Posted inଜାତୀୟ

ପୋଲିସ କର୍ମୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ: ଜବାବ ତଲବ କଲେ ଏସ୍‌ଏସ୍‌ପି

ଲକ୍ଷ୍ନୌ,୧୭।୯: ବର୍ତ୍ତମାନ ଦେଶରେ ସୋସିଆଲ ମିଡିଆରେ ଟିକ୍‌ଟକ୍‌ର ଟ୍ରେଣ୍ଡ ଚାଲିଛି। ଏନେଇ ଛୁଆଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଟିକ୍‌ଟକ୍‌ ମାନିଆ ଦେଖାଦେଇଛି। ଯେଉଁଠି ଦେଖିବେ ଯାହାକୁ ଦେଖିବେ ନିଜର ଅଜବ ଅଜବ ଭିଡିଓ ତିଆରି କରିବାରେ ସମସ୍ତେ ମସ୍‌ଗୁଲ। ଏହି ପରିପ୍ରେକ୍ଷୀରେ ଜଣେ ପୋଲିସ କର୍ମୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଉତ୍ତରପ୍ରଦେଶ ଲକ୍ଷ୍ନୌର ପିଜିଆଇ ଥାନା ଅଞ୍ଚଳରୁ ଆସିଛି। ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ସାଉଥ ସିଟି ପୋଲିସ ଥାନାର ଇନ୍‌ଚାର୍ଜ ମହମ୍ମଦ ଆରିଫଙ୍କ ୨ଟି ଭିଡିଓ ଭାଇରାଲ ହେବାରେ ଲାଗିଛି। ୨ଟି ଭିଡିଓରେ ସେ ଥାନାରେ ବସିଥିବା ବେଳେ ପୋଲିସ ପୋଷାକ ପିନ୍ଧି ଡାଇଲଗ୍‌ କହୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲକ୍ଷ୍ନୌର ଏସ୍‌ଏସ୍‌ପି କଳାନିଧି ନୌଥାନି ଭିଡିଓର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ମାମଲାରେ ଥାନାର ଇନ୍‌ଚାର୍ଜଙ୍କୁ ଜବାବ ତଲବ କରିଛନ୍ତି ଏସ୍‌ଏସ୍‌ପି। ପର୍ବୂରୁ ମଧ୍ୟ ଉତ୍ତରପ୍ରଦେଶର ପୋଲିସକର୍ମୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ଦାବି ତାଲିକାରେ ୬ ରାଜ୍ୟ, ଧର୍ମ ସଂସଦରେ ଆଲୋଚନା ବିଫଳ …

ନାସିକ, ୧।୬ : ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ରରେ ଏବେ ବିବାଦ ଆରମ୍ଭ ହୋଇଛି। ହନୁମାନଙ୍କ ଜନ୍ମସ୍ଥାନ ସମ୍ପର୍କରେ ମଙ୍ଗଳବାର ନାସିକରେ ଏକ ଧର୍ମ...

ବିଶ୍ୱ ଖାଦ୍ୟ ଦିବସ: ଦେଶରେ ପ୍ରତିବର୍ଷ ନଷ୍ଟ ହେଉଛି ୪୦ ପ୍ରତିଶତ ଖାଦ୍ୟ, ପ୍ରତିଦିନ ଭୋକରେ ଶୋଉଛନ୍ତି ୨୦ କୋଟି

ନୂଆଦିଲ୍ଲୀ,୧୬ ।୧୦: ଅକ୍ଟୋବର ୧୬ ହେଉଛି ବିଶ୍ୱ ଖାଦ୍ୟ ଦିବସ । ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ୧୧୬ ଦେଶ ତାଲିକାରେ ଭାରତ ୯୧ ସ୍ଥାନରୁ ୧୦୧ତମ...

ଜେଡିୟୁର ଷ୍ଟାର ପ୍ରଚାରକ ତାଲିକାରେ ନାହାନ୍ତି ପ୍ରଶାନ୍ତ-ପବନ

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜନତା ଦଳ ୟୁନାଇଟେଡ(ଜେଡିୟୁ) ତା’ର ଷ୍ଟାର ପ୍ରଚାରକଙ୍କ ଏକ ତାଲିକା ଜାରି କରିଛି। ଏଥିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

ଆର୍ସେନିକ ଯୋଗୁ ଦେଶର ଦୁଇଶହ ସହରରେ ବଢୁଛି କ୍ୟାନସର !

ନୂଆଦିଲ୍ଲୀ,୧୦ ।୧: ଗୋଟିଏ ପଟେ ଦେଶ କରୋନା ମହାମାରୀରୁ ଉଦ୍ଧାର ପାଇ ନ ଥିବା ବେଳେ ଅନ୍ୟପଟେ କାୟା ବିସ୍ତାର କଲାଣି ବାର୍ଡଫ୍ଲୁ । ଆଉ...

ମାସ୍କ ନ ମିଳିବାରୁ ରାଗିଲେ ଡାକ୍ତର

ବିଶାଖାପଟନମ,୭।୪: କରୋନା ସଂକ୍ରମଣଠାରୁ ଦୂରେଇ ରହିବାକୁ ସାଧାରଣ ଲୋକଙ୍କୁ ମାସ୍କ ପିନ୍ଧିବା ଜରୁରୀ ବୋଲି କିଛି ରାଜ୍ୟରେ ଘୋଷଣା କରାଯାଇଛି। ହେଲେ ଯେଉଁଠି ଡାକ୍ତରଙ୍କ ପାଇଁ...

ରାହୁଲ ଗାନ୍ଧୀ ଚାହୁଁଛନ୍ତି ରାସ୍ତାରେ ଲଢେଇ ହେଉ: ସମ୍ବିତ ପାତ୍ର

ନୂଆଦିଲ୍ଲୀ,୩।୨: କୃଷକ ଆନ୍ଦୋଳନକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଭାଜପା ବର୍ଷିଛି। ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ରାହୁଲ ଗାନ୍ଧୀ...

ମୁମ୍ବାଇ ମେରାଇନ୍‌ ଡ୍ରାଇଭରେ ଉଚ୍ଚ ଜୁଆରର ମଜା ନେଲେ ପର୍ଯ୍ୟଟକ

ମୁମ୍ବାଇ,୪।୮: ମୁମ୍ବାଇ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇ ଯାଇଥିବା ବେଳେ ରବିବାର ମେରାଇନ ଡ୍ରାଇଭରେ ଆସିଥିବା ଉଚ୍ଚ ଜୁଆର ପର୍ଯ୍ୟଟକଙ୍କୁ ଆନନ୍ଦ ଦେଇଛି। ହେଲେ ଅନ୍ୟପଟେ...

ପିଆଜ ମାଳ ପିନ୍ଧି ପ୍ରଚାର କଲେ ତେଜସ୍ବୀ

ପାଟନା, ୨୬।୧୦: ଦେଶରେ ପିଆଜ କିଲୋ ଆସି ୧୦୦ ଟଙ୍କାରେ ପହଞ୍ଚିଛି। ଏହାର ପ୍ରଭାବ ବିହାର ବିଧାନସଭା ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିଛି। ଆର୍‌ଜେଡ଼ି ପକ୍ଷରୁ...

Advertisement
Archives

Model This Week