Posted inଜାତୀୟ

ପ୍ରଧାନମନ୍ତ୍ରୀ କେବଳ ମିଛ କହୁଛନ୍ତି: ରାହୁଲ

ଓ୍ବାୟାନାଡ୍‌,୧୮ା୪(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ନିର୍ବାଚନ ମଣ୍ଡଳୀର କେରଳର ଓ୍ବାୟାନାଡ୍‌ ଯାଇ ବୁଧବାର ତିନୋଟି ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି ସବୁ ମିଛ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ଚୋରି କରିଛନ୍ତି। ପୁଲ୍‌ଓ୍ବାମା ଆକ୍ରମଣ ଦିନ ମୋଦି ତାଙ୍କ ବନ୍ଧୁ ଆଦାନିଙ୍କୁ ୬ଟି ବିମାନ ବନ୍ଦର ଦେଇଛନ୍ତି। ବିମୁଦ୍ରୀକରଣକୁ ପ୍ରଧାନମନ୍ତ୍ରୀ କଳାଧନ ବିରୋଧରେ ଲଢ଼େଇ ବୋଲି କହୁଛନ୍ତି। ପ୍ରକୃତରେ ବିମୁଦ୍ରୀକରଣ ଯୋଗୁ ଭାରତର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି କଂଗ୍ରେସ ଅଧ୍ୟକ୍ଷ କହିଥିଲେ। ନୋଟବନ୍ଦୀ ପରେ ଦେଶରେ ୫୦ ଲକ୍ଷ ଲୋକ ନିଯୁକ୍ତ ହରାଇଛନ୍ତି। ଉତ୍ତରପ୍ରଦେଶର ଅମେଠି ସମେତ ଓ୍ବାୟାନାଡ୍‌ ଆସନରୁ ପ୍ରାର୍ଥୀ ହୋଇଥିବା ରାହୁଲ ଉକ୍ତ ନିର୍ବାଚନ ମଣ୍ଡଳୀକୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଭିନ୍ନ ସଂସ୍କୃତି ଓ ଚିନ୍ତାଧାରା ପ୍ରତୀକ ଏହି ସୁନ୍ଦର ସ୍ଥାନର ପ୍ରତିନିଧିତ୍ୱ କରିବା ପାଇଁ ସେ ଚାହିଁଥିଲେ ବୋଲି କହିଛନ୍ତି।
ଏହି ଅବସରରେ ରାହୁଲ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଚିତାଭସ୍ମ ବିସର୍ଜନ ହୋଇଥିବା ପାପନାଶିନୀ ନଦୀ କୂଳରେ ପହଞ୍ଚତ୍ ବାଲି ତର୍ପଣ କରିଥିଲେ। ଏହା ପରେ ସେ ଥିରୁନେଲି ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ। ରାହୁଲ ଧୋତି ଓ ସିଲ୍କ ସାଲ୍‌ ପରିଧାନ କରିଥିବା ଦେଖାଯାଇଥିଲା। ଦକ୍ଷିଣର କାଶୀ ଭାବେ ପରିଚିତ ପାହାଡ ଜଙ୍ଗଲଘେରା ଏହି ମନ୍ଦିରରେ ଭଗବାନ ମହାବିଷ୍ଣୁ ପୂଜା ପାଇଥାନ୍ତି।
ଆନନ୍ଦଠାରେ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ରାହୁଲଙ୍କୁ କଡ଼ା ଜବାବ ଦେଇଛନ୍ତି। କଂଗ୍ରେସ ହିଁ ମିଛର ସୃଷ୍ଟିକର୍ତ୍ତା। ସାମ୍ପ୍ରଦାୟ ମଧ୍ୟରେ ବିଭାଜନ ସୃଷ୍ଟି କରିବା କଂଗ୍ରେସର ଏକମାତ୍ର ଲକ୍ଷ୍ୟ। ତାଙ୍କୁ ଚୋର କହି ରାହୁଲ ସମସ୍ତ ଓବିସିଙ୍କଠାରେ ଚୋର ମୋହର ଲଗାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାଜପା ଅଧ୍ୟକ୍ଷ ଅମିତ ଶାହ ଗତ ସପ୍ତାହରେ କହିଥିଲେ, ରାହୁଲଙ୍କ ଶୋଭାଯାତ୍ରାରୁ ତାହା ଭାରତରେ କିମ୍ବା ପାକିସ୍ତାନରେ ଚିହ୍ନଟ କରିବା କଷ୍ଟକର ହେଉଥିଲା। ରାହୁଲଙ୍କ ଗତ ୪ ତାରିଖ ରୋଡ୍‌ ଶୋରେ ଆଇୟୁଏମ୍‌ଏଲ୍‌ର ସବୁଜ ପତାକାକୁ ଲକ୍ଷ୍ୟ କରି ଶାହ ଏଭଳି ମନ୍ତବ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବର ପୂର୍ବତନ ମନ୍ତ୍ରୀଙ୍କ ପରଲୋକ

ଚଣ୍ଡିଗଡ,୨୧।୫: ଶିରୋମଣୀ ଅକାଳୀ ଦଳର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ଜଥେଦାର ତୋତା ସିଂହଙ୍କ ପରଲୋକ ଘଟିଛି। ଶନିବାର ସକାଳେ ମୋହାଲି ସ୍ଥିତ...

ତୃଣମୂଳ କଂଗ୍ରେସ ଦୁର୍ନୀତିରେ ରେକର୍ଡ କରିଛି: ମୋଦି

ନୂଆଦିଲ୍ଲୀ,୨୧।୩: ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ କରାଯିବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କୁ ହାତେଇବା...

୨୦୧୯-୨୦ ଆର୍ଥିକ ବଜେଟ ମୁଖ୍ୟାଂଶ: ୩ କୋଟି ଛୋଟ ଏବଂ ଉଠା ଦୋକାନୀଙ୍କୁ ମିଳିବ ପେନଶନ୍‌

ନୂଆଦିଲ୍ଲୀ ୫।୭: ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଶୁକ୍ରବାର ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌। ବଜେଟ୍‌ ମୁଖ୍ୟାଂଶ -୩ କୋଟି...

ଉନ୍ନାଓ ପୀଡିତାଙ୍କ ପରିବାରର ସମସ୍ତ ଦାବି ପୂରଣ କରାଯିବ: ଲକ୍ଷ୍ନୌ କମିଶନର

ଲକ୍ଷ୍ନୌ,୮।୧୨: ଉନ୍ନାଓ ପୀଡିତାଙ୍କ ପରିବାର ଯେଉଁସବୁ ଦାବି କରିଥିଲେ ତାହା ପୂରଣ କରାଯିବ ବୋଲି ଶନିବାର କଥା ଦେଇଛନ୍ତି ଉତ୍ତର ପ୍ରଦେଶ ପ୍ରଶାସନ। ଲକ୍ଷ୍ନୌ ଡିଭିଜନାଲ...

୯୫ ପ୍ରତିଶତ ଡ୍ରାଇଭରଙ୍କୁ ଜଣା ନାହିଁ ଟ୍ରାଫିକ୍‌ ନିୟମ

ନୂଆଦିଲ୍ଲୀ,୧୬।୧: ଦେଶରେ ଘଟୁଥିବା ସଡ଼କ ଦୁର୍ଘଟଣା ପାଇଁ ଗାଡ଼ି ଡ୍ରାଇଭର ମୁଖ୍ୟତଃ ଦାୟୀ। ୯୫ ପ୍ରତିଶତ ଡ୍ରାଇଭରଙ୍କୁ ଟ୍ରାଫିକ୍‌ ନିୟମ ଜଣା ନାହିଁ। ପ୍ରଚଳିତ ୫୦...

କାଦୁଅରେ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କରି ଚର୍ଚ୍ଚାରେ ଦମ୍ପତି

ବିବାହକୁ ସ୍ମରଣୀୟ କରି ରଖିବାକୁ ସମସ୍ତେ ଚାହିଁ ଥାଆନ୍ତି। ଏବେ କିନ୍ତୁ ବିବାହ ପୂର୍ବର ମୂହୁର୍ତ୍ତକୁ ମନେ ରଖିବା ପାଇଁ ଯୁବପିଢୀ ବେଶୀ ଗୁରୁତ୍ୱ ଦେଉଛନ୍ତି।...

ବିମାନ ଉଡ଼ୁଥିବାବେଳେ ଏମରଜେନ୍ସି ଗେଟ୍‌ ଖୋଲିବାକୁ ଉଦ୍ୟମ କଲେ ଯାତ୍ରୀ

ବାରଣାସୀ,୨୮।୩: ସ୍ପେସଜେଟ୍‌ ଫ୍ଲାଇଟ୍‌ ଉଡୁଥିବାବେଳେ ଜଣେ ଯାତ୍ରୀ ବିମାର ଏମରଜେନ୍ସି ଡୋର ଖୋଲିବାକୁ ଉଦ୍ୟମ କରିଥିଲେ। ଉକ୍ତ ଯାତ୍ରୀଙ୍କ ନାମ ଗୌରବ। ବାରଣାସୀ ଏୟାରପୋର୍ଟରେ ବିମାନର...

ଡିସେମ୍ବର ୨୭ରେ ଶପଥ ନେଇ ପାରନ୍ତି ହେମନ୍ତ

ରାଞ୍ଚି,୨୪।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ ମେଣ୍ଟକୁ ବହୁମତ ମିଳିଛି। ୮୧ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ-ଜେଏମ୍‌ଏମ ମେଣ୍ଟ ୪୭ ଆସନ ହାତେଇଛି। ସରକାର ଗଠନ...

Advertisement
Archives

Model This Week