ପ୍ରଦୂଷିତ ସହର ତାଲିକାରେ ବାଲେଶ୍ୱର: ସଚେତନ କଲା ଜଳସମ୍ପଦ ଓ ପରିବେଶ ସୁରକ୍ଷା ସମିତି

ବାଲେଶ୍ୱର ଅଫିସ, ୮।୧୧-ନ୍ୟାଶନାଲ ଟ୍ରିବ୍ୟୁନାଲ ସର୍ଭେ ରିପୋର୍ଟକୁ ଭିତ୍ତି କରି ଭାରତର ୧୦୬ଟି ସହରକୁ ପ୍ରଦୂଷଣଯୁକ୍ତ ଏବଂ ଚାଷ ଅନୁପଯୋଗୀ ଘୋଷଣା କରାଯାଇଛି। ଏହି ସହର ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର, କଟକ, ରାଉରକେଲା, କଳିଙ୍ଗନଗର, ଅନୁଗୋଳ ଓ ବାଲେଶ୍ୱର ରହିଛି। ଏହାର ସମାଧାନ ଲାଗି ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ବୈଜ୍ଞାନିକ ଓ ବୁଦ୍ଧିଜୀବୀମାନେ ସରକାରୀ, ବେସରକାରୀ ସ୍ତରରେ ହାତକୁ ନେଇଛନ୍ତି ବୋଲି ଜଳସମ୍ପଦ ଓ ପରିବେଶ ସୁରକ୍ଷା ସମିତି ପକ୍ଷରୁ ଶୁକ୍ରବାର ଆୟୋଜିତ ସଚେତନତା ଶିବିରରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଡ. ମଧୁମିତା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି।
ବାଲେଶ୍ୱର ସହର ପାଣିଟାଙ୍କିସ୍ଥିତ ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ସମାଜସେବୀ ଶୁଭଙ୍କର ମହାପାତ୍ର ସଭାପତିତ୍ୱ କରିଥିଲେ। ଆବାହକ ବିଶିଷ୍ଟ ପରିବେଶବିତ୍‌ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ବିଶ୍ୱର ଭୂତଳ ଜଳସ୍ତର ଦ୍ରୁତଗତିରେ ନିମ୍ନଗାମୀ ହୋଇ ଚାଲିଥିବା ବେଳେ ବାୟୂମଣ୍ଡଳର ପ୍ରଦୂଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜଳବାୟୁ ସାଙ୍ଗକୁ ପୃଥିବୀର ଉତ୍ତାପ ବୃଦ୍ଧି ମାନବ ସମାଜ ପାଇଁ ବିପଦ ସୃଷ୍ଟି କରିସାରିଲାଣି। ବାଲେଶ୍ୱରରେ ଏଭଳି ସଚେତନତା ଶିବିର ଅତି ଗୁରୁତ୍ୱପୂର୍ଣ୍ଣ ଥିବା ସେ କହିଥିଲେ। ବିଶିଷ୍ଟ ପରିବେଶବିତ୍‌ ଡ. ସୂର୍ଯ୍ୟେନ୍ଦୁ କୁମାର ଦେ ଅତିଥି ଭାବେ ଯୋଗଦେଇ ବାଲେଶ୍ୱର ଜିଲାରେ ସମୁଦ୍ର ଉପକୂଳ ଅଞ୍ଚଳ ଯଥା ଭୋଗରାଇ, ବାଲିଆପାଳ, ବସ୍ତା, ସଦର, ରେମୁଣା ବ୍ଲକର ୫୬ଟି ପଞ୍ଚାୟତରେ ଭୂତଳରେ ମଧୁରଜଳ ବହୁ ତଳକୁ ଚାଲିଯାଇଥିବା ବେଳେ ଉପରେ ଲୁଣିପାଣି ରହିଛି। ବାହାବଳପୁରଠାରେ ପାନୀୟଜଳର ସ୍ତର ୯୩୦ ଫୁଟ୍‌ ତଳେ ପହଞ୍ଚତ୍ଲାଣି ବୋଲି ସେ ସୂଚନା ଦେଇଥିଲେ। ବିଶିଷ୍ଟ କୃଷି ବୈଜ୍ଞାନିକ ଡ. ଅଦୈତ ପ୍ରସାଦ ପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜଳସମ୍ପଦ ଓ ପରିବେଶକୁ ରକ୍ଷା କରିବାକୁ ହେଲେ କୋଷ୍ଟାଲ କେନାଲ୍‌ଗୁଡ଼ିକର ପୁନରୁଦ୍ଧାର କରିବା ସହ ନାଳ, ନଦୀ, ଆଡ଼ିବନ୍ଧ ଦ୍ୱାରା ବର୍ଷା ଜଳକୁ ସଞ୍ଚୟ କରାଯିବା ଆବଶ୍ୟକ। ଆଗାମୀ ଦିନରେ ସ୍କୁଲ, କଲେଜ, ଗାଁ ଗାଁରେ ବୁଲି ବିଭିନ୍ନ ଅନୁଷ୍ଠାନରେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ଏହାସହ ଜଳସମ୍ପଦ ସଂରକ୍ଷଣ ଏବଂ ଚାରାରୋପଣ ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏହି ଶିବିରରେ ୨ଶହରୁ ଊର୍ଦ୍ଧ୍ୱ ବୁଦ୍ଧିଜୀବୀ, ରାଜନୈତିକ ନେତା, ଯୁବତୀଯୁବତୀ ଓ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ୪ ପୋଲ, ମୋଟୁ ଆପ୍ରୋଚ ରାସ୍ତା ନିର୍ମାଣ: ଗଡ଼କରୀଙ୍କୁ ଦାବି ପତ୍ର ପ୍ରଦାନ କଲେ ଏମ୍‌ପି

ମାଲକାନଗିରି, ୨୨।୧୦(ଡି.ଏନ୍‌.ଏ.)- ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝି ମାଲକାନଗିରି ଜିଲାର ମାଲକାନଗିରି-କାଲିମେଳା ଜାତୀୟ ରାଜପଥରେ ୪ ଟି ଉଚ୍ଚ ସମ୍ପନ୍ନ ପୋଲ ଓ ମୋଟୁସ୍ଥିତ...

ଫସଲ ଉଜାଡି, ଘର ଭାଙ୍ଗିଲେ ହାତୀ

ଝୁମ୍ପୁରା ୧୪।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା, ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ଫରେଷ୍ଟ ସେକସନର ଗ୍ରାମାଞ୍ଚଳରେ ରବିବାର ବିଳମ୍ବିତ ରାତିରେ ପୁଣି ହାତୀପଲ ପଶି ଆସିଛନ୍ତି। ହାତୀପଲ ୨ଟି...

ପାର୍ବଣର ଆକର୍ଷଣ ବାଡ଼ି ଖେଳ

ବାଲେଶ୍ୱର ଅଫିସ, ୧୪।୧୦: ଓଡ଼ିଶାର ବୀରତ୍ୱର ଗାଥା ପାଇକଙ୍କ ଯୁଦ୍ଧକଳାରୁ ପ୍ରତିପାଦିତ ହୋଇଛି। ପାଇକ ଆଖଡ଼ା ଏହି ଯୁଦ୍ଧକଳାର ଏକ ଅଙ୍ଗ। ଦୁର୍ଗାପୂଜାରେ ଆଖଡ଼ା ଖେଳ (ବାଡ଼ି...

ମୋତିଝରଣ ଜୁ ହେଲା ପ୍ରାଣୀ ଉଦ୍ୟାନ, ଉଦ୍ଧାର କେନ୍ଦ୍ର

ସମ୍ବଲପୁର,୨୩ା୭(ଶୁଭାଶିଷ ପାଢ଼ୀ)ସମ୍ବଲପୁର ମୋତିଝରଣଠାରେ ଥିବା ଜୁ (ଚିଡ଼ିଆଖାନା) ପ୍ରାଣୀ ଉଦ୍ୟାନ ଓ ଉଦ୍ଧାର କେନ୍ଦ୍ର ନାମରେ ନାମିତ ହୋଇଛି। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଏହାର...

ଏମିତି ବି ମାଡ଼ିଆସେ ମୃତ୍ୟୁ

କେନ୍ଦୁଝର,୨ା୬: ଘର ଅଗଣାରେ ବସିଥିବା ବେଳେ ଟ୍ରକ ମାଡ଼ି ଯିବାରୁ ଜେଜେମା’ ଓ ନାତିଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ସଦର ଥାନା ଅଧୀନ ୨୦ନମ୍ବର ଜାତୀୟ...

ଭୟଙ୍କର ରୂପ ନେଉଛି କରୋନା: ଗଜପତି ଜିଲାପାଳ ଜାରିକଲେ କଟକଣା

ପାରଳାଖେମୁଣ୍ଡି,୧୭।୪(ଡି.ଏନ୍‌.ଏ.): ଭୟଙ୍କର ରୂପ ନେଉଛି କରୋନା। ଦେଶ ତଥା ରାଜ୍ୟରେ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ପୁଣି ଗଜପତି ଜିଲାରେ ୬୭ ଜଣ ପଜିଟିଭ୍‌...

ମକର ସଂକ୍ରାନ୍ତିରେ ବନ୍ଦ ରହିବ ମା’ ତାରିଣୀ ମନ୍ଦିର

କେନ୍ଦୁଝର,୧୩।୧(ସ୍ବ.ପ୍ର.): ଶୁକ୍ରବାର ମକର ସଂକ୍ରାନ୍ତି। ଏହାକୁ ନେଇ ରାଜ୍ୟର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି। ମାତ୍ର କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ...

ରୌପ୍ୟ ପଦକ ଜିତିଲେ ପ୍ରମିଳା କିସାନୀ

ବୁଗୁଡ଼ା,୧ା୧(ଡି.ଏନ.ଏ.): ଆନ୍ଧ୍ର ପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟଠାରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗଞ୍ଜାମ ଜିଲା ବୁଗୁଡ଼ା ପିପୁଲସ୍‌ କଲେଜ ଛାତ୍ରୀ ପ୍ରମିଳା...

Advertisement
Archives

Model This Week