ପୋଖରୀରେ ବୁଡ଼ି ଚାଷୀ ମୃତ

ରଣପୁର,୧୮।୮(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ଗୋଡିକିଲୋ ଗ୍ରାମରେ ଶନିବାର ପୋଖରୀରେ ବୁଡି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ହେଲେ ଦିବାକର ନାୟକ (୫୦)। ସେ ଚାଷ କାର୍ଯ୍ୟ ସାରି ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇଥିଲେ।
ଯେ, ଶନିବାର ସକାଳୁ ବିଲରେ ଧାନ ରୋଇବା ପାଇଁ ଦିବାକର ଘରୁ ବାହାରି ଯାଇଥିଲେ। ସେଠାରେ ଚାଷ କାର୍ଯ୍ୟ ସାରି ଆମ୍ବଝର ଗ୍ରାମରେ ଥିବା କନ୍ଦଲା ପୋଖରୀକୁ ଗାଧୋଇବା ପାଇଁ ଅପରାହ୍ନ ସାଢେ ୨ଟାରେ ଯାଇଥିଲେ । ସେ ଘରକୁ ଫେରିବାରେ ଡେରି ହେବାରୁ ପରିବାର ଲୋକମାନେ ବିଲକୁ ଯାଇଥିଲେ ମଧ୍ୟ ସେଠାରେ ସେ ନ ଥିବାରୁ ବିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲେ । ଗ୍ରାମରେ ଏକଥା ପ୍ରଚାର ହେବାରୁ ଗ୍ରାମବାସୀ ଦିବାକରଙ୍କୁ ଖୋଜିବାକୁ ପରିବାର ଲୋକଙ୍କୁ ସାହାଯ୍ୟ କରିଥିଲେ । କିଛି ଲୋକ ଆମ୍ବଝର ଗ୍ରାମ ପୋଖରୀ ହୁଡାରେ ଲୁଗା ଓ ଫାଉଡା ଦେଖି ସେ ପୋଖରୀରେ ବୁଡିଯାଇଥିବା ସନ୍ଦେହ କରିଥିଲେ। ଗ୍ରାମର କିଛି ଯୁବକ ପୋଖରୀରେ ପଶି ଖୋଜାଖୋଜି କରିଥିଲେ । କିଛି ସମୟ ପରେ ଦିବାକରଙ୍କ ମୃତଦେହ ଉଦ୍ଧାର କରିଥିଲେ । ଗୋଡ ଖସିଯିବାରୁ ଦିବାକର ପୋଖରୀରେ ବୁଡି ଯାଇଥିବା ଓ ପହଁରା ଜାଣି ନ ଥିବାରୁ କୂଳକୁ ଆସି ପାରି ନ ଥିବା ଅନୁମାନ କରାଯାଉଛି। ରଣପୁର ପୋଲିସ ଶବ ଜବତ କରିବା ସହିତ ଥାନାରେ ୧୦/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ସହ ବଚସା: ନଦୀକୁ ଡେଇଁବାକୁ କହି ପରିବାର ଲୋକଙ୍କୁ ହଇରାଣ କଲେ ଯୁବକ

ପଡିଆ, ୫ା୧୧(ଡି.ଏନ.ଏ.)- ଜଣେ ଯୁବକ ପରିବାର ଲୋକଙ୍କ ସହ ଝଗଡା କରି ଘରୁ ଚାଲିଆସି ନଦୀକୁ ଡେଇଁ ଆତ୍ମହତ୍ୟା କରିବା ନେଇ ତିଆରି କରିଥିବା ନଟକ...

ଜଳାଶୟରୁ ବେଆଇନ ମୋରମ ଚାଲାଣ

ଖୁଣ୍ଟୁଣୀ,୧୧ା୨(ଡି.ଏନ୍‌.ଏ.): ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କୃଷ୍ଣଶ୍ୟାମପୁର ଗ୍ରାମପାର୍ଶ୍ୱ ଦେଉଳିଆ ସଂରକ୍ଷିତ ଜଙ୍ଗଲରେ ଥିବା କୁମାରୀବନ୍ଧ ଜଳାଶୟରୁ ବେଆଇନ ଭାବେ ମୋରମ ଚାଲାଣ ହେଉଥିଲା। ଖବରପାଇ ବନ...

ବଙ୍ଗରଦୁଆ ଘାଟିରେ କାଠ ଗାର୍ଡ଼ ୱାଲ୍‌: ବିପଦପୂର୍ଣ୍ଣ ଘାଟିର ସ୍ଥାୟୀ ସମାଧାନ ନେଇ ଦାବି

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୪।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ନିକଟ ବଙ୍ଗରଦୁଆ ଘାଟି ଏବେ ଦିନକୁ ଦିନ ବିପଦ ସଙ୍କୁଳ ହୋଇପଡିଛି। ରାସ୍ତା ପାଶ୍ୱର ମାଟି ଅତଡ଼ା...

ଝୁଲା ପୋଲ ଅନିଶ୍ଚିତତା,ନୂଆ ବ୍ରିଜ୍‌କୁ ଅପେକ୍ଷା

ଖୁଣ୍ଟୁଣୀ,୨୨।୧୧(ଡି.ଏନ୍‌.ଏ.):କଟକ ଜିଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ମଞ୍ଚେଶ୍ୱର ନିକଟ ମହାନଦୀ ପଠାରେ ଥିବା ଧବଳେଶ୍ୱରଙ୍କ ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ...

ଦୁର୍ଘଟଣାର ଦ୍ରୁତଗତି

ଅମିତ କୁମାର ସାମଲ ଅନୁଗୋଳ ଅଫିସ,୨୬ା୧- କରୋନା ସଂକ୍ରମଣ ରୋକିବାକୁ ଗତବର୍ଷ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌କୁ କଡ଼ାକଡ଼ି କରାଯାଇଥିଲା। ଫଳରେ ୨୦୨୦ରେ ରାଜ୍ୟର ଅନେକ ଜିଲାରେ ସଡ଼କ...

ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ ଓଡ଼ିଶାରେ ସରକାର ଚଳାଉଛନ୍ତି: କହ୍ନେୟା କୁମାର

ନବରଙ୍ଗପୁର/କେସିଙ୍ଗା,୨୮।୧୨(ବି.ପ୍ର./ଡି.ଏନ.ଏ.): ଓଡିଶାରେ ଜନ ପ୍ରତିନିଧି ସରକାର ଚଲାଉ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ ସରକାର ଚଲାଉଛନ୍ତି। ଜାତୀୟ କଂଗ୍ରେସର ଶହେବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ନୂଆଁ ମଣ୍ଡେଇ...

ଏଟିଏମ୍‌ କାଉଣ୍ଟରରେ ସାମାଜିକ ଦୂରତା

ବନ୍ତ, ୯।୪(ଡି.ଏନ.ଏ.)-କରୋନା ଲକ୍‌ଡାଉନ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ କଟକଣାକୁ କଡାକଡି କରାଯାଇଛି । ସାମଗ୍ରୀ କିଣିବାଠାରୁ ଆରମ୍ଭ କରି ଟଙ୍କା ଉଠାଣ ପର୍ଯ୍ୟନ୍ତ ସବୁଠି...

ପାରାଦୀପ ପୌରପାଳିକାର ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ: ଅନ୍ୟ ପୌରାଞ୍ଚଳ ପାଇଁ ଆଦର୍ଶ

ପାରାଦୀପ,୨୩ା୧୧(ସ୍ବ.ପ୍ର.): ଇଚ୍ଛାଶକ୍ତି ସୁଦୃଢ଼ ରହିଲେ ଖତଗଦାରେ ବି ଫୁଲ ଫୁଟେ। ଦୈନନ୍ଦିନ ଚଳଣିରେ ସୃଷ୍ଟ ଆବର୍ଜନାକୁ ନେଇ ଏବେ ସାରା ଦେଶରେ ସ୍ବଚ୍ଛ ଭାରତର ନାରା...

Advertisement
Archives

Model This Week