ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳବାସୀ

ଚିତ୍ରକୋଣ୍ଡା,୨୬।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳବାସୀ ୨ ଦିନ ଧରି ଆନ୍ଦୋଳନ କରିବା ପରେ ପ୍ରଶାସନିକ ଅଧିକାରୀମାନେ ଆନ୍ଦୋଳନସ୍ଥଳରେ ପହଞ୍ଚି ସମସ୍ୟା ଉପରେ ଆଲୋଚନା କରି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ହଟିଛି। ସୂଚନା ଯେ, ଲାଲ କରଡ଼ି ପାଣି ଘେରା ପାହାଡ଼ ଭିତରେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହୁଥିବା ୫ଟି ପଞ୍ଚାୟତର ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେବା ନେଇ ଚିତ୍ରକୋଣ୍ଡା ସ୍ପିଲବାଇ ଲଞ୍ଚଘାଟଠାରେ ଗଣଧାରଣା ଦେଇଥିଲେ। ସୋମବାର ପ୍ରଶାସନ ପକ୍ଷରୁ ଉପ-ଜିଲାପାଳ ରାମେଶ୍ୱର ପ୍ରଧାନ, ଜିଲା ଆରକ୍ଷୀ ଅଧ୍ୟକ୍ଷ ଋଷିକେଶ ଖିଲାର, ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ବିଡିଓ ଲରିମନ ଖରସେଲ, ଏସ୍‌ଡିପି ମାନସ ରଞ୍ଜନ ବାରିକ ଓ ସିଡିପିଓ ଅନ୍ନପୂର୍ଣ୍ଣା ବୁରିଦା, ମାଲକାନଗିରି ଥାନାଧିକାରୀ ରାମ ପ୍ରସାଦ ନାଗ, ଚିତ୍ରକୋଣ୍ଡା ଥାନାଧିକାରୀ ଯୁଗଳ ଶବର, ପାପରମେଟଲା ଓଆଇସି ଲଷ୍ମୀନାରାୟଣ ମୁଦୁଲିଙ୍କ ସମେତ ଜିଲାର ବହୁ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ବିଚ୍ଛିନ୍ନାଞ୍ଚଳର ଆଦିବାସୀ ନେତା ଘନଶ୍ୟାମ ମାଡକାମୀ, ସୋନୁ ଏନୁଗ, ଘେନୁ ମୁଦୁଲି ଓ ପଦୁ ମାଝିଙ୍କ ସହ ଆଲୋଚନା କରିଥିଲେ। ଚିତ୍ରକୋଣ୍ଡା ଲଞ୍ଚଘାଟଠାରେ ଆସନ୍ତା ନଭେମ୍ବର ୧୦ ତାରିଖରେ ବସି ଉନ୍ନୟନମୂଳକ କାର୍ଯ୍ୟ ପ୍ରଗତି ଉପରେ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ପରେ ଅଞ୍ଚଳବାସୀ ଆନ୍ଦୋଳନରୁ ଓହରିଛନ୍ତି। ଅନ୍ୟପକ୍ଷରେ ଦାବିଗୁଡିକ ପୂରଣ ନ ହେଲେ ପୁଣି ଆଦିବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ

ବଇଣ୍ଡା,୨୬।୧୧(ଡି.ଏନ.ଏ.) – କିଶୋରନଗର ବ୍ଲକ ଲୁହାମୁଣ୍ଡା, ବିଲେଇନାଳି, କଟରଙ୍ଗା, ଉରୁକୁଳା, ନାକିଚି, ଠେଲକନାଳି, ଆମ୍ବପାଳ, ଝରାବେରେଣି, ହିମିତିରା ପଞ୍ଚାୟତରେ ଗୁରୁବାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ...

୯ ବଖରା ଜଳିଗଲା

ଭଣ୍ଡାରିପୋଖରୀ/ତିହିଡ଼ି, ୧୫।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ନେଉଳିଆ ଓ ତିହିଡ଼ି ଥାନା ବାରସର ପଞ୍ଚାୟତ ଅଧୀନ ଚକରାସାହି ଗ୍ରାମରେ ଅଗ୍ନିକାଣ୍ଡ ଘଟି...

କାଜୁ ବଗିଚାରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବୁଗୁଡ଼ା,୨୪ା୪(ଡି.ଏନ.ଏ.)- ବୁଗୁଡ଼ା ଥାନା ଅନ୍ତର୍ଗତ ବିରଞ୍ଚତ୍ପୁର ଗ୍ରାମ ନିକଟ କାଜୁ ତୋଟାର ଏକ ଗଛରୁ ଜଣେ ଯୁବକଙ୍କୁ ଝୁଲନ୍ତା ମୃତଦେହ ବୁଗୁଡା ପୋଲିସ ଉଦ୍ଧାର କରିଛି।...

ଶିମିଳିସାହିର ଶିମିଳିଝରଣା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପ୍ରାକୃତିକ ପରିବେଶ

ନୟାଗଡ଼ ଅଫିସ,୧୦ା୧୨: ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କଜଳାଇପଲ୍ଲୀ ପଞ୍ଚାୟତ ଶିମିଳିସାହିର ଶିମିଳି ଝରଣା ବର୍ତ୍ତମାନ ପର୍ଯ୍ୟଟନସ୍ଥଳୀ ପାଲଟିଛି। ବିଶେଷକରି ଶୀତ ଦିନ ଆରମ୍ଭ ହୋଇଯାଇଥିବାରୁ...

CORONAVIRUS UPDATE: ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିନ୍ହଟ, ସଂଖ୍ୟା ଛୁଇଁଲା ୧୦୮

ଭୁବନେଶ୍ୱର,୨୭।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି। ଏହି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ...

୨ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା, ଜଗନ୍ନାଥପ୍ରସାଦ ଶଟ୍‌ଡାଉନ୍‌

ଜଗନ୍ନାଥପ୍ରସାଦ,୨୫ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ କାର୍ଯ୍ୟରତ ୨ଜଣ ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଶନିବାର ରାତିରେ ରିପୋର୍ଟ...

୨. ୮୦ ଲକ୍ଷ ଟଙ୍କାର ହିସାବ ଦେଇପାରିଲେନି ଆଇଆଇସି

ଏମ୍‌ଭି ୭୯,(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ପଡିଛନ୍ତି ମାଲକାନଗିରି ଜିଲା କାଲିମେଳା ବ୍ଳକ ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ। ସେ ମୋଟୁରୁ ନିଜ ଘର କଟକ...

ଗୋଟିଏ ପ୍ରକଳ୍ପ, ଦୁଇଟି ଯୋଜନା

ସୋନପୁର,୨୭ା୬(ନି.ପ୍ର.): କରୋନା ପାଇଁ ଅନେକ ରୋଜଗାର ହରାଇଥିବା ବେଳେ ଶ୍ରମିକ ଶ୍ରେଣୀର ଲୋକେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲାର ୧୫ ହଜାରରୁ ଊର୍ଦ୍ଧ୍ୱ...

Advertisement
Archives

Model This Week