ପ୍ରକୃତିର ବରଦାନ ସାନଘାଗରା

କେନ୍ଦୁଝର, ୨୯ା୧୧ (ସ୍ବ.ପ୍ର.)-ପ୍ରକୃତିର ବରଦାନ ସାନଘାଗରା କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସାନଘାଗରା ଜଳପ୍ରପାତ। ଏଠାକୁ ଯିଏ ଥରେ ଆସିଛି ସେ ଏହାର ମନୋରମ ଦୃଶ୍ୟ କେବେ ଭୂଲିପାରିନାହିଁ। ପ୍ରାୟତଃ ଶୀତ ଦିନ ଆସିଲେ କେନ୍ଦୁଝର ଜିଲାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଜିଲାର ପ୍ରାକୃତିକ ପରିବେଶ ଓ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ। ତନ୍ମଧ୍ୟରୁ ରାଜ୍ୟ ପ୍ରସିଦ୍ଧ ସାନଘାଗରା ଓ ବଡଘାଗରା ଜଳ ପ୍ରପାତକୁ ସର୍ବାଧିକ ପର୍ଯ୍ୟଟକ ଆସିଥାନ୍ତି। ପ୍ରତିବର୍ଷ ଏଠାକୁ ଲକ୍ଷାଧିକ ପର୍ଯ୍ୟଟକ ରାଜ୍ୟ ତଥା ଦେଶରୁ ଆସିଥାନ୍ତି। ଏହି ଦୁଇ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନ କେନ୍ଦ୍ରକୁ ଭୋଜିଭାତ କରିବା ସହ ପ୍ରାକୃତିକ ଦୃଶକୁ ଉପଭୋଗ କରିବାକୁ ଆସନ୍ତି। ଏହି ପର୍ଯ୍ୟଟନସ୍ଥଳୀକୁ ଅଧିକ ବିକାଶ କରାଗେଲେ ଆହୁରି ଅଧିକ ପର୍ଯ୍ୟଟକ ଆସନ୍ତେ ବୋଲି ସାଧାରଣରେ କୁହାଯାଉଛି।
କେନ୍ଦୁଝର ସହର ଠାରୁ ମାତ୍ର ୬ କି.ମି. ଦୂର ଜାତୀୟ ରାଜପଥ ୪୯ (ପୂର୍ବରୁ ଏନ୍‌ଏଚ୍‌ ୬) କଡରେ ଜୁଡିଆଘାଟି ନିକଟରେ ଅଞ୍ଜର ଗ୍ରାମ ନିକଟରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସାନଘାଗରା ଜଳପ୍ରପାତ। ସାନମାଛକାନ୍ଦଣା ନଦୀର ଜଳ ଏହି ଠାରେ ଏକ ବିଶାଳକାୟ ପ୍ରସ୍ତର ଉପରୁ ଖସି ଏକ ପଥର ଚଟାଣରେ ପଡୁଛି ଏବଂ ଏହି ଜଳ ତଳକୁ ଦୁଇଟି ପାହାଡ ମଧ୍ୟରେ ବୋହିଯାଇ ଏକ ଭିନ୍ନ ରୋମାଞ୍ଚକର ଦୃଶ୍ୟ ସମସ୍ତଙ୍କୁ ସୃଷ୍ଟି କରୁଛି ଯାହାକୁ ଅନେକଙ୍କୁ ମତୁଆଲା କରିଥାଏ। ଜଳପ୍ରପାତର ଘର ଘର ଶବ୍ଦ ଓ ତଳକୁ ବିଛୁଡିତ ହୋଇ ପଡୁଥିବା ଜଳର ମନୋରମ ଦୃଶ୍ୟ ଅତ୍ୟନ୍ତ ରୋମାଞ୍ଚକର। ଅନେକ ଏହି ଜଳପ୍ରପାତରେ ଗାଧୋଇଥାନ୍ତି। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ଏହା ଉପରେ କଟକଣା କରାଯାଇଛି। ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଏହି ସ୍ଥାନର ବିକାଶ ସାନ ଘାଗରା ଡେଭେଲପମେଣ୍ଟ ସୋସାଇଟି ପକ୍ଷରୁ କରାଯାଉଛି। ଜଳପ୍ରପାତ ନିକଟରେ ରହିଛି ସୌନ୍ଦର୍ଯ୍ୟଭରା ଏକ ସବୁଜ ବଗିଚା ଓ ଏକ ଗୋଲାପ ବଗିଚା। ଏଠାରେ ସେହିପରି ଛୋଟ ଛୋଟ ପିଲାମାନଙ୍କ ରହିଛି ଖେଳ ଉପକରଣ। ନଦୀ ଆର ପାଖରେ ରହିଛି ଗୋଲାପ ବଗିଚା ଯାହାକି ଅନେକଙ୍କୁ ଆକୃଷ୍ଟ କରିଥାଏ। ସେହିପରି ପର୍ଯ୍ୟଟକ ମାନେ ଆଶ୍ରୟ ନେବା ପାଇଁ ସେଡ କରାଯାଇଛି ା
ସେଠାରୁ ମାତ୍ର ୬ କି.ମି. ଦୂରରେ ସାନମାଛକାନ୍ଦଣା ନଦୀର ଉପର ମୁଣ୍ଡରେ ରହିଛି ବଡଘାଗରା ଜଳପ୍ରପାତ। ସେଠାରେ ସାନମାଛକାନ୍ଦଣା ଡ୍ୟାମ ସାଙ୍ଗକୁ ଜଳପ୍ରପାତ ଏବଂ ସୌନ୍ଦର୍ଯ୍ୟମୟ ବଗିଚା ଆଦି ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି। ପିକନିକ ଓ ବୁଲି ଯିବା ପାଇଁ ଏକା ପ୍ରକୃଷ୍ଟ ଦର୍ଶନୀୟ ସ୍ଥାନ ଏବଂ ଜିଲା ମୁଖ୍ୟାଳୟ ଠାରୁ ଅଳ୍ପ ଦୂରରେ ରହିଥିବାରୁ ଏଠାରେ ରହି ଭ୍ରମଣ କରିବା ଅତ୍ୟନ୍ତ ସୁବିଧାଜନକ। ପର୍ଯ୍ୟଟକଙ୍କ ସୁବିଧା ଲାଗି ଜୁଡିଆ ନିକଟରେ ଓଟିଡିସିର ପାନ୍ଥଶାଳା, ପୋଲିସ ଓ ଫରେଷ୍ଟ ବିଭାଗର ଗେଷ୍ଟ ହାଉସ ରହିଛି। ଏଠାରେ ପର୍ଯ୍ୟଟକ ଚାହିଁଲେ ରାତି କଟାଇପାରିବେ। ସାନଘାଗରା ପର୍ଯ୍ୟଟନ କେନ୍ଦ୍ରଠାରୁ ଏହାର ଦୂରତା ମାତ୍ର ୨ କି.ମି.। ତେବେ ସାନଘାଗରା ବା ବଡଘାଗରା ଯେଉଁଠିକୁ ଯାଆନ୍ତୁନା କାହିଁକି ଉଭୟ ୨ଟି ପର୍ଯ୍ୟଟନସ୍ଥଳୀକୁ ଦେଖିପାରିବେ ।

ସାନଘାଗରାକୁ ସବୁଠାରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି ା ପର୍ଯ୍ୟଟକଙ୍କ ସୁରକ୍ଷା ଓ ବୁଲି ଦେଖିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ା ସାନଘାଗରା ଜଳ ପ୍ରପାତ ବେଶ ରମଣୀୟ ା ପ୍ରାକୃତିକ ପରିବେଶ ସହିତ ଏହାର ଜଳପ୍ରପାତ, ଜଳକ୍ରୀଡା ପାଇଁ ବୋଟିଂ ବ୍ୟବସ୍ଥା ସମସ୍ତଙ୍କୁ ଆକର୍ଷିତ କରୁଥିବାରୁ ବାରମ୍ବାର ଲୋକେ ଏଠିକି ଆସିବାକୁ ମନ ବଳାଇଥାନ୍ତି।
ରମେଶ ଚନ୍ଦ୍ର ନାୟକ, ପର୍ଯ୍ୟଟନ ଅଧିକାରୀ

ଏହି ପର୍ଯ୍ୟଟନସ୍ଥଳୀର ଅଧିକ ବିକାଶ କରାଗଲେ ବୁଲିବା ଓ ସମୟ କଟାଇବା ପାଇଁ ବହୁ ଅଧିକ ଲୋକ ଆସିପାରିବେ।
ପର୍ଯ୍ୟଟକ ସଞ୍ଜୟ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ନିରାକାରପୁର ଅଞ୍ଚଳରେ ଖୋଲିଲା ୬ ଏଟିଏମ୍‌, ପ୍ରବଳ ଭିଡ଼: ଏସ୍‌ବିଆଇ ଏଟିଏମ୍‌ ନ ଖୋଲିବାରୁ ଅସନ୍ତୋଷ

ନିରାକାରପୁର,୨୬ା୫(ଡି.ଏନ.ଏ.)-ଫନୀ ବାତ୍ୟା ପରେ ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ ସେବା ଠପ୍‌ ହୋଇଯାଇଥିଲା। ଏଥିଯୋଗୁ ଗ୍ରାହକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ...

ବ୍ୟବଚ୍ଛେଦ ଗୃହରୁ କାଜୁଆଲଟି

ଅନୁଗୋଳ ଅଫିସ୍‌, ୫।୨ – ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିବା ଜଣେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ବ୍ୟବଚ୍ଛେଦ...

ବିଜେଡି ନେତ୍ରୀଙ୍କ ଆତ୍ମହତ୍ୟା ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

କଟକ ଅଫିସ,୨୪।୨: ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ଗତ ୧୨ ତାରିଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର...

ବ୍ଲେଡ୍‌ରେ ବେକ କାଟିଥିଲେ ପ୍ରେମିକ

ମାଧପୁର/ଆଠମଲ୍ଲିକ, ୩ା୯(ଡି.ଏନ.ଏ.) ଅନୁଗୋଳ ଜିଲା କିଆକଟା ଥାନା ଓରଡା କେରାଣ୍ଡି ନାଳ ନିକଟରୁ ଗତ ସୋମବାର ଜଣେ ଯୁକ୍ତ ୨ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ...

ଦୁର୍ଘଟଣାଗ୍ରସ୍ତ କାର୍‌ ଛାଡ଼ି ଚାଳକ ଫେରାର, ମୃତାହତଙ୍କ ସୁରାକ ମିଳିନି

ଦାରିଙ୍ଗବାଡ଼ି,୩।୮(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଗାଁ ଶେଷମୁଣ୍ଡରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । କାର୍‌ଟିର ନମ୍ବର ନ ଥିବା ବେଳେ...

ଲାଠୋରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବନା: ପକାଘର ପାଏବାରୁ ବଁଚିତ ଗରିବ ପରିବାର

ଲାଠୋର, ୨୬ା୪ (ଡି.ଏନ.ଏ):  ସରକାରୀ ନିୟମ ଅନ୍‌ସାରେ ଏସ୍‌ଇସିସି ତାଲିକାରେ ଯେନ୍‌ମାନକର ନଁା ଥିବା ଆର ଘରଦୁଆର ନାଇଁଥିବା ସେମାନକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ...

କାଳବୈଶାଖୀର ତାଣ୍ଡବ: ଉପୁଡ଼ିଲା ବିଦ୍ୟୁତ୍‌ଖୁଣ୍ଟ, ଭାଙ୍ଗିଲା ବଡ଼ବଡ଼ ଗଛ

ପାଟଣା,୨୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ବର୍ଷା ପବନ ସାଙ୍ଗକୁ ତୁହାକୁ ତୁହା ପବନ ଏବଂ ଘଡ଼ଘଡ଼ି ଯୋଗୁ...

ମହାରାଷ୍ଟ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ବାଙ୍କୀ,୧୦।୧(ବି.ପ୍ର): ମହାରାଷ୍ଟ୍ରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ସୋମବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ ବାଙ୍କୀ ବ୍ଲକ...

Advertisement
Archives

Model This Week