ପୋଡ଼ି ହୋଇ ୨ ଭଉଣୀଙ୍କ ମୃତ୍ୟୁ ଘଟଣା: ପରିବାରକୁ ମିଳିବ ୮ଲକ୍ଷ ଟଙ୍କା

ଫିରିଙ୍ଗିଆ, ୨୧ା୬- ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗେରୁପଡା ଗ୍ରାମରେ ବିଦ୍ୟୁତ ଶର୍ଟ ସର୍କିଟରୁ ଘରେ ନିଆଁ ଲାଗି ପୋଡ଼ି ହୋଇ ବୁଧବାର ୨ ଭଉଣୀଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ସେମାନଙ୍କ ପରିବାରବର୍ଗଙ୍କୁ ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀ ଭେଟିଛନ୍ତି। ସରକାରଙ୍କ ନିୟମ ଅନୁସାରେ ତାଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି। ଏଥିସହ ତତ୍କାଳ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଇଛି। ତହସିଲଦାର ପୁନମ ରାଉତ ଘର ମରାମତି ପାଇଁ ୮ ହଜାର ଟଙ୍କା ଓ ପାଲ ଦେଇଥିବା ବେଳେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ୫,୫୦୦ ଟଙ୍କା, ସରପଞ୍ଚ ପ୍ରେମଶୀଳା ଝାଙ୍କର ୨ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ମୃତ ଦୁଇ ଭଉଣୀଙ୍କ ମା’ ବାଲମତୀ ବେହେରା ଏବଂ ଭାଇ ରୁଦ୍ର ଆହତ ହୋଇଥିବାରୁ ସେମାନଙ୍କ ସମସ୍ତ ଚିକିତ୍ସା ମାଗଣାରେ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି। ପରିବାର ଲୋକଙ୍କୁ ୭ ଦିନ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଇ ଦିଆଯିବ ା ସମିତି ସଭ୍ୟ ପୁଷ୍ପାଞ୍ଜଳୀ ସାହୁ, ଜିଲା ପରିଷଦ ସଦସ୍ୟ ଜୟଶ୍ରୀ କହଁର ପ୍ରମୁଖ ମଧ୍ୟ ଉପସ୍ଥିତ ରହି ସହାୟତାର ହାତ ବଢ଼ାଇଥିଲେ ା ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ଗେରୁପଡ଼ା ଗ୍ରାମର ଅରୁଣ ବେହେରା, ସ୍ତ୍ରୀ ବାଲମତୀ, ପୁଅ ରୁଦ୍ର ଗୋଟିଏ ଘରେ ଓ ଅନ୍ୟ ଏକ ଘରେ ଦୁଇ ଝିଅ କ୍ରିଷ୍ଣା ଏବଂ ରମ୍ଭା ଶୋଇଥିଲେ ା ଲାଇନ ଚାଲି ଯିବାରୁ ଘରେ ଡିବିରି ଲାଗିଥିଲା। ରାତି ପ୍ରାୟ ୩ଟାରେ ଲାଇନ ଆସିବାରୁ ବିଦ୍ୟୁତ ବୋର୍ଡରେ ଶର୍ଟ ସର୍କିଟ ହୋଇ ଘରେ ନିଆଁ ଲାଗି ଯାଇଥିଲା। ଏଥିରେ ଦୁଇ ଭଉଣୀ ପୋଡି ହୋଇ ଗୁରୁତର ହୋଇଥିଲେ। ସେମାନଙ୍କ ମାଓ ଭାଇ ମଧ୍ୟ ଆହତ ହୋଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଫିରଙ୍ଗିିଆ ଡାକ୍ତରଖାନା ଆଣିଥିଲା। ସେଠାରୁ ସମସ୍ତ ଆହତଙ୍କୁ ଫୁଲବାଣୀ ଡାକ୍ତରଖାନା ଅଣାଯାଇଥିଲା ା ଦୁଇ ଭଉଣୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଦୁଇ ଭଉଣୀଙ୍କୁ ଡାକ୍ତର ବ୍ରହ୍ମପୁର ରେଫର କରିଥିଲେ ା ତେବେ ଚିକିତ୍ସା ପୂର୍ବରୁ ଫୁଲବାଣୀରେ କ୍ରିଷ୍ଣା ଓ ବ୍ରହ୍ମପୁରରେ ରମ୍ଭାଙ୍କର ମୃତ୍ୟୁ ଘଟିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟ ସମ୍ମୁଖରେ ଓକିଲଙ୍କ ଧାରଣା

ପୁରୁଷୋତ୍ତମପୁର,୨୮।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରଠାରେ ସବ ଜଜ କୋର୍ଟ ପ୍ରତିଷ୍ଠା ଓ ବ୍ରହ୍ମପୁରଠାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ପୁରୁଷୋତ୍ତମପୁର ଓକିଲ ସଂଘ ପକ୍ଷରୁ କୋର୍ଟ...

ଅନୈତିକ ସମ୍ପର୍କକୁ ନେଇ ଯୁବକଙ୍କୁ ହତ୍ୟା: ମା’, ପୁଅ ଗିରଫ

ଧରାକୋଟ,୪ା୧୦(ଡି.ଏନ.ଏ.)- ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅଞ୍ଚଳରେ ଅନୈତିକ ସମ୍ପର୍କକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଗମ୍ଭାରୀଗୁଡ଼ା ଗ୍ରାମର...

ବଡମାଧପୁରରେ ପଞ୍ଚୁଦଣ୍ଡ ମହାମିଳନ

ଛତ୍ରପୁର,୧୧ା୪(ଡି.ଏନ୍‌.ଏ.): ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମରେ ଦୀର୍ଘ ୨୨ ବର୍ଷ ଧରି ପ୍ରତି ବର୍ଷ ଏପ୍ରିଲ ୧୦ରେ ପଞ୍ଚୁଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇ ଆସୁଅଛି।...

ଜେଲରେ ଥିବା ସୁନୀଲଙ୍କ ନାମରେ ପୁଣି ମାମଲା: ଗ୍ରାନାଇଟ ଯୋଗାଇବା ନାଁ ରେ ଟଙ୍କା ଠକେଇ

ବ୍ରହ୍ମପୁର ଅଫିସ,୨୯।୫: ଗ୍ରାନାଇଟ ପଥର ଯୋଗାଇବାକୁ କହି ବାଲୁଗାଁ ଅଞ୍ଚଳର ଜଣେ ଠିକାଦାର ସୁନୀଲ କୁମାର ସ୍ବାଇଁ ଓରଫ ପିଙ୍କୁ ବିଶ୍ୱଜିତ ଦାସଙ୍କଠାରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ...

ପୁତୁରା ଛୁରାମାଡ଼ରେ ଦାଦା ମୃତ

କବିସୂର୍ଯ୍ୟନଗର,୨୩ା୧୦- କବିସୂର୍ଯ୍ୟନଗର ଥାନା ସୁନାରୀଝୋଳା ପଞ୍ଚାୟତର ପଙ୍କଳବାଡ଼ି ଗ୍ରାମ ବେଲପୁର ସାହିରେ ସମ୍ପତ୍ତିକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ ହୋଇଛି। ଶେଷରେ ପୁତୁରା ଛୁରାମାଡ଼ରେ...

ନିମ୍ନମାନର ମଧ୍ୟାହ୍ନଭୋଜନ: ଖାଉନାହାନ୍ତି ଛାତ୍ରୀ

କବିସୂର୍ଯ୍ୟନଗର,୧୧ା୯- କବିସୂର୍ଯ୍ୟନଗର ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସରକାର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇଦେଉଥିବାବେଳେ ଏଠାରେ ଛାତ୍ରୀମାନେ ଘରୁ ଆଣି...

ଜଙ୍ଗଲରେ ନକଲି ମଦ ଫ୍ୟାକ୍ଟ୍ରି

ବ୍ରହ୍ମପୁର ଅଫିସ,୭ା୨: ବ୍ରହ୍ମପୁର ଉପକଣ୍ଠ ମୋହଡା ପଞ୍ଚାୟତ ବୁରଗଁାରୁ ରବିବାର ଠାବ ହୋଇଛି ଆଉ ଏକ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି। ଜଙ୍ଗଲ ଭିତରେ ଥିବା ଏକ...

ପୁରୁଷୋତ୍ତମପୁର ୩୬ ଜୋନକୁ ଦଖଲ କଲା ବିଜେଡି

ପୁରୁଷୋତ୍ତମପୁର, ୨୮/୨(ଡିଏନ୍ଏ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ବ୍ଲକ ୩୬ ଜୋନ ଅଧିନରେ ଥିବା ୧୦ଗୋଟି ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଜିଲ୍ଲା...

Advertisement
Archives

Model This Week