ପୋକତୁଙ୍ଗା ଡମସାହିରେ ବ୍ୟାପୁଛି ଝାଡ଼ାବାନ୍ତି: ୨୨ ଗୁରୁତର; ଚିକିତ୍ସାଳୟରେ ଭର୍ତ୍ତି

ବନ୍ତଳା,୬ା୧୧(ଡି.ଏନ.ଏ.)-ଅନୁଗୋଳ ବ୍ଲକ ବନ୍ତଳା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପୋକତୁଙ୍ଗା ଡମସାହିରେ ୨ ଦିନ ହେଲା ଝାଡ଼ାବାନ୍ତି ବ୍ୟାପୁଛି। ଇତିମଧ୍ୟରେ ୨୨ ଆକ୍ରାନ୍ତଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗ୍ରାମଦେବତୀଙ୍କ କୋପରୁ ଏପରି ହେଉଥିବା ବିଶ୍ୱାସ କରି କେତେଜଣ ଆକ୍ରାନ୍ତ ପୂଜାର୍ଚ୍ଚନା, ଝଡ଼ାଫୁଙ୍କା ସହ ଅଧିଆ ପଡ଼ୁଥିବା ବେଳେ ଗଁାରେ ଏକ ଡାକ୍ତରୀ ଟିମ୍‌ ରହି ସେମାନଙ୍କ ଚିକିତ୍ସା କରିବାକୁ ସାଧାରଣରେ ଦାବି ହେଉଛି।
ପ୍ରକାଶ ଯେ, ସୋମବାର ସକାଳୁ ଗଁାରେ ଝାଡ଼ାବାନ୍ତିରେ ଜଣେ ପରେ ଜଣେ ଆକ୍ରାନ୍ତ ହୋଇଥିଲେ। ମଙ୍ଗଳବାର ସୁଦ୍ଧା ସାହିର ତନ୍ମୟ ବେହେରା, ରୂପାଲି ବେହେରା, ନରେଶ ନାଏକ, ପଞ୍ଚୁ ବେହେରା, ମାନସ ବେହେରା, ଅମିତା ବେହେରା, ମରୁଆ ବେହେରା, ରଜତ ବେହେରା, ଅମିତା ବେହେରା, ଜାହ୍ନବୀ ବେହେରା, ପବିତ୍ର ବେହେରା, ରାଜ ବେହେରା, ସୁଜାତା ବେହେରା, ଦକ୍ଷଶ୍ରୀ ବେହେରା, ଶିଳ୍ପା ବେହେରା, ଦଣ୍ଡ ବେହେରା, ବିମଳା ବେହେରା, ହାଡ଼ିବନ୍ଧୁ ବେହେରା, ସୁରେଇ ବେହେରା, ପୁନି ବେହେରା, ଗଗନ ବେହେରା, ସଙ୍ଗୀତା ବେହେରା ପ୍ରମୁଖ ୨୨ ଆକ୍ରାନ୍ତଙ୍କୁ ବନ୍ତଳା ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଥିସହିତ ଲକ୍ଷ୍ମୀ ବେହେରା, ଜତି ବେହେରା, କୁନ୍ଦନ ବେହେରା, ଶୈଳେନ୍ଦ୍ରୀ ବେହେରା, ପମି ବେହେରା, ଶୁଭଲକ୍ଷ୍ମୀ ବେହେରା ପ୍ରମୁଖ ଆକ୍ରାନ୍ତ ହୋଇ ଘରେ ରହିଛନ୍ତି। କେତେଜଣ ଗ୍ରାମଦେବତୀଙ୍କ କୋପ ଶାନ୍ତ ପାଇଁ ପୂଜାର୍ଚ୍ଚନା, ଝଡ଼ାଫୁଙ୍କା ସହ ଅଧିଆ ପଡ଼ିଛନ୍ତି। ଖବରପାଇ ସୋମବାର ରାତିରେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଘନଶ୍ୟାମ ବେହେରା ପହଞ୍ଚି ଆକ୍ରାନ୍ତମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଯିବା ପାଇଁ ପରାମର୍ଶ ଦେଇଥିଲେ। ମଙ୍ଗଳବାର ସକାଳେ ଡା. ଦୀପକ ସାହୁ, ଆକାଶ ଦେହୁରୀ, ଏଏନଏମ୍‌ ସଂଯୁକ୍ତା ସାହୁ, ଫାର୍ମାସିଷ୍ଟ ହରିସ ପାଳ, ଆଶାକର୍ମୀ ଅସକରା ସାହୁ ପ୍ରମୁଖ ଗଁାରେ ପହଞ୍ଚି ଜଳଉତ୍ସ, ଡ୍ରେନ୍‌ ଆଦିରେ ବ୍ଲିଚିଂ ପକାଇବା ସହିତ ମେଡିକାଲ ଯିବାକୁ ଲୋକମାନଙ୍କୁ ସଚେତନ କରିଥିଲେ। ତେବେ ଗଁାରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ରହି ଆକ୍ରାନ୍ତଙ୍କ ଚିକିତ୍ସା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଅଳ୍ପ ଜାଗାରେ ୩୦୦ରୁ ଅଧିକ ପରିବାର ରହିବା, ଡ୍ରେନର ଦୁର୍ଗନ୍ଧ, ଖୋଲାରେ ମଳତ୍ୟାଗ ଓ ଅପରିଷ୍କାର ଜଳଉତ୍ସ ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି। ଏ ବିଷୟରେ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଘନଶ୍ୟାମ ବେହେରା କୁହନ୍ତି, ଖବରପାଇ ଉକ୍ତ ଗଁାକୁ ଯାଇଥିଲୁ। ଆକ୍ରାନ୍ତମାନଙ୍କୁ ବନ୍ତଳା ଡାକ୍ତରଖାନାରେ ରଖାଯାଇ ଚିକିତ୍ସା କରାଯାଉଛି। ଅତି ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

ରାସ୍ତାତଳକୁ ଖସିଲା ବସ୍‌, ଯାତ୍ରୀମାନେ ଭୟରେ ଚିତ୍କାର କରିବାରୁ…

ପଟ୍ଟାମୁଣ୍ଡାଇ,୯ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ନିକଟସ୍ଥ ଦୋଶିଆ କେନାଲ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୪୨ ଜଣ ଯାତ୍ରୀଙ୍କୁ ନେଇ ଦ୍ରୁତଗତିରେ…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଜୀବନ

ଗୁଣପୁର,୯ା୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ରାଗୟଡ଼ା ଜିଲା ପଦ୍ମପୁର ଥାନା ଗୁଲୁଗୁଡ଼ାର ତାରପାଗୁଡ଼ାରେ ଘଟିଛି ଅଘଟଣ। ପାଇଖାନା ଟାଙ୍କିକୁ ଜଣଙ୍କ ପରେ ଜଣେ ଓହ୍ଲାଇ ତିନି ଜଣ ଶାସରୁଦ୍ଧ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ, ହୋଇପାରନ୍ତି ଗିରଫ

କଟକ,୯ା୯(ପ୍ରଭୁକଲ୍ୟାଣ ପାଲ୍‌): ଗଜପତି ଜିଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ଆଇନଗତ…

ଧାନ କାଟିବାକୁ ଯାଇଥିବା ନାବାଳିକାଙ୍କୁ ବଳାତ୍କାର, ଜଣେ ନାବାଳକଙ୍କୁ ଅଟକ ରଖି…

ବଞ୍ଚୋ,୯ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଜଣେ ୧୭ ବର୍ଷ ୧୦ ମାସ ବୟସର ନାବାଳକଙ୍କୁ ପୋଲିସ…

ଘର ଆଗରୁ ବାଇକ୍‌ ଚୋରି କରି ନେଇଗଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜନଗର ମେନ୍‌ରୋଡ୍‌ରେ ଥିବା ଏ. ମୁନା ଦୋରାଙ୍କ ଘର ସମ୍ମୁଖରୁ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ଚୋରି କରି…

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri