ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା; ୨୦ ଦିନରେ ଚାର୍ଜଶିିଟ୍‌ ପ୍ରସ୍ତୁତ କରାଯିବ: କେନ୍ଦ୍ରାଞ୍ଚଳ ଡିଆଇଜି

ପୁରୀ ଅଫିସ, ୩ା୧୨: ପୁରୀ ପୋଲିସ କ୍ୱାର୍ଟର୍ସରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବହିଷ୍କୃତ କନଷ୍ଟେବଳ ଜିତେନ୍ଦ୍ର କୁମାର ସେଠୀ (ସି-୪୫୦) ଏବଂ ପୁରୀ ସଦର ଥାନା ଅନ୍ତର୍ଗତ ଆରିଡ଼ା ଗ୍ରାମର ରାଜା ଓରଫ ରାଜେଶ କୁମାର ସେଠୀ। ପୀଡ଼ିତାଙ୍କ ବୟାନ ଭିତ୍ତିରେ ସୋମବାର ରାତିରେ ଏହି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯାଇଥିଲା। ମଙ୍ଗଳବାର ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେଠାରେ ଜାମିନ୍‌ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ଲାଗି ପୋଲିସ ଉଦ୍ୟମ ଜାରି ରଖିଛି। ଏଥିଲାଗି ୪ଟି ଟିମ୍‌ ଗଠନ ହୋଇଥିବାବେଳେ ୨୦ଦିନ ମଧ୍ୟରେ ଚାର୍ଜଶିଟ୍‌ ପ୍ରସ୍ତୁତ କରାଯାଇ ଫାଷ୍ଟଟ୍ରାକ୍‌ କୋର୍ଟଙ୍କୁ ବିଚାର ପାଇଁ ନିବେଦନ କରାଯିବ ବୋଲି ମଙ୍ଗଳବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ରଞ୍ଚଳ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି।

ଡିଆଇଜି ସିଂ କହିଛନ୍ତି, ପୀଡ଼ିିତା ଦେଇଥିବା ବୟାନ ଅନୁଯାୟୀ ସେ ସୋମବାର ସନ୍ଧ୍ୟାରେ ନିମାପଡ଼ା ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିଲେ। ଗିରଫ ଅଭିଯୁକ୍ତ ଜିତେନ୍ଦ୍ର (ବହିଷ୍କୃତ କନଷ୍ଟେବଳ)ଙ୍କ ସମେତ ୪ଜଣ ତାଙ୍କୁ ସେଠାରୁ ଏକ କାର୍‌ ଯୋଗେ ଅପହରଣ କରି ଆଣି ପୁରୀ ଝାଡ଼େଶ୍ୱର ଛକସ୍ଥିତ ପୋଲିସ କଲୋନୀରେ ଥିବା ଜଣେ କନଷ୍ଟେବଳଙ୍କ କ୍ୱାର୍ଟର୍ସରେ ଗଣବଳାତ୍କାର କରିଥିଲେ। କ୍ୱାର୍ଟର୍ସ ଭିତରେ ଦୁଇଜଣ ତାଙ୍କୁ ବଳାତ୍କାର କରିଥିବାବେଳେ ଅନ୍ୟ ଦୁଇଜଣ ବାହାରେ ଅପେକ୍ଷା କରିଥିଲେ। ପୀଡ଼ିିତାଙ୍କ ଏତଲା ଭିତ୍ତିରେ ପୋଲିସ ଦଫା ୩୬୩, ୩୭୬ (ଡିଏ) ୩୯୪ ଆଇପିସି/୬ ପୋକ୍ସୋ ଆକ୍ଟ ଅନୁଯାୟୀ ୩୦୮/୧୯ରେ ଏକ ମାମଲା ରୁଜୁ କରିଛି। ଗିରଫ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ହିରୋହୋଣ୍ଡା ସାଇନ ବାଇକ ଓ ଏକ ହୋଣ୍ଡା ଆଭିଏଟର ସ୍କୁଟି ଜବତ କରାଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ରଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ବିଶୃଙ୍ଖଳିତ ଆଚରଣ, ଜନତାଙ୍କୁ ଦୁର୍ବ୍ୟବହାର ଏବଂ ଜଣେ ମହିଳାଙ୍କୁ ପୋଡ଼ି ମାରିବା ଅଭିଯୋଗରେ ତାଙ୍କୁ ଫେବୃୟାରୀ ୧୬ତାରିଖରୁ ଚାକିିରୀରୁ ବହିଷ୍କୃତ କରାଯାଇଛି। ଏଣୁ ପୋଲିସ ପରିଚୟପତ୍ର ବହନ କରିବା ଲାଗି ଆଇନତଃ ତାଙ୍କର କୌଣସି ଅଧିକାର ନାହିଁ। ତେବେ ସେ ପୋଲିସ ପରିଚୟପତ୍ରର ଅପବ୍ୟବହାର କରିଥିବାରୁ ତାଙ୍କ ନାମରେ ଆଉ ଏକ ମାମଲା ରୁଜୁ କରାଯିବ। ମଙ୍ଗଳବାର ପୀଡ଼ିତାଙ୍କ ପରିବାର ଲୋକେ ଆସି ପହଞ୍ଚତ୍ଛନ୍ତି। ସେମାନଙ୍କ ସହ ଆଲୋଚନା କରାଯାଇଛି। ପୀଡ଼ିିତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି। ତାଙ୍କ ମାନସିକ ଅବସ୍ଥା ସ୍ଥିର ରହିଛି। ଜିଲା ପ୍ରଶାସନ ପକ୍ଷରୁ ପୀଡ଼ିିତାଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା କରାଯାଇଛି। ଏହି ଘଟଣାକୁ ପୁରୀ ପୋଲିସ ଗୁରୁତ୍ୱର ସହିତ ନେଇଛି। ୨୦ ଦିନ ମଧ୍ୟରେ କିପରି ଏହାର ଚାର୍ଜଶିଟ୍‌ ପ୍ରସ୍ତୁତ କରାଯିବ ସେ ନେଇ ପ୍ରସ୍ତୁତି ଚାଲିଛି। ଚାର୍ଜଶିଟ୍‌ ପରେ ଫାଷ୍ଟଟ୍ରାକ କୋର୍ଟ ମାଧ୍ୟମରେ ଯେପରି ମାମଲାର ତୁରନ୍ତ ଫଇସଲା ହୋଇପାରିବ ସେଥିଲାଗି କୋର୍ଟଙ୍କୁ ନିବେଦନ କରାଯିବ। ଏଥିଲାଗି ଅଭିଜ୍ଞ ପୋଲିସ ଅଫିସରମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ଘଟଣା ଉପରେ ଫୋକସ୍‌ କରିବ। ଏହି ମାମଲା ପରିଚାଳନା ଲାଗି ଜଣେ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର (ପିପି)ଙ୍କ ସହଯୋଗ ନିଆଯିବ ବୋଲି ଡିଆଇଜି ସିଂ କହିଛନ୍ତି। ସେହିପରି ଘଟଣା ଘଟିଥିବା କ୍ୱାର୍ଟର୍ସକୁ ଚିହ୍ନଟ କରାଯାଇଛି। ମଙ୍ଗଳବାର ସାଇଣ୍ଟିଫିକ ଟିମ୍‌ ସେଠାକୁ ଯାଇ ତଦନ୍ତ କରିଛନ୍ତି। ତଦନ୍ତ ବେଳେ ବିିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଏଥିସହ ସେହି କ୍ୱାର୍ଟର୍ସକୁ ସିଲ୍‌ କରାଯାଇଛି। ଉକ୍ତ କ୍ୱାର୍ଟର୍ସ ଜିତେନ୍ଦ୍ରଙ୍କ ସ୍ତ୍ରୀଙ୍କ ନାମରେ ରହିଛି। ସେ ଜଣେ କନଷ୍ଟେବଳ ଭାବେ କାର୍ଯ୍ୟରତ ଅଛନ୍ତି ବୋଲି ଡିଆଇଜି ସିଂ କହିଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ ଲାଗି ଏସ୍‌ପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶ କ୍ରମେ ୪ଟି ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇଜଣଙ୍କୁ ଧରିଛି। ଏଏସ୍‌ପି ପି.କେ.ସ୍ବାଇଁ, ଏଏସ୍‌ପି ଅରୁଣ କୁମାର ଜେନା, ସିଟି ଡିଏସ୍‌ପି କ୍ଷୀରସାଗର ନାୟକଙ୍କ ନେତୃତ୍ୱରେ ବିଭିନ୍ନ ଥାନାର ଅଧିକାରୀମାନଙ୍କୁ ନେଇ ଗଠିତ ଟିମ୍‌ ଏହି ଚଢାଉରେ ସାମିଲ ହୋଇଥିଲେ। କୁମ୍ଭାରପଡ଼ା ଥାନା ଅଧିକାରୀ କୁଳମଣି ସେଠୀ ଏହାର ତଦନ୍ତ ଦାୟିତ୍ୱରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଥଚାରୀଙ୍କୁ ପିଟିଦେଲା ବାଇକ୍‌: ପରିବହନ ବିଭାଗ କ୍ୟାମେରା ଆଗରେ ଘଟିଲା…

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଲାସପଦର ଛକ ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ବାଇକ ଚାଳକ ଜଣେ ପଥଚାରୀଙ୍କୁ…

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ନୋଟିସ: ଅପମାନଜନକ ମନ୍ତବ୍ୟ ଦେଇ…

ନୂଆଦିଲ୍ଲୀ,୧୮ା୫:ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହୋଇଥିବାବେଳେ ଏବେ ତାଙ୍କୁ ରାଜ୍ୟ ସଭାରେ ସ୍ବାଧିକାର ଭଙ୍ଗର ସମ୍ମୁଖୀନ…

IPL 2026 ମଧ୍ୟରେ ପୂର୍ବତନ ଅଧିନାୟକଙ୍କ ପରଲୋକ: କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୬ ମଧ୍ୟରେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ ସ୍ମିଥ ୯୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।…

ଇରାନର ଏହି ବଡ଼ ଦାବି ଆମେରିକା ପୂରଣ କଲେ ଭାରତ ହେବ ଲାଭବାନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୫: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ, କିଛି ଆଶ୍ୱସ୍ତି ମିଳିଛି। ଇରାନର ସରକାରୀ ସମାଚାର ଏଜେନ୍ସି ଅନୁଯାୟୀ, ଆମେରିକା ଇରାନର ଏକ ପ୍ରମୁଖ ଦାବି ପୂରଣ କରିବାକୁ…

ଆହୁରି ବଢିବ ପେଟ୍ରୋଲ-ଡିଜେଲର ଦାମ୍‌! ସରକାର କହିଲେ…

ନୂଆଦିଲ୍ଲୀ, ୧୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଫଳସ୍ବରୂପ, ଆମେରିକା ଇରାନରୁ ଅଶୋଧିତ ତୈଳ କ୍ରୟ ଉପରେ…

ବୈଠକରେ ଜିଲାପାଳଙ୍କ ବଡ଼ ସୂଚନା: ଜୁନ ୧ ତାରିଖଠୁ ଆରମ୍ଭ ହେବ…

ଛତ୍ରପୁର ,୧୮।୫(ଦିଲ୍ଲୀପ ସାମଲ) : ଛତ୍ରପୁରରେ ମେ’ ୪ ତାରିଖ ଠାରୁ ଚାଲିଛି ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା । ଏହାକୁ ଆହୁରୀ ଆକର୍ଷଣ…

ବିଦ୍ୟାଳୟରୁ ରାଶନ ଚୋରି କରୁଥିଲେ ପ୍ରଧାନଶିକ୍ଷକ, ସଭାପତି: ହଠାତ୍‌ ପହଞ୍ଚିଗଲେ ଗ୍ରାମବାସୀ, ଆଉ ତା’ପରେ…

ବୁଗୁଡ଼ା, ୧୮।୫(କାଳିଚରଣ ଦାଶ ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମର ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି କରୁଥିବାବେଳେ ପ୍ରଧାନଶିକ୍ଷକ , ସଭାପତିଙ୍କୁ ମାଡ଼ିବସିଲେ ଗ୍ରାମବାସୀ।…

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri