ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପୁରୀ ଅଫିସ,୨୪ା୪: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ମଙ୍ଗଳବାର ସକାଳେ ଗଜପତି ମହାରାଜା ଦୋଳମଣ୍ଡପ ସାହି ଉପ୍ରା ବିଦ୍ୟାଳୟ ୧୦୨ ନଂ. ବୁଥ୍‌କୁ ମହାରାଣୀଙ୍କ ସହ ଆସି ଭୋଟ ଦେଇଛନ୍ତି । ମତଦାନ ପରେ ଗଣମାଧ୍ୟମକୁ ଗଜପତି ମହାରାଜା କହିଥିଲେ, ମତାଧିକାର ସାବ୍ୟସ୍ତ କରିବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ମୁଖ୍ୟ ଦାୟିତ୍ୱ ଓ କର୍ତ୍ତବ୍ୟ। ଏହାଦ୍ୱାରା ଆମ ରାଷ୍ଟ୍ର ତଥା ରାଜ୍ୟର ଭବିଷ୍ୟତ ନିର୍ମାଣ ହେବ। ଭୋଟ ହେଉଛି ସବୁଠୁ ମୂଲ୍ୟବାନ, ଏହାକୁ କାହା ସହିତ ତୁଳନା କରାଯାଇପାରିବ ନାହିଁ। ଏହା ଏକ ସ୍ବତନ୍ତ୍ର ବିଧାନ, ସ୍ବତନ୍ତ୍ର ଅଧିକାର ଏବଂ ସ୍ବତନ୍ତ୍ର କର୍ତ୍ତବ୍ୟ। ମତଦାନ ସମୟରେ ପ୍ରଥମେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବ୍ୟକ୍ତିଙ୍କୁ ଦେଖିବା ଦରକାର, ପରେ ଦଳ। ବ୍ୟକ୍ତି ଠିକ୍‌ ରହିଲେ କାମ ଠିକ୍‌ ହେବ। ତେଣୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବ୍ୟକ୍ତିଙ୍କ ଚରିତ୍ର, ବ୍ୟକ୍ତିତ୍ୱ ଦେଖି ମତଦାନ କରିବା ଦରକାର। ଜନତାଙ୍କ ଦ୍ୱାରା ନିର୍ବାଚିତ ହୋଇ ଯେଉଁମାନେ ବିଧାନସଭା ଏବଂ ଲୋକ ସଭାକୁ ଯିବେ ସେମାନେ ପୁରୀକୁ ଅଗ୍ରାଧିକାର ଦେବେ ବୋଲି ଗଜପତି ଆଶା ରଖିଛନ୍ତି। ସେହିପରି ନୂଆକରି ଭିଭିପିଏଟିର ବ୍ୟବହାର ସମ୍ପର୍କରେ ପ୍ରଶ୍ନ ହେବାରୁ ଭୋଟ ଦେବା ପାଇଁ ସରଳ ବ୍ୟବସ୍ଥା ହୋଇଛି। କୌଣସି ନାଗରିକଙ୍କୁ ଭୋଟ ଦେବା ଲାଗି କିଛି ବି ଅସୁବିଧା ହେବ ନାହିଁ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ପୁରୀ କେବଳ ଆମ ରାଜ୍ୟର ଏକ ସହର ନୁହେଁ, ସମଗ୍ର ବିଶ୍ୱର ଆଧ୍ୟାତ୍ମିକ ମୂଳପୀଠ। ସମଗ୍ର ସନାତନ ବୈଦିକ ହିନ୍ଦୁଙ୍କର ମୂଳ ପୀଠ ହେଉଛି ଶ୍ରୀକ୍ଷେତ୍ର ପୁରୀ। ଏହାକୁ ଆମେ ସମସ୍ତେ ଠିକ୍‌ ଭାବେ ବୁଝିପାରିଲେ ପୁରୀର ଗୁରୁତ୍ୱ ଆହୁରି ବୃଦ୍ଧି ପାଇବ ବୋଲି ଗଜପତି ମହାରାଜା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେରରେ ବ୍ରଜକିଶୋର ୧୪୯୬୨ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୧୮ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୧୪୯୬୨ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଏହି ରାଉଣ୍ଡରେ...

ହରିୟାଣାରେ ସରକାର ଗଠନ ଲାଗି ଶନିବାର ରାଜ୍ୟପାଳଙ୍କୁ ଭେଟିବ ଭାଜପା

ଚଣ୍ଡିଗଡ଼,୨୫।୧୦: ହରିୟାଣାରେ ଭାଜପା ସରକାର ଗଠନ କରିବା ଲାଗି ଶନିବାର ରାଜ୍ୟପାଳଙ୍କୁ ଭେଟିବ ବୋଲି ସୂଚନା ମିଳିଛି। ହରିୟାଣାରେ ଥିବା ଭାଜପା ପ୍ରଭାରୀ ଅନିଲ ଜୈନ...

ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ବଖାଣିଲା କୃଷକଙ୍କ କ୍ରୋଧ: ଶରଦ ପାୱାର

ମୁମ୍ବାଇ,୧୧ ।୩: ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଉପରେ ସଭିଙ୍କ ନଜର ଥିବା ବେଳେ ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ସଭିଙ୍କୁ ଚମକାଇ...

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭା: ୩୭୦କୁ ନେଇ ବିରୋଧୀଙ୍କୁ ଚ୍ୟାଲେଞ୍ଜ

ଜଲଗାଓଁ,୧୪ା୧୦(ପି.ଟି.): ବିରୋଧୀ ଦଳଗୁଡ଼ିକର ସାହସ ଥିଲେ ସେମାନେ ନିଜ ନିର୍ବାଚନୀ ଇସ୍ତାହାରରେ ୩୭୦ ଅନୁଚ୍ଛେଦ ଫେରାଇ ଆଣିବା ପାଇଁ ଘୋଷଣା କରନ୍ତୁ। ମହାରାଷ୍ଟ୍ରର ଜଲଗାଓଁରେ ରବିବାର...

ବ୍ରହ୍ମପୁର ଲୋକ ସଭା: ଚନ୍ଦ୍ରଶେଖରଙ୍କୁ ମିଳିଲା ବିଜୟୀ ପ୍ରମାଣପତ୍ର

ଛତ୍ରପୁର, ୨୪ା୫(ଡି.ଏନ୍‌.ଏ.):ବ୍ରହ୍ମପୁର ଲୋକ ସଭା ଆସନରେ ବିଜୟୀ ବିଜେଡିର ଚନ୍ଦ୍ରଶେଖର ସାହୁ ଶୁକ୍ରବାର ଛତ୍ରପୁରଠାରେ ରିଟର୍ନିଂ ଅଫିସର ତଥା ଡିଆରଡିଏ ପିଡି ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କଠାରୁ...

ଘଷିପୁରାରେ ବଦ୍ରି ପାତ୍ର ଆଗୁଆ

ଆନନ୍ଦପୁର/ ହାଟଡିହୀ(ସ୍ବ.ପ୍ର/ଡି.ଏନ.ଏ),୨୩। ୫: କେନ୍ଦୁଝର ଜିଲାର ବହୁ ଚର୍ଚ୍ଚିତ ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ସରିଛି। ବିଜେଡିର ବଦ୍ରି ନାରାୟଣ...

ମହେଶ ସାହୁ ୧୨୮୨୬ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୧୫ତମ ରାଉଣ୍ଡ ଭୋଟ ଗଣତି ଫଳାଫଳ ପ୍ରକାଶ ପାଇଛି। ୬ ଲକ୍ଷ ୪୪ ହଜାର ୮୪୦ଟି ଭୋଟ...

ୟୁପିରେ ୩ଟା ସୁଦ୍ଧା ୪୬.୪୦% ମତଦାନ

ଲକ୍ଷ୍ନୌ,୭।୩: ଉତ୍ତରପ୍ରଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ବାରାଣସୀ ସମେତ ଉତ୍ତରପ୍ରଦେଶର ୯ଟି...

Advertisement
Archives

Model This Week