ପ୍ରଧାନମନ୍ତ୍ରୀ ଆବାସ ଅନିୟମିତତା ନେଇ ତଦନ୍ତ

ତିହିଡ଼ି,୨।୧୧ (ଡି.ଏନ.ଏ.) : ଭଦ୍ରକ ଜିଲା ତିହିଡ଼ି ବ୍ଲକ ନରେନ୍ଦ୍ରପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଜଣେ ଯୁବତୀଙ୍କୁ ବିଧବା ଦର୍ଶାଇ ଯୋଜନାରେ ସାମିଲ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା। ଏହି ଅଭିଯୋଗ କ୍ରମେ ଜିଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଏପିଡି) ଶନିବାର ତଦନ୍ତ କରିଛନ୍ତି। ଏପିଡି ରାଜେନ୍ଦ୍ର ପଣ୍ଡା, ପ୍ରହ୍ଲାଦ ରଣା ଓ ଦେବେନ୍ଦ୍ର ପାଣ୍ଡବ ନରେନ୍ଦ୍ରପୁର ଗାଁକୁ ଆସି ତଦନ୍ତ କରି ଫେରିଛନ୍ତି।
ଗ୍ରାମର ଜଣେ ବ୍ୟକ୍ତିଙ୍କ ଝିଅଙ୍କୁ ବିଧବା ଦର୍ଶାଇ ପ୍ରଧାନମନ୍ତ୍ରୀ ଆବାସ ଦିଆଯାଇଥିଲା। ତେବେ ଉକ୍ତ ଯୁବତୀଙ୍କ ନଁା ପ୍ରଧାନମନ୍ତ୍ରୀ ଆବାସ ଅଗ୍ରାଧିକାର ତାଲିକାରେ ରହିଛି। ତାଙ୍କ ପରିବାର ମଧ୍ୟ ଏହି ଆବାସ ପାଇବା ପାଇଁ ଯୋଗ୍ୟ। ସେ ସାବାଳିକା ହୋଇଥିବାରୁ ପ୍ରଧାନମନ୍ତ୍ରୀ ଆବାସ ପାଇବାରେ କୌଣସି ଅସୁବିଧା ନାହିଁ ବୋଲି ଏପିଡି ପାଣ୍ଡବ କହିଥିଲେ। କମ୍ପ୍ୟୁଟର ତ୍ରୁଟି ଯୋଗୁ ଯୁବତୀଙ୍କ ନଁା ପାର୍ଶ୍ୱରେ ବିଧବା ବୋଲି ଉଲ୍ଲେଖ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଏପିଡିଙ୍କ ତଦନ୍ତ ସମୟରେ ସରପଞ୍ଚ ସୁବାସ ସେଠୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନଳିନୀକାନ୍ତ ଦାସ ଓ ଜିଆରଏସ୍‌ ଉଜ୍ଜ୍ୱଳ ନାୟକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ୧୫ ଦିନ ପୂର୍ବେ ଗ୍ରାମର କେତେକ ଲୋକ ଏହି ଅନିୟମିତତା ସମ୍ପର୍କରେ ଜିଲାପାଳ ଏବଂ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ବିଡିଓଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଯନ୍ତ୍ରୀ ରଶ୍ମିରଞ୍ଜନ ମହାପାତ୍ର ଏହାର ତଦନ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୀକ୍ଷା କଲେ କେନ୍ଦ୍ରୀୟ ପ୍ରତିନିଧି

ବାରିପଦା ଅଫିସ,୧୨।୬ କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ଏକ ତିନିଜଣିଆ ପ୍ରତିନିଧି ଦଳ ଶନିବାର ମୟୂରଭଞ୍ଜ ଜିଲା ଗସ୍ତରେ ଆସି ମିଶନ ଜୀବିକା ଓ...

ମୌଳିକ ସୁବିଧାରୁ ବଞ୍ଚିତ ମିନିଗାଁଗୁଡ଼ାବାସୀ

ପାରଳାଖେମୁଣ୍ଡି, ୧ା୧୦(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରଠାରୁ ମାତ୍ର ୧୦କିମି ଦୂରରେ ଥିବା କାଶୀନଗର ବ୍ଲକ କେ.ସୀତାପୁର ପଞ୍ଚାୟତ ଅନ୍ତର୍ଗତ ମିନିଗାଁଗୁଡ଼ା ଗ୍ରାମରେ ମୌଳିକ ସୁବିଧା ନ ଥିବା...

ଅଗ୍ନିକାଣ୍ଡରେ ୨ ପରିବାର ସର୍ବସ୍ବାନ୍ତ

ରାସୋଳ, ୨୧।୧(ଡି.ଏନ୍‌.ଏ.): ହିନ୍ଦୋଳ ବ୍ଲକ ରାସୋଳ ଥାନା ବୁହାଳିପାଳ ଗ୍ରାମ ବାଲିପଶି ସାହିରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଛି। ଏହାର କାରଣ...

ଉନ୍ନତୀକରଣ ଦିଗରେ ଉଷ୍ଣ ପ୍ରସ୍ରବଣ

ଖମାର,୧୮ା୩:  ଅନୁଗୋଳ ଜିଲା ପାଲଲହଡ଼ା ଅଞ୍ଚଳରେ ପର୍ଯ୍ୟଟନର ଭରପୂର ଭିତ୍ତିଭୂମି ରହିଛି। କିନ୍ତୁ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଅନେକ ଦର୍ଶନୀୟ ସ୍ଥାନ ଏବେ...

ନିର୍ମାଣ ଶ୍ରମିକ ସଂଘ ସମନ୍ବୟ କମିଟି ବୈଠକ

ଅନୁଗୋଳ ଅଫିସ, ୨୨।୯ – ଅନୁଗୋଳ ଜିଲା ନିର୍ମାଣ ଶ୍ରମିକ ସଂଘ ସମନ୍ବୟ କମିଟି ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶିଶୁ...

ରାଜଧାନୀକୁ ଟପିଲା ଯାଜପୁର: ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଲା, ଆଜି ଗୋଟିଏ ଦିନରେ ୮ ଚିହ୍ନଟ

ଭୁବନେଶ୍ୱର,୨ା୫(ବ୍ୟୁରୋ) : ଶନିବାର ସକାଳେ ଯାଜପୁର ଜିଲାରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ଶ୍ରାବଣ ମାସ ପ୍ରଥମ ସୋମବାର: ଜଳାଭିଷେକ ପାଇଁ ବିଭିନ୍ନ ଶୈବପୀଠରେ ଭିଡ଼

ବାଲିଗୁଡ଼ା,୨୨।୭(ଡି.ଏନ୍‌.ଏ.): ଶ୍ରାବଣ ମାସ ପ୍ରଥମ ସୋମବାରରେ ମହାଦେବଙ୍କୁ ଜଳାଭିଷେକ ଲାଗି ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଜମିଛି। ପ୍ରତ୍ୟୁଷରୁ ଖଡ଼ଗ ନଦୀ ନିକଟରେ କାଉଡ଼ିଆଙ୍କ ଭିଡ଼...

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

କେନ୍ଦୁଝର/ଢେଙ୍କିକୋଟ,୧୭।୧୨(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ଥାନା ଭୋଳବେଡ଼ା ଗ୍ରାମର ମୁଣ୍ଡା ସାହିରେ ବୁଧବାର ଡାହାଣୀ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା...

Advertisement
Archives

Model This Week