ପ୍ରତିରକ୍ଷା ବିଭାଗର ୨ ଯବାନ କରୋନା ସଂକ୍ରମିତ : ଅନିର୍ଦ୍ଦିଷ୍ଟ କାଳ ପାଇଁ ପିଏକ୍ସଇ ବନ୍ଦ

ବାଲେଶ୍ୱର ଅଫିସ, ୮।୬-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ବିଭାଗ ପିଏକ୍ସଇ(ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିଶମେଣ୍ଟ) ମିଲଟାରୀ ୱିଙ୍ଗ୍‌ସର ୨ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ଖବର ଜଣାପଡିବା ପରେ ସୋମବାରଠାରୁ ପିଏକ୍ସଇକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। ଅନ୍ୟପକ୍ଷରେ ଆଇଟିଆର୍‌, ଏମ୍‌ଇଏକ୍ସ, ଇଏମ୍‌ୟୁ ଭଳି ଅନ୍ୟ ବିଭାଗଗୁଡିକ କାର୍ଯ୍ୟକ୍ଷମ ରହିଛି।
କିଛିଦିନ ପୂର୍ବରୁ ଦୁଇ ଯବାନ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ସେମାନଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଚିକିତ୍ସା ପରେ ଯବାନଦ୍ୱୟ ସୁସ୍ଥ ନ ହେବାରୁ ସେମାନଙ୍କୁ କୋଲକାତାସ୍ଥିତ ବିଭାଗୀୟ କମାଣ୍ଡୋ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସ୍ବାବ ନମୁନା ପରୀକ୍ଷା କରାଯିବା ପରେ ସେମାନେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଖବରପାଇ ପିଏକ୍ସଇର ବିଭାଗୀୟ ଅଧିକାରୀ ସୋମବାରଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟାଳୟ ବନ୍ଦ କରିଛନ୍ତି। ସଂକ୍ରମଣ ରୋକିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଣ୍ଟୁଣୀ କଲେଜରେ ସଡ଼କ ସୁରକ୍ଷା ସପ୍ତାହ

ଖୁଣ୍ଟୁଣୀ,୧୮ା୧( ଡି.ଏନ.ଏ.): ଖୁଣ୍ଟୁଣୀ କଲେଜ ପରିସରରେ ଶୁକ୍ରବାର ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରମାନେ ଏକ ସଚେତନତା ଶୋଭାଯାତ୍ରାରେ...

୧୦ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ୮ ସୁରଟ ଫେରନ୍ତା

ଭୁବନେଶ୍ୱର,୧୦।୫(ବ୍ୟୁରୋ)-ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ରବିବାର ରାଜ୍ୟରେ ଚିହ୍ନଟ ହୋଇଥିବା ୧୦ ନୂତନ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର।...

ଶ୍ରୀମନ୍ଦିର ପରିଚାଳନା କମିଟି ଉଚ୍ଛେଦ କରାଯାଉ: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୨ା୧୦: ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ ୧୯୫୧କୁ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ଏହି ଅଧିନିୟମରୁ ଗୋବର୍ଦ୍ଧନ ମଠକୁ ବାଦ୍‌ ଦିଆଯାଇଛି। ଏଣିକି ଏହି...

‘ଏମ୍‌ପି ସୁରେଶ ପୂଜାରୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ କ୍ୱାରାଣ୍ଟାଇନ୍‌ରେ ରୁହନ୍ତୁ’

ଝାରସୁଗୁଡ଼ା ଅଫିସ,୯ା୮: ବରଗଡ଼ ଏମ୍‌ପି ସୁରେଶ ପୂଜାରୀଙ୍କ କରୋନା ପଜିଟିଭ୍‌ ଆସିଥିବା ଶନିବାର ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ଏଥିପାଇଁ ଝାରସୁଗୁଡ଼ା ଜିଲାପାଳ...

ବଦଳିଲା ସମୟ: ଏଣିକି ୯ଟାରୁ ସାଢ଼େ ୪ଟା ଯାଏ ସ୍କୁଲରେ ରହିବେ ଶିକ୍ଷୟିତ୍ରୀ-ଶିକ୍ଷକ

ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି। ଏଥିସହ ବଦଳିଛି ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟ ସମୟ। ପୂର୍ବରୁ ୧୦ଟାରୁ ୪ଟା ଯାଏ...

ରଣକ୍ଷେତ୍ର ପାଲଟିଲା ରାଜମହଲ ଛକ: ପୋଲିସ-ଜନତା ମୁହାଁମୁହିଁ; ଲାଠିଚାର୍ଜ

ଭୁବନେଶ୍ୱର,୭।୯(ବ୍ୟୁରୋ): ରଣକ୍ଷେତ୍ର ପାଲଟିଛି ସ୍ଥାନୀୟ ରାଜମହଲ ଛକ। ନୂଆ ମୋଟର ଯାନ ନିୟମକୁ ବିରୋଧ ସହ ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ କରି ତାତିଛନ୍ତି...

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିସ୍ଥାପିତଙ୍କ ଆମରଣ ଅନଶନ

ଲଖନପୁର,୪।୧୧(ଡି.ଏନ୍‌.ଏ): ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ଲୋକଙ୍କୁ ୧୦ ଡିସିମିଲ ଘରଡ଼ିହ ଜମି ଯୋଗାଇ ଦେବା ପାଇଁ ସରକାର ଘୋଷଣା କରିଥିଲେ। ମାତ୍ର ସରକାରଙ୍କ କାଳବିଳମ୍ବ...

ପ୍ରବଳ ବର୍ଷିବ: ୧୬ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ୧୬ଟି ଜିଲାରେ ବର୍ଷା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେରଖି ଯାଜପୁର, କେନ୍ଦ୍ରାପଡ଼ା ଗଜପତି,...

Advertisement
Archives

Model This Week