Posted inଜାତୀୟ

ପୋଲିଂ ବୁଥ୍‌ରେ ଏଏପି କର୍ମୀଙ୍କୁ ଚାପୁଡ଼ା ମାରିବା ଉଦ୍ୟମ କଲେ ଅଳକା ଲାମ୍ବା: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୮।୨: ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। କଂଗ୍ରେସ ପ୍ରାର୍ଥୀ ଅଳକା ଲାମ୍ବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) କର୍ମୀଙ୍କୁ ପୋଲିଂ ବୁଥ୍‌ରେ ଚାପୁଡ଼ା ମାରିବା ଉଦ୍ୟମ କରିଥିବା କୁହାଯାଉଛି। ତେବେ ଉପସ୍ଥିତ ଲୋକଙ୍କ ଅନୁସାରେ ଚାପୁଡ଼ା ଏଏପି କର୍ମୀଙ୍କ ଗାଲରେ ବସି ନାହିଁ। ଅଳ୍ପକେ ସେ ଏଥିରୁ ରକ୍ଷା ପାଇଛନ୍ତି। ଅଳକା ଚାପୁଡ଼ା ମାରିବା ଉଦ୍ୟମ କରୁଥିବା ଦେଖି ସେ ଦୂରେଇ ଯାଇଥିଲେ। ଏହାର ଭିଡ଼ଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦିଲ୍ଲୀ ଚାନ୍ଦନୀ ଚୌକ ଆସନରୁ ପ୍ରାର୍ଥୀ ହୋଇଥିବା ଅଳକାଙ୍କ ପୁଅଙ୍କୁ ନେଇ ଏଏପି କର୍ମୀ ଟିପ୍ପଣୀ ଦେଇଥିଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ଅଳକା ଏଭଳି କରିଥିବା କୁହାଯାଉଛି। ଚାନ୍ଦନୀ ଚୌକ ମଜନୁ ଟୋଲିର ପୋଲିଂ ବୁଥ୍‌ରେ ଏଭଳି ଘଟିଛି। ଉପସ୍ଥିତ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ସମ୍ପୃକ୍ତ କର୍ମୀଙ୍କୁ ପୋଲିସ ନେଇଯାଉଥିବାବେଳେ ବି ଅଳକା ତାଙ୍କ ପଛରେ ଗୋଡ଼ାଉଥିବା ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହାକୁ ନେଇ କଂଗ୍ରେସ ଏବଂ ଏଏପି ମୁହାଁମୁହିଁ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡିଲେ ୪ ଆତଙ୍କବାଦୀ

ଶ୍ରୀନଗର, ୭।୧୧: ଜମ୍ମୁ-କଶ୍ମୀରର ସୋପାରରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଗୁରୁବାର ୪ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସୋପାରରେ ସେମାନେ ବଡ ଆକ୍ରମଣ ଯୋଜନା...

ସୁଲଭ ଶୌଚାଳୟରେ ଶ୍ରମିକଙ୍କ ଆଇସୋଲେଶନ

ଚାମ୍ବା (ହିମାଚଳପ୍ରଦେଶ),୩୦।୪ : ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ହିମାଚଳ ପ୍ରଦେଶରୁ ସାମ୍ନାକୁ ଆସିଛି ହୃଦୟ ବିଦାରକ ଚିତ୍ର। ସୁଲଭ...

ତୀର୍ଥଯାତ୍ରା ପାଲଟିଲା ଶେଷଯାତ୍ରା, ୬ ଶ୍ରଦ୍ଧାଳୁ ମୃତ…

ବେଙ୍ଗାଲୁରୁ,୫।୧ : କର୍ନାଟକର ଚିଞ୍ଚନୁରରେ ବୁଧବାର-ଗୁରୁବାର ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁମାନଙ୍କୁ ନେଇ ଯାଉଥିବା ଗାଡି ଏକ ଗଛ ସହିତ ଧକ୍କା...

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ,୭ା୭: କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ପ୍ରତାପ ଷଡ଼ଙ୍ଗୀ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସଂପ୍ରସାରଣ ଅବସରରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏମ୍‌ଏସ୍‌ଏମ୍‌ଇ ଓ ପଶୁସମ୍ପଦ ବିଭାଗ...

ଏଥର ଦୁର୍ଗାପୂଜାରେ ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ର ଝଲକ୍‌

କୋଲକାତା: ଆସୁଛି ପାର୍ବଣ, ଆସୁଛନ୍ତି ମା’। ଦେଶର କୋଣାନୁକୋଣରେ ଜଗଜ୍ଜନନୀଙ୍କ ପୂଜା ଧୁମଧାମ୍‌ରେ ପାଳିତ ହେବାକୁ ଥିବାବେଳେ, କୋଲକାତାର ପୂଜା ପ୍ରସ୍ତୁତି ଉପରେ କିନ୍ତୁ ସାରା...

ଥମିଲା ଦିଲ୍ଲୀ ପ୍ରଚାର : ୭୦ ଆସନରେ ବଳ କଷାକଷି

ନୂଆଦିଲ୍ଲୀ,୭-୨: ଦିଲ୍ଲୀ ବିଧାନସଭାର ୭୦ ଆସନରେ ଶନିବାର ନିର୍ବାଚନ ହେବ। ଏଥିପାଇଁ ସମସ୍ତ ନିର୍ବାଚନମଣ୍ଡଳୀରେ ସବୁ ଦଳ ପକ୍ଷରୁ ଗୁରୁବାର ସନ୍ଧ୍ୟା ୬ଟାରେ ହାଇଭୋଲ୍ଟେଜ୍‌ ନିର୍ବାଚନ...

ଏମ୍‌ପିଙ୍କୁ ହତ୍ୟା ଧମକ

ଅମୃତସର,୨୬।୨: ଲୁଧିଆନାର କଂଗ୍ରେସ ଏମ୍‌ପି ରବନୀତ ସିଂ ବିଟୁଙ୍କୁ ହତ୍ୟା ଧମକ ଦିଆଯାଇଛି। ହ୍ବାଟସ୍‌ଆପ୍‌ରେ ଜଣେ ଅଜ୍ଞାତ ବିଦେଶୀ ନମ୍ବର ଦ୍ୱାରା ବିଟୁଙ୍କୁ ଧମକ ଦିଆଯାଇଛି।...

ନଡ଼ିଆକୁ ନେଇ ଶିବରାଜ-କମଲ ବାକ୍‌ଯୁଦ୍ଧ

ଭୋପାଳ, ୧୧।୧୦: ନଭେମ୍ବର ୩ରେ ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଏବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week