ପୋଖରୀରେ ବୁଡ଼ି ନିଶାସକ୍ତ ଯୁବକଙ୍କ ମୃତ୍ୟୁ: ମଦ ବିକ୍ରି ବନ୍ଦ ପାଇଁ ମହିଳାଙ୍କ ବିକ୍ଷୋଭ

ଧରାକୋଟ,୬ା୧୧(ଡି.ଏନ.ଏ.)-ଧରାକୋଟ ବ୍ଲକର ଜାହାଡ଼ା ଗ୍ରାମରେ ସୋମବାର ରାତିରେ ପୋଖରୀରେ ବୁଡ଼ି ଜଣେ ନିଶାସକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିଶ୍ୱନାଥ ନାୟକ (୨୭)। ଅଗ୍ନିଶମ କର୍ମଚାରୀମାନ ପହଞ୍ଚତ୍ ମୃତଦେହ ଉଦ୍ଧାର କରିବା ପରେ ଧରାକୋଟ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିରେ ଉତ୍ତେଜିତ ହୋଇ ମଦ ବିକ୍ରିକୁ ବନ୍ଦ କରିବା ପାଇଁ ମଙ୍ଗଳବାର ମହିଳାମାନେ ଗ୍ରାମରେ ଥିବା ଦେଶୀ ମଦଭାଟିକୁ ଭଙ୍ଗାରୁଜା କରିବା ସହ ପୋଡ଼ି ଦେଇଛନ୍ତି।
ପ୍ରକାଶ ଯେ, ରାତିରେ ବିଶ୍ୱନାଥ ଏକ ମଦ ଦୋକାନକୁ ଆସି ପ୍ରଚୁର ମଦ୍ୟପାନ କରି ବେହୋସ ହୋଇଯାଇଥିଲେ। ଅସାବଧାନତା କାରଣରୁ ଠାକୁରାଣୀ ମନ୍ଦିର ପୋଖରୀରେ ଖସିଯାଇ ମୃତ୍ୟୁ ଘଟିଥିଲା। ନିଶାସକ୍ତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବାରୁ ମଧ୍ୟାହ୍ନରେ ଗୋପୀନାଥ ସାହି, ଠାକୁରାଣୀ ସାହି, ନୂଆସାହିର ମହିଳାମାନେ ସାମିଲ ହୋଇ ମଦ ବିକୁଥିବା ଯୁବକ ଓ ସ୍ଥାନୀୟ ସରପଞ୍ଚଙ୍କ ଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ଝଗଡ଼େଇ-ସିଙ୍ଗପୁର ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରି ରଖିଥିଲେ। ଖବର ପାଇ ଧରାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାଶୁଝା କରିବା ସହ ସ୍ଥିତାବସ୍ଥା ଫେରାଇ ଆଣିବା ଉଦ୍ୟମ ଜାରି ରଖିଛିି। ଏଥିସହ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ପାଇଁ ଗ୍ରାମର ବରିଷ୍ଠ ନାଗରିକ, ମହିଳା ଓ ଯୁବକମାନଙ୍କୁ ନିବେଦନ କରିବା ସହ ଆଇନ ଶୃଙ୍ଖଳା ହାତକୁ ନ ନେବା ପାଇଁ ପୋଲିସ ପରାମର୍ଶ ଦେଇଛିି।


Enter your email to get our daily news in your inbox.

All Right Reserved By Dharitri.Com

୭ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ହେବ

ଭଞ୍ଜନଗର,୨୮।୫(ଡି.ଏନ.ଏ)- ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭଞ୍ଜନଗର ବେଲେଶ୍ୱେର ଶୈବପୀଠରେ ଆଜକୁ ୪ଦିନ ହେବ ୭ ମନ୍ଦିର ପ୍ରତିଷ୍ଠା ଉସତ୍ବ ଚାଲିଛି। ବୁଧବାର ଉଦ୍‌ଯାପିତ ହେବ। ବୁଧବାର...

୩୫ ବର୍ଷ ହେଲା ଭଡ଼ା ଘରେ ଚାଲିଛି ନୂଆଗଡ଼ିଆସାହି ଫାଣ୍ଡି

ଖଣ୍ଡପଡ଼ା,୨୧ା୧୨(ସ୍ବ.ପ୍ର.): ଖଣ୍ଡପଡ଼ା ଥାନା ଅଧୀନ କଣ୍ଟିଲୋ ଓ ନୂଆଗଡିଆସାହି ଫାଣ୍ଡି ନାନା ସମସ୍ୟା ମଧ୍ୟରେ ଚାଲିଛି ା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉଦାସୀନତା ଏଥିପାଇଁ ଦାୟୀ...

ଟର୍ପେଡୋ ସିଷ୍ଟମର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୧୪।୧୨: ସୁପରସୋନିକ୍‌ କ୍ଷେପଣାସ୍ତ୍ର ସହାୟକ ଟର୍ପେଡୋ (ସ୍ମାର୍ଟ) ସିଷ୍ଟମର ସଫଳ ପରୀକ୍ଷଣ ସୋମବାର ହ୍ବିଲର୍‌ ଦ୍ୱୀପରୁ କରାଯାଇଥିବା ସୂଚନା ମିଳିଛି। ପ୍ରତିରକ୍ଷା ଗବେଷଣା...

ମୋଦି ସରକାରଙ୍କ ହାତ ମୁଠା ଶକ୍ତ କର, ସବୁ ଯୋଜନାର ଫାଇଦା ନିଅ

ଦାରିଙ୍ଗବାଡ଼ି,୨୫।୬(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ମା’ ପାଟ୍ଟଖଣ୍ଡା ମନ୍ଦିର ପ୍ରାଙ୍ଗଣରେ ଭାଜପାର ଦାରିଙ୍ଗବାଡି ମଣ୍ଡଳ କର୍ମକର୍ତ୍ତାଙ୍କ ସାଙ୍ଗଠନିକ ବୈଠକ...

ରାମଚନ୍ଦ୍ରପୁରରେ ଅଗ୍ନିକାଣ୍ଡ: ଜଣେ ଗୁରୁତର, ୨ ବଖରା ଭସ୍ମୀଭୂତ

ମହାକାଳପଡ଼ା,୧୫।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଡ଼ିହ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ବିବେକାନନ୍ଦ ନାୟକଙ୍କ ୨ ବଖରା ଭସ୍ମୀଭୂତ...

ଲୋକଙ୍କ ପାଇଁ ମୋ ଦୁଆର ସର୍ବଦା ଖୋଲା ରହିବ

୨୦୧୩ ବ୍ୟାଚ ଆଇପିଏସ୍‌ ଅଫିସର ଜଗମୋହନ ମୀନା ଶୁକ୍ରବାର ଅନୁଗୋଳ ଜିଲାର ୧୪ତମ ଏସ୍‌ପି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି। ରାଜସ୍ଥାନର ଆଲୱାରଠାରେ ୧୯୮୯ରେ ଜନ୍ମଗ୍ରହଣ କରିଥିବା...

ବିପଦ ବଢ଼ାଉଛି ଚୋରା କାରବାର

ବଇଣ୍ଡା, ୧୯ା୭(ଡି.ଏନ.ଏ.):  ପେଟ୍ରୋଲ, ଡିଜେଲ ଭଳି ଦହନଶୀଳ ସାମଗ୍ରୀ ବହୁଳ ପରିମାଣରେ ଗଚ୍ଛିତ ବିପଦପୂର୍ଣ୍ଣ ହୋଇଥିଲେ ହେଁ ଏହାକୁ ଖାତିର କରୁନାହାନ୍ତି ଚୋରା ବ୍ୟବସାୟୀ। ବ୍ୟାରେଲ ବ୍ୟାରେଲ...

ଦୁଃଖଦ ଅନୁଭୂତି ବଖାଣିଲେ ଶିବାଶିଷ

ବ୍ରହ୍ମପୁର ଅଫିସ,୧୫ା୩ – କରୋନା ଭୂତାଣୁକୁ ନେଇ ଦୀର୍ଘ ୪୮ ଦିନ ଧରି ପ୍ରତିଟି ମୁହୂର୍ତ୍ତର ଭୟ ଓ ଆତଙ୍କରୁ ମୁକୁଳି ଶେଷରେ ଘରକୁ ଫେରିଛନ୍ତି...

Advertisement
Archives

Model This Week