Posted inଜାତୀୟ

ପୋଲିସ ଜିନ୍ଦାବାଦ୍‌ ନାରାରେ କମ୍ପୁଛି ଏନ୍‌କାଉଣ୍ଟର ସ୍ଥାନ

ହାଇଦ୍ରାବାଦ୍‌,୬।୧୨:ହାଇଦ୍ରାବାଦ୍‌ ଗଣବଳାତ୍କାର ମାମଲାରେ ପୋଲିସ ଏନକାଉଣ୍ଟରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ପରେ ଦେଶରେ ଆଶ୍ୱସ୍ତି ଖେଳିଯାଇଛି। ଯେଉଁ ସ୍ଥାନରେ ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ମାରିଥିଲେ ସେହିଠାରେ ହିଁ ୪ ଜଣଙ୍କୁ ଏନକାଉଣ୍ଟର କରାଯାଇଛି। ଜାତୀୟ ରାଜପଥ-୪୪ର ଚେତନାପାଲୀ ଓଭରବ୍ରିଜ ନିକଟରେ ଏହି ଏନକାଉଣ୍ଟର ଘଟିଛି। ଏହି ଓଭରବ୍ରିଜ ତଳେ ସେମାନେ ଡାକ୍ତରାଣୀଙ୍କୁ ଗଣବଳାତ୍କାର ପରେ ପୋଡି ମାରିଥିଲେ। ତେବେ ଶୁକ୍ରବାର ସକାଳୁ ଏନକାଉଣ୍ଟର ଖବର ଆସିବା ପରେ ସେହି ସ୍ଥାନରେ ଲୋକଙ୍କ ପ୍ରବଳ ଭିଡ ଜମିଛି। ପୋଲିସ ଜିନ୍ଦାବାଦ୍‌ ନାରାରେ କମ୍ପୁଛି ଉକ୍ତ ସ୍ଥାନ। ମୋ ଝିଅକୁ ନ୍ୟାୟ ମିଳିଲା ବୋଲି କହିଛନ୍ତି ମୃତ ଡାକ୍ତରାଣୀଙ୍କ ପିତା। ସୂଚନାଯୋଗ୍ୟ, ହାଇଦ୍ରାବାଦ ମହିଳା ଡାକ୍ତର ଗଣବଳାତ୍କାର ଓ ହତ୍ୟା ମାମଲାର ୪ ମୁଖ୍ୟ ଅଭିଯୁକ୍ତଙ୍କୁ ଅଧିକ ତଦନ୍ତ ନିମନ୍ତେ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ରାତିରେ ଘଟଣାସ୍ଥଳକୁ ନିଆଯାଇଥିଲା। ହେଲେ ସେଠାରୁ ସେମାନେ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ଫଳରେ ପୋଲିସ ସେମାନଙ୍କୁ ଧରିବା ପାଇଁ ଗୁଳି ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାବିନେଟ ବୈଠକରେ ୩ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ନୂଆଦିଲ୍ଲୀ, ୨୧।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ପରେ କେନ୍ଦ୍ର...

ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ହଙ୍ଗାମା: ୨୪ ଛାତ୍ର ଅଟକ, ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ,୨୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ଦଙ୍ଗା ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଜେଏନ୍‌ୟୁ, ଜାମିଆ ପରେ ଏବେ...

ଏନ୍‌ଇଇଟି-ପିଜି କଟ୍‌-ଅଫ୍‌ ୧୫ ଶତାଂଶ କମାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩।୩(ପି.ଟି.): ଖାଲିପଡ଼ିଥିବା ପୋଷ୍ଟଗ୍ରାଜୁଏଟ୍‌ ମେଡିକାଲ ସିଟ୍‌ ପୂରଣ ଲାଗି ଏନ୍‌ଇଇଟି-ପିଜି ୨୦୨୧ରେ ସବୁ ବର୍ଗର ପ୍ରାର୍ଥୀଙ୍କ ପାଇଁ କଟ୍‌ଅଫ୍‌ ୧୫ ଶତାଂଶ (ପର୍ସେଣ୍ଟାଇଲ୍‌) ହ୍ରାସ କରିବାକୁ...

ସପ୍‌ନାଙ୍କୁ ନେଇ ଚିନ୍ତାରେ ଭାଜପା

ନୂଆଦିଲ୍ଲୀ,୨୦।୧୦: ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା ହରିୟାଣାର ଡ୍ୟାନ୍ସର ସପ୍‌ନା ଚୌଧୁରୀଙ୍କୁ ନେଇ ଏବେ ଭାଜପା ଚିନ୍ତାରେ ପଡିଯାଇଛି। ମଙ୍ଗଳବାର ହରିୟାଣା ବିଧାନସଭାର...

୨ ବର୍ଷରେ ଭାଜପା ପାଇଛି ୯୧୫ କୋଟି

ନୂଆଦିଲ୍ଲୀ,୧୦ା୭ (ପି.ଟି.): ଭାଜପା ୨୦୧୬ରୁ ୨୦୧୮ ମଧ୍ୟରେ ୧୫ ଶହ ଶିଳ୍ପ ଜଗତରୁ ୯୧୫ କୋଟିରୁ ଅଧିକ ଟଙ୍କା ଚାନ୍ଦା ଆକାରରେ ପାଇଛି। ଏହି ସମୟ...

ହାରୁଛି କରୋନା: ୧୨ ଦିନରେ କୋଟିଏ ଲୋକଙ୍କ ନମୁନା ପରୀକ୍ଷା

ନୂଆଦିଲ୍ଲୀ, ୨୬।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଧିମା ପଡ଼ିଛି। ଗତ ୧୨ ଦିନରେ କୋଟିଏ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ଏନେଇ ସ୍ବାସ୍ଥ୍ୟ ଓ...

ମାତ୍ର ୧୭ ମିନିଟ୍‌ରେ ବିବାହ, ଯୌତୁକ ଆକାରରେ ବର ମାଗିଲେ ଏକ ନିଆରା ଜିନିଷ; ଜାଣିଲେ କରିବେ ପ୍ରଶଂସା

ଲକ୍ଷ୍ନୌ,୧୫।୫: ଉତ୍ତରପ୍ରଦେଶର ସାହାଜହାଁପୁରରେ ମାତ୍ର ୧୭ ମିନିଟ୍‌ରେ ଏକ ବିବାହ ସମ୍ପନ୍ନ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ବର କନ୍ୟାକୁ ଯୌତୁକ ଆକାରରେ ଏକ ନିଆରା...

ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ, ପିଆଜ, ଡାଲି ବାଦ୍‌

ନୂଆଦିଲ୍ଲୀ,୩ା୬(ପି.ଟି.): ଦେଶରେ ପୁଞ୍ଜିିନିବେଶ ବଢ଼ାଇବା ଲକ୍ଷ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ...

Advertisement
Archives

Model This Week