Posted inଖେଳ

ପ୍ରଥମ ଦିନିକିଆରେ ଜିମ୍ବାଓ୍ବେକୁ ହରାଇଲା ଆୟର୍ଲାଣ୍ଡ

ବ୍ରେଡି (ଆୟର୍ଲାଣ୍ଡ), ୨।୭- ସୀମିତ ଓଭର ସିରିଜ ଖେଳିବା ଲାଗି ଆୟର୍ଲାଣ୍ଡ ଗସ୍ତରେ ଯାଇଥିବା ଜିମ୍ବାଓ୍ବେ କ୍ରିକେଟ୍‌ ଦଳ ପରାଜୟରୁ ଏହାର ଅଭିଯାନ ଆରମ୍ଭ କରିଛି। ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଘରୋଇ ଆୟର୍ଲାଣ୍ଡ ୪ ଉଇକେଟ୍‌ରେ ଜିମ୍ବାଓ୍ବେକୁ ହରାଇ ଦେଇଛି। ବିଜୟ ସହ ଆୟର୍ଲାଣ୍ଡ ୩ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ୨ୟ ମ୍ୟାଚ୍‌ ଆସନ୍ତା ୪ରେ ଅନୁଷ୍ଠିତ ହେବ।
ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଜିମ୍ବାଓ୍ବେ କ୍ରେଗ୍‌ ଏର୍ଭିନଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ୍‌ ହରାଇ ୨୫୪ ରନ କରିଥିଲା। ଏର୍ଭିନ ସର୍ବାଧିକ ୧୦୫ (୧୧୭ ବଲ୍‌, ୧୩ ଚୌକା) ରନ୍‌ କରିଥିବାବେଳେ ର଼୍ୟାନ ବର୍ଲ (୪୯*) ଓ ସିନ୍‌ ଓ୍ବିଲିୟମ୍ସ (୨୮) ଉପଯୋଗୀ ବ୍ୟାଟିଂ କରିଥିଲେ। ଘରୋଇ ଦଳ ପକ୍ଷରୁ ମାର୍କ ଆଡାୟରଙ୍କୁ ୪ଟି ଉଇକେଟ୍‌ ଅକ୍ତିଆର ମିଳିଥିଲା। ଜବାବରେ ଆୟର୍ଲାଣ୍ଡ ଆଣ୍ଡ୍ରିଉ ବଲ୍‌ବିମି (୧୦୧ ରନ, ୧୧୨ ବଲ୍‌)ଙ୍କ ଦମ୍‌ଦାର ଶତକ ବଳରେ ୯ ବଲ୍‌ ପୂର୍ବରୁ ୬ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଓପନର୍‌ ପଲ୍‌ ଷ୍ଟ୍ରିଲିଂ ୫୭ ରନ କରିଥିବାବେଳେ ଅଧିନାୟକ ଓ୍ବିଲିୟମ୍ସ ପୋଟରଫିଲ୍ଡ (୬) ଓ ବରିଷ୍ଠ ଖେଳାଳି କେଭିନ୍‌ ଓ’ବ୍ରାଇନ୍‌ (୫) ବିଫଳ ହୋଇଥିଲେ। ଭ୍ରମଣକାରୀ ଦଳ ପକ୍ଷରୁ ତେଣ୍ଡାଇ ଚତରା ୩ ଓ କାଏଲ୍‌ ଜାର୍ଭିସ ୨ ଉଇକେଟ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯୁବରାଜଙ୍କ ନୂଆ ଲୁକ୍‌କୁ ଦେଖି ପୂର୍ବତନ ପ୍ରେମିକା ଦେଲେ ଏଭଳି ପ୍ରତିକ୍ରିୟା

କ୍ରିକେଟ ପଡ଼ିଆରେ ଆମେ ବହୁତ ଥର ସିକ୍ସର କିଙ୍ଗ୍‌ ଯୁବରାଜ ସିଂହଙ୍କୁ ୪/୬ ମାରିବାର ଦେଖିଛୁ। କିନ୍ତୁ ତାଙ୍କର ନୂଆ ଲୁକ୍‌ ଏବେ ସୋସିଆଲ ମିଡିଆରେ...

ଲଗାତର ଦ୍ୱିତୀୟ ମ୍ୟାଚ୍‌ ଜିତିଲେ ସିନ୍ଧୁ: ପଦକ ଆଶା ବଢିଲା

ଟୋକିଓ,୨୮।୭: ଟୋକିଓ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ତୃତୀୟ ରାଉଣ୍ଡରେ ପହଞ୍ଚିବା ପାଇଁ ହଂକଂର ଚିଆଙ୍ଗ ନାଗାନ ୟିଙ୍କୁ ୨-୦ରେ ପରାସ୍ତ କରି ଲଗାତର ଦ୍ୱିତୀୟ...

ଫେଡ୍‌ କପ୍‌: ଭାରତ ପ୍ରଥମ ଥର ପ୍ଲେ-ଅଫ୍‌ରେ

ଦୁବାଇ, ୮ା୩ (ପି.ଟି.)-ପ୍ରଥମ ଥର ପ୍ଲେ-ଅଫ୍‌ରେ ପ୍ରବେଶ କରି ଭାରତୀୟ ଫେଡ୍‌ କପ୍‌ ଟିମ୍‌ ଇତିହାସ ସୃଷ୍ଟି କରିଛି। ଅଙ୍କିତା ରାଇନାଙ୍କ ନେତୃତ୍ୱାଧୀନ ଦଳ ଏଠାରେ...

ଟିମ୍‌ ପେନ୍‌ଙ୍କ ପର୍ସ ଚୋରି

ମେଲବୋର୍ନ,୩୧।୩(ପି.ଟି.)-ଅଷ୍ଟ୍ରେଲୀୟ ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ଙ୍କ ମନିପର୍ସ ଚୋରି ହୋଇଛି। ଖବର ଅନୁସାରେ ହୋବାର୍ଟସ୍ଥିତ ନିଜ ବାସଭବନ ଆଗରେ ସେ ତାଙ୍କ କାର୍‌ଟିକୁ ପାର୍କ କରିଥିଲେ।...

କୋହଲିଙ୍କ ସାମ୍ନାରେ ମାତ୍ର ୮୫ ରନ୍‌ ଲକ୍ଷ୍ୟ ରଖିଲା କୋଲକାତା

ଆବୁଧାବି, ୨୧।୧୦: ଆଇପିଏଲ୍‌ ୧୩ତମ ସିଜନର ୩୯ତମ ମ୍ୟାଚ୍‌ରେ ବୁଧବାର ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ମୁକାବିଲା କୋଲକାତା ନାଇଟ୍‌ ରାଇଡର୍ସ...

ଟି୨୦ ବିଶ୍ୱକପ୍‌: ତାରିଖ ଘୋଷଣା କଲା ଆଇସିସି

ଦୁବାଇ,୨୯।୬: କୋଭିଡ୍‌ ମହାମାରୀ ଯୋଗୁ ଭାରତରୁ ୟୁଏଇ ଓ ଓମାନକୁ ସ୍ଥାନାନ୍ତର ହୋଇଥିବା ଚଳିତ ବର୍ଷର ଟି୨୦ ବିଶ୍ୱକପ୍‌ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ମଧ୍ୟରେ...

୧୪୩ ବର୍ଷ ଇତିହାସରେ ଖେଳାଯାଇଛି ଏମିତି ଏକ ଟେଷ୍ଟ ମ୍ୟାଚ୍‌

ଲଣ୍ଡନ, ୮।୭- ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ବୁଧବାରଠାରୁ ସ୍ଥାନୀୟ ସାଉଥମ୍ପଟନର ଦି ରସ୍‌ ବାଉଲ୍‌ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଫଳରେ...

ଭାରତ ବିପକ୍ଷ ଦ୍ୱିତୀୟ ଟି-୨୦ ପୂର୍ବରୁ ଅଡ଼ୁଆରେ ଅଷ୍ଟ୍ରେଲିଆ: ଟିମ୍‌ରୁ ବାହାର ହୋଇପାରନ୍ତି ଏହି ଦିଗ୍ଗଜ ଖେଳାଳି

ସିଡନୀ,୫।୧୨: ଭାରତ ବିପକ୍ଷ କାନବେରାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ୧୧ ରନ୍‌ରେ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ ଟିମ୍‌। ଲଗାତାର ଦୁଇଟି ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ...

Advertisement
Archives

Model This Week