ପୋଲ ତଳକୁ ଖସିଲା ଟ୍ରାକ୍ଟର, ୨ ମୃତ

ପଟ୍ଟାଙ୍ଗି,୨୫ା୮(ଡି.ଏନ୍‌.ଏ.): ପୋଲ ତଳକୁ ଟ୍ରାକ୍ଟର ଖସିପଡ଼ିବାରୁ ସେଥିରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଞ୍ଚଳରେ ଶନିବାର ଏଭଳି ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଅମ୍ପାବାଲି ପଞ୍ଚାୟତ ମୁସୁରିଗୁଡ଼ା ଗ୍ରାମର ଚିନ୍ତା ବାନି, କାରେସପାଡୁ ଗ୍ରାମର ବେଟକାରି ଭୀମ, ଗାଲୁଙ୍ଗୁ ବୋଇ ରାଜୁ ଶନିବାର ସନ୍ଧ୍ୟାରେ ଅମ୍ପାବାଲି ସିମେଣ୍ଟ କାରଖାନା ନିକଟସ୍ଥ ହୋଟେଲରୁ ଖାଇସାରି ପବିତ୍ର ଜାନିଙ୍କ ଟ୍ରାକ୍ଟରରେ ଘରକୁ ଫେରୁଥିଲେ। ବାଟରେ ଟ୍ରାକ୍ଟର ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା। ଏଥିରେ ଘଟଣାସ୍ଥଳରେ ହିଁ ଚିନ୍ତାଙ୍କ ମୃତ୍ୟୁ ହୋଇଥିଲା। ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଉଥିବା ବେଳେ ବେଟକାରୀ ଆଖି ବୁଜିଥିଲେ। ଗାଲୁଙ୍ଗୁଙ୍କ ଗୋଡ଼ରେ ଗଭୀର କ୍ଷତ ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ସୁଙ୍କି ଡାକ୍ତରଖାନା ନିଆ ନଯାଇ ଆନ୍ଧ୍ରର ସାଲୁର ବ୍ଲକସ୍ଥିତ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରବିବାର ଦୁର୍ଘଟଣା ସମ୍ପର୍କରେ ଲିଖିତ ଏତଲା ହେବା ପରେ ପୋଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ବିଧାୟକ ପ୍ରୀତମ ପାଢ଼ୀ ଥାନାରେ ପହଞ୍ଚତ୍ ପୋଲିସ ସହ ଆଲୋଚନା କରିଥିଲେ। ପୋଲିସ ୨ଟି ମୃତଦେହ ଜବତ କରି ଏହାର ବ୍ୟବଚ୍ଛେଦ କରାଇବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଣ୍ଡିଆ ରାଣୀ ରାଇମତିଙ୍କୁ ଡକ୍ଟରେଟ୍‌

କୁନ୍ଦୁରା,୫ା୧୨(ସନ୍ତୋଷ ପ୍ରହରାଜ): ଜୈବିକ ପଦ୍ଧତିରେ ମାଣ୍ଡିଆ, ଧାନ ଚାଷ କରି ଜିଲା, ରାଜ୍ୟ ଏବଂ ସର୍ବଭାରତୀୟସ୍ତରରେ ଚର୍ଚ୍ଚାରେ ରହିଥିବା କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ ଲିମା...

କୋରାପୁଟର ସଞ୍ଜୟ ହେଲେ ସେନାର ବ୍ରିଗେଡିୟର

କୋରାପୁଟ,୫ା୧୨(ଅମିତାଭ ବେହେରା): କୋରାପୁଟ ମାଟିର ପୁଅ କର୍ଣ୍ଣେଲ ସଞ୍ଜୟ ମହାନ୍ତି ଭାରତୀୟ ସେନାରେ ବ୍ରିଗେଡିୟର ଭାବେ ପଦୋନ୍ନତି ପାଇବା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା ଉତ୍ପାଦନ...

ସହକାରୀ ଯନ୍ତ୍ରୀଙ୍କ ପୁଳା ପୁଳା ସମ୍ପତ୍ତି: ତିନି ବିଶାଳ କୋଠା ସହିତ ୧୮ ପ୍ଲଟ୍, କେଜିଏ ସୁନା ଜବତ

ଭୁବନେଶ୍ୱର,୩।୧୨: ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି ଜୟପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ମାତ୍ର ଦଶ ବର୍ଷର ଚାକିରିରେ ସେ ଆୟ ବହିର୍ଭୁତ ସମ୍ପତ୍ତି...

ନିର୍ବାହୀ ଯନ୍ତ୍ରୀ ଘରେ ପଶିଲା ଭିଜିଲାନ୍ସ: ଏକକାଳୀନ ୬ ସ୍ଥାନରେ ଚଢାଉ

କୋରାପୁଟ,୩।୧୨(ଅମିତାଭ ବେହେରା):ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ...

ମୃତ୍ୟୁ ପୂର୍ବରୁ କହିଯାଇଥିଲେ ବାପା: ମାଟି ତଳୁ ବାହାରୁଛି ଗୁପ୍ତଧନ 

କୋରାପୁଟ/ନାରାୟଣପାଟଣା,୨ା୧୨(ଅମିତାଭ ବେହେରା/ରାଜକିଶୋର ଜେନା): ଦିନ ମଜୁରୀ କରି ସଞ୍ଚିତ ଟଙ୍କାକୁ ମାଟି ତଳେ ପୋତି ରଖିଥିଲେ ବାପା। ମୃତ୍ୟୁ ପୂର୍ବରୁ ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ତାଙ୍କ...

ଶନିବାର ସକାଳୁଆ ପରିବର୍ତ୍ତେ ପୂର୍ବାହ୍ନ ୧୦ରେ ଖୋଲିବ ସ୍କୁଲ

କୋରାପୁଟ,୩୦।୧୧(ଅମିତାଭ ବେହେରା): ଲଘୁଚାପ ବର୍ଷା ସାଙ୍ଗକୁ ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲାରେ ମଧ୍ୟ ପ୍ରବଳ ଶୀତ ଅନୁଭୁତ ହେଉଛି।...

ଦେଓମାଳିରେ ତମ୍ବୁ ଲଗାଇବା ନେଇ କଟକଣା ଜାରି କଲା ପ୍ରଶାସନ

ପଟ୍ଟାଙ୍ଗି୨୯।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ରହିଛି ଦେଓମାଳି ପର୍ଯ୍ୟଟନ ସ୍ଥଳ। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ରହିବାର ଏବଂ...

କୋରାପୁଟ ବସ୍‌ଷ୍ଟାଣ୍ଡରେ ଛୁରା ମାଡ଼

କୋରାପୁଟ,୨୭।୧୧(ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଛୁରାମାଡ଼। ବସ ଟାଇମିଂକୁ ନେଇ ବୁଧବାର ଅପରାହ୍ନରେ କୋରାପୁଟ ଘରୋଇ ମାଲିକ ସଂଘ ସଭାପତି ଏସ୍‌. କାସିମଙ୍କୁ କିଛି ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri