‘ପ୍ରତ୍ୟେକ ବ୍ୟକ୍ତି ଚାରାରୋପଣ କରିବା ଦରକାର’

ବାରିପଦା ଅଫିସ, ୧୫ା୨- ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ (ଜଳବାୟୁ ପରିବର୍ତ୍ତନ ସେଲ) ପକ୍ଷରୁ ଜଳବାୟୁ ପରିବତ୍ତର୍ର୍ନ ସମ୍ପର୍କିତ ଆଞ୍ଚଳିକସ୍ତରୀୟ ଦୁଇ ଦିନିଆ ପରାମର୍ଶ କର୍ମଶାଳା ବାରିପଦାଠାରେ ଅନୁଷ୍ଠିତ ହୋଇଯାଇଛି ା କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିିଭାଗ ସହାୟତା ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଜଳବାୟୁ ପରିବର୍ତ୍ତନ ସେଲର ତତ୍ତ୍ୱାବଧାନରେ ସଂକଳ୍ପ ସମ୍ମିଳନୀ ଗୃହଠାରେ ହୋଇଥିବା ଏହି କର୍ମଶାଳାକୁ ବାରିପଦା ଡିଏଫଓ ସ୍ବୟମ୍‌ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ମଲ୍ଲିକ ଜଳବାୟୁ ପରିବର୍ତ୍ତନ ଯୋଗଁୁ ଜଙ୍ଗଲ ଓ ପରିବେଶ ତଥା ଜୀବଜଗତ ଉପରେ ପଡୁଥିବା ପ୍ରଭାବ ଉପରେ ଆଲୋକପାତ କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ପରିବେଶ ସନ୍ତୁଳନ ରକ୍ଷା ଦିଗରେ ଗୁରୁତ୍ୱ ଦେଇ ଜଙ୍ଗଲ ସୁରକ୍ଷା ସହ ବ୍ୟାପକ ଚାରାରୋପଣ କରିବା ପାଇଁ ମତବ୍ୟକ୍ତ କରିଥିଲେ। ବରିଷ୍ଠ ବୈଜ୍ଞାନିକ ଡ.କୃଷ୍ଣଚନ୍ଦ୍ର ପାଲ ସ୍ବାଗତ ଭାଷଣ ଦେବା ସହିତ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିର୍ଦ୍ଦେଶକ ଡ. ଯଜ୍ଞଦତ୍ତ ପତି, ବନଖଣ୍ଡ ଅଧିକାରୀ (ବନ୍ୟଜନ୍ତୁ) ବାଲେଶ୍ୱର ବିଶ୍ୱରାଜ ପଣ୍ଡା, ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଅରୁଣ କୁମାର ମିଶ୍ର, କେନ୍ଦ୍ରାପଡା ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ଏବଂ ବାରିପଦା ବନଖଣ୍ଡ ଏସିଏଫ ମଗର ଧନଜୀ ରାଉସ ପ୍ରମୁଖ ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇଥିଲେ। ଉଦ୍‌ଯାପନୀ ଦିବସରେ ମୟୂରଭଞ୍ଜ ଜିଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ପୂର୍ବତନ ଅଧ୍ୟାପକ ଡ. ହରିହର ଦାସ, ଜିଲା ପରିବେଶ ସମିତିର ଉପାଧ୍ୟକ୍ଷ ସନ୍ତୋଷ ମହାନ୍ତି, ସମାଜସେବୀ ଡ. ରମାକାନ୍ତ ମହାନ୍ତ ପ୍ରମୁଖ ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ଜନିତ ଜୀବଜଗତ ପରିବେଶ ଉପରେ ପଡୁଥିବା କୁପ୍ରଭାବର କାରଣ ଓ ଏହାର ପ୍ରତିକାର ବିଷୟରେ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଇକୋ କ୍ଲବର ମାଷ୍ଟର ଟ୍ରେନର ଶିକ୍ଷକ ଅଜିତ୍‌ କୁମାର ଜେନା, ଜିଲା ଶିକ୍ଷା ବିଭାଗ ବିଜ୍ଞାନ ନିରୀକ୍ଷକ ଜଗନ୍ନାଥ ସାହୁ ପ୍ରମୁଖ ଏଥିରେ ଯୋଗ ଦେଇ ଥିଲେ। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଓ ଇକୋ କ୍ଲବର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ପରିବେଶ ସନ୍ତୁଳନ ଉପରେ ସାଂସ୍କୃତିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜଳବାୟୁ ପରିବର୍ତ୍ତନ ସେଲର କନିଷ୍ଠ ବୈଜ୍ଞାନିକ ସୁଜିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଠ ଚୋରା ଚାଲାଣ ବେଳେ ଚଢ଼ାଉ: ୬ ଗିରଫ

ବାଙ୍ଗିରିପୋଷି,୮।୧୨(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନ ବିଭାଗ କର୍ମଚାରୀ ଏହି ବନାଞ୍ଚଳର ଶୀର୍ଷା ବିଟ୍‌ ଅଧୀନ ଝାରପୋଖରିଆ-ସାରସକଣା ରାସ୍ତାରେ ଶନିବାର ଚଢାଉ କରି ସୀମାନ୍ତ ମହାବିଦ୍ୟାଳୟ...

ଉଛୁଳିଲା ବୁଢ଼ାବଳଙ୍ଗ, ଗଙ୍ଗାହାର

ବାରିପଦା ଅଫିସ,୧୬।୯-ଲଘୁଚାପଜନିତ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକରେ ବନ୍ୟା ସ୍ଥିତି ଉପୁଜିଛି। ବୁଢ଼ାବଳଙ୍ଗ, ଗଙ୍ଗାହାର, ପଳପଳା ଓ ସୋନ ନଦୀର ଜଳସ୍ତର...

ଜାତୀୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ

ବାରିପଦା ଅଫିସ,୨୩।୮- ମୟୂରଭଞ୍ଜ ଜିଲାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ହସ୍ତଶିଳ୍ପ ତଥା କ୍ରୀଡ଼ା ଆଦିର ସଂରକ୍ଷଣ ଏବଂ ବିକାଶ ସକାଶେ ମୟୂରଭଞ୍ଜ ଫାଉଣ୍ଡେଶନ ପକ୍ଷରୁ...

ମଧ୍ୟାହ୍ନଭୋଜନ ପାଚିକା, ସହାୟିକା ସଂଘ ସମାବେଶ

କୋଷ୍ଠା,୨୪ା୨(ଡି.ଏନ୍‌.ଏ.)- ଶୂଳିଆପଦା ବ୍ଲକ ମଧ୍ୟାହ୍ନଭୋଜନ ପାଚିକା ଓ ସହାୟିକା ସଂଘର ଏକ ସମାବେଶ କୋଷ୍ଠାସ୍ଥିତ ଉଦୟନାଥ ଆଇଟିଆଇ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସମ୍ପାଦିକା ଅନ୍ନଦା...

ବାଲେଶ୍ୱର-ବାଙ୍ଗିରିପୋଷି ଡିଏମ୍‌ୟୁରେ ନିଆଁ

ବାରିପଦା ଅଫିସ,୪ା୧୨- ବାଲେଶ୍ୱର -ବାଙ୍ଗିରିପୋଷି ଡିଏମ୍‌ୟୁ ଟ୍ରେନ୍‌ର ବ୍ୟାଟେରି ବକ୍ସରେ ମଙ୍ଗଳବାର ନିଆଁ ଲାଗିଛି। ଶର୍ଟସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା କୁହାଯାଉଥିବା ବେଳେ ଏଥିଯୋଗୁ...

ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ

ବାରିପଦା ଅଫିସ,୨୪।୧୦: ମୟୁରଭଞ୍ଜ ଜିଲା ସ୍ଥିତ ପ୍ରସ୍ତାବିତ ଜାତୀୟ ଉଦ୍ୟାନ ତଥା ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ଶିମିଳିପାଳ ଟାଇଗର...

ତାଲିମ ନେଲେ ୬୦ ଶିକ୍ଷୟିତ୍ରୀଶିକ୍ଷକ

ବାରିପଦା ଅଫିସ, ୨୭ା୧୦-କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନର ଭୁବନେଶ୍ୱର କେନ୍ଦ୍ର ଓ ମୟୂରଭଞ୍ଜ ଜିଲା ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ବାରିପଦା ମହାରାଣୀ ପ୍ରେମ କୁମାରୀ ଉଚ୍ଚ...

ଅସହାୟଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ

ରାଇରଙ୍ଗପୁର, ୩ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ପୌର ପରିଷଦ ପକ୍ଷରୁ ସହରରେ ଥିବା ଗରିବ, ଅସହାୟ ଓ ଅଟକି ରହିଥିବା ପଡ଼ୋଶୀ ଝାରଖଣ୍ଡ ଓ ପଶ୍ଚିମବଙ୍ଗ...

Advertisement
Archives

Model This Week