ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ

ଭୁବନେଶ୍ୱର, ୧୭।୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନାକୁ ନେଇ ଭାଜପା ଏବଂ ଶାସକ ବିଜେଡି ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ଦେଉଥିବାବେଳେ ବିଜୁବାବୁଙ୍କ ଫଟୋ କାହିଁକି ବଡ଼ ଆକାରରେ ଲଗାଯାଉଛି ବୋଲି ଭାଜପା ସଦସ୍ୟମାନେ ଅଭିଯୋଗ କରିଥିଲେ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ, ଯଦି କେନ୍ଦ୍ର ଓ ରାଜ୍ୟ ମିଶିକି ଟଙ୍କା ଦେଉଛନ୍ତି ତାହାର ରେସିଓ ଫଳକରେ ଲେଖାଯାଉ। ଖାଲି ବିଜୁବାବୁଙ୍କ ଲୋଗୋ ଦେଇ ପ୍ରଧାନମନ୍ତ୍ରୀଙ୍କ ଲୋଗୋ କାହିଁକି ଲିଭାଯାଉଛି। ସବୁ ଯୋଜନାରେ ବିଜୁବାବୁଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଲୋଗୋ ବି ଦିଆଯାଉ। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ଅଧିକ ଅନୁଦାନ ଦିଅନ୍ତି। କଂଗ୍ରେସ ଅମଳରେ ୫୦ ଲକ୍ଷରୁ ଅଧିକ ଘର ମିଳି ନ ଥିଲା। ୨୦୨୨ ସୁଦ୍ଧା କେମିତି ସମସ୍ତଙ୍କୁ ଘର ମିଳିବ ସେ ଦିଗରେ ରାଜ୍ୟ ସରକାର ରାସ୍ତା କାଢନ୍ତୁ। ଅବରୋଧ ନ କରନ୍ତୁ। ଏହାର ଜବାବରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ବିଭିନ୍ନ ଆବାସ ଯୋଜନାରେ ୧୦୦ ପ୍ରତିଶତ କେନ୍ଦ୍ର ସରକାର ଦିଅନ୍ତି। ଆଉ କିଛି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ମିଶିକରି ଦିଅନ୍ତି। ଆଉ କିଛି ରାଜ୍ୟ ସରକାର ନିଜେ କରନ୍ତି। ଜବାହରଲାଲ ନେହେରୁଙ୍କ ସମୟରୁ ୧୦୦ ପ୍ରତିଶତ କେନ୍ଦ୍ର ଦେଉଥିଲା। କିନ୍ତୁ ମୋଦି ଆସିବା ପରେ ରାଜ୍ୟକୁ ୪୦ ପ୍ରତିଶତ ଦେବାକୁ ପଡୁଛି। ଗତ ୩ ବର୍ଷରେ ଓଡ଼ିଶା ପାଇଁ ଯେଉଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ସେଥିରୁ ରାଜ୍ୟ ନିଜେ ୬ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି। ଆର୍ଥିକ ବୋଝ ବଢିବାରୁ ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମିଶ୍ରଣ କଲୁ। ବିଜୁବାବୁଙ୍କ ଯୋଜନାରେ ତାଙ୍କ ଲୋଗୋ କାହିଁକି ରହିବ ନାହିଁ। ଏହା ବିରୋଧୀଙ୍କ ହୀନ ମାନସିକତା। ଆମେ ତ ପଶ୍ଚିମବଙ୍ଗ ଭଳି ବଙ୍ଗଳା ସଡ଼କ ଯୋଜନା କରିନାହୁଁ । ଲୋକେ ଯେମିତି ଠିକ୍‌ ଭାବେ ଏହି ଯୋଜନାର ସୁବିଧା ପାଇବେ ସେ ଦିଗରେ କାମ କରି ତୁ ତୁ ମେଁ ମେଁ ହେବା କଥା ନୁହେଁ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଉ ୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୨୯ କୁ ବୃଦ୍ଧି...

‘ଟିକା ନ ନେଲେ ଭୁଲିଯାଅ ଦରମା ’

କଟକ, ୫ା୨- ପଞ୍ଜୀକରଣ କରି ଟିକା ନ ନେଲେ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଦରମା ମିଳିବ ନାହିଁ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି କଟକ...

ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ଫୁଲବାଣୀ ଅଫିସ,୬ା୧୧: ଏକ ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ସହକାରୀ ଦୌରାଜଜ୍‌ ସୌଭାଗ୍ୟ ରଞ୍ଜନ ସ୍ବାଇଁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ...

ପୁରୀରେ ୭ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର କଲେ ସମୀକ୍ଷା

ପୁରୀ ଅଫିସ, ୧୬ା୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ...

ଆସନ୍ତା ୨୭ ପର୍ଯ୍ୟନ୍ତ ବଢ଼ିଲା କାଳିଆ ଯାଞ୍ଚ ଅବଧି

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କାଳିଆ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ପାଇଁ ଅବଧି ବୃଦ୍ଧି ପାଇଛି। ବୁଧବାର ଏହି ଯାଞ୍ଚର ଶେଷ ତାରିଖ ଥିବାବେଳେ...

ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ଯିବେ ୮ ସଦସ୍ୟ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ବୈଠକ ଶୁକ୍ରବାର ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ...

ପୂର୍ବତନ ତହସିଲଦାରଙ୍କ ନାଁରେ ମାମଲା: କୋର୍ଟ ପକ୍ଷରୁ ସମନ ଜାରି

ଦିଗପହଣ୍ଡି,୧୩ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲର ପୂର୍ବତନ ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁଙ୍କ ବିରୋଧରେ ୧୪/୨୧ ଅନୁଯାୟୀ ଏକ ଫୌଜଦାରୀ ମାମଲା ରୁଜୁ ହୋଇଥିବା ଜଣାପଡିଛି।...

୧୮ ଫୁଟ ଖାଲରେ ଖସିପଡ଼ିଲା ହାତୀ: ୫ ଘଣ୍ଟାର ଅପରେଶନ ପରେ ଉଦ୍ଧାର କଲା ବନବିଭାଗ

ଶେରଗଡ଼/ଦିଗପହଣ୍ଡି,୨।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଳକ ଅଧୀନ ଅଲାରିଗଡ଼ ଗ୍ରାମ ଲଣ୍ଡା ଶିଖ ଜେନାଖୋଲ ପାହାଡ଼ ନିକଟରେ ପ୍ରାୟ ୧୮ ଫୁଟ ଖାଲରେ ଏକ ମାଈହାତୀ...

Advertisement
Archives

Model This Week