Advertisement

ପ୍ରବାସୀଙ୍କୁ ସହାୟତା ବେଳେ ରୋକିଲା ପୋଲିସ: ଡିଜିପିଙ୍କୁ ଦାବିପତ୍ର

କଟକ ଅଫିସ,୨୬।୫: କଟକ ଦେଇ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ରାଜରାସ୍ତାରେ ଖାଦ୍ୟ ପାନୀୟ ବାଣ୍ଟୁଥିଲା ଏସ୍‌ୟୁସିଆଇ (ସି) ଓ ଏହାର ଛାତ୍ର ସଙ୍ଗଠନ ଏଆଇଡିଏସ୍‌ଓ। କିନ୍ତୁ ଏହାକୁ ପୋଲିସ ବନ୍ଦ କରିଦେଇଛି। ସୋମବାର ସକାଳ ସାଢ଼େ ୧୦ଟା ବେଳେ ଶିଖରପୁର ଛକରେ ସ୍ବେଚ୍ଛାସେବୀମାନେ ରିଲିଫ ବାଣ୍ଟୁଥିବା ବେଳେ ଚାଉଳିଆଗଞ୍ଜ ପୋଲିସ ଏହାକୁ ବନ୍ଦ କରିଛି। ସଙ୍ଗଠନ ଏଥିରେ ଅସନ୍ତୁଷ୍ଟ ହୋଇ ମଙ୍ଗଳବାର ରାଜ୍ୟ ପୋଲିସ ମହାନର୍ଦ୍ଦେଶକଙ୍କୁ ସ୍ମାରକପତ୍ର ଦେଇଛି। ରିଲିଫ ବଣ୍ଟନକୁ ବଳପୂର୍ବକ ବନ୍ଦ କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏସ୍‌ୟୁସିଆଇ (ସି) କଟକ ଜିଲା ସମ୍ପାଦକ ବିଶ୍ୱାବସୁ ଦାସଙ୍କ ନେତୃତ୍ୱରେ ସଦସ୍ୟ ଖଗେଶ୍ୱର ସେଠୀ, ବସନ୍ତ ନାୟକ, ରାଜକିଶୋର ମଲ୍ଲିକ, ସସ୍ମିତା ମହାନ୍ତି, ଦୀପକ ଦାସ, ପାଭେଲ ପ୍ରିୟଦର୍ଶନ, ସ୍ବାଧୀନୀ ବେହେରା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ପାଣି ଉଠାଇଲେ କାଉଡ଼ିଆ

କୋଣାର୍କ, ୨୮।୭(ଡି.ଏନ୍‌.ଏ.)-ମାନସିକ ବ୍ରତକୁ ସଫଳ କରିବା ନେଇ ହଜାର ହଜାର କାଉଡ଼ିଆ ରବିବାର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ପାଣିଭାର ଉଠାଇ ଶୈବପୀଠ ଅଭିମୂଖେ ଯାତ୍ରା ଆରମ୍ଭ...

ମାଲକାନଗିରିରେ ୩୬ କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଲା

କୋରୁକୋଣ୍ଡା,୧୨ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରବିବାର ମାଲକାନଗିରି ପୌରପରିଷଦ, ଖଇରପୁଟ ବ୍ଲକ ଏବଂ ବାଲିମେଳା ଏନ୍‌ଏସିରେ ମୋଟ୍‌...

ଘାଟିରୁ ଖସିଲା ବସ୍‌: ୩୦ରୁ ଊର୍ଦ୍ଧ ଆହତ

କୋଟଗଡ,୧୯ ।୮(ଡି.ଏନ.ଏ)- କନ୍ଧମାଳ ଜିଲା କୋଟଗଡ଼ ଥାନା ଅନ୍ତର୍ଗତ ଓରା ନିକଟ ଡାଡୁମାହା ଘାଟିରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ଭାରସାମ୍ୟ ହରାଇ ୩୦ଫୁଟ...

ରାତି ଜଗୁଆଳିଙ୍କୁ କଟୁରିରେ ହାଣି ହତ୍ୟା

ବାଲେଶର ଅଫିସ, ୧୮।୧୨:ବାଲେଶର ଜିଲାର ଏଫ୍‌ସିଆଇ ଅଫିସର ରାତି ଜଗୁଆଳିଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ମୟୁରଭଞ୍ଜର ବଢ଼ା ମାରାଣ୍ଡି । ମଙ୍ଗଳବାର...

ବରଗଡ଼ ଜିଲା ଚିଠି: ଅଲୋଡ଼ା ଶିଶୁକନ୍ୟା

ଶିଶୁକନ୍ୟାଙ୍କ ସୁରକ୍ଷା, ଭବିଷ୍ୟତ ସକାଶେ ରାଜ୍ୟ, କେନ୍ଦ୍ର ସରକାର ବହୁବିଧ ଯୋଜନା ହାତକୁ ନେଇଛନ୍ତି। ଏଥିପାଇଁ ସରକାର ବିଭିନ୍ନ ଆଇନ ମଧ୍ୟ ପ୍ରଣୟନ କରିଛନ୍ତି। ବର୍ଷର...

ମାଟି ଅତଡ଼ା ଖସି ୩ ମହିଳାଙ୍କ ମୃତ୍ୟୁ, ଜଣେ ଗୁରୁତର

କୋରାପୁଟ,୧୬।୪(ଡି.ଏନ୍‌.ଏ.): ମାଟି ଅତଡ଼ା ଖସି ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା...

ଅଙ୍ଗନଓ୍ବାଡି କେନ୍ଦ୍ରରେ ଝୁଲିଲା ତାଲା

କୁଆମରା,୨୫ା୫(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ଆରପଟା ପଞ୍ଚାୟତ ଧାଇଁଡିଆ ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରକୁ ନେଇ ପୁଣି ବିବାଦ ଦେଖାଦେଇଛି। ଉକ୍ତ ଅଙ୍ଗନଓ୍ବାଡିର...

ନଦୀ କୂଳରେ ଥାଇ ମଧ୍ୟ ପାଣି ପାଇଁ ହନ୍ତସନ୍ତ

ଗୁଡଭେଲା,୨ା୫(ଡି.ଏନ.ଏ.): ତୁଷୁରା ସହରଟି ନଦୀ କୂଳରେ ଥାଇ ମଧ୍ୟ ପିଇବା ପାଇଁ ସହରବାସୀ ହନ୍ତସନ୍ତ ହେଉଛନ୍ତି। ସହରକୁ ସ୍ଥାନୀୟ ସୋନଗଡ ନଦୀରୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

Advertisement
Archives

Model This Week