ପ୍ରଦ୍ୟୁମ୍ନ ହତ୍ୟା ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୪।୮(ଡି.ଏନ.ଏ)-ଜଗନ୍ନାଥପ୍ରସାଦ ଥାନା ଗୋଚ୍ଛାବାଡ଼ିର ପ୍ରଦ୍ୟୁମ୍ନ କୁମାର ନାୟକ ହତ୍ୟା ମାମଲାର ରାୟ ମଙ୍ଗଳବାର
ପ୍ରକାଶ ପାଇଛି। ଭଞ୍ଜନଗର ଏଡ଼ିଜେ ମହଲତ ସା ମାମଲାର ବିଚାର କରି ୭ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଉପଯୁକ୍ତ ପ୍ରମାଣ ଅଭାବରୁ ଅଭିଯୁକ୍ତ ଜଗୁ ନାୟକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରକାଶ ଯେ, ଗୋଚ୍ଛାବାଡ଼ିର ପ୍ରଦ୍ୟୁମ୍ନଙ୍କ ସହ ଗଁାର ବନିତା ନାୟକଙ୍କର କୌଣସି କାରଣରୁ ବିବାଦ ହୋଇଥିଲା। ଏହାପରେ ବନିତା ପ୍ରଦ୍ୟୁମ୍ନଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରିଥିଲେ। ଗ୍ରାମର ଜଗୁ ଓ ମାଣିତରାର ନାରାୟଣ ନାୟକଙ୍କ ସହାୟତା ନେଇଥିଲେ ବନିତା। ୨୦୧୪ ଏପ୍ରିଲ ୨୭ ରାତିରେ ପ୍ରଦ୍ୟୁମ୍ନଙ୍କୁ ବନିତା କରଡ଼ାବଣି ଜଙ୍ଗଲକୁ ଡ଼ାକି ନେଇଥିଲେ। ଏହାପରେ ପୂର୍ବ ଯୋଜନା ପ୍ରକାରେ ନାରାୟଣ, ଜଗୁ ଓ ବନିତା ମିଶି ପ୍ରଦ୍ୟୁମ୍ନଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପ୍ରଦ୍ୟୁମ୍ନଙ୍କ ବାପା ଭାସ୍କର ଜଗନ୍ନାଥପ୍ରସାଦ ଥାନାରେ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଗତବର୍ଷ ବନିତା ଓ ନାରାୟଣ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ମଙ୍ଗଳବାର ଜଗୁ ମଧ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଏମ୍‌.ତାଜ୍‌ ଆଦେନୀ ଓ ମୁଦାଲାଙ୍କ ପକ୍ଷରୁ ଇଶ୍ୱର ମହାରଣା, ଚନ୍ଦ୍ରମଣି ମହାପାତ୍ର, ବିନାୟକ ପ୍ରଧାନ, ରାଜେଶ୍ୱର ରାଓ ଆଚାରୀ, ବିକାଶ ରଞ୍ଜନ ବେହେରା ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୀଳରକ୍ତ କଙ୍କଡା ସୁରକ୍ଷା ପାଇଁ ବେଳାଭୂମି ସଫେଇ

ରୂପସା, ୯ା୩(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ବାହାବଳପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ବଗଦା ବେଳାଭୂମିରେ ସୋମବାର ସଫେଇ ଅଭିଯାନ ଆରମ୍ଭ ହୋଇଛି। ସମୁଦ୍ରରେ ନୀଳରକ୍ତ କଙ୍କଡାର ସୁରକ୍ଷା...

ବାଇକ୍‌, ଟଙ୍କା ଲୁଟ୍‌ ଘଟଣା: ୩ କୋର୍ଟ ଚାଲାଣ

ଛତ୍ରପୁର,୧୩ା୭(ଡି.ଏନ.ଏ)-ବାଇକ୍‌ ଓ ଟଙ୍କା ଲୁଟ୍‌ ଘଟଣାରେ ୩ ଅଭିଯୁକ୍ତଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି ।  ସେମାନେ ହେଲେ ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳର ରାଜ...

ନିମ୍ନମାନର ଓପିଡ଼ି ଗୃହ ନିର୍ମାଣ ଘଟଣା: ଅଭିଯୋଗ ପରେ ମରାମତି ଆରମ୍ଭ

ରୂପ୍‌ସା, ୨୧।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଓପିଡ଼ି (ଆଉଟ୍‌ଡୋର ପେସେଣ୍ଟ ଡିପାର୍ଟମେଣ୍ଟ) ଗୃହର ମରାମତି କାର୍ଯ୍ୟ ଗୁରୁବାର ଆରମ୍ଭ ହୋଇଛି। ସ୍ଥାନୀୟ...

ନିମାପଡ଼ା ଆମିଷ ବଜାରରେ ପ୍ରବଳ ଭିଡ଼

ନିମାପଡ଼ା,୧।୪(ଡି.ଏନ.ଏ.): ସମଗ୍ର ବିଶ୍ୱରେ ମହାମାରୀ କରୋନା ସଂକ୍ରମଣର ବିଭୀଷିକା ଦେଖାଦେଇଛି। ଏଥିରୁ ରକ୍ଷା ପାଇବା ପାଇଁ ସରକାର ଲକଡାଉନ ଘୋଷଣା କରିବା ସହ ସାମାଜିକ ଦୂରତା...

ମିଷ୍ଟର ଇଣ୍ଡିଆ ପ୍ରତଯୋଗିତାରେ ଜୟପୁରର ଶ୍ରୀଧର

ଜୟପୁର,୧୮ା୭(ନି.ପ୍ର.): ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ଓଡ଼ିଆ ଝିଅପୁଅଙ୍କ ଅଂଶଗ୍ରହଣ କିଛି କମ୍‌ ନୁହେଁ। ନିକଟରେ ଜିରୋନ ପ୍ରଡକ୍ସନ ହାଉସ ପ୍ରସ୍ତୁତ ମିଷ୍ଟର ଏବଂ ମିସ୍‌...

ପୋଖରୀରେ ପଶିଲା ଗାଡ଼ି: ୪ ବର୍ତ୍ତିଲେ

ଉଦଳା,୨୨ା୨(ଡ଼ି.ଏନ୍‌.ଏ.)- ଉଦଳା ଥାନା ଅଞ୍ଚଳରେ ଶୁକ୍ରବାର ଏକ ଚାରି ଚକିଆ ଗାଡ଼ି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରୁ ଗୋଟିଏ ପରିବାରର...

ସମିତିକୁ ଧାନଦେଇ ପ୍ରାପ୍ୟ ପାଉନାହାନ୍ତି ଚାଷୀ: ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ

ଭଣ୍ଡାରିପୋଖରୀ, ୨୯ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ୧୬ନଂ. ଜାତୀୟ ରାଜପଥର ଭଣ୍ଡାରିପୋଖରୀ ବସ୍‌ଷ୍ଟାଣ୍ଡଠାରେ ଶନିବାର ପୂର୍ବାହ୍ନ ୧୧ଟାରେ ନଗୁଆ ସେବା ସମବାୟ ସମିତିର ଶତାଧିକ ଚାଷୀ ସମିତିକୁ...

ଗର୍ଭବତୀଙ୍କୁ ଗାଡ଼ିଭଡ଼ା କରି ଘରକୁ ପଠାଇଲା ପୋଲିସ  

ଝାରସୁଗୁଡ଼ା ଅଫିସ,୨୨ା୫-କରୋନା ଭୂତାଣୁ ସହ ଲଢ଼େଇ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ କରାଯାଇଛି। ଏପରିସ୍ଥିତିରେ ବାହାରେ କାର୍ଯ୍ୟ କରୁଥିବା ଲୋକେ ନିଜ ନିଜ ଘରକୁ ଫେରୁଛନ୍ତି।...

Coronavirus Update

Archives

Model This Week

Why Dharitri