Posted inଜାତୀୟ

ପୋଲିସ ବିଭାଗରେ ନିଯୁକ୍ତି ହେବେ ୫୦ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ: ଯୋଗୀ

ଲକ୍ଷ୍ନୌ,୨।୯: ସରକାରୀ ଚାକିରି ଖୋଜୁଥିବା ଯୁବବର୍ଗଙ୍କ ପାଇଁ ଖୁସି ଖବର। ସୋମବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ ବିଭାଗରେ ୫୦ହଜାରରୁ ଊର୍ଦ୍ଧ୍ୱ ନିଯୁକ୍ତି ପାଇଁ ଘୋଷଣା କରିଛନ୍ତି। କାଲ୍‌ପିରେ ପୋଲିସ ଟ୍ରେନିଂ ସ୍କୁଲର ଉଦ୍‌ଘାଟନ କରିବା ସମୟରେ ଏନେଇ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି। ଏଥିସହ ଏନେଇ ସେ ଟୁଇଟ ମଧ୍ୟ କରିଛନ୍ତି। ସେ କହିଛନ୍ତି, ଗତ ଅଢ଼େଇ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶ ସରକାର ୭୫ହଜାରରୁ ଊର୍ଦ୍ଧ୍ୱ ପୋଲିସ କର୍ମୀଙ୍କୁ ନିଯୁକ୍ତି ଦେଇସାରିଛନ୍ତି। ଏବେ ପ୍ରାୟ ୫୦ହଜାରରୁ ଊର୍ଦ୍ଧ୍ୱ ପୋଲିସକର୍ମୀଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଯୋଗୀ ସ୍ପଷ୍ଟ କରିଛନ୍ତି ଯେ, ଲାଞ୍ଚ ଦେଇ ଏହି ବିଭାଗରେ କେହି ନିଯୁକ୍ତି ପାଇନାହାନ୍ତି। ଲୋକଙ୍କ ସମସ୍ୟା ଦୂର କରିବା ସହ ପୋଲିସ ପ୍ରତି ଲୋକଙ୍କ ମନରେ ବିଶ୍ୱାସ ଜାଗୃତ କରିବା ପାଇଁ ପ୍ରୟାସ କରାଯାଉଛି। ଏଥିସହ ସାଧାରଣ ଜନତାଙ୍କ ପାଇଁ ସୁବିଧା ଓ ସୁରକ୍ଷା ଯୋଗାଇଦେବା ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରେ ମହିଳାଙ୍କୁ ଗଣବଳାତ୍କାର

ନୂଆଦିଲ୍ଲୀ,୧୯।୮ : ଜଣେ ୨୨ ବର୍ଷୀୟା ମହିଳାଙ୍କୁ କାର୍‌ ଭିତରେ ୨ ଜଣ ଯୁବକ ଗଣବଳାତ୍କାର କରିଥିବା ଅଭିଯୋଗ ଆସିଛି ଦିଲ୍ଲୀର ଉତ୍ତରପୂର୍ବ ଅଞ୍ଚଳରୁ। ମହିଳାଙ୍କୁ...

ବଜେଟ ପୂର୍ବରୁ କାହିଁକି ହୁଏ ‘ହାଲଓ୍ବା ରଶମ’

ନୂଆଦିଲ୍ଲୀ,୨୦।୧: ଚଳିତ ବର୍ଷ ଫେବୃୟାରୀ ୧ରେ ଦେଶର ବଜେଟ ଉପସ୍ଥାପନ ହେବ। ୨୦୨୦-୨୧ର ସାଧାରଣ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନିଜର ପେଡ଼ି ଖୋଲି ଉପସ୍ଥାପନ...

ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୧।୫: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ...

ଭୋପାଳରୁ ଦିଲ୍ଲୀ ଯାତ୍ରା କରିବାକୁ ପୂରା ବିମାନ ବୁକ୍‌ କଲେ ଗୋଟିଏ ପରିବାରର ୪ ସଦସ୍ୟ

ଭୋପାଳ,୨୮।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ରାଜା ଭୋଜ ବିମାନ ବନ୍ଦରରୁ ଗତ ସୋମବାରଠାରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି। ଏହାସହ ଚାର୍ଟର ବିମାନ ଚଳାଚଳ...

ଦାହ କରିପାରୁ ନାହାନ୍ତି

ନୂଆଦିଲ୍ଲୀ/ପାଟନା,୧୨ା୫: ଯେତେ ଲୁଚାଇଲେ ବି ଲୁଚୁନାହିଁ ସତ। ହସ୍ପିଟାଲରେ ଅକ୍ସିଜେନ ଓ ଅନ୍ୟ ଜରୁରୀ ସେବା ନ ପାଇ କରୋନା ରୋଗୀ ମରୁଛନ୍ତି। ଶ୍ମଶାନରେ ଶବ...

ଶ୍ରୀଲଙ୍କାକୁ ୪୫୦ ନିୟୁତ ଡଲାର ଋଣ ଦେବ ଭାରତ

ନୂଆଦିଲ୍ଲୀ,୩୦ା୧୧(ପି.ଟି.): ଶ୍ରୀଲଙ୍କାରେ ଆତଙ୍କବାଦ ଦମନ ଲାଗି ୫୦ ନିୟୁତ ଡଲାର ସମେତ ୪୫୦ ନିୟୁତ ଡଲାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ବର୍ଷକୁ ୨ ହଜାର ଜୀବନ ନେଉଛି ବର୍ଷା

ନୂଆଦିଲ୍ଲୀ,୧ା୮ :୨୦୧୬ରୁ ବର୍ଷାଜନିତ ବିପର୍ଯ୍ୟୟ ବର୍ଷକୁ ୨ ହଜାର ଭାରତୀୟଙ୍କ ଜୀବନ ନେଉଛି। ମୃତକମାନଙ୍କ ମଧ୍ୟରୁ ୫୧% ହେଉଛନ୍ତି ବିହାର, କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ...

କରୋନା, ପେଟ୍ରୋଲ୍‌-ଡିଜେଲ ଦାମ୍‌କୁ ଅନ୍‌ଲକ୍‌ କରିଦେଇଛନ୍ତି ମୋଦି ସରକାର: ରାହୁଲ

ନୂଆଦିଲ୍ଲୀ,୨୪।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପେଟ୍ରୋଲ୍‌, ଡିଜେଲ ଦର ବୃଦ୍ଧିକୁ ନେଇ ବୁଧବାର ରାହୁଲ ମୋଦି...

Advertisement


Archives

Model This Week