ପୋକ୍ସୋ କୋର୍ଟରେ ୧୦ ବର୍ଷ ଜେଲ

କେନ୍ଦୁଝର, ୨୯ା୮(ସ୍ବ.ପ୍ର./ଡି.ଏନ.ଏ.)-ସ୍ଥାନୀୟ ଏଡିଜେ ତଥା ସ୍ପେଶାଲ ଜଜ କୋର୍ଟରେ ବୁଧବାର ଏକ ପୋକ୍ସୋ ମାମଲାର ଶୁଣାଣି କରି ଏଡିଜେ ତଥା ସ୍ପେଶାଲ ଜଜ ଲୋକନାଥ ସାହୁ ଜଣେ ବ୍ୟକ୍ତିଙ୍କୁ ୧୦ ବର୍ଷ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା କରିଛନ୍ତି। ଅନାଦେୟ ଆଉ ଦେଢ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ା ସେହିପରି ପିଡିତାଙ୍କୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ଆଦେଶ କରିଛି।
ଉକ୍ତ ବ୍ୟକ୍ତିଙ୍କ ନାମ ବିକ୍ରମ ମୁଣ୍ଡା। ତାଙ୍କ ଘର ଜଡିଖୁଣ୍ଟା ବୋଲି ଜଣାପଡିଛି ା ସ୍ପେଶାଲ ମାମଲା (ନମ୍ବର ୨୪୪/୭୦ ଅଫ ୨୦୧୬)ର ଶୁଣାଣି କରି ଏବଂ ୧୧ ଜଣ ସାକ୍ଷୀ ଙ୍କ ବୟାନକୁ ଭିତ୍ତି କରି ଏହି ଦଣ୍ଡାଦେଶ କରିଥିବା ସରକାରୀ ଆଇନଜୀବୀ ଗଣେଶ ପ୍ରସାଦ ମହାପାତ୍ର କହିଛନ୍ତି। ୨୦୧୬ ମସିହା ଜୁଲାଇ ୧୪ ତାରିଖରେ ଘଟଣାଟି ଘଟିଥିଲା ା ଅଭିଯୁକ୍ତ ହେଉଛନ୍ତି ଜଣେ ଟ୍ରାକ୍ଟର ଚାଳକ ଏବଂ ବଳାତ୍କାର ଶିକାର ହୋଇଥିବା ଯୁବତୀ ଜଣେ ଦିନ ମଜୁରିଆ ା ପିଡିତା ତାଙ୍କ ଭାଉଜ ମାନଙ୍କ ସହିତ ବାହୁଡା ଯାତ୍ରା ଦେଖିବାକୁ ବାହାରିଥିଲେ। ମୁଦାଲା ଟ୍ରାକ୍ଟର ଚାଳକ ବିକ୍ରମ ଉକ୍ତ ପିଡିତାଙ୍କୁ ପରେ ଯିବା ବୋଲି କହି ଅଟକାଇଥିଲେ। ପରେ ବିକ୍ରମ ତାଙ୍କୁ ଯାତ୍ରାକୁ ନ ନେଇ ଟିକରପଡା ଗ୍ରାମକୁ ନେଇଯାଇ ଗୋଟିଏ ରାତି ରଖିଥିଲେ। ତାପର ଦିନ ଫୁଲଝର ଗ୍ରାମକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ବିବାହ କରିବ ବୋଲି କହି ଶାରିରୀକ ସମ୍ପର୍କ ରଖିଥିଲେ। ଏହି ଘଟଣା ପରେ ଘରକୁ ନ ଫେରିବାରୁ ପିଡିତାଙ୍କ ମା ସଦର ଥାନାରେ ଲିଖିତ ଏତଲା ଦେଇଥିଲେ ା ପୋଲିସ ଏକ ମାମଲା ରୁଜୁ କରିଥିଲେ ା ୧୦ ଦିନ ପରେ ପୋଲିସ ମୁଦାଲାଙ୍କ ଘରୁ ପିଡିତାଙ୍କୁ ଉଦ୍ଧାର କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ା
ଗୋଟିଏ ଦଫାରେ କୋର୍ଟ ୧୦ ବର୍ଷ ଜେଲ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଫାଇନ କରିବା ସହ ଅନ୍ୟ ଦଫାରେ ୫ ବର୍ଷ ଜେଲଦଣ୍ଡାଦେଶ ଓ ୫ ହଜାର ଟଙ୍କା ଜରିମାନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଳଗ ପଞ୍ଚାୟତ ଶଟ୍‌ଡାଉନ୍‌

ଆରଡ଼ି,୨୦ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ପଞ୍ଚାୟତକୁ ସରପଞ୍ଚ ଅନସୂୟା ସେଠୀ ୫ ଦିନ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏହି ଶଟ୍‌ଡାଉନ୍‌...

ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣକୁ ବିରୋଧ, ଶିଳାନ୍ୟାସ କାର୍ଯ୍ୟକ୍ରମ ବାତିଲ

ଉଦଳା,୨୪ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ସହରରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ନିର୍ମାଣ ହେବାକୁ ଥିବା ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି। ଫଳରେ...

ଜୀବିକା ହରାଇ ଦୁର୍ଦ୍ଦିନରେ କଳାକାର

କଟକ ଅଫିସ, ୨୭ା୬- କରୋନା ମହାମାରୀ ପ୍ରଭାବରେ ସମାଜର ସବୁ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି କଳାକାର। କଳାକାରଟିଏ ଯେତେ ଦୁଃଖକଷ୍ଟରେ...

ଗଞ୍ଜାମ ଜିଲାରେ ବଢ଼ିଲା ଝିଅଙ୍କ ସଂଖ୍ୟା

ବ୍ରହ୍ମପୁର ଅଫିସ୍‌,୬ା୮-ପୁଅମାନଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ନୈରାଶ୍ୟଜନକ ଯୋଗୁ ଯେଉଁ ଗଞ୍ଜାମ ଜିଲାର ବଦନାମ୍‌ ଥିଲା, ସେଇ ଜିଲାରେ ଝିଅଙ୍କ ସଂଖ୍ୟା ଉତ୍ସାହଜନ ଭାବେ ବଢ଼ିବାରେ...

ଅମଠପୁର ଉପନିର୍ବାଚନ: ୩ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ବରୀ,୮।୨(ଡି.ଏନ.ଏ.): ଆସନ୍ତା ୧୧ରେ ବରୀ ବ୍ଲକ୍‌ ଅଧୀନ ଅମଠପୁର ପଞ୍ଚାୟତ ଉପନିର୍ବାଚନ । ସରକାରୀ ସ୍ତରରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୫ ଓ୍ବାର୍ଡକୁ...

ସନ୍ଧ୍ୟା ୬ ପରେ ଦୋକାନ ବନ୍ଦ

ପୁରୀ ଅଫିସ,୩୦।୪: ବଢୁଥିବା କୋଭିଡ୍‌ ସଂକ୍ରମଣକୁ ରୋକିବା ପାଇଁ ପୁରୀ ସହରରେ କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୁରୀ ସହରର ସମସ୍ତ ଦୋକାନ ଶୁକ୍ରବାରଠାରୁ ସକାଳ...

ଜନ୍ମମାଟିରୁ ବାହାରିଲା ଗଙ୍ଗାଧରଙ୍କ ଜ୍ୟୋତିଯାତ୍ରା

ବରଗଡ଼ ଅଫିସ,୧୨।୮: ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଆଜି ୧୬୧ତମ ଜୟନ୍ତୀ। ବିଭିନ୍ନ ସ୍ଥାନରେ ଏହି ସମାରୋହକୁ ଉତ୍ସାହର ସହ ପାଳନ କରାଯାଉଛି। ଏହି ଅବସରରେ...

ନ ଥିଲା ସତର୍କ ସୂଚନା: ନିର୍ମାଣାଧୀନ ପୋଲ ତଳକୁ ଖସିି ବାଇକ୍‌ଆରୋହୀଙ୍କ ଜୀବନ ଗଲା

ବଡ଼ବିଲ,୨୨ା୪(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ କାଠ ଡିପୋ ନିକଟ ପୋଲ ତଳକୁ ଖସି ବୁଧବାର ଭୋର୍‌ ସମୟରେ ଜଣେ ବାଇକ୍‌ ଆରୋହୀଙ୍କ ଜୀବନ ଯାଇଛି।...

Advertisement
Archives

Model This Week