ପେଣ୍ଠକଟାର ସ୍ବଚ୍ଛତା ଉପରେ ଜିଲାପାଳଙ୍କ ଗୁରୁତ୍ୱ

ପୁରୀ ଅଫିସ, ୮ା୮:  ବାତ୍ୟା ଫନୀରେ ପୁରୀ ସହରସ୍ଥ ବସ୍ତିଗୁଡ଼ିକ ମଧ୍ୟରୁ ସମୁଦ୍ର ଉପକୂଳ ପେଣ୍ଠକଟା ବସ୍ତି ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏଠାରେ ବ୍ୟାପକ ସଂଖ୍ୟାରେ ଘର ଭାଙ୍ଗିଥିଲା। ତେଣୁ ଏହି ଅଞ୍ଚଳର ସ୍ବଚ୍ଛତା ଓ ପରିମଳ ଉପରେ ଗୁରୁତ୍ୱ ଦେଇଛି ଜିଲା ପ୍ରଶାସନ। ପେଣ୍ଠକଟା ଅଞ୍ଚଳରୁ ଆବର୍ଜନା ହଟାଇବା ସହ ଶୌଚାଳୟ ନିର୍ମାଣ ସଂକ୍ରାନ୍ତରେ ଜିଲାପାଳ ବଲୱନ୍ତ ସିଂ ଗୁରୁବାର ପେଣ୍ଠକଟା ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି। ଏ ନେଇ ଟାଉନ ହଲ୍‌ ପରିସରରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଶାସନିକ ଅଧିକାରୀ ଏବଂ ପେଣ୍ଠକଟା ବାସିନ୍ଦା ଯୋଗଦେଇଥିଲେ।
ପେଣ୍ଠକଟା ଅଞ୍ଚଳର ପ୍ରତି ଗଳିରୁ ଆବର୍ଜନା ହଟାଇବା ପାଇଁ ପୁରୀ ପୌର ସଂସ୍ଥାକୁ ସହଯୋଗ କରିବା ଲାଗି ବସ୍ତିବାସିନ୍ଦାଙ୍କୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଏଥିପାଇଁ ବସ୍ତିବାସିନ୍ଦାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ପେଣ୍ଠକଟାର ୪ଟି ୱାର୍ଡ ପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟିରେ କେ. ରାଜୁ, ଜି. ନାଗେଶ୍ୱର ରାଓ, ଜେ. ଚିନ୍ମୟୀ, ଜି. ଏରମା, ଆପଲା ରାଜୁ, କେ. ବାବୁ ରାଓ, ବି. କୋଦମା, ଚିନ୍ନାମା ଏବଂ ବାବୁଲା ପ୍ରସାଦ ପ୍ରମୁଖ ସଦସ୍ୟ ଅଛନ୍ତି। ଏହି କମିଟି ଆବଶ୍ୟକ ବେଳେ ପୁରୀ ପୌରସଂସ୍ଥାର ନିର୍ବାହୀ ଅଧିକାରୀ କିମ୍ବା ଜିଲାପାଳଙ୍କ ସହ ଆଲୋଚନା କରିବ। କମିଟିର ସଭ୍ୟମାନେ ପ୍ରତ୍ୟେକ ଗଳିରେ ବାସିନ୍ଦାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ। ପ୍ରଥମ ୧ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ ପାଇଁ ପୌରସଂସ୍ଥା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୧୫ଦିନ ମଧ୍ୟରେ ଆବର୍ଜନା ସଂଗ୍ରହ ଦିଗରେ ବଡ଼ଧରଣର ପରିବର୍ତ୍ତନ ଅଣାଯିବ। ଏପରି କି ପେଣ୍ଠକଟା ଅଞ୍ଚଳରେ ଥିବା ପ୍ରାୟ ୫ହଜାର ବାସଗୃହ ପାଇଁ ଶୌଚାଳୟ ନିର୍ମାଣ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରାଯିବ। ୭ଦିନ ମଧ୍ୟରେ ଏହି ରିପୋର୍ଟ ଦିଆଯିବ। ଆସନ୍ତା ଗାନ୍ଧୀ ଜୟନ୍ତୀ ସୁଦ୍ଧା ଶୌଚାଳୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଜିଲାପାଳ କହିଛନ୍ତି। ଏତଦ୍‌ବ୍ୟତୀତ ବେଳାଭୂମି ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସହଯୋଗ କରିବାକୁ ପେଣ୍ଠକଟାବାସୀ ପ୍ରତିଶ୍ରୁତି ଦେଇଛନ୍ତି। ପ୍ଲାଷ୍ଟିକ କିମ୍ବା ପଲିଥିନ ସାମଗ୍ରୀ ପରିବର୍ତ୍ତେ ପରିବେଶ ଉପଯୋଗୀ ସାମଗ୍ରୀ ବ୍ୟବହାର କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ପୁରୀ ପୌରସଂସ୍ଥାର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ସମୁଦ୍ର କଡ଼ରେ ଅବସ୍ଥିତ ପେଣ୍ଠକଟା ଅଞ୍ଚଳକୁ ପରିଷ୍କାର ରଖିବା ଲାଗି ପେଣ୍ଠକଟା ବେଳାଭୂମିକୁ ସଫେଇ କରାଯାଉଛି। ଗୁରୁବାର ପୁରୀ ପୌରସଂସ୍ଥା, ଜାଗୃତି ଏବଂ ପେଣ୍ଠକଟା ଅଞ୍ଚଳବାସୀଙ୍କ ପକ୍ଷରୁ ବେଳାଭୂମି ସଫେଇ କରାଯାଇଥିଲା। ବୁଧବାର ସ୍ବେଚ୍ଛାସେବୀ ସଙ୍ଗଠନ ‘ହୋପ୍‌ ଇଜ୍‌ ଲାଇଫ୍‌’ ପକ୍ଷରୁ ବେଳାଭୂମି ସଫେଇ କରାଯାଇଥିଲା। ଏଣିକି ବେଳାଭୂମିରେ କୌଣସି ପ୍ରକାର ଆବର୍ଜନା ନ ପକାଇବାକୁ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ଯୁବ ବାହିନୀ ଆରମ୍ଭ କରିବ ‘ନନ୍ଦିନୀ’

ଭୁବନେଶ୍ୱର, ୬।୧୨(ବ୍ୟୁରୋ):ବାଲ୍ୟବିବାହ, ଯୌତୁକ ଏବଂ ଘରୋଇ ହିଂସା ବିରୋଧରେ ସଚେତନତା ପାଇଁ ବିଜୁ ଯୁବ ବାହିନୀ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ‘ନନ୍ଦିନୀ’ ଆରମ୍ଭ କରାଯିବ। ଯୁବ...

ଲୋକ ମହୋତ୍ସବ ପାଇଁ ଟେରାକୋଟା ସାମଗ୍ରୀ ପ୍ରସ୍ତୁତି ଆରମ୍ଭ: ତିଆରି ହେଉଛି ୮୬ ପ୍ରକାର ସାମଗ୍ରୀ

ନବରଙ୍ଗପୁର,୧୩।୧୧(ବି.ପ୍ର.)-ମାଟି ହେଉଛି ମାଆ ା ମାଟିକୁ ବ୍ୟବହାର କରି ଜୀବିକା ଅର୍ଜନ କରି ଆସୁଛନ୍ତିି ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଗାଁର ୮୪ ପରିବାର...

କର୍କଟ ରୋଗୀଙ୍କ କରାଯାଉନି ଅପରେଶନ: ୩ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୯।୫(ବ୍ୟୁରୋ): କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ରୋଗୀଙ୍କ କରୋନା ପରୀକ୍ଷା ହୋଇ ନ ଥିବାରୁ ଅପରେଶନ କରାଯାଉନାହିଁ। ଫଳରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା...

କଲେଜ ଯିବେନି ଅଧ୍ୟାପକ, କର୍ମଚାରୀ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କରୋନା ସଂକ୍ରମଣ ମୁକାବିଲାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଅଧ୍ୟାପକ ଏବଂ କର୍ମଚାରୀମାନଙ୍କୁ ଶିକ୍ଷାନୁଷ୍ଠାନକୁ ନ ଆସିବାକୁ ବାରଣ କରିଛି ଉଚ୍ଚଶିକ୍ଷା ବିଭାଗ।...

ରାଜ୍ୟର ଆଉ ୨ଟି ସ୍ଥାନରେ ପ୍ଲାଜମା ବ୍ୟାଙ୍କ: ସୁସ୍ଥ ହେଉଥିବା ରୋଗୀ ଦାନ କରିବାକୁ ଆଗେଇ ଆସନ୍ତୁ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟର ଆଉ ୨ଟି ସ୍ଥାନରେ ପ୍ଲାଜମା ବ୍ୟାଙ୍କ ହେବ। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ହେବ। ଏନେଇ...

୫ ବଖରା ଜଳିଗଲା

ରୂପ୍‌ସା, ୧୪ା୪(ଡି.ଏନ୍‌.ଏ.)-ବାଲେଶ୍ୱର ସଦର ବ୍ଲକ ଆଙ୍କୋ ପଞ୍ଚାୟତ ଅନ୍ତର୍ଗତ ଆଘିରିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ୩ ପରିବାରର ୫ ବଖରା ବାସଗୃହ ଭସ୍ମୀଭୂତ ହେବା...

ସ୍ବାମୀଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଥିଲେ ସୁଦ୍ଧା ସାଏବାନିଙ୍କୁ ମିଳିନି ବିଧବା ଭତ୍ତା

ଭତ୍ତାଲାଠୋର,(ଡି.ଏନ୍‌.ଏ.):୧୯।୬: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଅଧୀନ ଚାଉଲଡିଆ ଗ୍ରାମର ସାଏବାନି ରଣା (୫୫)ଙ୍କୁ ବିଧବା ଭତ୍ତା ମିଳି ନ ଥିବା ଅଭିଯୋଗ...

ପାଣି ଘେରରେ ବଗପାଟିଆର ୫ଶହ ପରିବାର

ରାଜନଗର, ୮।୭(ଡି.ଏନ.ଏ.): ଗତ ଏକ ସପ୍ତାହ ଧରି ବର୍ଷା ଲାଗି ରହିଛି। ତେବେ ବର୍ଷା ଯୋଗୁ ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତର ବଗପାଟିଆ ଠାରେ ବସବାସ...

Coronavirus Update


Archives

Model This Week

Why Dharitri