Posted inଜାତୀୟ

ପ୍ରଚାର ସମୟରେ ଖାଦ୍ୟ ପରଷିବାରୁ ଅଡ଼ୁଆରେ ପଡ଼ିଗଲେ ପ୍ରିୟଙ୍କା

ଓ୍ବାୟନାଡ଼,୨୨।୪: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ନିଜ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନୂଆ ନିର୍ବାଚନମଣ୍ଡଳୀ କେରଳ ଓ୍ବାୟନାଡରେ ପହଞ୍ଚିଥିଲେ। ସେଠାରେ ରହୁଲ ଗାନ୍ଧୀଙ୍କ ପକ୍ଷରୁ ପ୍ରିୟଙ୍କା ରାଲି କରିବା ସହ ରୋଡ ଶୋ’ କରିଥିଲେ। ଏଥିସହ ସେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନ ବସନ୍ତ କୁମାରଙ୍କ ପରିବାରଙ୍କୁ ମଧ୍ୟ ଭେଟିଥିଲେ। ସେହି ସମୟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହା ପରବର୍ତ୍ତି ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ବସନ୍ତ କୁମାରଙ୍କ ପରିବାରକୁ ଭେଟିବା ସମୟରେ ଯବାନଙ୍କ ପଡ଼ୋଶୀ ପ୍ରିୟଙ୍କାଙ୍କୁ ଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ। ଏହାପରେ ସେଠାରେ ଏକପ୍ରକାର ଦ୍ୱନ୍ଦ ପରିସ୍ଥିତି ସୃଷ୍ଟି ହୋଇଥିଲା। ନିୟାମାନୁସାରେ କେରଳ ପୋଲିସ ପ୍ରିୟଙ୍କାଙ୍କୁ ଖାଇବା ପାଇଁ ମନା କରିଦେଇଥିଲେ। ହେଲେ ପରେ ଏସପିଜିର ସୁରକ୍ଷାକର୍ମୀ ସେହି ଖାଇବାକୁ ଖାଇ ଯାଞ୍ଚ କରିବା ପରେ ପ୍ରିୟଙ୍କା ଗାନ୍ଧୀ ଖାଇଥିଲେ। କାରଣ ପ୍ରୋଟ୍ରୋକଲ ଅନୁସାରେ ପ୍ରିୟଙ୍କା ସବୁବେଳେ ଏକ ସ୍ବତନ୍ତ୍ର ସୁରକ୍ଷା ଦଳ (ଏସପିଜି)ର ସୁରକ୍ଷାରେ ରହିଥାନ୍ତି। ଫଳରେ ତାଙ୍କ ସୁରକ୍ଷା ଦୃଷ୍ଟିରୁ କୌଣସି ସ୍ଥାନରେ ବିନା ଯାଞ୍ଚରେ ଖାଦ୍ୟ ଖାଇବା ପାଇଁ ବାରଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବିଧାନ ଦିବସ ଅବସରରେ ସଂସଦର କେନ୍ଦ୍ରୀୟ କକ୍ଷରେ ସମ୍ବୋଧନ ଦେବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ ।୧୧: ସାରା ଦେଶରେ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି । ୧୯୪୯ ମସିହା ନଭେମ୍ବର ୨୬ରେ ସମ୍ବିଧାନ ସଭାରେ ଆମର...

ଭାରତରେ ୪୨ ଲକ୍ଷ କରୋନା ମୃତ୍ୟୁ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୮ା୫:କରୋନା ମହାମାରୀ ଯୋଗୁ ଭାରତରେ ଘଟୁଥିବା ମୃତ୍ୟୁସଂଖ୍ୟାକୁ ନେଇ ଲଗାତର ପ୍ରଶ୍ନ ଉଠିବାରେ ଲାଗିଛି। ସରକାର ବତାଉଥିବା ସଂଖ୍ୟାକୁ ଭୁଲ୍‌ ବୋଲି କୁହାଯାଉଛି। ଶ୍ମଶାନ ଘାଟ...

୭ ମହିଳାଙ୍କୁ ଟୁଇଟର ଆକାଉଣ୍ଟ ହସ୍ତାନ୍ତର କଲେ ମୋଦି

ନୂଆଦିଲ୍ଲୀ,୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ତାଙ୍କ ଟୁଇଟର ଆକାଉଣ୍ଟକୁ ୭ ଜଣ ମହିଳାଙ୍କୁ ହସ୍ତାନ୍ତର କରିଛନ୍ତି। ଏମାନେ ଏହି...

କର୍ନାଟକରେ ଜୁନ୍‌ ୧ରୁ ଖୋଲିବ ମନ୍ଦିର-ମସଜିଦ୍‌-ଚର୍ଚ୍ଚ: ଶ୍ରଦ୍ଧାଳୁ ମାନିବେ ମାର୍ଗଦର୍ଶିକା

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଜୁନ୍‌ ୧ଠାରୁ ମନ୍ଦିର, ମସଜିଦ୍‌ ଏବଂ ଚର୍ଚ୍ଚ ଆଦି ଖୋଲାଯିବ। ଏନେଇ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା ସୂଚନା ଦେଇଛନ୍ତି। ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା...

ଶାହରୁଖଙ୍କ ସୁରକ୍ଷାରେ ତ୍ରୁଟି

ବଲିଉଡର କିଙ୍ଗ ଖାନ ତଥା ଶାହାରୁଖଙ୍କ ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ପ୍ରାୟତଃ ଅନେକ ପ୍ରଶଂସକ ସେମାନଙ୍କର ସୁପରଷ୍ଟାରଙ୍କୁ ଭେଟିବା ପାଇଁ ସମସ୍ତ ସୀମା ଅତିକ୍ରମ...

ମନ୍ତ୍ରୀଙ୍କ ପୁଅ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ଯୁବତୀଙ୍କ ଉପରେ କାଳିମାଡ

ନୂଆଦିଲ୍ଲୀ,୧୨।୬: ରାଜସ୍ଥାନରେ ଅଶୋକ ଗେହଲୋଟ ସରକାରର ମନ୍ତ୍ରୀ ମହେଶ ଯୋଶୀଙ୍କ ପୁଅ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ପୀଡିତାଙ୍କ ଉପରେ କାଳିମାଡ କରାଯାଇଛି। ଶନିବାର ରାତିରେ...

ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଏଥିରୁ ଅଧାଗ୍ଲାସେ …

ରାତିରେ ଶୋଇବା ପୂର୍ବରୁ ଅଧାଗ୍ଲାସେ ହଳଦୀ ମିଶା କ୍ଷୀର ପିଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ସାରାଦିନର ଥକାପଣ ଦୂରହୋଇ ସୁଖନିଦ୍ରା ହୋଇଥାଏ। ଶରୀର ପୀଡ଼ାରୁ...

ଲକ୍ଷ୍ମୀପୁରରେ ଘଟିଛି ନରସଂହାର: ରାହୁଲ

ନୂଆଦିଲ୍ଲୀ,୩।୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ମନ୍ତ୍ରୀଙ୍କ କାର ଆନ୍ଦୋଳନ ଚାଷୀଙ୍କ ଉପରେ ଚଢିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଚାଷୀ ଆହତ ମଧ୍ୟ...

Advertisement
Archives

Model This Week