ପୋକତୁଙ୍ଗା ଡମସାହିରେ ବ୍ୟାପୁଛି ଝାଡ଼ାବାନ୍ତି: ୨୨ ଗୁରୁତର; ଚିକିତ୍ସାଳୟରେ ଭର୍ତ୍ତି

ବନ୍ତଳା,୬ା୧୧(ଡି.ଏନ.ଏ.)-ଅନୁଗୋଳ ବ୍ଲକ ବନ୍ତଳା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପୋକତୁଙ୍ଗା ଡମସାହିରେ ୨ ଦିନ ହେଲା ଝାଡ଼ାବାନ୍ତି ବ୍ୟାପୁଛି। ଇତିମଧ୍ୟରେ ୨୨ ଆକ୍ରାନ୍ତଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗ୍ରାମଦେବତୀଙ୍କ କୋପରୁ ଏପରି ହେଉଥିବା ବିଶ୍ୱାସ କରି କେତେଜଣ ଆକ୍ରାନ୍ତ ପୂଜାର୍ଚ୍ଚନା, ଝଡ଼ାଫୁଙ୍କା ସହ ଅଧିଆ ପଡ଼ୁଥିବା ବେଳେ ଗଁାରେ ଏକ ଡାକ୍ତରୀ ଟିମ୍‌ ରହି ସେମାନଙ୍କ ଚିକିତ୍ସା କରିବାକୁ ସାଧାରଣରେ ଦାବି ହେଉଛି।
ପ୍ରକାଶ ଯେ, ସୋମବାର ସକାଳୁ ଗଁାରେ ଝାଡ଼ାବାନ୍ତିରେ ଜଣେ ପରେ ଜଣେ ଆକ୍ରାନ୍ତ ହୋଇଥିଲେ। ମଙ୍ଗଳବାର ସୁଦ୍ଧା ସାହିର ତନ୍ମୟ ବେହେରା, ରୂପାଲି ବେହେରା, ନରେଶ ନାଏକ, ପଞ୍ଚୁ ବେହେରା, ମାନସ ବେହେରା, ଅମିତା ବେହେରା, ମରୁଆ ବେହେରା, ରଜତ ବେହେରା, ଅମିତା ବେହେରା, ଜାହ୍ନବୀ ବେହେରା, ପବିତ୍ର ବେହେରା, ରାଜ ବେହେରା, ସୁଜାତା ବେହେରା, ଦକ୍ଷଶ୍ରୀ ବେହେରା, ଶିଳ୍ପା ବେହେରା, ଦଣ୍ଡ ବେହେରା, ବିମଳା ବେହେରା, ହାଡ଼ିବନ୍ଧୁ ବେହେରା, ସୁରେଇ ବେହେରା, ପୁନି ବେହେରା, ଗଗନ ବେହେରା, ସଙ୍ଗୀତା ବେହେରା ପ୍ରମୁଖ ୨୨ ଆକ୍ରାନ୍ତଙ୍କୁ ବନ୍ତଳା ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଥିସହିତ ଲକ୍ଷ୍ମୀ ବେହେରା, ଜତି ବେହେରା, କୁନ୍ଦନ ବେହେରା, ଶୈଳେନ୍ଦ୍ରୀ ବେହେରା, ପମି ବେହେରା, ଶୁଭଲକ୍ଷ୍ମୀ ବେହେରା ପ୍ରମୁଖ ଆକ୍ରାନ୍ତ ହୋଇ ଘରେ ରହିଛନ୍ତି। କେତେଜଣ ଗ୍ରାମଦେବତୀଙ୍କ କୋପ ଶାନ୍ତ ପାଇଁ ପୂଜାର୍ଚ୍ଚନା, ଝଡ଼ାଫୁଙ୍କା ସହ ଅଧିଆ ପଡ଼ିଛନ୍ତି। ଖବରପାଇ ସୋମବାର ରାତିରେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଘନଶ୍ୟାମ ବେହେରା ପହଞ୍ଚି ଆକ୍ରାନ୍ତମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଯିବା ପାଇଁ ପରାମର୍ଶ ଦେଇଥିଲେ। ମଙ୍ଗଳବାର ସକାଳେ ଡା. ଦୀପକ ସାହୁ, ଆକାଶ ଦେହୁରୀ, ଏଏନଏମ୍‌ ସଂଯୁକ୍ତା ସାହୁ, ଫାର୍ମାସିଷ୍ଟ ହରିସ ପାଳ, ଆଶାକର୍ମୀ ଅସକରା ସାହୁ ପ୍ରମୁଖ ଗଁାରେ ପହଞ୍ଚି ଜଳଉତ୍ସ, ଡ୍ରେନ୍‌ ଆଦିରେ ବ୍ଲିଚିଂ ପକାଇବା ସହିତ ମେଡିକାଲ ଯିବାକୁ ଲୋକମାନଙ୍କୁ ସଚେତନ କରିଥିଲେ। ତେବେ ଗଁାରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ରହି ଆକ୍ରାନ୍ତଙ୍କ ଚିକିତ୍ସା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଅଳ୍ପ ଜାଗାରେ ୩୦୦ରୁ ଅଧିକ ପରିବାର ରହିବା, ଡ୍ରେନର ଦୁର୍ଗନ୍ଧ, ଖୋଲାରେ ମଳତ୍ୟାଗ ଓ ଅପରିଷ୍କାର ଜଳଉତ୍ସ ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି। ଏ ବିଷୟରେ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଘନଶ୍ୟାମ ବେହେରା କୁହନ୍ତି, ଖବରପାଇ ଉକ୍ତ ଗଁାକୁ ଯାଇଥିଲୁ। ଆକ୍ରାନ୍ତମାନଙ୍କୁ ବନ୍ତଳା ଡାକ୍ତରଖାନାରେ ରଖାଯାଇ ଚିକିତ୍ସା କରାଯାଉଛି। ଅତି ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୟ: ଫିକା ପଡ଼ିଲା ରଙ୍ଗ ବେପାର

ଦଶରଥପୁର,୯।୩(ଡିଏନ୍‌ଏ): ଭୟଙ୍କର ସଂକ୍ରମିତ କରୋନା ରୋଗ ଏବେ ପୃଥିବୀର ସମସ୍ତ ଦେଶକୁ ଧୀରେଧୀରେ କରାୟତ କରିଚାଲିଛି। ଫଳରେ ସବୁ ଦେଶର ଲୋକଙ୍କ ମନରେ ଏକ ଭୟର...

ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କୁ ହତ୍ୟା

ପାଟକୁରା,୨୪ା୨(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ ଅଟାବୁହା ଗ୍ରାମର ଶିକ୍ଷୟିତ୍ରୀ ରଶ୍ମିତା ସେଠୀ (୪୨)ଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ହତ୍ୟା କରାଯାଇଛି ବୋଲି ପାଟକୁରା...

କାର୍ଯ୍ୟରେ ଅବହେଳା: ବିଏଲଓ ନିଲମ୍ବିତ: ୨୭ଜଣଙ୍କୁ କାରଣ ଦର୍ଶାଅ ନୋଟିସ

ବାଲେଶ୍ୱର ଅଫିସ,୬।୧୧: ଗତ ସେପ୍ଟେମ୍ବର ୧୫ରୁ ଆରମ୍ଭ କରାଯାଇଥିବା ଭୋଟର ପରିଚୟ ପତ୍ର ଯାଞ୍ଚ କାର୍ଯ୍ୟକ୍ରମ ଚଳିତ ମାସ ୧୮ତାରିଖ ସୁଦ୍ଧା ସାରିବାକୁ ସମୟସୀମା ନିର୍ଦ୍ଧାରିତ...

ଗଞ୍ଜାମ ସହରରେ ଅଧିକାଂଶ ଲୋକ ବର୍ତ୍ତମାନ ପିନ୍ଧୁନାହାନ୍ତି ମାସ୍କ

ଗଞ୍ଜାମ,୧୫।୯(ଡି.ଏନ୍‌.ଏ.): ଗଞ୍ଜାମସହରରେ ମହାମାରୀ କରୋନା ସ୍ଥିତି ବର୍ତମାନ ନିୟନ୍ତ୍ରଣ ଥିବା ଜଣା ପଡିଛି । ଏହି ଏନ୍‌ଏସି ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଥିବା...

ଲାଲଗଡରେ ପହଞ୍ଚିଲେ ଡିଜି ଅଭୟ

ଚିତ୍ରକୋଣ୍ଡା,୧୪।୧୨(ଡି.ଏନ.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଥିବା ଲାଲଗଡ ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପରେ ସୋମବାର ପହଞ୍ଚିଛନ୍ତି ରାଜ୍ୟ ପୋଲିସ ଡିଜି ଅଭୟ। ମାଓ ଦମନ...

ଟାର୍ଗେଟ ଆସିନି, ଧାନକିଣା ବନ୍ଦ

ପଦ୍ମପୁର, ୨୯।୧୨ (ଡି.ଏନ.ଏ) – ବରଗଡ ଜିଲା ପଦ୍ମପୁର ଉପଖଣ୍ଡରେ ମିଲର୍ସଙ୍କ ଆବଶ୍ୟକ ଟାର୍ଗେଟ ଶେଷ ହୋଇଯାଇଛି। ଫଳରେ ଉପଖଣ୍ଡର ୭୦ଟି ବିକ୍ରୟ କେନ୍ଦ୍ରରେ ହଜାର...

ସ୍କୁଲ ରୋଷେଇ ଘରେ ତାଲା ପକାଇଲେ ମହିଳା ଗୋଷ୍ଠୀ

ଗୋପ,୨।୧୧(ଡି.ଏନ୍‌.ଏ.): ଦୀର୍ଘବର୍ଷ ଧରି ଗୋପ ବ୍ଲକ ଅନ୍ତର୍ଗତ ପୟରା ପଞ୍ଚାୟତର ହେଲାରି ଜମରା ପ୍ରାଥମିକ ସ୍କୁଲର ଛାତ୍ରୀଛାତ୍ରଙ୍କ ଲାଗି ମଧ୍ୟାହ୍ନଭୋଜନ ରୋଷେଇ କରୁଥିବା ମହିଳା ଗୋଷ୍ଠୀଙ୍କଠାରୁ...

ଅଡ଼େଇ ଲକ୍ଷ ଟଙ୍କାର ଶାଗୁଆନ ଗଣ୍ଡି ସହ ଗାଡ଼ି ଜବତ

ବୁଗୁଡ଼ା,୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନବିଭାଗ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଠଣାପଲୀ ନିକଟରେ ଗୋଟିଏ ଟାଟାଏସି ଗାଡି ସହିତ ସେଥିରେ...

Advertisement
Archives

Model This Week