ପୋଲିସ ଏନ୍‌କାଉଣ୍ଟରରେ ଜଣେ ଡକାୟତ ଗୁରୁତର, ୩ ଫେରାର, ମାରଣାସ୍ତ୍ର ସହ ଗାଡ଼ି ଜବତ

କେନ୍ଦ୍ରାପଡ଼ା ଅଫିସ/ ଆଳି,(ଡି.ଏନ୍‌.ଏ.), ୨୮ା୯: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଛକଠାରେ ଶନିବାର ଭୋରରେ ଜିଲା ପୋଲିସ ଏନ୍‌କାଉଣ୍ଟରରେ ଜଣେ ଡକାୟତ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ୩ ଜଣ ଫେରାର ହୋଇଯାଇଥିବା ଜଣାପଡିଛି। ଗୁରୁତର ଡକାୟତ ହେଲେ ମାର୍ଶାଘାଇ ଥାନା ଅନ୍ତର୍ଗତ ଜୁଣ ଗ୍ରାମର ହୃଷୀକେଶ ମଲ୍ଲିକ। ତାଙ୍କ ବାମ ଗୋଡ଼ ପାଦ ଓ ଡାହାଣ ଗୋଡ଼ ଆଣ୍ଠୁ ତଳକୁ ଗୁଳି ବାଜିଛି ା
ସୂଚନା ଅନୁଯାୟୀ, ଆଳି ଥାନା କଣ୍ଡିଆ ଫାଣ୍ଡି ଅଧୀନ ଜୁଆଣିଆ ଗ୍ରାମର ନବଘନ ପରିଡାଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ୪ ଡକାୟତ ଡକାୟତି ପାଇଁ ଉଦ୍ୟମ କରିଥିଲେ। ସେମାନେ ଘରର ଗ୍ରୀଲ ଭାଙ୍ଗିବା ସହ ନବଘନ ଓ ତାଙ୍କ ସ୍ତ୍ରୀ ରନତ୍ମଣିଙ୍କୁ ନିର୍ଧୂମ ମାଡ ମାରିଥିଲେ। ତେବେ ଏହି ସମୟରେ ରତ୍ନମଣିଙ୍କ ପାଟିଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ୟିବାରୁ ଡକାୟତମାନେ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଆଳି ଥାନା ପୋଲିସ ଖବର ପାଇ ଗୁରୁତର ନବଘନ ଓ ରନତ୍ମଣିଙ୍କୁ ଉଦ୍ଧାରକରି ନିକଟସ୍ଥ ଆଳି ସିଏଚ୍‌ସିକୁ ନେଇଥିଲେ। ଏଥିସହ ଡକାୟତି ସମ୍ପର୍କରେ ଜିଲା ପୋଲିସକୁ ଜଣାଇଥିଲେ। ସଦର ପୋଲିସ, ସ୍ପେଶାଲ ସ୍କ୍ବାଡ୍‌ ଗରାପୁରଠାରେ ଏହି ଡକାୟତଙ୍କୁ ଦେଖି ରୋକିବାକୁ ଚେଷ୍ଟା କରିଥିଲା। ଫଳରେ ଡକାୟତ ଦଳ ଓ ପୋଲିସ ମଧ୍ୟରେ ମୁହଁାମୁହିଁ ହୋଇଥିଲା। ଅନ୍ୟ ଡକାୟତଙ୍କ ସମ୍ପର୍କରେ ଜିଲା ପୋଲିସ ତଦନ୍ତ ଆରମ୍ଭ କରିଛି। ସେମାନେ ବ୍ୟବହାର କରୁଥିବା ଇଣ୍ଡିଗୋ କାର ଓ ମାରଣାସ୍ତ୍ର ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁହନ୍ତୁ ସତର୍କ! ନୂଆ ମାସ ଆରମ୍ଭରୁ ୩ ରାଶିଙ୍କ ପଛା ଛାଡିବନି ସମସ୍ୟା, ଶୁକ୍ର-ଶନିଙ୍କ ଷଡ଼ାଷ୍ଟକ ଯୋଗ ପଡିବ ଭାରି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଦୁଇ ଗ୍ରହଙ୍କ ମଧ୍ୟରେ ଗଠିତ ହେଉଥିବା ଏକ ବିଶେଷ ଯୋଗର ପ୍ରଭାବ କିଛି ରାଶିଙ୍କ ଜୀବନରେ ନକାରାତ୍ମକ ଭାବେ ପଡ଼ିପାରେ। ଏହି ସମୟରେ…

ନେପାଳ ବନ୍ୟା: ହଜାରେ ଟପିଲା ମୃତ୍ୟୁ ସଂଖ୍ୟା, ଏବେବି ନିଖୋଜ ଅଛନ୍ତି…

କାଠମାଣ୍ଡୁ,୧।୯: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସର ଚିତ୍ର ଦିନକୁ ଦିନ ସାମ୍ନାକୁ ଆସୁଛି। ବନ୍ୟାରେ ଏପର୍ଯ୍ୟନ୍ତ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ…

ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୧।୯: ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ନିବେଶ ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ୟୁଏଇ ଗସ୍ତ କରିବ। ସେପ୍ଟେମ୍ବର…

ଏହି କ୍ରିକେଟର୍‌ଙ୍କ ହାତରେ ଅଛି ଚୁମ୍ବକ! ଏମିତି କ୍ୟାଚ୍‌ ଧରିଲେ, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧।୯: ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଗ୍ଲେନ ଫିଲିପ୍ସଙ୍କ କ୍ୟାଚ୍‌କୁ ନେଇ କ୍ରିକେଟ୍‌ ଜଗତରେ ଚହଳ ପଡ଼ିଛି। କାରିବିଆନ ପ୍ରିମିୟର ଲିଗ୍‌ରେ ସେ ଏମିତି ଏକ କ୍ୟାଚ ନେଇଛନ୍ତି, ଯାହା…

କଳ୍ପନା, ଲକ୍ଷ୍ମୀସାଗର ଅଞ୍ଚଳରେ ପୋଲିସର ଜୋରଦାର ଚଢ଼ାଉ

ଭୁବନେଶ୍ୱର,୧।୯: ରାଜଧାନୀ ଭୁବନେଶ୍ୱରର କଳ୍ପନା ଓ ଲକ୍ଷ୍ମୀସାଗର ଅଞ୍ଚଳରେ କମିଶନରେଟ୍‌ ପୋଲିସର ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଇଛି। ଗଞ୍ଜେଇ, ଗୁଟ୍‌ଖା ଓ ପାନ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର,୧।୯: ସାମ୍ବାଦିକମାନଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ମିଶ୍ରଣ କରାଯିବ ନାହିଁ। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ…

ଚାରି ବର୍ଷ ଧରି ଟିମ ଇଣ୍ଡିଆକୁ ଫେରିପାରିନାହାଁନ୍ତି ମୟଙ୍କ ଅଗ୍ରୱାଲ; ଏବେ, ଖେଳିବା ପାଇଁ ଏହି ଦେଶକୁ ଯିବେ

ନୂଆଦିଲ୍ଲୀ,୧।୯: ଗତ ଚାରି ବର୍ଷ ଧରି ଟିମ ଇଣ୍ଡିଆକୁ ଫେରିବା ପାଇଁ ଆଶା ରଖିଥିବା ମୟଙ୍କ ଅଗ୍ରୱାଲ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ଇଂଲଣ୍ଡରେ…

ଭଞ୍ଜନଗର ସ୍ବତନ୍ତ୍ର କାରାଗାରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: କର୍ମଚାରୀ ଅଭାବ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ବେସରକାରୀ ପରିଦର୍ଶକମାନେ ଗଞ୍ଜାମ ଜିଲା ଭଞ୍ଜନଗର ସ୍ବତନ୍ତ୍ର କାରାଗାରକୁ ଯାଇ ସେମାନଙ୍କ ଖାଦ୍ୟ, ସ୍ବାସ୍ଥ୍ୟସେବା, ସର୍ବୋପରି ଜେଲ ପରିସର ପରିଷ୍କାର ଓ ପରିଚ୍ଛନ୍ନତା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri