Posted inଜାତୀୟ

ପୋଲିସକୁ ଦେଖି ଅପହରଣକାରୀ ନିଜକୁ ମାରିଲେ ଗୁଳି

ପ୍ରୟାଗରାଜ, ୨୨।୫: ଉତ୍ତର ପ୍ରଦେଶର ପ୍ରୟାଗରାଜ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ମଙ୍ଗଳବାର ଜଣେ ଠିକାଦାରଙ୍କୁ ପୁଅକୁ ଅପହରଣ କରିନେଇଥିବା ଜଣେ ଅପହରଣକାରୀ ପୋଲିସକୁ ଦେଖି ଭୟରେ ନିଜକୁ ଗୁଳି ମାରିଛନ୍ତି। ସୂଚନାଯୋଗ୍ୟ, ଅଲ୍ଲାପୁରରେ ରହୁଥିବା ରଣବୀର ସିଂହଙ୍କ ଜଣେ ଠିକାଦାର। ତାଙ୍କ ୬ବର୍ଷୀୟ ପୁଅ ଇଂରାଜୀ ମିଡିୟମ ସ୍କୁଲରେ ପ୍ରଥମ ଶ୍ରେଣୀରେ ପଢୁଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଜିମ୍‌କୁ ଅଭ୍ୟାସ ପାଇଁ ଯାଇଥିବାବେଳେ ରଣବୀରଙ୍କ ଜଣେ ପୁରୁଣା ଗାଡି ଡ୍ରାଇଭର ସଞ୍ଜୟ ଶିଶୁଟିକୁ ଅପହରଣ କରିନେଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଅପହରଣକାରୀଙ୍କ ପାଖରେ ପହଞ୍ଚିଥିଲା। ଶିଶୁଟି ଉଦ୍ଧାର କରାଯାଇଥିଲା। ପୋଲିସକୁ ଦେଖି ସଞ୍ଜୟ ନିଜକୁ ଗୁଳି ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ତିନିମାସ ତଳେ ସଞ୍ଜୟଙ୍କୁ ଚାକିରିରୁ ବହିଷ୍କାର କରିଥିଲେ ରଣବୀର। ଏହି ରାଗରେ ସେ ଏଭଳି କାଣ୍ଡ କରିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ପରେ ରାଷ୍ଟ୍ରପତି ନିର୍ବାଚନ…

ନୂଆଦିଲ୍ଲୀ, ୨୬।୪ : ଜୁଲାଇ ୨୫ ରେ ଦେଶକୁ ନୂଆ ରାଷ୍ଟ୍ରପତି ମିଳିବେ। ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୫ ରେ...

ଅଳ୍ପସଂଖ୍ୟକଙ୍କ ଧାର୍ମିକ ସ୍ଥଳକୁ ଟାର୍ଗେଟ୍‌, ବୈଜ୍ଞାନିକ-କଳାକାର-ଲେଖକ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି…

ବେଙ୍ଗାଲୁରୁ, ୨୭।୧ : କର୍ନାଟକରେ ଅଳ୍ପସଂଖ୍ୟକଙ୍କ ଧାର୍ମିକ ସ୍ଥଳକୁ ଟାର୍ଗେଟ୍‌ କରାଯାଉଛି। ଏସବୁ ଧାର୍ମିକସ୍ଥଳ ଉପରେ ଲଊଗାତାର ଆକ୍ରମଣ ବୃଦ୍ଧି ପାଉଛି। ଏନେଇ ୩୭ ଜଣ...

ବିଏସ୍‌ଏଫ୍‌ ହାତରେ ପାକିସ୍ତାନୀ ପାରା

ଜୈସଲମେର,୧୧।୨: ରାଜସ୍ଥାନର ଜୈସଲମେର ଜିଲାରେ ଏକ ପାକିସ୍ତାନୀ ପାରା ବିଏସ୍‌ଏଫ୍‌ ହାତରେ ଧରା ପଡ଼ିଛି। ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ପାରାଟିକୁ ଏକ ଗଛ ବୁଦାରେ ବସିଥିବା...

ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ: ଏଣିକି ଜିନ୍ସ,ଟି-ଶାର୍ଟ ପିନ୍ଧି କାର୍ଯ୍ୟାଳୟକୁ ଆସିପାରିବେନି କର୍ମଚାରୀ

ନୂଆଦିଲ୍ଲୀ,୪।୬: ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ ହୋଇଛି। ଏଣିକି ସିବିଆଇ କର୍ମଚାରୀ ଫର୍ମାଲ ଲୁକ୍‌ରେ ନଜର ଆସିବେ। ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ଯାଞ୍ଚ ବ୍ୟୁରୋ(ସିବିଆଇ)ର ନୂଆ...

ଭାରତ ସୀମାରେ ପ୍ରବେଶ କଲା ପାକିସ୍ତାନ ଡ୍ରୋନ୍‌

ଫିରୋଜପୁର,୮।୧୦: ପଞ୍ଜାବ ଫିରୋଜପୁରରେ ଥିବା ହୁସୈନିଓ୍ବାଲ ସୀମାନେ ପାକିସ୍ତାନର ଏହ ଡ୍ରୋନ୍‌ ମଙ୍ଗଳବାର ପ୍ରବେଶ କରିଥିବା ଜଣାପଡିଛି। ସାରା ଦେଶ ଦଶହରା ଉତ୍ସବରେ ବୁଡି ରହିଥିବା...

ମାଓବାଦୀଙ୍କ ଭାରତ ବନ୍ଦ, ଟ୍ରେନ୍‌ ଲାଇନ୍‌ ଉଡାଇଲେ…

ରାଞ୍ଚି,୨୦।୧୧: ମାଓବାଦୀଙ୍କ ୨୪ ଘଣ୍ଟିଆ ଭାରତ ବନ୍ଦ ଶୁକ୍ରବାର ମଧ୍ୟ ରାତ୍ରରୁ ଆରମ୍ଭ ହୋଇଛି। ମାଓବାଦୀ ନେତା ପ୍ରଶାନ୍ତ ବୋଷ ଏବଂ ତାଙ୍କ ସ୍ତ୍ରୀ ଶୀଲା...

ଶୋପିଆନ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ମୃତ

ଶ୍ରୀନଗର,୨୦।୧: ଜମ୍ମୁ-କଶ୍ମୀରର ଶୋପିଆନରେ ସୋମବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଏଥିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କହିଛି କଶ୍ମୀର ଜୋନ୍‌...

କେନ୍ଦ୍ରକୁ ଅଧିକ ଭ୍ୟାକ୍ସିନ ମାଗିଲେ ଗେହଲଟ

ଜୟପୁର,୫ ।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟରେ କରୋନା ଭ୍ୟାକ୍ସିନ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହୋଇ ନ ଥିବା ଦର୍ଶାଇଛନ୍ତି । ସେ କହିଛନ୍ତି...

Advertisement
Archives

Model This Week