ପୋଲିସ ଏନ୍‌କାଉଣ୍ଟରରେ ଜଣେ ଡକାୟତ ଗୁରୁତର, ୩ ଫେରାର, ମାରଣାସ୍ତ୍ର ସହ ଗାଡ଼ି ଜବତ

କେନ୍ଦ୍ରାପଡ଼ା ଅଫିସ/ ଆଳି,(ଡି.ଏନ୍‌.ଏ.), ୨୮ା୯: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଛକଠାରେ ଶନିବାର ଭୋରରେ ଜିଲା ପୋଲିସ ଏନ୍‌କାଉଣ୍ଟରରେ ଜଣେ ଡକାୟତ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ୩ ଜଣ ଫେରାର ହୋଇଯାଇଥିବା ଜଣାପଡିଛି। ଗୁରୁତର ଡକାୟତ ହେଲେ ମାର୍ଶାଘାଇ ଥାନା ଅନ୍ତର୍ଗତ ଜୁଣ ଗ୍ରାମର ହୃଷୀକେଶ ମଲ୍ଲିକ। ତାଙ୍କ ବାମ ଗୋଡ଼ ପାଦ ଓ ଡାହାଣ ଗୋଡ଼ ଆଣ୍ଠୁ ତଳକୁ ଗୁଳି ବାଜିଛି ା
ସୂଚନା ଅନୁଯାୟୀ, ଆଳି ଥାନା କଣ୍ଡିଆ ଫାଣ୍ଡି ଅଧୀନ ଜୁଆଣିଆ ଗ୍ରାମର ନବଘନ ପରିଡାଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ୪ ଡକାୟତ ଡକାୟତି ପାଇଁ ଉଦ୍ୟମ କରିଥିଲେ। ସେମାନେ ଘରର ଗ୍ରୀଲ ଭାଙ୍ଗିବା ସହ ନବଘନ ଓ ତାଙ୍କ ସ୍ତ୍ରୀ ରନତ୍ମଣିଙ୍କୁ ନିର୍ଧୂମ ମାଡ ମାରିଥିଲେ। ତେବେ ଏହି ସମୟରେ ରତ୍ନମଣିଙ୍କ ପାଟିଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ୟିବାରୁ ଡକାୟତମାନେ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଆଳି ଥାନା ପୋଲିସ ଖବର ପାଇ ଗୁରୁତର ନବଘନ ଓ ରନତ୍ମଣିଙ୍କୁ ଉଦ୍ଧାରକରି ନିକଟସ୍ଥ ଆଳି ସିଏଚ୍‌ସିକୁ ନେଇଥିଲେ। ଏଥିସହ ଡକାୟତି ସମ୍ପର୍କରେ ଜିଲା ପୋଲିସକୁ ଜଣାଇଥିଲେ। ସଦର ପୋଲିସ, ସ୍ପେଶାଲ ସ୍କ୍ବାଡ୍‌ ଗରାପୁରଠାରେ ଏହି ଡକାୟତଙ୍କୁ ଦେଖି ରୋକିବାକୁ ଚେଷ୍ଟା କରିଥିଲା। ଫଳରେ ଡକାୟତ ଦଳ ଓ ପୋଲିସ ମଧ୍ୟରେ ମୁହଁାମୁହିଁ ହୋଇଥିଲା। ଅନ୍ୟ ଡକାୟତଙ୍କ ସମ୍ପର୍କରେ ଜିଲା ପୋଲିସ ତଦନ୍ତ ଆରମ୍ଭ କରିଛି। ସେମାନେ ବ୍ୟବହାର କରୁଥିବା ଇଣ୍ଡିଗୋ କାର ଓ ମାରଣାସ୍ତ୍ର ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଇସ ମିଲ୍‌ରୁ ବିଷଧର ସାପ ଉଦ୍ଧାର

ବୁଗୁଡ଼ା,୨୭ା୫(ଡି.ଏନ.ଏ.)-ବୁଗୁଡ଼ା ସହର ନିକଟସ୍ଥ ଷୋହଳମାଇଲି ଠାରେ ଥିବା ଶଙ୍କର ରାଇସ୍‌ ମିଲରୁ ବୁଧବାର ଅପରାହ୍ନରେ ଏକ ୫ ଫୁଟିଆ ବିଷଧର ସାପ ଉଦ୍ଧାର କରାଯାଇଛି। ମିଲ୍‌ରେ...

କରୋନା ସାଙ୍ଗକୁ କାଳବୈଶାଖୀ: ଚାଷୀ ସର୍ବସ୍ବାନ୍ତ

ବାରିପଦା ଅଫିସ, ୨୬ା୪-ମହାମାରୀ କରୋନା ଲାଗି ଲୋକଙ୍କ ଜୀବନ ଦୁର୍ବିଷହ ହୋଇପଡିଥିବା ବେଳେ ବେଡି ଉପରେ କୋରଡା ମାଡ ସଦୃଶ ଚାଷୀଙ୍କ ପାଇଁ ସର୍ବନାଶ କାରଣ...

ଆନ୍ଦୋଳନ ପାଇଁ ବିଦ୍ୟୁତ୍‌ କର୍ମଚାରୀ ସଂଘର ସଜବାଜ

ବାରିପଦା ଅଫିସ,୧୨ା୧- ବାରିପଦା ସହର ରଘୁନାଥପୁରସ୍ଥିତ ଗଣେଶ ମଣ୍ଡପଠାରେ ପାୱାର ଏମ୍ପ୍ଲଇଜ୍‌ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲା ସଭାପତି ସୁବ୍ରମଣ୍ୟମ...

କରୋନାରେ ୧୪ ପୋଲିସ, ୩ ଗୃହରକ୍ଷୀଙ୍କ ମୃତ୍ୟୁ

ଭୁବନେଶ୍ୱର,୨୭ା୮(ବ୍ୟୁରୋ): କରୋନାରେ ୧୪ଜଣ ପୋଲିସ କର୍ମଚାରୀ ଓ ୩ଜଣ ଗୃହରକ୍ଷୀ ପ୍ରାଣ ହରାଇଛନ୍ତି। ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ସହାୟତା ପାଇଁ ଉଦ୍ୟମ କରାଯାଉଛି ବୋଲି...

କେରଳରେ ଫଶିଛନ୍ତି ୬୫ ଓଡ଼ିଆ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୨୭।୩-କେରଳ ରାଜ୍ୟ ତ୍ରିଶୁର ଜିଲା ପୁରୁନାଟୁକୁରା ଅଞ୍ଚଳର ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ ବିଏଡ୍‌ କରୁଥିବା ବାଲେଶ୍ୱର, ଭଦ୍ରକ, ନୟାଗଡ଼, ଯାଜପୁର, ଜଗତ୍‌ସିଂହପୁର ଜିଲାର...

ବନ୍ଦ କୋଠରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର: ଶିଶୁପୁତ୍ରଙ୍କୁ ନେଇ ସ୍ବାମୀ ଫେରାର

ସମ୍ବଲପୁର, ୧୫।୧୧(ବ୍ୟୁରୋ)- ସମ୍ବଲପୁର ଜିଲା ମୁଦିପଡ଼ା ଘୁଷୁଣୀଯୋଡା ବନ୍ଧ ହିଡରେ ଥିବା ବସ୍ତିର ଏକ ଭଡ଼ାଘରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କର...

କୁମାରଖୁଣ୍ଟିକୁ ଆସିଲା ନରହନ୍ତା ଦନ୍ତା

ବାରଙ୍ଗ,୨୯ା୧(ଡି.ଏନ୍‌.ଏ.): ଯାଜପୁରରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିକୁ ଅଣାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ହାତୀକୁ ଗୋଡ଼ିବାଲି ଦେଇ କୁମାରଖୁଣ୍ଟିକୁ ଅଣାଯାଇଥିଲା।...

ଭୋକିଲା ପେଟକୁ ଦାନା

ବାଲେଶ୍ୱର ଅଫିସ,୩।୪- ଲକ୍‌ଡାଉନ୍‌ ଯୋଗୁ ବାଲେଶ୍ୱର ଜିଲାର ସମସ୍ତ ଦୋକାନବଜାର, ହୋଟେଲ ବନ୍ଦ ରହିଥିବାରୁ ଅସହାୟ, ଭିକାରୀ, ଗୋରୁ,ବୁଲାକୁକୁର ଓ ଅନ୍ୟ ପ୍ରାଣୀମାନେ ଭୋକିଲା ରହୁଛନ୍ତି।...

Coronavirus Update


Archives

Model This Week

Why Dharitri