାର୍ଥୀଙ୍କୁ ମଇଦାନରେ ଛାଡିଛି। କିନ୍ତୁ ଆରମ୍ଭରୁ ତୃଣମୂଳ ସ୍ତରରେ ଲୋକଙ୍କ ସହିତ ରହି କାର୍ଯ୍ୟ କରୁଥିବା ପ୍ରତିନିଧିଙ୍କୁ ଭାଜପା ଟିକେଟ ଦେଇଛି। ବିଜେଡରେ ଅଣନିଃଶ୍ୱାସୀ ହୋଇ ଦଳ ଛାଡିଥିବା ମୋରଡା ବିଧାୟକ ପ୍ରବୀଣଚନ୍ଦ୍ର ଜିଲାରେ ଭାଜପାର ପ୍ରଚାରର ମଙ୍ଗ ଧରିବା ପରେ ଏହା ଦଳକୁ ଅଧିକ ଶକ୍ତିଶାଳୀ କରିବ। ଏହି ଖବରଦାତା ସମ୍ମିଳନୀରେ ପ୍ରବୀଣଚନ୍ଦ୍ରଙ୍କ ସମେତ ଜିଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ପୂର୍ବତନ ବିଧାୟକ ବିରାମ ମୁର୍ମୁ, ବରିଷ୍ଠ ନେତା ଛୋଟେଲାଲ ମହାନ୍ତ, ନରୋତ୍ତମ ପାଣିଗ୍ରାହୀ ଅବନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଫୁଲ୍ଲ ମଲ୍ଲିକ ୬୯୧୭ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୩ତମ ରାଉଣ୍ଡ ଫଳାଫଳ ପ୍ରକାଶିତ ହୋଇଛି। ୩୦,୩୨୦ ଖଣ୍ଡ ଭୋଟ ସହ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ...

ମହମବତୀ ଆଲୋକରେ ଭୋଟ ଦେଲେ ଭୋଟର

ପୁଣେ,୨୧।୧୦: ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଭୋଟିଂ ଜାରି ରହିଛି। ପୁଣେର ଶିବାଜୀନଗର ମତଦାନ କେନ୍ଦ୍ରରେ ବିଦ୍ୟୁତ୍‌ ଆଲୋକ ଚାଲିଯିବାରୁ ଏକ ଅଭାବନୀୟ ପରିସ୍ଥିତି...

ଚତୁର୍ଥ ପର୍ଯ୍ୟାୟରେ ୯୪୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୨୮ା୪: ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଆସନ୍ତା ୨୯ ତାରିଖରେ ହେବାକୁ ଯାଉଥିବାବେଳେ ଶନିବାର ଅପରାହ୍ନରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୯ଟି...

୧୫ରେ ଯୋଗୀ ନେବେ ଶପଥ

ଲକ୍ଷ୍ନୌ,୧୧।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତରେ ସଂଖ୍ୟାଗରିଷ୍ଠତାରେ ଭାଜପା ବିଜୟୀ ହେବା ପରେ ଏବେ ମନ୍ତ୍ରିମଣ୍ଡଳର ଶପଥ ଉତ୍ସବକୁ ନେଇ ଚର୍ଚ୍ଚା ଜୋର ଧରିଛି। ହୋଲି...

କବିସୂର୍ଯ୍ୟନଗରରେ ଲତିକା ଆଗୁଆ

ବେଗୁନିଆପଡ଼ା,୨୩।୫(ଡି.ଏନ୍‌.ଏ.)-ଦଶମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥନୀ ଲତିକା ପ୍ରଧାନ ୨୨,୫୬୯ ଭୋଟ ପାଇ ଆଗରେ ଥିବା ବେଳେ ଭାଜପା...

ହରିୟାଣା ନିର୍ବାଚନ: ଭାଜପାର ଷ୍ଟାର ପ୍ରଚାରକଙ୍କ ତାଲିକାରେ ମୋଦି, ଅମିତ ଶାହ

ଚଣ୍ଡିଗଡ଼,୪।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୪୦ଜଣ ଷ୍ଟାର ପ୍ରଚାରକଙ୍କ ନାମ...

ଆଠମଲ୍ଲିକରେ ରମେଶ ସାଏ ୩୧୬୭୩ ଭୋଟରେ ଆଗରେ

ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ୨୩ ରାଉଣ୍ଡ ଶେଷସୁଦ୍ଧା ୩୧୬୭୩ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ରମେଶଚନ୍ଦ୍ର...

ହିଞ୍ଜିଳିକାଟୁରେ ନବୀନ ପଟ୍ଟନାୟକ ଆଗରେ

ହିଞ୍ଜିଳିକାଟୁରେ,୨୩।୫(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁରେ ବିଜେଡି ବିଧାୟକ ପ୍ରାର୍ଥୀ ନୀବନ ପଟ୍ଟନାୟକ ୫୧୯୭ ଭୋଟ ପାଇଥିବାବେଳେ ଭାଜପା ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ୧୫୬୧ ଓ ଶମ୍ଭୁ ପାଣିଗ୍ରାହୀ...

Advertisement
Archives

Model This Week