ପେଟୁଆ ପୋଲିସଙ୍କ ଓଜନ ହ୍ରାସ ପାଇଁ ଥାଇଲାଣ୍ଡ ସରକାରଙ୍କ ଅଭିନବ ଯୋଜନା

ଥାଇଲାଣ୍ଡ, ୨୭।୫: ପେଟୁଆ ପୋଲିସଙ୍କ ଓଜନ କମାଇବା ପାଇଁ ଥାଇଲାଣ୍ଡ ସରକାର ଅଭିନବ ଯୋଜନା ଆପଣାଇଛନ୍ତି। ପେଟ ବାହାରିଥିବା ପୋଲିସ ଅଫିସରଙ୍କ ପାଇଁ ସେଠାରେ ଏକ ଓଜନ କମାଇବା କ୍ୟାମ୍ପ୍‌ ପ୍ରସ୍ତୁତ କରାଯାଇଛି। ଏହି କ୍ୟାମ୍ପ୍‌ର ନାଁ ରହିଛି ‘ବେଲି ଡେଷ୍ଟ୍ରକସନ୍‌’। ପାକ୍‌ ଜୋଙ୍ଗ୍‌ରେ ଥିବା ଏହି କ୍ୟାମ୍ପକୁ ପେଟୁଆ ପୋଲିସ ଅଫିସରଙ୍କୁ ପଠାଯାଉଛି। ସେଠାରେ ସେମାନଙ୍କୁ ପେଟ କମାଇବାର ଟିପ୍ସ ଦିଆଯିବା ସହ ବ୍ୟାୟାମ କରିବା ଶୈଳୀ ବିଷୟରେ ଅବଗତ କରାଯାଉଛି। ଥାଇଲାଣ୍ଡ ପୋଲିସରେ ଚାକିରି କରୁଥିବା କିଛି ପେଟୁଆ ଅଫିସରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେଠାକାର ସରକାର ଏହି ପଦକ୍ଷେପ ନେଇଛନ୍ତି। ସରକାରଙ୍କ ଜଣେ ଅଫିସର କହିଛନ୍ତି, ମୋଟା ପୋଲିସମାନେ ଅଭିଯୁକ୍ତଙ୍କୁ ଧରିବା ଏତେଟା ସହଜ ହେବ ନାହିଁ। ଆଉ ମଧ୍ୟ ସେମାନେ ହଠାତ୍‌ ଚୋରକୁ ଧରିବା ପାଇଁ ଦୌଡିବାରେ ସକ୍ଷମ ହୋଇପାରିବେ ନାହିଁ। ତେଣୁ ଏଭଳି ଯୋଜନା ପ୍ରସ୍ତୁତ କରାଯାଇଛି। ‘ବେଲି ଡେଷ୍ଟ୍ରକସନ୍‌’ କ୍ୟାମ୍ପରେ ଏପର୍ଯ୍ୟନ୍ତ ୨୦୦ ପୋଲିସ ଅଫିସରଙ୍କୁ ପଠାଗଲାଣି ଏବଂ ସେମାନେ ୬୦ କିଲୋ ପର୍ଯ୍ୟନ୍ତ ଓଜନ କମାଇସାରିଲେଣି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍କିପକ୍ସରେ ଚଳିତ ବର୍ଷର ପ୍ରଥମ ମୃତ୍ୟୁ

ଆବୁଜା, ୩୦ା୫: ନାଇଜେରିଆରେ ସଂକ୍ରାମକ ମଙ୍କିପକ୍ସ ରୋଗରେ ଚଳିତ ବର୍ଷର ପ୍ରଥମ ମୃତ୍ୟୁ ଘଟିଛି। ନାଇଜେରିଆ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ(ସିଡିସି) ପକ୍ଷରୁ...

ବନ୍ୟା ବିତ୍ପାତରେ ୪ ଦେଶରେ ୬ ଶହଙ୍କ ମୃତ୍ୟୁ; ୨୫ ନିୟୁତ ପ୍ରଭାବିତ: ଜାତିସଂଘ ରିପୋର୍ଟ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୭।୭: ଦକ୍ଷିଣ ଏସିଆର ୪ ଦେଶରେ ବନ୍ୟା ବିତ୍ପାତରେ ୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏହାଦ୍ୱାରା ୨୫ ନିୟୁତ ଲୋକ ପ୍ରଭାବିତ...

ଭୂକମ୍ପ ମୃତ୍ୟୁସଂଖ୍ୟା ୨୭

ଇଜ୍‌ମିର୍‌ (ତୁର୍କୀ),୧।୧୧: ତୁର୍କୀ ଓ ଗ୍ରୀସ୍‌ରେ ଶୁକ୍ରବାର ଅପରାହ୍ଣରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ବଡ଼ ଧରଣର ଭୂକମ୍ପରେ ତୁର୍କୀର ଆଜିଆନ ଉପକୂଳ...

କରୋନା ଭାଇରସ: ଚାଇନାର ହୁବଇ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ୨୧ଶହ ଟପିଲା

ବେଜିଂ,୨୧।୨: ଚାଇନାରେ କରୋନା ଭାଇରସ ମହାମାରୀର ରୂପ ନେଇଥିବା ବେଳେ ଏବେ ଏହା ବିଶ୍ୱର କିଛି ଦେଶକୁ ମଧ୍ୟ ବ୍ୟାପିସାରିଛି। ତେବେ ଚାଇନାର ହୁବଇ ଅଞ୍ଚଳରେ...

କୋରୋନା ଭାଇରସ୍‌ ସଂକ୍ରମଣ ମୃତ୍ୟୁସଂଖ୍ୟା ୧୭

ବେଜିଂ,୨୩ା୧(ପି.ଟି.): ଚାଇନାରେ କୋରୋନା ଭାଇରସ୍‌ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବୁଧବାର ୧୭ରେ ପହଞ୍ଚତ୍ଛି। ଏହି ରୋଗରେ ୪୪୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଚାଇନା ନବବର୍ଷ ଓ...

ସନ୍ତୁଳନ ହରାଉଛି ମଙ୍ଗଳ ଗ୍ରହ

ଓ୍ବାଶିଂଟନ,୧୨।୧: ମଙ୍ଗଳ ଗ୍ରହ ସମ୍ପର୍କରେ ମହାକାଶ ବିଜ୍ଞାନୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଧୀରେଧୀରେ ମଙ୍ଗଳ ଗ୍ରହ ନିଜର ସନ୍ତୁଳନ ହରାଇ ବସୁଛି। ନିଜ ଅକ୍ଷ...

ଆମେରିକାରେ ଲୋକଙ୍କ ମଧ୍ୟରେ ଦେଶ ଗୌରବ ଭାବନା କମୁଛି, ରିପୋର୍ଟ…

ଓ୍ବାଶିଂଟନ, ୨।୭ : ଜୁଲାଇ ୪ ରେ ଆମେରିକା ଏହାର ସ୍ବାଧୀନତା ଦିବସ ପାଳନ କରିବ। କିନ୍ତୁ ଏହାର ଠିକ ପୂର୍ବରୁ ସାମ୍ନାକୁ ଆସିଛି ଯେ...

୭ରେ ବାଇଡେନ୍‌-ପୁଟିନ୍‌ ଆଲୋଚନା

ମସ୍କୋ, ୬ା୧୨: ୟୁକ୍ରେନ ସୀମାରେ ରୁଷିଆ ସେନା ମୁତୟନ ବଢ଼ାଇବାକୁ କେନ୍ଦ୍ର କରି ଆମେରିକା ଓ ରୁଷିଆ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ୨୦୨୨ ପ୍ରାରମ୍ଭରେ...

Advertisement
Archives

Model This Week