ପୋଲିସ ହେପାଜତରୁ କଏଦୀ ଚମ୍ପଟ

ହିନ୍ଦୋଳ, ୭।୮(ଡି.ଏନ.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ କୋର୍ଟ ପରିସରରୁ ବୁଧବାର ଜଣେ ବିଚାରାଧୀନ କଏଦୀ ପୋଲିସ ସୁରକ୍ଷା ବଳୟ ଭାଙ୍ଗି ଚମ୍ପଟ ମାରିଛନ୍ତି। ସେ ହେଲେ ପ୍ରହଲ୍ଲାଦ ବେହେରା। ତାଙ୍କ ଘର ବାଲିମୀ ଥାନା ଅନ୍ତର୍ଗତ କଡଲା ଗ୍ରାମରେ।
ମାମଲାର ବିବରଣୀ ଅନୁଯାୟୀ, ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗତ ଜାନୁୟାରୀ ୧ରେ କଡଲା ଗ୍ରାମର ସନ୍ତୋଷ ସାହୁ ଉପରେ ପ୍ରହଲ୍ଲାଦ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ସନ୍ତୋଷଙ୍କ ସ୍ତ୍ରୀ ସଂଯୁକ୍ତାଙ୍କ ଅଭିଯୋଗକ୍ରମେ ଥାନାରେ ହତ୍ୟା ଉଦ୍ୟମ ମାମଲା (ନଂ.୧/୧୯) ରୁଜୁ କରାଯାଇଥିଲା। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ହିନ୍ଦୋଳ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ହାଜତକୁ ପଠାଇ ଦିଆଯାଇଥିଲା। ସେହିଦିନଠାରୁ ପ୍ରହଲ୍ଲାଦ ବିଚାରାଧୀନ ବନ୍ଦୀ ଭାବେ ହିନ୍ଦୋଳ ଜେଲ୍‌ରେ ରହୁଥିଲେ। ହିନ୍ଦୋଳ ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌ଙ୍କ ଅଦାଲତରେ ତାଙ୍କର ବିଚାର ଆରମ୍ଭ ହୋଇଥିଲା। ବୁଧବାର ପ୍ରଥମ କରି ଉକ୍ତ କେସ୍‌ (ସିଟି ଏସ୍‌ଏସ୍‌ ୮୩/୧୯)ର ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା। ହାବିଲଦାର ହଟକିଶୋର ନାଏକ, ରୋହିତ କୁମାର ଭୋଇ ଏକ ଜିପ୍‌ରେ ଅଭିଯୁକ୍ତ ପ୍ରହଲ୍ଲାଦଙ୍କୁ ଧରି କୋର୍ଟକୁ ଆସିଥିଲେ। ସାକ୍ଷ୍ୟ ପ୍ରଦାନ କାର୍ଯ୍ୟ ସରିବା ପରେ ପ୍ରହଲ୍ଲାଦକୁ ବାହାରକୁ ନିଆଯାଇଥିଲା। ହେଲେ ପୋଲିସ କର୍ମଚାରୀଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ପ୍ରହଲ୍ଲାଦ ଦୌଡ଼ି ପଳାଇଯିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରଖିଛି। ଖବର ଲେଖାଯିବା ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରିନାହିଁ। ହାବିଲଦାର ହଟକିଶୋରଙ୍କ ଅଭିଯୋଗକ୍ରମେ ନଂ. ୬୭/୧୯ରେ ମାମଲା ରୁଜୁ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ପୋଲିସ ହେପାଜତ୍‌ରୁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯିବା ଘଟଣା ବିଭାଗର ଅପାରଗତାକୁ ପଦାରେ ପକାଇଛି। ପୋଲିସର ଚରମ ଦାୟିତ୍ୱହୀନତାରୁ ଏପରି ଘଟଣା ଘଟିଥିବା ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟକ୍ଷମ ହେବ କଳାକୃତି ଗ୍ରାମ

ଢେଙ୍କାନାଳ ଅଫିସ୍‌, ୬।୪ – ଗ୍ରାମୀଣ ପର୍ଯ୍ୟଟନରେ ସାମିଲ ହୋଇଥିବା ଢେଙ୍କାନାଳର କଳାକୃତି ଗ୍ରାମ ସଦେଇବେରେଣୀ-ନବଜୀବନପୁର ପ୍ରକଳ୍ପ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ଡୋକ୍ରା ହସ୍ତଶିଳ୍ପକୁ ନେଇ...

ନୂତନ ଆବିଷ୍କାର ପାଇଁ ଉଦ୍ୟମ ଜାରି ରଖ

କାମାକ୍ଷାନଗର,୨୯।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର କାନପୁରା ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଶ୍ରୀରାମ ରାଉତ ଏଥିରେ...

ସମସ୍ତ ଆସନରେ ପ୍ରାର୍ଥୀ ଦେବ ଏଏପି

ଢେଙ୍କାନାଳ ଅଫିସ, ୪।୧୧: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର ସବୁ ଆସନରେ ପ୍ରାର୍ଥୀ ଦେବ। ଢେଙ୍କାନାଳସ୍ଥିତ ଦଳୀୟ ଜିଲା...

ଗୋଟିଏ ପଦବୀ, ଦୁଇ ଅଧିକାରୀ

ଢେଙ୍କାନାଳ ଅଫିସ, ୩୦।୯ – ପଦବୀ ଗୋଟିଏ। ଦୁଇଜଣ ଅଧିକାରୀ। କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉଭୟଙ୍କ ମଧ୍ୟରେ ଦାୟିତ୍ୱ ସମ୍ଭାଳିବାକୁ ନେଇ ଚାଲିଛି ଟଣାଓଟରା। କର୍ମଚାରୀମାନେ କାହା...

ଗୋଠ ଛାଡ଼ି ଗାଁରେ ଦନ୍ତା

ଢେଙ୍କାନାଳ ଅଫିସ, ୧୦।୨ – ମିଳନ ପାଇଁ ବ୍ୟାକୁଳ ଦନ୍ତା ଗୋଠରୁ ଅଲଗା ହୋଇ ଜନବସତିରେ ଆରମ୍ଭ କରିଛନ୍ତି ଉପଦ୍ରବ। ପାଖାପାଖି ମାସେ ହେଲା ସେମାନଙ୍କ...

‘ଭିଏସ୍‌ଏସ୍‌କୁ ଅଧିକ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ହେଉ’

ଢେଙ୍କାନାଳ ଅଫିସ,୨୨ା୧- ଢେଙ୍କାନାଳ ଜିଲା ବନବିଭାଗ ପକ୍ଷରୁ ଜିଲାସ୍ତରୀୟ ସମୀକ୍ଷା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ଓଡିଶା...

ଆସିଛନ୍ତି ୫,୨୨୮ ଅତିଥି ପକ୍ଷୀ

ଢେଙ୍କାନାଳ ଅଫିସ, ୧୬।୧: ଢେଙ୍କାନାଳରେ ପକ୍ଷୀଗଣନା ଶେଷ ହୋଇଛି। ୨୦୨୨ରେ ଜିଲାକୁ ଦେଶବିଦେଶରୁ ୫,୨୨୮ ପ୍ରବାସୀ ପକ୍ଷୀଙ୍କ ସମାଗମ ହୋଇଛି। ପରଜଙ୍ଗ ବ୍ଲକର ଦଦରାଘାଟି ଜଳଭଣ୍ଡାର, ବ୍ରାହ୍ମଣୀ...

ଚକା ଫାଟିବାରୁ ନଦୀକୁ ଖସିଲା ଟ୍ରକ୍‌

ପରଜଙ୍ଗ,୧୨।୧୨(ଡି.ଏନ.ଏ.)- ୫୩ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ-ଜଟିଆ ଛକ ନିକଟରେ ଏକ ଟ୍ରକ୍‌ ପୋଲ ଉପରୁ ବ୍ରାହ୍ମଣୀ ନଦୀକୁ ଖସିପଡ଼ିଛି।...

Advertisement
Archives

Model This Week