ପୌରପାଳିକାର ଅଜବ ତଟ ସଫେଇ : ବେଳାଭୂମିରେ ପୋତାଯାଉଛି ଆବର୍ଜନା

ପାରାଦୀପ, ୧୭ା୮ (ସ୍ବ.ପ୍ର.): ସମ୍ପ୍ରତି ସମଗ୍ର ଦେଶରେ ସରକାରୀ ଓ ବେସରକାରୀ ଭାବେ ସ୍ବଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଚାଲିଛି। ଏହାଦ୍ୱାରା ସମସ୍ତେ ନିଜ ଅଞ୍ଚଳରେ ଆବର୍ଜନାମୁକ୍ତ ପରିବେଶ ସୃଷ୍ଟି କରିବେ ବୋଲି କୁହାଯାଉଛି। ଏହି କ୍ରମରେ ପାରାଦୀପ ପୌରପାଳିକା ମଧ୍ୟ ନିଜସ୍ବ ଅଞ୍ଚଳରେ ବ୍ୟାପକ ସଫେଇ କରୁଛି। ବିଶେଷକରି ଚଳିତ ମାସରେ ସ୍ବାୟତ୍ତଶାସନ ଦିବସ ଥିବାରୁ ସମୂହ ସଫେଇ ଅଭିଯାନ ଚାଲିଛି। କିନ୍ତୁ ପୌରପାଳିକା ପକ୍ଷରୁ ନିୟୋଜିତ ଠିକାସଂସ୍ଥା କିପରି ସଫା କରୁଛି, ତାହା ଠିକ୍‌ ଭାବେ ଅନୁଧ୍ୟାନ କରାଯାଉ ନ ଥିବା ମନେ ହେଉଛି। ବିଶେଷକରି ପାରାଦୀପର ସବୁଠାରୁ ଆକର୍ଷୀୟ ସ୍ଥାନ ସମୁଦ୍ର ବେଳାଭୂମିକୁ ନିୟମିତ ଠିକାସଂସ୍ଥା ପକ୍ଷରୁ ସଫା କରାଯାଉଛି। ସେଠାରେ ଠିକା ସଂସ୍ଥାର ସଫେଇ କର୍ମଚାରୀମାନେ ଯେଉଁଭଳି ସଫା କରୁଛନ୍ତି ତାହା ବେଶ୍‌ କୌତୁହଳପ୍ରଦ। ବେଳାଭୂମିରେ ପଡ଼ୁଥିବା ପ୍ଲାଷ୍ଟିକ୍‌ ବୋତଲ, ପଲିଥିନ୍‌ ଓ ଅନ୍ୟ ଆବର୍ଜନାକୁ ବାଲି ଉପରୁ ଗୋଟାଇ ସେହି ସ୍ଥାନରେ ବାଲି ଖୋଳି ପୋତାଯାଉଛି। ସଫେଇ ବେଳେ ଏମିତି ପ୍ରତି ୨୦ରୁ ୨୫ ମିଟର ବ୍ୟବଧାନରେ ଗାତ ଖୋଳି ଆବର୍ଜନା ପୋତାଯାଉଛି। ଫଳରେ ଆବର୍ଜନା ଯେଉଁଠାରେ ଥିଲା ସଫେଇ ପରେ ମଧ୍ୟ ସେହିଠାରେ ରହିଯାଉଛି। ବାଲି ଉପରେ ଲୋକମାନେ ଯାତାୟାତ କରିବା ଓ ପବନରେ ଉଡ଼ିବା ପରେ ସେହି ଆବର୍ଜନା ପୁଣି ବାହାରେ ପଡୁଛି। ଏମିତି ଦୃଶ୍ୟ ଗତ ମଙ୍ଗଳବାର ସକାଳେ ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ସଫେଇ କରୁଥିବା କର୍ମଚାରୀଙ୍କୁ ପଚାରିବାରେ ସେମାନେ କହିଲେ ଯେ, ଠିକାଦାର ସାହୁ ବାବୁ ଏମିତି କରିବା ପାଇଁ ଆମକୁ କହିଛନ୍ତି। ଆମେ ସବୁଦିନ ଏହିଭଳି ସଫା କରୁଛୁ। ଠିକାଦାର ଅନାଥ ସାହୁ କହିଛନ୍ତି ଯେ, ସେମିତି କିଛି ନୁହେଁ। ସମୁଦ୍ର ଢ଼େଉରେ ଭାସିଆସି ଲାଗୁଥିବା କାଠିକୁଟାକୁ ଆମେ ବେଳେବେଳେ ବାଲିରେ ପୋତିଥାଉ। କିନ୍ତୁ ପ୍ଲାଷ୍ଟିକ ଓ ପଲିଥିନ୍‌କୁ ନୁହେଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତିଙ୍କୁ ପଚାରିବାରେ ସେ କହିଲେ ଯେ, କୌଣସି ଆବର୍ଜନାକୁ ଆମେ ପୋତିବାକୁ କହିନାହୁଁ। ଠିକାସଂସ୍ଥା ପକ୍ଷରୁ ଏପରି କରାଯିବା ସମ୍ପର୍କରେ ଏବେ ଜାଣିଲୁ। ଏନେଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସମୁଦ୍ର ବେଳାଭୂମିର ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ ବ୍ୟବସ୍ଥା ପୌରପାଳିକା କରିଛି। ଏବେ ସେଠାରେ ପ୍ରତ୍ୟହ ଅପରାହ୍ନଠାରୁ ରାତି ପର୍ଯ୍ୟନ୍ତ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହେଉଛି। ଲୋକଙ୍କ ଭିଡ଼ ହେବାରୁ ସେଠାରେ ବୁଲା ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ପର୍ଯ୍ୟଟକ ଖାଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ଓ ପ୍ୟାକେଟ ଜରି ସେଠାରେ ପଡୁଛି। ଏତଦ୍‌ ବ୍ୟତିରେକ ରାତି ହେଲେ ନିଶାଡ଼ିଙ୍କ ଆଡ୍ଡା ସେଠାରେ ଜମୁଛି। ମଦ ବୋତଲ ଓ ପ୍ଲାଷ୍ଟିକ ବୋତଲ ଗ୍ଲାସ ଆଦି ପ୍ରତିଦିନ ପଡୁଛି। ସେ ସବୁ ପ୍ରତିଦିନ ସକାଳେ ସଫା କରିବା ପାଇଁ ପୌରପାଳିକା ଠିକାସଂସ୍ଥା ନିଯୁକ୍ତ କରିଛି। ସେହି ଆବର୍ଜନାକୁ ସଂଗ୍ରହ କରି ଗାଡ଼ିରେ ନେଇ ଡମ୍ପିଂୟାର୍ଡରେ ପକାଇବା ସମୟ ସାପେକ୍ଷ ଓ ବ୍ୟୟବହୁଳ ମଧ୍ୟ। ସେଥିରୁ ବର୍ତ୍ତିବା ପାଇଁ ଠିକାସଂସ୍ଥା ଏଭଳି ଆବର୍ଜନା ବାଲିରେ ପୋତି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପ ବନ୍ଦରରେ ଆଇଏନ୍‌ଏସ୍‌ ଘଡ଼ିଆଳ

ପାରାଦୀପ,୨୩।୧୧(ସ୍ବ.ପ୍ର.): ଡିସେମ୍ବର ୫ ନୌସେନା ଦିବସ ପାଳିତ ହେବ। ଏହା ଅବ୍ୟବହିତ ପୂର୍ବରୁ ନୌସେନା ପକ୍ଷରୁ ଦୁଇଦିନିଆ ସ୍ବାସ୍ଥ୍ୟସେବା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପାରାଦୀପ...

ପିଲା ଆସୁଛନ୍ତି, ଶିକ୍ଷକଙ୍କ ଦେଖାନାହିଁ

ନାଉଗାଁ,୨୫।୫(ସ୍ବ.ପ୍ର.): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି...

ଅସନ୍ତୁଷ୍ଟଙ୍କୁ ନୁହେଁ, ପ୍ରାର୍ଥିତ୍ୱକୁ ଭରସା

ଜଗତ୍‌ସିଂହପୁର ଅଫିସ,୧୮ା୨: ଜଗତ୍‌ସିଂହପୁର ଜିଲାର ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତିର୍ତ୍ତୋଲ ଜିଲା ପରିଷଦର ୪ନଂ. ଜୋନ୍‌ ବିଜେଡି ସଭ୍ୟା ପ୍ରିୟଦର୍ଶିନୀ ବିଶ୍ୱାଳ ବିଜୟୀ ହୋଇ...

ବନ୍ୟା ବିପନ୍ନଙ୍କୁ ମିଳୁନି ରିଲିଫ୍‌: ବଢୁଛି ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ,୧୯ା୮: ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଇକା ନଦୀର ବାଲିକଣି ଓ କାଠକୋଟ ନିକଟ ନଦୀବନ୍ଧରେ ଘାଇ ଯୋଗୁ ବ୍ୟାପକ ଅଞ୍ଚଳ ଜଳମଗ୍ନ...

ନାନା ସମସ୍ୟାରେ ପାରାଦୀପ ମାଛଧରା ବନ୍ଦର: ୧୦ ବର୍ଷରେ ୧୭ଥର ବସିଛି ପରିଚାଳନା ସମିତି ବୈଠକ

ପାରାଦୀପ,୧୯ା୨(ସ୍ବ.ପ୍ର.): ରାଜ୍ୟର ଅନ୍ୟତମ ବୃହତ୍‌ ପାରାଦୀପ ମାଛଧରା ବନ୍ଦର ସମ୍ପ୍ରତି ବହୁବିଧ ସମସ୍ୟା ମଧ୍ୟରେ ଗତିକରୁଛି। ଏହି ମତ୍ସ୍ୟଶିଳ୍ପ ଉପରେ ନିର୍ଭରଶୀଳ ପ୍ରାୟ ୫୦ ହଜାର...

ଥାନାରୁ ୨ ଥର ଚମ୍ପଟ ମାରିଲେ ଅଭିଯୁକ୍ତ

କୁଜଙ୍ଗ, ୭।୩ (ଡି.ଏନ୍‌.ଏ.): ଟାଓ୍ବାରରୁ ବ୍ୟାଟେରି ଚୋରି ଅଭିଯୋଗରେ କୁଜଙ୍ଗ ପୋଲିସ ଗତ ବୁଧବାର ଗିରଫ କରିଥିବା ଜଣେ ଅଭିଯୁକ୍ତ ଥାନାରୁ ଦୁଇ ଥର ଚମ୍ପଟ...

ମାନସିକ ରୋଗୀ ସ୍ବାସ୍ଥ୍ୟ ସୁରକ୍ଷା ଆଇନ ପ୍ରହସନ

ଜଗତ୍‌ସିଂହପୁର ଅଫିସ, ୨୩ା୭: ନ ଖାଇ, ନ ପିଇ ଦୁର୍ବିଷହ ଜୀବନ ଅତିବାହିତ କରୁଥିବା ମାନସିକ ରୋଗୀମାନେ ପ୍ରାୟତଃ ସମାଜରେ ଅଲୋଡା। ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା...

‘ମଦ ପିଇ ଗାଡ଼ି ଚଳାଇଲେ ଲାଇସେନ୍ସ ରଦ୍ଦ’

ଜଗତ୍‌ସିଂହପୁର ଅଫିସ, ୩୦ା୧୨:ଜିଲାରେ ଅଧିକ ସଂଖ୍ୟକ ବାଇକ୍‌ ଚାଳକ ଅଛନ୍ତି। ସେମାନଙ୍କ ନିରାପଦ ଯାତ୍ରା ପାଇଁ ହେଲମେଟ୍‌ ଚେକିଂକୁ ଜୋରଦାର କରିବାକୁ ପଡ଼ିବ। କେହି ମଦ...

Advertisement
Archives

Model This Week