Posted inଖେଳ

ପ୍ରଥମ ପରୀକ୍ଷାରେ ଭାରତ ବିଫଳ

ଲଣ୍ଡନ, ୨୬।୫- ଆଇସିସି ବିଶ୍ୱକପର ଅନ୍ୟତମ ଟାଇଟଲ ଦାବିଦାର ଭାରତ କିନ୍ତୁ ଇଂଲଣ୍ଡ ଗସ୍ତର ପ୍ରଥମ ପରୀକ୍ଷାରେ ବିଫଳ ହୋଇଛି। ବିଶ୍ୱକପ ଆରମ୍ଭ ହେବା ପାଇଁ ଆଉ ମାତ୍ର ୩ ଦିନ ବାକିଥିବାବେଳେ ଶନିବାର ଅନୁଷ୍ଠିତ ଓ୍ବାର୍ମଅପ୍‌ ମ୍ୟାଚରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଛି। ଫଳରେ ଅସଲ ପରୀକ୍ଷା ପୂର୍ବରୁ ଝୁଣ୍ଟିଛି ବିରାଟ କୋହଲିଙ୍କ ଟିମ୍‌ ଇଣ୍ଡିଆ। କେନିଂଟନ ଓଭାଲ ପିଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳର ପ୍ରଦର୍ଶନ ଫିକା ରହିଥିବାବେଳେ ନିଜକୁ ସଜାଡ଼ି ନେବାପାଇଁ ପରୋକ୍ଷ ଚେତାବନୀ ପାଇଛି। ନ୍ୟୁଜିଲାଣ୍ଡ ବୋଲରଙ୍କୁ ସଫଳ ମୁକାବିଲା କରି ନ ପାରି ଭାରତ ମାତ୍ର ୧୭୯ ରନରେ ସୀମିତ ରହିଥିବାବେଳେ ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୩୭.୧ ଓଭରରେ ମାତ୍ର ୪ ଉଇକେଟ ହରାଇ ହାସଲ କରିନେଇଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ମାତ୍ର ଟପ୍‌ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ବିରାଟ କୋହଲିଙ୍କ ଦଳ ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା। ରୋହିତ ଶର୍ମା ୨, ଶିଖର ଧାଓ୍ବନ ୨, ଲୋକେଶ ରାହୁଲ ୬ ରନ କରି ଆଉଟ ହେବାରୁ ୫.୩ ଓଭରରେ ଭାରତ ସ୍କୋର ୨୪/୩ ହୋଇ ଯାଇଥିଲା। ଅଧିନାୟକ ବିରାଟ ଭଲ ଆରମ୍ଭ କରିଥିଲେ ହେଁ ୨୪ ବଲ୍‌ରୁ ୧୮ (୩ ଚୌକା) ରନ କରି କଲିନ୍‌ ଡି ଗ୍ରାଣ୍ଡହୋମ୍‌ଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା କିଛି ସମୟ ନ୍ୟୁଜିଲାଣ୍ଡ ବୋଲରଙ୍କୁ ମୁକାବିଲାରେ ସଫଳ ହୋଇଥିଲେ। ତେବେ ସେ ୩୭ ବଲ୍‌ରୁ ୬ ଚୌକା ସହ ୩୦ ରନ କରିଥିବାବେଳେ ଜେମ୍ସ ନିଶାମଙ୍କ ବଲ୍‌ରେ ଟମ୍‌ ବ୍ଲୁନ୍‌ଡେଲ୍‌ଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଦୀନେଶ କାର୍ତ୍ତିକ ୪ ଓ ନିର୍ଭରଯୋଗ୍ୟ ମହେନ୍ଦ୍ର ସିଂ ଧୋନୀ ୧୭ ରନ କରି ଆଉଟ ହେବାରୁ ୯୧ ରନ ମଧ୍ୟରେ ଭାରତ ୭ ଉଇକେଟ ହରାଇ ଲଜ୍ଜାଜନକ ପରିସ୍ଥିତିରେ ପଡ଼ିଥିଲା। ମାତ୍ର ଶେଷଭାଗରେ ରବୀନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ଇନିଂସ ଭାରତର ସମ୍ମାନ ରଖିଥିଲା। ସେ ୫୦ ବଲ୍‌ରୁ ୬ ଚୌକା ଓ ୨ ଛକା ସହାୟତାରେ ୫୪ ରନ କରିଥିଲେ। ଭାରତ ଇନିଂସ ୩୯.୨ ଓଭରରେ ଶେଷ ହୋଇ ଯାଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୪ଟି, ନିଶାମ ୩ଟି ଏବଂ ଟିମ୍‌ ସୌଦୀ, ଗ୍ରାଣ୍ଡହୋମ ଓ ଲୋକି ଫର୍ଗୁସନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ନ୍ୟୁଜିଲାଣ୍ଡ ୩୭ ରନ ମଧ୍ୟରେ ୨ ଓପନର କଲିନ୍‌ ମୁନ୍‌ରୋ (୪) ଓ ମାର୍ଟିନ ଗୁପ୍‌ଟିଲ (୨୨)ଙ୍କ ଉଇକେଟ ହରାଇଥିଲେ ହେଁ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ରସ୍‌ ଟେଲରଙ୍କ ଅର୍ଦ୍ଧଶତକ ସହାୟତାରେ ବିଜୟ ପଥରେ ଅଗ୍ରସର ହୋଇଥିଲା। ଓ୍ବିଲିୟମସନ ୮୭ ବଲ୍‌ର ୬ ଚୌକା ଓ ୧ ଛକା ସହ ୬୭ ଓ ଟେଲର ୭୫ ବଲ୍‌ରୁ ୮ ଚୌକା ସହ ୭୧ ରନ କରି ନ୍ୟୁଜିଲାଣ୍ଡ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ହେନରି ନିକୋଲାସ ୧୫ ରନରେ ଅପରାଜିତ ରହି ଔପଚାରିକତା ପୂରଣ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ୍‌ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ ଓ ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ୩୯.୨ ଓଭରରେ ୧୭୯/ଅଲଆଉଟ(ଜାଡେଜା-୫୪, ହାର୍ଦ୍ଦିକ-୩୦, ବୋଲ୍ଟ-୪/୩୩, ନିଶାମ-୩/୨୬, ସୌଦୀ-୧/୨୬, ଗ୍ରାଣ୍ଡହୋମ-୧/୧୨, ଫର୍ଗୁସନ-୧/୩୩)। ନ୍ୟୁଜିଲାଣ୍ଡ ୩୭.୧ ଓଭରରେ ୧୮୦/୪(ଟେଲର-୭୧, ଓ୍ବିଲିୟମସନ-୬୭, ବୁମ୍‌ରା-୧/୨, ହାର୍ଦ୍ଦିକ-୧/୨୬, ଚହଲ-୧/୩୭, ଜାଡେଜା-୧/୨୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖାତା ଖୋଲିପାରିଲେ ନାହିଁ ରୋହିତ

ବିଜୟନଗରମ,୨୮।୯: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଓ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ଚାଲିଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଶନିବାର ଅନ୍ତିମ ଦିନରେ ପହଞ୍ଚତ୍ଛି।...

ହାତ ମିଳାଇବାକୁ ମନା କଲେ ସ୍ନୁକର ଷ୍ଟାର ଓସୁଲିଭାନ

ଲଣ୍ଡନ,୧୩।୧୨(ଏଏଫ୍‌ପି)- ସ୍ନୁକର କିମ୍ବଦନ୍ତୀ ରୋନି ଓସୁଲିଭାନ ନିଜ ଜାଜ୍ୱଲ୍ୟମୟ କ୍ୟାରିୟରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ସ୍କଟିଶ ଓପନ ଟୁର୍ନାମେଣ୍ଟରେ ଏକ ମ୍ୟାଚ୍‌ ପୂର୍ବରୁ...

ଥାଇଲାଣ୍ଡ ଓପନ୍‌ରୁ ଓହରିଲେ ସିନ୍ଧୁ

ବ୍ୟାଙ୍କକ୍‌, ୩୦।୭ (ପି.ଟି.)- ଶ୍ରେଷ୍ଠ ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ତଥା ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ମଙ୍ଗଳବାରଠାରୁ ଏଠାରେ ଆରମ୍ଭ ହୋଇଥିବା...

ଜର୍ମାନୀ, ନେଦରଲାଣ୍ଡ୍ସ, ଫିନ୍‌ଲାଣ୍ଡରେ ମୋଟୋ ଗ୍ରାଁ ପ୍ରି ରେସ୍‌ ବାତିଲ

ପ୍ୟାରିସ୍‌,୩୦।୪ (ଏଏଫ୍‌ପି): କୋଭିଡ-୧୯ ମହାମାରୀ କାରଣରୁ ଜର୍ମାନୀ, ନେଦରଲାଣ୍ଡ୍ସ ଓ ଫିନ୍‌ଲାଣ୍ଡରେ ଆୟୋଜନ ହେବାକୁଥିବା ମୋଟୋ ଗ୍ରାଁ ପ୍ରି ରେସ୍‌ଗୁଡିକୁ ବାତିଲ କରାଯାଇଛି। ଜୁନ୍‌ ଓ...

ରିଡ୍‌ଙ୍କ ତତ୍ତ୍ୱାବଧାନରେ ଆକ୍ରମଣାତ୍ମକ ହୋଇଛୁ: ଗୁରିନ୍ଦର

ବେଙ୍ଗାଲୁରୁ,୬।୫(ପି.ଟି.): ହେଡ୍‌ କୋଚ୍‌ ଗ୍ରାହାମ ରିଡ୍‌ଙ୍କ ତତ୍ତ୍ୱାବଧାନରେ ଆମେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିବାରେ ସଫଳ ହୋଇଛୁ ବୋଲି ଭାରତୀୟ ଡିଫେଣ୍ଡର ଗୁରିନ୍ଦର ସିଂ କହିଛନ୍ତି।...

ରଣଜୀ ଟ୍ରଫି: ଅନୁରାଗ, ଦେବାଶିଷଙ୍କ ଅର୍ଦ୍ଧଶତକ

କଟକ ଅଫିସ,୧୩ା୨-  ଚଳିତ ସିଜନର ଅନ୍ତିମ ଲିଗ ପର୍ଯ୍ୟାୟ ମ୍ୟାଚ୍‌ ବୁଧବାରଠାରୁ ଆରମ୍ଭ ହୋଇଛି। ବାରବାଟୀ ଷ୍ଟାଡିୟମରେ ଘରୋଇ ଓଡ଼ିଶା ଦଳ ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ...

ସ୍ବତନ୍ତ୍ର କ୍ଲବ୍‌ରେ ସାମି

ନୂଆଦିଲ୍ଲୀ,୧।୭-ଭାରତୀୟ ପେସର ମହମ୍ମଦ ସାମି ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ୫ ଉଇକେଟ ନେଇଛନ୍ତି। ଏଥିସହିତ ସେ ବିଶ୍ୱକପ୍‌ରେ କ୍ରମାଗତ ୩ଥର ୪ କିମ୍ବା ତା’ଠାରୁ...

ଭର୍ଷ୍ଟାପେନଙ୍କୁ ବ୍ରାଜିଲିଆନ ଗ୍ରଁ। ପ୍ରି ଟାଇଟଲ

ସାଓ ପାଉଲୋ, ୧୯।୧୧ (ଏଏଫ୍‌ପି)- ରେଡ୍‌ ବୁଲ୍ସ ଡ୍ରାଇଭର ମାକ୍ସ ଭର୍ଷ୍ଟାପେନ ଏଠାରେ ଅନୁଷ୍ଠିତ ବ୍ରାଜିଲିଆନ୍‌ ଗ୍ରାଁ ପ୍ରି ଫର୍ମୁଲା ଓ୍ବାନ୍‌ ରେସ୍‌ରେ ଚାମ୍ପିୟନ ହୋଇଛନ୍ତି।...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *